ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଓଡ଼ିଶା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଓଡ଼ିଶା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୫ର ବିଜେତାମାନଙ୍କର ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକତା ତଥା ଷ୍ଟାର୍ଟ-ଅପ ସ୍ଥାପନରେ ସହଯୋଗ କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ବିଜେତାମାନଙ୍କର ସମ୍ବର୍ଦ୍ଧନା ସମାରୋହରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ବିଜେତା ଡ. […]

Read More Text.

ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଯାପିତ 

ଉତ୍ତରସାହି ଛଉ ରାଜ୍ୟ ସ୍ତରକୁ ମନୋନୀତ ବାରିପଦା: ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଉଦଯାପିତ ହୋଇଯାଇଛି I ସ୍ଥାନୀୟ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଲୋକନୃତ୍ୟରେ ଉତ୍ତରସାହି ଛଉ, ଲୋକଗୀତରେ ଗୁରୁଶିଷ୍ୟ ଦଳ, ବିଜ୍ଞାନ ମେଳାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, କବିତା ଲିଖନରେ […]

Read More Text.

୨୦୨୫-୨୬ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ପାଇଁ ବାରିପଦାରେ ଗଡ଼ିଲା କୃଷକ ସଚେତନତା ରଥ 

ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶୃତିବଦ୍ଧ ବାରିପଦା: ସରକାରଙ୍କ ନିର୍ଦେଶ ତଥା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରୁ ଜିଲ୍ଲାରେ ୨୦୨୫ -୨୬ ବର୍ଷ ଖରିଫ ଋତୁ ପାଇଁ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବା ନେଇ କାର‌୍ୟ୍ୟକ୍ରମ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରାକ୍ ସଚେତନ କରିବା ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପରିସରରେ ବାରିପଦା ନିୟନ୍ତ୍ରିତ ବଜାର କମିଟି […]

Read More Text.

ଶିକ୍ଷାବିତ୍ ତଥା ଲେଖକ ବିଷ୍ଣୁମୋହନଙ୍କୁ “ଜ୍ଞାନୀ ଗୃରୁ ଶ୍ରୀଚକ୍ର” ସମ୍ମାନ

ଆଗରପଡ଼ା: ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ (ହାସିନପୁର) ପଣ୍ଡାସାହି ବାଉନଘର ଗ୍ରାମ ନିବାସୀ ଶିକ୍ଷାବିତ୍ ତଥା କର୍ମକାଣ୍ଡ ପୂଜାବିଧିର ବିଭିନ୍ନ ପୁସ୍ତକ ରଚୟତା ବିଷ୍ଣୁ ମୋହନ ପଣ୍ଡା“ ଜ୍ଞାନୀ ଗୃରୁ ଶ୍ରୀଚକ୍ର” ସମ୍ମାନରେ ସମ୍ମାନିତ ହୋଇଛନ୍ତି । ରବିବାର ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ବର୍ତ୍ତମଣା ଠାରେ ଆୟୋଜିତ ‘ବୟସର କୃଷ୍ଣଚୂଡା’କମିଟି ଦ୍ୱାରା ଆୟୋଜିତ ପ୍ରଥମ ବାର୍ଷିକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତିଙ୍କ ତତ୍ତ୍ୱାବଧାନରେ ଆନନ୍ଦ ଚନ୍ଦ୍ର ମାଇତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି […]

Read More Text.

ସାଇ ମନ୍ଦିରରୁ ଚୋରି

ଆଗରପଡ଼ା:ସାଇ ମନ୍ଦିରରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ବନ୍ତ ଥାନା ଅଧୀନ ସିଲନ୍ଦୀ ସାଇ ମନ୍ଦିରରେ ସୋମବାର ରାତିରେ ଦୁର୍ବୃତ୍ତ ମାନେ ପଶି ଠାକୁରଙ୍କ ୨ଗୋଟି ରୂପା ମୁକୁଟ ସାଉଣ୍ଡ ମେସିନ୍ ସହ ବିଭିନ୍ନ ପ୍ରକାରର ଜିନିଷ ପତ୍ର ଲୁଟ୍ କରି ନେଇଥିବାର ଜଣାପଡ଼ିଛି । ଆଜି ସକାଳୁ ଏହି ଲୁଟ୍ ପାଟ୍ ଘଟଣା ଜଣାପଡ଼ିବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୋଲିସ୍ […]

