OISF-OSSF ରେ ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ପ୍ରାୟ ୧୨,୦୦୦ ଖାଲି ପୋଲିସ ପଦବୀ ପୂରଣ ପାଇଁ ଏକ ଯୋଜନା ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର ସାକ୍ଷାତ ପରେ ଏହି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିଯୁକ୍ତି ଅଭିଯାନ ରାଜ୍ୟର ଆଇନ ପ୍ରବର୍ତ୍ତନ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶାହଙ୍କ ସହ ଆଲୋଚନା ପାଇଁ ନର୍ଥ ବ୍ଲକ୍ ଗସ୍ତ କରିଥିଲେ। ଆଲୋଚନାରେ ମୁଖ୍ୟତଃ […]

Read More Text.

ଗୁଣ୍ଡାଙ୍କ ଭଳି ବ୍ୟବହାର କଲେ କଂଗ୍ରେସ କର୍ମୀ, ଯାହା ଅତି ଅନାବଶ୍ୟକ ଥିଲା: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କ ବିରୁଦ୍ଧରେ ମାମଲା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଆକ୍ରମଣାତ୍ମକ ରୂପ ନେଇ ଗୁଣ୍ଡାଙ୍କ ଭଳି ବ୍ୟବହାର କଲେ କଂଗ୍ରେସ କର୍ମୀ ଏବଂ ଆଣିଥିବା ଲୋକ, ଏହା ଅତି ଅନାବଶ୍ୟକ ଥିଲା। ସେ ଆହୁରି କହିଛନ୍ତି, ସରକାରୀ ସଂପତ୍ତିର ଭଙ୍ଗାରୁଜା କଲେ କେସ ହୁଏ, କମିଶନରଟ ଆଇନ ଅନୁଯାୟୀ ବ୍ୟବସ୍ତା ଅଛି | ଆନ୍ଦୋଳନ କରିବାକୁ କାହାକୁ ମନା ନାହିଁ, ସେମାନେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ […]

Read More Text.

ଖଣି ଚୋରି ଘଟଣାର ସାତ ଦିନ ପରେ ରାଉରକେଲା ଉପ ନିର୍ଦ୍ଦେଶକଙ୍କ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ଖଣି ଚୋରି ଘଟଣାର ସାତ ଦିନ ପରେ ଖଣି ନିର୍ଦ୍ଦେଶଙ୍କ ନିର୍ଦ୍ଦେଶରେ ରାଉରକେଲା ଉପ ନିର୍ଦ୍ଦେଶକ ତଦନ୍ତ ପାଇଁ ପହଞ୍ଚିଛନ୍ତି। ଖଣି ଉପ ନିର୍ଦ୍ଦେଶକ ବିମ୍ବାଧର ସେଠୀଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି। ତେଲେନଡିହି ଏବଂ ରତନସରା ବେଆଇନ ଖଣି ଉପରେ ତଦନ୍ତ କରୁଛନ୍ତି ଏହି ଟିମ୍। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ । ଏହି ଟମରେ ତାଙ୍କ ସହ କନିଷ୍ଠ ଖଣି […]

Read More Text.

କଂଗ୍ରେସ ଅଧିବେଶନରେ ଦଳ ଭିତରେ ଥିବା ତ୍ରୁଟିବିଚ୍ୟୁତି ବିଷୟରେ ଆଲୋଚନା କଲେ ଖଡ଼ଗେ

ନୂଆଦିଲ୍ଲୀ: ଗୁଜୁରାଟର ଅହମଦାବାଦରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଏହି ସମୟରେ ସେ ଦଳ ଭିତରେ ଥିବା ତ୍ରୁଟିବିଚ୍ୟୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, “ଯଦି କୌଣସି ସଂଗଠନ ଆଗକୁ ବଢ଼ିବାକୁ ଚାହେଁ, ତେବେ ତାକୁ ତିନୋଟି ବିଚାରଧାରା ଆବଶ୍ୟକ। ତୁମର ଚିନ୍ତାଧାରା, ଆଚରଣ ଏବଂ ପ୍ରଚାର ରହିବା ଉଚିତ। ଆମର ଚିନ୍ତାଧାରା ଅଛି, କିନ୍ତୁ ଆମେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ହୃଦୟର ସହିତ […]

Read More Text.

କଟକ ମହାନଗର ନିଗମ କାଉନସିଲ ବୈଠକରେ ହଙ୍ଗାମା, ଦେଢ ଘଣ୍ଟା ଯାଏ ପରି ଚାଲିଲା ହାଇଡ୍ରାମା

କଟକ୦୯/୪: କଟକ ମହାନଗର ନିଗମ କାଉନସିଲ ବୈଠକରେ ହଙ୍ଗାମା । ଭାଙ୍ଗିଲା କାଚ ଗ୍ଲାସ । ଉଡିଲା ଫାଇଲ । ହାତରେ ବ୍ୟାନର ଧରି ତୁମ୍ବି ତୋଫାନ । ଦେଢ ଘଣ୍ଟା ଯାଏ ପରି ଚାଲିଲା ହାଇଡ୍ରାମା । ନା ବିରୋଧୀଙ୍କ ଆକ୍ଷେପ ଉପରେ କିଛି ଉତ୍ତର ମିଳୁଥିଲା ନା ମେୟରଙ୍କ ସଫେଇକୁ କେହି ଶୁଣିବାକୁ ପ୍ରସ୍ତୁତ ଥିଲେ ।ଓପନ ଜିମ୍‌ ଉପକରଣ କିଣାରେ ଦୁର୍ନିତି, କାଉନସିଲର ବିନା ଅନୁମୋଦନରେ ଜୈବ ବର୍ଜ୍ୟ ବସ୍ତୁ ପରିଚାଳନା ଟେଣ୍ଡର, ଓଏଷ୍ଟାବ୍ଲିସମେଣ୍ଟ […]

Read More Text.

