Thana 1

ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର: ନାବାଳକକୁ ମାରି ଫିଙ୍ଗିଦେଲେ । ନିଖୋଜ ନାବାଳକର ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଗଙ୍ଗାପୁର ଥାନା ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳକର ମୃତଦେହ ଠାବ ହୋଇଛି । ମୃତ ଛାତ୍ର ନବମ ଶ୍ରେଣୀରେ ଛାତ୍ର ଅମର ବିଷୋୟୀ । ଆଜି ସକାଳୁ ତାଙ୍କ ଗଳିତ ମୃତଦେହ ଖଣ୍ଡରାବଳୀ-ରାମନା ପଲ୍ଲୀ ରାସ୍ତା କଡ଼ରୁ ମିଳିଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଘର ଲୋକେ । ଗାଙ୍ଗପୁର ଥାନା ପୋଲିସ ଘଟଣା […]

Read More Text.
Screenshot 2025 09 30 012500

ଭୁବନେଶ୍ବରର ୭ ସ୍ଥାନରେ ହେବ ରାବଣ ପୋଡ଼ି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଜୟା ଦଶମୀ ଅବସରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଟ୍ୱିନ ସିଟି କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ (ବଡ଼ଗଡ଼ ଥାନା), ଗୋପାଳପୁର (ଇନ୍‌ଫୋ-ଭ୍ୟାଲି ଥାନା), କିଟ୍ସ ରୋଡ଼ (ଇନ୍‌ଫୋସିଟି ଥାନା) ଓ ଫୁଟବଲ ଗ୍ରାଉଣ୍ଡ (କପିଳାପ୍ରସାଦ ଏୟାରଫିଲ୍ଡ ଥାନା)ରେ ରାବଣ ଦହନ ହେବ । ସୂଚନାଥାଉକି, ଚଳିତ ବର୍ଷ ଭୁବନେଶ୍ୱରରେ ୧୯୩ଟି ପୂଜା […]

Read More Text.
Ias

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶା କ୍ୟାଡରର ୨ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶାର ୨ ଜଣ ଆଇଏଏସ୍ ଅଧିକାରୀ । ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି । ସେହିପରି ୨୦୧୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଶ୍ରୀ ସ୍ୱାଧା ଦେବ ସିଂହଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି । ଏ ସମ୍ପର୍କରେ ସୋମବାର ଦିନ ନିର୍ଦ୍ଦେଶ ଜାରି କରାଯାଇଛି । ସୂଚନା ଅନୁଯାୟୀ, ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି ଏବଂ […]

Read More Text.
Image 2025 09 29t233654.117

ଅପରେଶନ ଅଗ୍ନି: ୪ ଜିଲ୍ଲାରୁ ଜବତ ହେଲା ସର୍ବାଧିକ ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ

ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ସେପ୍ଟେମ୍ବର ୧୪ ରୁ ୨୭ ଯାଏଁ “ଅଗ୍ନି” ନାମକ ବିଶେଷ ଅଭିଯାନ ଚାଲିଥିଲା । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଆରମ୍ଭ କରାଯାଇଥିଲା । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି […]

Read More Text.
Img 20250928 wa0147

ବାଙ୍ଗିରିପୋଷି ଘାଟି ରାସ୍ତା ଜାମ ପାଇଁ ଲୋକେ ହନ୍ତସନ୍ତ

ବାରିପଦା  : ପାହାଡ଼ ଜଙ୍ଗଲରେ ଘେରା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ରେ ପ୍ରତ୍ୟେକ ଦିନ ରାସ୍ତା ଜାମ ହେବା ଯୋଗୁଁ ଲୋକେ ହେଉଛନ୍ତି ହନ୍ତସନ୍ତ |କେତେବେଳେ ଯାତ୍ରୀ ବାହୀ ଗାଡି ଦୁର୍ଘଟଣାର ସ୍ୱୀକାର ହେଉଛି ତ କେତେବେଳେ ପାହାଡ଼ରୁ ପଥର ଖସିବା ଦ୍ୱାରା ରାସ୍ତା ଜାମ ହେଉଛି | ଯାହାଦ୍ୱାରା ବସ୍ ଯାତ୍ରୀ,ରୋଗୀ ସମେତ ଜରୁରୀ କାମରେ ଯାଉଥିବା ବ୍ୟକ୍ତି ବିଶେଷ ହଇରାଣ ହେଉଛନ୍ତି | ସୂଚନା ଥାଉ କି ଜିଲ୍ଲାପାଳ ଏହି ରାସ୍ତା […]

