Z

ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନଘାଟରେ ଶବଦାହ କଲେ

ବାରିପଦା  :  ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ଅଂଚଳର ଜନୈକ ବିବାହିତା ମହିଳା ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଝରାଡିହି ଫାଣ୍ଡି ଅଂଚଳର ସୁରଦା- ଯଶିପୁର ପଞ୍ଚାୟତର ବାଙ୍ଗି ଵାସ୍କେ (୧୯)  ଝରାଡିହି ଅଂଚଳର ରଙ୍ଗାମାଟିଆ ଗ୍ରାମର କୁଆଁର ହାଁସଦା ଙ୍କୁ ବିବାହ କରାଇଥିଲେ । ସେ ଦେଢ଼ ମାସର ଗର୍ଭବତୀ ଥିଲେ । କୌଣସି ନା କୌଣସି କାରଣରୁ ପାରିବାରିକ ମନୋମାଳିନ୍ଯ ଯୋଗୁଁ ମହିଳା ଜଣକ ମାନସିକ […]

Read More Text.
Img 20250815 wa0378

ହାତିଆ ପଞ୍ଚାୟତର ଉଲିଡିହି  ଗ୍ରାମ୍ୟ ରାସ୍ତା ମରଣଯନ୍ତା

ବାରିପଦା : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତିଆ ପଞ୍ଚାୟତର ହାତିଆ ର ଉଲିଡିହି ସାହି ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି | ବର୍ଷା ଯୋଗୁଁ ପକା ରାସ୍ତାଟି ଅତି ଖରାପ ହୋଇଥିବାରୁ  ଯାତାୟାତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରାସନ, ଭତ୍ତା ଓ ଅନ୍ୟାନ୍ୟ କାମ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବାବେଳେ, ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଲୋକମାନଙ୍କୁ ନାକେଦମ କରୁଛି |  ଲୋକମାନେ […]

Read More Text.
Whatsapp image 2025 08 15 at 9.41.55 pm

ପ୍ରତିଶ୍ରୁତି ପ୍ରତିଷ୍ଠାନର ଜିଲ୍ଲାସ୍ତରୀୟ ବହୁଭାଷୀ କବି ସମ୍ମିଳନୀ

ବାରିପଦା :  ସ୍ୱାଧୀନତାର ୭୯ତମ ବର୍ଷ ପାଳନ ଅବସରରେ ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ (ସଦ୍‌ଭାବନା ସଭାଗୃହ) ଠାରେ ମୟୂରଭଞ୍ଜ ଏକ ସାରସ୍ୱତ ସମାରୋହ ଓ ବହୁଭାଷୀ କବି ସମ୍ମିଳନୀ ତଥା ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡା.ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗୀତ ନିର୍ଦ୍ଦେଶିକା ସୁଶ୍ରୀ ଭାରତୀ ବେବର୍ତା, ଡ.ଦୟାସିନ୍ଧୁ ପରିଡାଙ୍କ ରଚିତ ଜଗନ୍ନାଥ ତତ୍ୱ ସମ୍ବଳିତ ପ୍ରାରମ୍ଭିକ ସଂଗୀତ ଗାନ କରିବା […]

Read More Text.
Img 20250816 wa0069

ବାରିପଦାଠାରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୭୯ତମ  ସ୍ୱାଧୀନତା ଦିବସ-୨୦୨୫

ବାରିପଦା :  ଚଳିତ ବର୍ଷ ସମଗ୍ର ଭାରତବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଏହି ପବିତ୍ର ଜାତୀୟ ଦିବସକୁ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥିଲା ।  ଉକ୍ତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୫ ବାରିପଦା ସ୍ଥିତ ରିଜର୍ଭ ପୋଲିସ ପଡିଆରେ, ଜିଲ୍ଲା ପ୍ରଶାସନ ତରଫରୁ  ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା।  ଏହି ପବିତ୍ର ଦିବସର କାର୍ଯ୍ୟକ୍ରମରେ  ଓଡିଶା ସରକାରଙ୍କ ମାନ୍ୟବର […]

Read More Text.
Photo for the news of srikrushna besa

ବିବେକାନନ୍ଦ ଶିଶୁମନ୍ଦିରରେ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ

ଆଗରପଡ଼ା  :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ ଏକକ ଅଭିନୟ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ କୃଷ୍ଣଙ୍କ ବେଶରେ ସୁସଜ୍ଜିତ ହୋଇ ତାଙ୍କର ମହାନ ଲୀଳାବିଷୟରେ ବର୍ଣ୍ଣନାକରିବା ସହ ବଂଶୀ ଧରି ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଅତିଥିଭାବେ ପ୍ରାକ୍ତନ ଶିକ୍ଷକ ନକୁଳ ଚରଣ ବାରିକ,ପ୍ରକାଶ ଚନ୍ଦ୍ର ସାହୁ ,ପ୍ରଧାନ ଗୁରୁମା ଇତିଶ୍ରୀ ମହାପାତ୍ର […]

Read More Text.

