Contraband

ଟ୍ରକ୍‌ ସହ ୬୧୫ କିଲୋ ଗଂଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ମାଲକାନଗିରି: ସଦର ପୁଲିସକୁ ବଡ଼ ସଫଳତା ମିଳିଛି। ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି କୋରକୋଣ୍ଡା ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କୋରକୋଣ୍ଡା ସଦର ଆଇଆଇସି ହିମାଂଶୁ ବାରିକଙ୍କ ନେତୃତ୍ବରେ ଏକ ଟିମ ତାର୍ଲାକୋଟା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ଚିତ୍ରକୋଣ୍ଡା ପଡରୁ ଆସୁଥିବା ଟାଟା ୧୧୦୯ ଟ୍ରକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ସେଥିରେ […]

Read More Text.
Biscuit

ବିସ୍କୁଟରୁ ପୋକ ବାହରିଲା

ପିପିଲି :ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସମୟରେ ବିସ୍କୁଟ୍‍ ପ୍ୟାକେଟ୍‍ ଖୋଲିବାରୁ ସେଥିରୁ ବାହାରିଥିଲା ଏକ ଲମ୍ବାପୋକ। ଏଭଳି ଘଟଣା ଘଟିଛି ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ । ସୂଚନା ଅନୁଯାଇ, ପିପିଲିର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁବାର ସକାଳ ସାଢେ ୮ଟା ସମୟରେ ମଧ୍ୟାହ୍ନ ଭୋଜନ ବେଳେ ଜଣେ କେଜି-୨ ଛାତ୍ରଙ୍କ ବିସ୍କୁଟ୍‍ ପ୍ୟାକେଟ୍‍ରୁ ପୋକ ବାହାରିଥିଲା । ମଧ୍ୟାହ୍ନ ଭୋଜନ ପୂର୍ବରୁ ପିଲାମାନେ ଘରୁ ଆଣିଥିବା ଖାଦ୍ୟକୁ ଉକ୍ତ ଶିକ୍ଷାନୁଷ୍ଠାନର ଶ୍ରେଣୀ ଶିକ୍ଷୟିତ୍ରୀ […]

Read More Text.
Cleaning

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ସଫେଇ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର ଏବଂ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ‘ଏକ୍ ପେଡ୍ ମା କେ ନାମ୍ ୨.୦’ କାର୍ଯ୍ୟକ୍ରମ ଅଧିନରେ ସ୍ଥାନୀୟ ଦେବୀପାଦହରା ପୁଷ୍କରିଣୀ ନିକଟରେ […]

Read More Text.
Pitambar

ଆଲୋଚନା ହିଁ ସମାଧାନର ବାଟ: ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ଵର: ମହାନଦୀ ଜଳ ବିବାଦକୁ ନେଇ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୈଠକରେ ଗୁରୁତ୍ଵପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଏଜି ପିତାମ୍ବର ଆଚାର୍ଯ୍ୟ। ସେ କହିଛନ୍ତି ମହାନଦୀକୁ ନେଇ କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା। ଦାମୀ ଓକିଲ ପୋଷିବାକୁ ଯୋଜନା କରାଯାଇଥିଲା। ବିଜେପି ସରକାର ଆସିବା ପରେ ସମସ୍ୟାର ସମାଧାନ ପାଇଁ ପ୍ରାୟାସ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ସମାଧାନ ପାଇଁ ପ୍ରୟାସ କରାଯାଉଛି ଏବଂ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି। […]

Read More Text.
Odisha police

କମିଶନରେଟ ପୋଲିସ ଲଞ୍ଚ କରିବ ମୋବାଇଲ ଆପ୍ଲିକେସନ, ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ

ଭୁବନେଶ୍ୱର : ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ । କମିଶନରେଟ ପୋଲିସ ଲଞ୍ଚ କରିବାକୁ ଯାଉଛି ମୋବାଇଲ ଆପ୍ଲିକେସନ । ପୂଜା ମଣ୍ଡପ ବାଟ ଦେଖାଇବ ଏହି ଆପ ।  ଯାହାକୁ ବ୍ୟବହାର କରି ଯେ କେହି ବି ରାଜଧାନୀର ବିଭିନ୍ନ ପୁଜା ମଣ୍ଡପ ବୁଲିପାରିବ ।  ଆପ୍ଲିକେସନରେ ମିଳିବ ନିକଟବର୍ତ୍ତୀ ପୁଜା ମଣ୍ଡପର ଲୋକେସନ। ଭିଡ଼ରେ ନଯାଇ ଆପ୍ଲିକେସନ ଦେଖାଇବ ସହଜ ଓ ସର୍ଟକଟ ବାଟ । ପୁଜା ମଣ୍ଡପର ପାର୍କିଂ ସ୍ଥଳ ସହ […]

Read More Text.
Child b

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ! ସମ୍ପର୍କୀୟ -ପୋଲିସ ମୁହାଁମୁହିଁ

ନୟାଗଡ଼ : ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଅଭିଯୋଗରେ ସମ୍ପର୍କୀୟ -ପୋଲିସ ମୁହାଁମୁହିଁ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଉତରାପୁର ଗାଁର ଜିତେନ୍ଦ୍ର ଦଳେଇଙ୍କ ଅଢ଼େଇ ମାସର ଶିଶୁ ଅନ୍ୟତ୍ର ପୋଲିଓ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲା। ଗତକାଲି ରାତିରେ ସଂପର୍କୀୟମାନେ ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଆଣିଥିଲେ । ହେଲେ ଶିଶୁ ସୁସ୍ଥ ଅଛି କହି ଡାକ୍ତର ଫେରାଇ ଦେଇଥିଲେ । ପରେ ସକାଳୁ […]

Read More Text.
Wasteage

ଅଳିଆ ଗଦାରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ ଚାରକୋଲ, ପଳାଶୁଣୀରେ ନିର୍ମାଣ ହେବ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଳିଆ ଗଦାରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ କୋଇଲା । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ ସେ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆହୁରି […]

Read More Text.
Murder case

ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର, ନିଶା ଖାଇବା ପାଇଁ ଟଙ୍କା ନ ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର । ରାଜଧାନୀର ସହୀଦନଗର‌ ଥାନା ତାରିଣୀ ବସ୍ତିରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ ।  ନିଶା ଖାଇବାକୁ ମାଗିଲେ ଟଙ୍କା ନ ଦେବାରୁ ଏପରି ଆକ୍ରମଣ କରିଥିବା ସୂଚନା ମିଳିଛି ।  ଗୁରୁତର ଥିବା ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ,  ଆହାତ ହୋଇଥିବା ଯୁବକ ଜଣଙ୍କ ପୁର୍ବରୁ ମଧ୍ୟ ନିଶା କରୁଥିଲେ ।   କିଛି ଦିନ ହେବ […]

Read More Text.
Srimandir 3

ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା, ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ଚାଲିବ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା । ନୀଳାଦ୍ରୀବିଜେ ଦିନ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ଗୁପ୍ତ ଗୁଣ୍ଡିଚା ଯାତ୍ରା କରୁଛନ୍ତି ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନାର ଆଜିଠାରୁ ଗୁପ୍ତଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥ ଏହି ଯାତ୍ରାରେ ମା’ ମହାଲକ୍ଷ୍ମୀ ସ୍ବରୂପା ମା’ […]

Read More Text.
Fish curry v

ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ, ୩ ଜଣ ଗୁରୁତର

ବାସୁଦେବପୁର: ବିଷାକ୍ତ ମାଛ ତରକାରୀ ଖାଇ ନାବାଳକ ମୃତ । ବିଷାକ୍ତ ମାଛ ଖାଇ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତରେ ଘଟିଛି ଘଟଣା । ସୂଚନା ଅନୁସାରେ ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତର ସୁରେନ୍ଦ୍ର ବନ୍ଧଙ୍କ ୩ ବର୍ଷର ଯାଆଁଳା ପୁଅଙ୍କ ମଧ୍ୟରୁ ଜଣଙ୍କରର ମୃତ୍ୟୁ ହେଇଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । […]

Read More Text.