Read More Text.
Photo for the news of pressmeet

ବିଧାୟକଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି

ଆଗରପଡ଼ା:ଭଣ୍ଡାରିପୋଖରୀ ବିଧାୟକଙ୍କ ବିରୋଧରେ ଆର୍ଥିକ ଅନିୟମିତତା ସଂପର୍କରେ ଅଭିଯୋଗ କରିଛନ୍ତି ଆଇନଜୀବୀ ଶ୍ରୀରାମ ସ୍ୱରୂପ ମହାପାତ୍ର । ମଙ୍ଗଳବାର ଅପରାହ୍ନରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଭଦ୍ରକ ପ୍ରାକ୍ତନ ବିଧାୟକ ତଥା ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ବାଇକ ତଥା ଚାରିଚକିଆ ଯାନ ସୋ ରୁମ ମାନ ବିଭିନ୍ନ ଅଂଚଳରେ ଖୋଲିବା ସହ ଏକ ଓଡ଼ିଆ ସ୍ୟାଟଲାଇଟ ଚ୍ୟାନେଲରେ ଅଂଶୀଦାର ହୋଇ ଏଥିରେ କୋଟି କୋଟି ଟଙ୍କା ବିନିଯୋଗ କରିଥିବା ସେ ପ୍ରକାଶ […]

Read More Text.
Photo2 for the news of dibyang

ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ, ବଞ୍ଚିବାର ରାହା ଖୋଜୁଛନ୍ତି ଦିବ୍ୟାଙ୍ଗ

ଆଗରପଡ଼ା:୧୯୯୨ ମସିହା ଠାରୁ ସାରା ବିଶ୍ୱରେ ଡିସେସ୍ୱର ମାସ ୩ତାରିଖକୁ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଉଛି । ସରକାରୀ ତଥା ବେସରକାରୀ ଭାବେ ଏହି ଦିବସ ପାଳନ କରାଯାଇ ଭିନ୍ନକ୍ଷମ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଯାଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ କରିବା ପାଇଁ ପ୍ରୟାସ ଜାରୀ ରହିଛି । ଏହିପରି ସ୍ଥଳେ ବିଭିନ୍ନ ଆକଳନକୁ ନଜୀରକୁ ନେଲେ ଭିନ୍ନକ୍ଷମଙ୍କ ବିକାଶ କେବଳ କାଗଜ କଲମରେ ସୀମିତ ରହିଯାଇଛି । ବନ୍ତ ଓ ଆଗରପଡ଼ା ତଥା […]

Read More Text.

କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। କଟକରେ ଥିବା ସମସ୍ତ ବିପଦ ଶଂକୁଳ ଚିଠା ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବ । କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟିର ଗଠନ କରାଯାଇଛି। ବର୍ତ୍ତମାନ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି । ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ ନୋଟିସ […]

Read More Text.

ଭଦ୍ରକରେ ସଙ୍ଗଠିତ ହେବ ଦଳ, ପ୍ରଫୁଲ୍ଲଙ୍କୁ ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଭଦ୍ରକରେ ବିଜେଡିକୁ ଲାଗିଛି ଝଟ୍‌କା । ୪ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଦୋହଲିଯାଇଛି ବିଜେଡି ଗଡ଼। ଭଦ୍ରକରେ ଦଳକୁ ସଙ୍ଗଠିତ କରି ରଖିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ଭଦ୍ରକରେ ଦେଖାଦେଇଥିବା ସଙ୍କଟ ନେଇ ନବୀନ ନିବାସରେ ସୋମ‌ବାର ମାନସମନ୍ଥନ କରାଯାଇଛି। ବୈଠକ ପରେ ଦଳୀୟ ନେତା କହିଛନ୍ତି, ଯାହାର ମୂଲ୍ୟ ନାହିଁ ସେମାନେ ଦଳ ଛାଡୁଛନ୍ତି । ସମସ୍ତଙ୍କୁ ଅନୁରୋଧ ଦଳକୁ ମଜଭୁତ କର, […]

Read More Text.

ପରିବା ବଜାରରେ ଯୋଗାଣ ବିଭାଗର ଚଢ଼ଉ: କମିବ ଦର

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲାରେ ଚଢ଼ଉ କରାଯାଇଛି। ରାଜ୍ୟରେ ପନିପରିବା ଦରବୃଦ୍ଧି ନିୟନ୍ତ୍ରଣ କରିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରାଜ୍ୟରେ ଗତ କିଛିଦିନ ଧରି ପନିପରିବା ଦରବୃଦ୍ଧି ହେଉଥିବା ଅଭିଯୋଗକୁ ଭିତ୍ତିକରି ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ନିର୍ଦେଶକ୍ରମେ ବିଭାଗର କର୍ମଚାରୀମାନେ ରାଜ୍ୟର ପ୍ରମୁଖ ବଜାରରେ ଯାଞ୍ଚ କରିଥିଲେ। ବିଭାଗ ପକ୍ଷରୁ କୁହାଯାଇଛି, […]

Read More Text.