Img 20250809 wa0223

୨୨ ବର୍ଷ ରେ ପଦାର୍ପଣ କଲା ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ

ବାରିପଦା – ମୟୂରଭଞ୍ଜ ଜିଲ୍ଲାରୁ ୨୦୦୪ ମସିହା ରେ ଆରମ୍ଭ କରାଯାଇଥିବା ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଦୀର୍ଘ ୨୨ ବର୍ଷ ମଧ୍ୟରେ ଆଜି ସାରା ଭାରତ ବର୍ଷ ର ବିଭିନ୍ନ କୋଣ ଅନୁକୋଣ ରେ ପାଳନ କରାଯାଉଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସଚେତନ ନାଗରିକ ଗଛ ରେ ରାକ୍ଷୀ ଟିଏ ବାନ୍ଧି ଏହି କାର୍ଯ୍ୟକ୍ରମ କୁ ପାଳନ କରୁଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ଗଣ୍ଡିଆଡିହା ଗ୍ରାମ ରେ ଜିଲ୍ଲା […]

Read More Text.
Img 20250809 wa0181

ଗଜ ବନ୍ଧୁ ଅଭିଯାନ ର ଶୁଭାରମ୍ଭ, ହାତୀ ଏବଂ ମଣିଷ ମଧ୍ୟରେ ସହବସ୍ଥାନ ମୂଳ ଲକ୍ଷ୍ୟ ସହିତ ଉଭୟଙ୍କ ମୃତ୍ୟୁ ଶୂନ ରହିବ

ବାରିପଦା – ହାତୀ ଓ ମଣିଷ ମଧ୍ୟରେ ବଢୁଥିବା ବିବାଦ  ବର୍ତମାନ ସମୟରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ସରକାରୀ ସ୍ତର ରେ ଲୋକଙ୍କ କ୍ଷୟ କ୍ଷତି ର ଭରଣା ପାଇଁ ବ୍ୟବସ୍ଥା କରାଯାଉ ଅଛି।ହାତୀ ର ସଠିକ୍ ଉପସ୍ଥିତି, କ୍ଷୟ କ୍ଷତି ର ସଠିକ୍ ମୂଲ୍ୟାୟନ, ହାତୀ କୁ କ୍ଷତି ନ ପହଞ୍ଚାଇବା ଓ ହାତୀ ସମ୍ପର୍କ ରେ ବ୍ୟାପକ ସଚେତନତା କରାଯିବାକୁ ନିଷ୍ପତି ଗ୍ରହଣ କରା ଯାଇଥିଲା। ଗଜ ବନ୍ଧୁ ଅଭିଯାନ […]

Read More Text.
Cyclone

୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ! ଆଜି ୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ୧୩ରେ ଲଘୁଚାପ ।  ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ।  ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି ।  ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି ଘୂର୍ଣ୍ଣିବଳୟ ।  ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି ।  ଫଳରେ ରାଜ୍ୟରେ ଭଲ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]

Read More Text.
Suicide

ରାଜଧାନୀରେ ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କ ମୃତଦେହ ମିଳିଛି । ତାଙ୍କର . ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି  । ତାଙ୍କର . ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଘଟିଛି ଏହି ଅଭାବନୀୟ ଘଟଣା । […]

Read More Text.
School c

ସ୍କିମାଟିକ୍‌ ଶିକ୍ଷକଙ୍କୁ ବଡ଼ ଧକ୍କା: ୧୬,୦୦୦ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାରରେ

ଭୁବନେଶ୍ୱର: ମାତ୍ର ସପ୍ତାହେ ମଧ୍ୟରେ ସ୍କିମାଟିକ୍‌ ଶିକ୍ଷକଙ୍କୁ ଲାଗିଛି ବଡ଼ ଧକ୍କା। ମଉଳି ଯାଇଛି ସେମାନଙ୍କର ଚାକିରି ନିୟମିତ ହେବାର ଆଶା। ସ୍କିମାଟିକ୍‌ ଶିକ୍ଷକମାନଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବକୁ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୱେବସାଇଟ୍‌ରୁ ଉଡ଼ାଇ ଦିଆଯାଇଥିଲା। ଏବେ ଆନୁଷ୍ଠାନିକ ଭାବରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ସରକାର ଶୁକ୍ରବାର ପ୍ରତ୍ୟାହାର କରି ନେଇଛନ୍ତି। ନିୟମିତ କରିବାର ଆଶା ଦେଖାଇ ସରକାର ସେମାନଙ୍କୁ ପ୍ରତାରିତ କରିଛନ୍ତି ଓ ୧୬୦୦୦ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଛି […]