ଗୋପାଳପୁର ଠାରେ ହେବ ଏଲଏନଜି ଟର୍ମିନାଲ, ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ MOU ସ୍ଵାକ୍ଷରିତ

ଭୁବନେଶ୍ଵର: ଗୋପାଳପୁର ଠାରେ ଏଲଏନଜି ଟର୍ମିନାଲ ପାଇଁ ଓଡ଼ିଶା ଏବଂ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ ସହ ୨୩୦୬ କୋଟିର  ଏମଓୟୁ ସ୍ଵାକ୍ଷରିତ ହୋଇଛି। ଓଡ଼ିଶାରେ ଏନଏନଜି କ୍ଷେତ୍ରକୁ ବିକଶିତ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଂହଭାଗ ଉଦ୍ୟମ ରହିଛି । ୨୦୧୪ରୁ କେନ୍ଦ୍ରମନ୍ତ୍ରୀ ହେବା ପରେ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କ ସହ ଏଲଏନଜିର ବିକାଶ ପାଇଁ ସେ ଆଲୋଚନା କରିଆସୁଥିଲେ । ଶ୍ରୀ ପ୍ରଧାନଙ୍କ ଉଦ୍ୟମ ପାଇଁ ଧାମରା ଏଲଏନଜି ପ୍ରାଇଭେଟ ଲିମିଟେଡ୍(ଡ଼ିଏଲଟିପିଏଲ) ୫,୫୦୦ ହଜାର କୋଟି ଟଙ୍କା ବ୍ୟୟରେ ଧାମରା ବନ୍ଦର […]

Read More Text.

ଆଗରପଡ଼ା ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ପାଳନ

ଆଗରପଡ଼ା:ବୁଧବାର ଉଚ୍ଚଶିକ୍ଷା ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ କରିବା ଅବସରରେ ଆସ ବହିଟିଏ କିଣିବା ଦିବସକୁ ଆଗରପଡ଼ା ମହାବିଦ୍ୟାଳୟରେ ପାଳନ କରାଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପାତ୍ର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଓଡ଼ିଆ ପକ୍ଷ-୨୦୨୫ର ସଂଯୋଜକ ଡକ୍ଟର ହରିହର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆନୁଷ୍ଠାନିକ ଭାବେ ଅଧ୍ୟାପକ ପବିତ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇଂରାଜୀ […]

Read More Text.

ଦୋକାନ ଘର ସମେତ ୩ ବଖରା ପୋଡି ପାଉଁଶ

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚଚାୟତ ନାହୋ ଗ୍ରାମର ଚିନ୍ତାମଣି ବିଶ୍ୱାଳ ଓ ବାବୁଲି ବିଶ୍ୱାଳଙ୍କ ୩ ବଖରା ପୋଡି ପାଉଁଶ ହୋଇଯିବା ସହିତ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ସୂଚନାରୁ ପ୍ରକାଶ ମଙ୍ଗଳବାର ସନ୍ଧ୍ୟା ୭ ଘଟିକା ସମୟରେ ବିଦ୍ୟୁତ ସର୍ଟସର୍କିଟରେ ନିଆଁ ଲାଗିଥିବା ସୂଚନା ମିଳିଥିବା ବେଳେ ଭଣ୍ଡାରିପୋଖରୀ ଦମକଳ ଘଟଣା ସ୍ଥଳରେ ପହଂଚିବା ବେଳେ ସବୁ ପୋଡି ପାଉଁଶ ହୋଇଯାଇଥିଲା । ସେଥିମଧ୍ୟରୁ ଗୋଟେ ଦୋକାନ […]

Read More Text.

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଦିନିକିଆ ମୟୁରଭଞ୍ଜ ଗସ୍ତ

ବାରିପଦା ଠାରେ ସମୀକ୍ଷା ବୈଠକ। ସରକାରୀ ଜମି ଜବରଦଖଲ ଉଛେଦ ଉପରେ ଗୁରୁତ୍ୱାରୋପ ବାରିପଦା: ଆଜି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀକକ୍ଷଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡିଶା ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ […]

Read More Text.

କମିଶନରେଟ ପୋଲିସର ମୋବାଇଲ ମେଳା, ଫେରାଉଛି ଚୋରି ମୋବାଇଲ

ଭୁବନେଶ୍ୱର : କମିଶନରେଟ ପୋଲିସର ମୋବାଇଲ ମେଳା । ମୋବାଇଲ ମେଳାର ଆୟୋଜନ କରି ଚୋରି ମୋବାଇଲ ଫେରାଉଛି ପୋଲିସ । ରାଜଧାନୀରୁ ୧୦୦ ଟି ଚୋରି ମୋବାଇଲ ଉଦ୍ଧାର ପରେ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ ଚୋରି ମୋବାଇଲ ଟ୍ରାକ କରି ଠାବ କରିଛନ୍ତି । ମୋବାଇଲର ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଚୋରି ହୋଇଥିବା ମୋବାଇଲ ନେଉଛନ୍ତି ମୋବାଇଲ ମାଲିକ । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ ଏହି ମୋବାଇଲ […]

Read More Text.