ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଅନନ୍ୟ ପରମ୍ପରା: କେବଳ ମହିଳାମାନେ ଟାଣିଲେ ଦେବୀ ସୁଭଦ୍ରାଙ୍କ ରଥ

ବାରିପଦା, ୨୮/୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ପ୍ରସିଦ୍ଧି ଲାଭ କରିଥିବା ବାରିପଦାରେ ଆଜି ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ । ମେଘାଛନ୍ନ ଅନୁକୂଳ ପାଗରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଥିଲା । ହରିବୋଲ, ହୁଳହୁଳି, ଶଙ୍ଖ, ଘଣ୍ଟ ଓ ସଂକୀର୍ତ୍ତନ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା । ଗତକାଲି ଶୁକ୍ରବାର ପହଣ୍ଡି ବିଜେ ପରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଥିଲେ । ଏଠାକାର ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ, ଘୋଷଯାତ୍ରାରେ ଦୁଇ ଦିନ ଧରି […]

Read More Text.

ସମ୍ବଲପୁରରେ ୧ ଲକ୍ଷ ଚାରା ରୋପଣ ଅଭିଯାନର ଶୁଭାରମ୍ଭ

ସମ୍ବଲପୁର: ଦେଶରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ତିଆରି କରିବା। ଯେପରି ମାଁ ସମଲେଶ୍ୱରୀ, ନୂଆଁଖାଇ, ଶୀତଳଷଷ୍ଠୀ, ମହାନଦୀ ଆଦି ସମ୍ବଲପୁରର ପରିଚୟ ହୋଇଛି, ସେହିପରି ଭାବରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ସୃଷ୍ଟି କରିବା ପାଇଁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକମାନଙ୍କୁ ମାଁଙ୍କ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ […]

Read More Text.

ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ସରକାରୀ ବସ୍‌

ପୁରୀ: ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍‌ ପୁଣି ଅଘଟଣ ଘଟାଇଛି। ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇଛି। ବସ୍‌ର ଚାଳକ ଅନିୟନ୍ତ୍ରିତ ହୋଇ ଆଜି ଅପରାହ୍‌ଣରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଘଟିଛି। ଏଥିରେ ତିନି ଜଣ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରିମ୍‌ଝିମ ପ୍ରିୟଦର୍ଶିନୀ […]

Read More Text.

ଚକା ଆଖି ସବୁ ଦେଖୁଛି; ରଥଯାତ୍ରା ବିଳମ୍ବ ନେଇ ନବୀନଙ୍କ ଉଦବେଗ

ଭୁବନେଶ୍ଵର: ରଥଯାତ୍ରା ପରିଚାଳନା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରଥଟଣା ବିଳମ୍ବକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେ, ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ଆମେ ପ୍ରଶାସନକୁ ଆଙ୍ଗୁଳି ଦେଖାଉନୁ ବରଂ ଏଥିପାଇଁ ଆମେ ସମସ୍ତେ ଚିନ୍ତିତ ଅଛୁ। ବିଶ୍ଵପ୍ରସିଦ୍ଧ ତଥା ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ରଥଯାତ୍ରା। ସେଥିପାଇଁ ସେ ଗମ୍ଭୀର ଚିନ୍ତିତ ଥିବା କହିଛନ୍ତି। […]

Read More Text.

ଆସୁଛି ୨ଟି ଲଘୁଚାପ! ସପ୍ତାହେ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେଲା ବର୍ଷା ଜାରି ରହିଛି। ଏହା ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି, ଆସନ୍ତାକାଲି ଉତ୍ତର-ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର […]

Read More Text.

ଗୋଟିଏ ଶ୍ମଶାନରେ ଏକାଠି ହେଲା ୩ ଭାଇଙ୍କ ଶେଷକୃତ୍ୟ

ଉମରକୋଟ: ଅଧର୍ଯ୍ୟ ପରିବାର । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । ଗୋଟେ ପଟେ ହରିନାମ ଶବ୍ଦକୁ ଆରପଟେ ତିନି ତିନି ଜଣଙ୍କ ମୃତଦେହକୁ ଧରି ଆଗେଇ ଚାଲିଥାନ୍ତି ଗାଁ ଭାଇ । ଏଭଳି ତିନି ତିନିଟା କୋକେଇ ଏକାଠି ଉଠିବା ଘଟଣା କେବେ ଦେଖିନଥିଲେ ଗାଁ ଲୋକେ । ବିଧାତାର ଖେଳ ସତରେ କେତେ ବିଚିତ୍ର । ଜୁଇରେ ଏକାଠି ଜଳିଲା ପରିବାରର ୩ଟା ଭେଣ୍ଡିଆ […]

Read More Text.
Dho

ଧୋଇଗଲା ଜାମୁଘାଟ ପୋଲ, ଉଦଳା – ବାଲେଶ୍ୱର ଯୋଗାଯୋଗ ବିଛିନ୍ନ

ଉଦଳା : ଧୋଇଗଲା ଜାମୁଘାଟ ପୋଲ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଉଦଳା – ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଜାମୁଘାଟ ପୋଲ ଧୋଇ ହୋଇଯାଇଛି। ଦେଓ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଜାମୁଘାଟ ପୋଲ ପ୍ରଥମେ ବୁଡ଼ି ଯାଇଥିଲା। ପ୍ରଖର ସ୍ରୋତରେ ଜାମୁଘାଟ ପୋଲ ଧୋଇ ହୋଇ ଯାଇଛି । ପୋଲର ଅର୍ଦ୍ଧାଧିକ ଅଂଶ ଭାଙ୍ଗି ଯାଇଥିବା ବେଳେ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଉଦଳା – […]

Read More Text.
Ratha yatra 750x430

ବିଳମ୍ବରେ ମହାପ୍ରଭୁଙ୍କ ରଥଟଣା: ମନ୍ତ୍ରୀ କହିଲେ, ‘କାଳିଆର ଇଚ୍ଛା’

ପୁରୀ: ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ ଗଡିଥିଲା ନନ୍ଦିଘୋଷ । ଏହାପରେ ଆଜି ପୁଣି ଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧାମୂରତି । ଯାହାକୁ ନେଇ ଏବେ ଅସନ୍ତୋଷ […]

Read More Text.
Chilika

କାଳିଆ ସାଆନ୍ତଙ୍କ ଲୀଳା କ୍ଷେତ୍ର କାଙ୍କଣଶିଖରୀରେ ନିଆରା ରଥଯାତ୍ରା, ଜଳ ରାଶିରେ ଗଲେ ମହାପ୍ରଭୁ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁନ୍ଦର ନିଦର୍ଶନ ହେଉଛି ଏହି ଘୋଷଯାତ୍ରା । ତେବେ ଭକ୍ତଙ୍କ ଭାବନାରେ ବିହ୍ବଳ ହୋଇ ମହାପ୍ରଭୁ ବଡ଼ ଦେଉଳରୁ ବାହାରି ଆସିଥାନ୍ତି ବଡ଼ ଦାଣ୍ଡକୁ । କେବଳ ନିଜ ଭକ୍ତଙ୍କ ପାଇଁ […]

Read More Text.
V

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ରାମହରି ନଗର, ଆଙ୍କୁଲି, ପୁରୀ ଚୂଡଙ୍ଗ ସାହି, କବିସୂର୍ଯ୍ୟନଗରର ଗୁଡିଆଳି, ପୁରୁଷୋତ୍ତମପୁରର ବେଢ ଗାଁ, ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ […]

Read More Text.