Read More Text.
Atm

ଏଟିଏମ କାର୍ଡ ଲୁଟେରାଙ୍କ ଉପଦ୍ରବ; କାର୍ଡ ବଦଳାଇ ନେଇଗଲେ ୪୦ ହଜାର ଟଙ୍କା

ସୁନ୍ଦରଗଡ ୯।୮: ମହିଳାଙ୍କ ATM କାର୍ଡ ବଦଳାଇ ନେଇ ଗଲେ ୪୦ ହଜାର ଟଙ୍କା । ଏଟିଏମକୁ ଟଙ୍କା   ଉଠାଇବାକୁ ଆସିଥିବା ଜଣେ ମହିଳାଙ୍କ କାର୍ଡ ବଦଳାଇ ୪୦ ହଜାର ଟଙ୍କା ନେଇ ଗଲେ ଦୁଇ ଜଣ ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ସଦର ଥାନା ଠେଲକୋବୁଡର ଜୟନ୍ତୀ ଟପୋ ସୁନ୍ଦରଗଡ଼ ଡାକ୍ତରଖାନାରେ ତାଙ୍କର ଝିଅ ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ସାରି ଡାକ୍ତରଖାନାରୁ ବାହାରି ମେଡିକାଲ ଛକରେ ଥିବା ଏସବିଆଇ ଏଟିଏମରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମରୁ ଟଙ୍କା ଉଠାଇ ପାରିନଥିଲେ । ସେହି ସମୟରେ ଜଣେ ଯୁବକ ତାଙ୍କୁ ସହଯୋଗ […]

Read More Text.
Aiims 2025 07 15 02 17 04

ହାରିଗଲେ ରାଇଘର ପୀଡ଼ିତା, ଏମ୍‌ସରେ ମୃତ୍ୟୁ

ଭୁବନେଶ୍ଵର : ପ୍ରତାରଣାର ଶିକାର ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବରଙ୍ଗପୁର ଜିଲା ରାଇଘର ଅଞ୍ଚଳର ନର୍ସିଂ ଛାତ୍ରୀ ଶେଷରେ ପ୍ରାଣ ହରାଇଛନ୍ତି। ୨୦ରୁ ଅଧିକ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖିବୁଜିଛନ୍ତି। ଭୁବନେଶ୍ଵର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଉକ୍ତ ନର୍ସିଂ ଛାତ୍ରୀଙ୍କୁ ଜଣେ ଯୁବକ ଏକତରଫା ଭଲ ପାଉଥିଲେ। ଛାତ୍ରୀ ଜଣକ ରାଜି ନ ହେବାରୁ ଯୁବକ ଜଣକ […]

Read More Text.
Teacher 2

ସ୍କୁଲ ବାରଣ୍ଡାରେ ମଦ ପିଇ ସାର୍ ମାତାଲ, ଭିଡିଓ ଭାଇରାଲ

ଘଟଗାଁ : ମାଲ ପିଇ ମାତାଲ ସାର୍  । ହୋସ ହରାଇ ସ୍କୁଲ ବାରଣ୍ଡାରେ ଶୋଇଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତରେ ଥିବା ଭୁଲୁଦା ଦିଣ୍ଡାପାଟ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବିଜ୍ଞାନ ଶିକ୍ଷକ ମଦ ନିଶାରେ ସ୍କୁଲ ବାରଣ୍ଡାରେ ଶୋଇଥିବା ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଶିକ୍ଷକ ଜଣକ ମଦପିଇ ଶୋଇପଡିଥିବା ବେଳେ ଛାତ୍ରଛାତ୍ରୀମାନେ ଉଠାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯେତେ ଉଠାଇଲେ […]

Read More Text.
Plus two

ରାଜ୍ୟରେ ଖାଲି ପଡ଼ୁଛି ପ୍ଲସ ଟୁ ସିଟ୍, ବୈଷୟିକ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ବଢୁଛି

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପଢ଼ିବା ଅପେକ୍ଷା ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଛି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ କଲେଜରେ ଦେଢ଼ ଲକ୍ଷରୁ ଅଧିକ ପ୍ଲସ୍ ଟୁ ସିଟ୍ ଖାଲି ରହିଛି। ଶିକ୍ଷାବିତ କହୁଛନ୍ତି, ଯେଉଁ ପାଠ ପଢ଼ିଲେ ଆୟ କରିବାର ବାଟ ଅଧିକ ପ୍ରଶସ୍ତ ହେବ ସେହି ଶିକ୍ଷାର ଚାହିଦା ବଢ଼ିବା ଏହାର ମୁଖ୍ୟ କାରଣ। ରାଜ୍ୟରେ ୨,୪୨୯ଟି ପ୍ଲସ ଟୁ ସ୍କୁଲରେ ମୋଟ ୫,୭୨,୭୧୫ଟି ସିଟ୍ ରହିଛି। ପ୍ରଥମ […]

Read More Text.
Rail

ଜୟପୁରରୁ ଭୁବନେଶ୍ୱର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ।  ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ ।  ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ । ଜୟପୁରଠାରେ “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଅଧିକ ଟଙ୍କା ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ […]

Read More Text.