ଆଗରପଡ଼ା ମେଡିକାଲରେ ଉତ୍ତେଜନା

ଆଗରପଡ଼ା : ଶନିବାର ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନିରାମୟ କେନ୍ଦ୍ରରୁ ଔଷଧ ଆଣିବାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତଣାଧୀନ ହୋଇଥିଲା । ପ୍ରାପ୍ତ ଖବରରୁ ପ୍ରକାଶ,ରୋଗୀମାନେ ଧାଡ଼ିକରି ନିରାମୟ କେନ୍ଦ୍ରରୁ ଔଷଧ ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁସାରେ ନେଉଥିଲେ । ହଠାତ୍ ଜଣେ ଗୁରୁତର ରୋଗୀ ଆସିବାରୁ ତାଙ୍କୁ ଆଗ ଔଷଧ ଦିଆ ଯାଇଥିଲା । ଧାଡ଼ିରେ ଥିବା ରୋଗୀମାନେ […]

Read More Text.
Photo for the news of asa school jiba

ଆସ ସ୍କୁଲ୍ ଯିବା ପଦଯାତ୍ରା ଅନୁଷ୍ଠିତ

ଆଗରପଡ଼ା : ବନ୍ତ ବ୍ଲକ କାଦବରାଙ୍ଗ କ୍ଲଷ୍ଟର ଅଧୀନ ଆପ୍ତିରା ମଧ୍ୟ ଇଂରାଜୀ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ ଯିବା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଶିକ୍ଷକ ଏବଂ ଅଭିଭାବକଙ୍କ ସମେତ ଅଧ୍ୟୟତରତ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ପ୍ରକାରର ସଚେତନତାର ବାର୍ତ୍ତା ଦେଇ ଗ୍ରାମ ପରିକ୍ରମା କରିଥିଲେ । ଘରେ ନରହି କିମ୍ବା ବାହାରକୁ ନଯାଇ ପିଲା ମାନେ ସମସ୍ତେ ବିଦ୍ୟାଳୟକୁ ଯାଇ ଶିକ୍ଷାଗ୍ରହଣ କରିବାକୁ ସଚେତନ କରିଥିଲେ […]

Read More Text.
Photo for the news of tahasildar

ପିଲାଙ୍କ ଗହଣରେ ସ୍ୱାଧୀନତା ଦିବସ ପାଳିଲେ ଅତିରିକ୍ତ ତହସିଲଦାର

ଆଗରପଡ଼ା : ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବେଲଦା ମୁଣ୍ଡାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମିଠା ଖୁଆଇ ଓ ଶିକ୍ଷା ସାମଗ୍ରୀ ପ୍ରଦାନ ପୂର୍ବକ ସ୍ୱାଧୀନତା ଦିବସ ପାଳିଲେ ଭାରପ୍ରାପ୍ତ ତହସିଲଦାର ପ୍ରସନ୍ନ ମହାନ୍ତି । ସାରା ଭାରତ ୭୯ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ହଟାତ ବନ୍ତ ବ୍ଲକର ଭାରପ୍ରାପ୍ତ ତହସିଲଦାର ପ୍ରସନ୍ନ ମହାନ୍ତି ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ପିଲାଙ୍କ ପାଇଁ ବେଲଦାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ […]

Read More Text.
Photo for the news of agarpara college

ବ୍ୟତିକ୍ରମ : ଆଗରପଡ଼ା କଲେଜ ପାଳିଲା ୭୮ତମ ସ୍ୱାଧୀନତା ଦିବସ 

ଆଗରପଡ଼ା  : ସାରା ଭାରତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଆଗରପଡ଼ା କଲେଜ କାଗଜକଲମରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କଲେଜ ଅଧ୍ୟକ୍ଷ ୧୪ତାରିଖରେ କଲେଜର ବିଭିନ୍ନ ବିଭାଗକୁ ୧୫ତାରିଖ ଦିନ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସବିଶେଷ ବିବରଣୀ ସମେତ ପତ୍ର ମାଧ୍ୟମରେ ଅବଗତ କରିଥିବା ଜଣାପଡ଼ିଛି । ଅଧ୍ୟକ୍ଷଙ୍କ ଏହିପରି ଭୂଲକୁ ସାଧାରଣରେ ନିନ୍ଦା କରାଯାଇଛି । ଏଠାରେ ପ୍ରକାଶ […]

Read More Text.
Photo for the news of independence day

ବିଭିନ୍ନ ଅନୁଷ୍ଠାନରେ ସ୍ୱାଧୀନତା ଦିବସ

ଆଗରପଡ଼ା  : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ କଳିଙ୍ଗ କଂପ୍ୟୁଟର୍ସ ପକ୍ଷରୁ ନିର୍ଦ୍ଦେଶକ ବିନୋଦ ଧଳ ସାମନ୍ତ ପତାତା ଉତ୍ତୋଳନ କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶିକା ମୋନାଲିସା ମହାନ୍ତି ଉଦ୍‌ବୋଧନ ଦେଇଥିଲେ । ଆଗରପଡ଼ା ଆଚଂଳିକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ପରିସରରେ ସଭାପତି ରାମଚନ୍ଦ୍ର ନାୟକ ପତାକା ଉତ୍ତୋଳନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଚନ୍ଦ୍ର ଶତପଥି,ସଂପାଦକ ରବିନ୍ଦ୍ର ଆଇଚ,ବରିଷ୍ଠ ସଭ୍ୟ ସନାତନ ପଲେଇ,ସୁଦର୍ଶନ ଦଳେଇ,ପ୍ରଫୁଲ୍ଲ […]

Read More Text.