Read More Text.
Jitu pattanaik ex mla

ଚମ୍ପୁଆର ପୂର୍ବତନ ବିଧାୟକଙ୍କ ଘରୁ ସଶସ୍ତ୍ର ଡକାୟତି ଉଦ୍ୟମ

କେନ୍ଦୁଝର: କେନ୍ଦୁଝର ଜିଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରୁ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି। ଯୋଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ପଟ୍ଟନାୟକଙ୍କ ପୁରୁଣା ଘରୁ ଏହି ଡକାୟତି ଉଦ୍ୟମ କରାଯାଇଛି। ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ଦୁର୍ବୃତ୍ତମାନେ ଘରେ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ସିକ୍ୟୁରିଟି ଗାର୍ଡ ପାଟିତୁଣ୍ଡ କରିବାରୁ ଦୁର୍ବୃତ୍ତ ପଳାଇଥିଲେ। ଏ ନେଇ ଯୋଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି।

Read More Text.
Kiss 3

ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର

ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର । ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଛି । ୨୮ ସେପ୍ଟେମ୍ବର ଅନ୍ତର୍ଜାତୀୟ ସୂଚନା ଅଧିକାର ଦିବସ ଅବସରରେ ଭାରତୀୟ ସୂଚନା ଅଧିକାର ପ୍ରତିଷ୍ଠାନ ଦ୍ୱାରା କିସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ଡ ପ୍ରଶାନ୍ତ କୁମାର ରାଉତରାୟ ଏହି ସମ୍ମାନ ଗ୍ରହଣ କରିଥିଲେ ।  […]

Read More Text.
Police 7

ଭୁବନେଶ୍ବରରେ ଦୁର୍ଗାପୁଜା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଜଗିବେ ୬୧ ପ୍ଲାଟୁନ ପୋଲିସ

ଭୁବନେଶ୍ବର :  ଚଳିତ ବର୍ଷ ଦୁର୍ଗାପୁଜା ପାଇଁ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ଦୁର୍ଗାପୂଜାକୁ ନେଇ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଭିଡ଼ ଓ ଟ୍ରାଫିକ ପରିଚାଳନା ଜଗିବେ ୬୧ପ୍ଲାଟୁନ ପୋଲିସ । ମହିଳାଙ୍କ ସୁରକ୍ଷା ପାଇଁ ସହରରେ ବୁଲିବ ଶକ୍ତି ବାହିନୀ । କମିସନରେଟ ପୋଲିସର HER ଟିମ୍ କୁ ନେଇ ଗଠନ ହୋଇଛି ଶକ୍ତି ବାହିନୀ । ସାଧା ପୋଷାକରେ ବୁଲିବା ସହ କମେଣ୍ଟପାସ, ଭିଡ଼ ଭିତରେ ମହିଳାଙ୍କ ସୁରକ୍ଷା କୁ ପ୍ରାଧାନ୍ୟ ଦେବେ। ଭୁବନେଶ୍ୱରରେ […]

Read More Text.
Lokaseba bhaban

ଘଟଗାଁ ତାରିଣୀ ପୀଠ ପାଇଁ ୨୨୬ କୋଟି ମଞ୍ଜୁର, କ୍ୟାବିନେଟ୍ ମୋହର

ଭୁବନେଶ୍ୱର : ୪ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସତିବ ଉପସ୍ଥିତ ଥିଲେ ।  ବୈଠକରେ ୪ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ ।  ବୈଠକରେ ଅନ୍ୟ ବିଭାଗର ସଚିବ ଓ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟ୍ ବୈଠକରେ ୩ ବିଭାଗର ୪ଟି […]

Read More Text.
Cuttack b

ସାମ୍ବାଦିକଙ୍କୁ ଗୁଳିମାଡ଼, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନରସିଂହପୁର : ସାମ୍ବାଦିକଙ୍କୁ ଗୁଳି । ଘରେ ପଶି ରାତି ଅଧିରେ ଗୁଳିମାଡ଼ ଅଭିଯୋଗ । କଟକ ଜିଲ୍ଲା ମାଣିଆ ବନ୍ଧ ଥାନା ସୁନ୍ଦରିଆ ଗାଁରେ ଗୁଳିକାଣ୍ଡ । ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ମନୋଜ ନାଏକଙ୍କୁ ଗୁଳି ମାଡ଼ ହୋଇଛି । ତାଙ୍କ ଡାହାଣ କାନ୍ଧ ଓ ବାମ ହାତରେ ଗୁଳି ବାଜିଛି । ତାଙ୍କୁ ଆହତ ଅବସ୍ଥାରେ ମାଣିଆବନ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । […]

Read More Text.