ଭୁବନେଶ୍ୱରରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା ନିୟନ୍ତ୍ରକ(CAG)ଙ୍କ ପୂର୍ବାଞ୍ଚଳ ଶାଖା ଭୁବନେଶ୍ୱରରେ ଖୋଲିବାକୁ ସିଏଜି ଅନୁମୋଦନ କରିଛନ୍ତି। ଯାହା ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ ପ୍ରଶାସନକୁ ସୁଦୃଢ଼ ​​କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସରକାରୀ ସୂଚନା ଅନୁଯାୟୀ, ନୂତନ କାର୍ଯ୍ୟାଳୟ ୧୫ ଏପ୍ରିଲ ୨୦୨୬ରୁ କାର୍ଯ୍ୟ ଆରମ୍ଭ କରିବ। ପୂର୍ବାଞ୍ଚଳ ମୁଖ୍ୟାଳୟ ଜଣେ ଉପନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (ଡେପୁଟି ସିଏଜି)/ଅତିରିକ୍ତ ଉପ ନିୟନ୍ତ୍ରକ […]

Read More Text.

୫୯୧ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୋଟ ୫୯୧ ଜଣ ନୂତନ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।  ଭୁବନେଶ୍ୱରର ଓୟୁଏଟିର କୃଷି ଶିକ୍ଷା ସଦନରେ ୧୩ତମ ନିଜୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ ।   ସରକାରୀ ଚାକିରି ମିଳିଯିବା […]

Read More Text.

ମେଡ଼ିସିନ ଷ୍ଟୋରରେ ବେଆଇନ ମଦ କାରବାର

ଭଦ୍ରକ : ମେଡ଼ିସିନ ଷ୍ଟୋର ଭିତରୁ ବାହାରିଲା ମଦ । ମେଡ଼ିସିନ ଷ୍ଟୋର ଭିତରେ ବେଆଇନ ମଦ କାରବାର। ପୋଲିସ ଡ୍ରଗ ଇନ୍ସପେକ୍ଟରଙ୍କ ମିଳିତ ଚଢ଼ାଉ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ ଠାରେ ଥିବା ଏକ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି। ବିପୁଳ ପରିମାଣରେ ମଦ ଜବତ ହଇଛି। ମେଡ଼ିସିନ ଦୋକାନର ଲାଇସେନ୍ସ ଯାଞ୍ଚ ଚାଲିଛି । ଦୋକାନୀ ଜଣକ କେବେଠାରୁ ମେଡ଼ିସିନ ଦୋକାନ ଭିତରେ ଏହି ବେଆଇନ କାରବାର କରୁଥିଲା ତାର ତଦନ୍ତ ପୋଲିସ […]

Read More Text.

ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲା: ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣା। ଏନ୍‌ଆଇଏ ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ସହ ଏନ୍‌ଆଇଏ ତଦନ୍ତ ଜାରି ରଖିଛି । ରାଉରକେଲାରେ ଏକ ପଥର ଖଣିକୁ ବିସ୍ଫୋରକ ନେବା ଆଣିବା ବେଳେ ସିପିଆଇ ମାଓଇଷ୍ଟ ଟେରର ଅର୍ଗନାଇଜେସନର ସଦସ୍ୟ ମାନେ ଏହାକୁ ଲୁଟ୍ କରିଥିଲେ । ୧୧ ଅଭିଯୁକ୍ତଙ୍କ ନାମ ହେଲା, ଜର୍ଜା […]

Read More Text.

ଫୁଲବାଣୀରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି। ଦିନକୁ ଦିନ ପାରଦ ଖସୁଛି ଶୀତର ପ୍ରକୋପ ବଢୁଛି। ଯାହାକୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଫୁଲବାଣୀର ସାର୍ତ୍ତାଗୁଡା ଗାଁରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଖରା ଆସିଲେ ମଧ୍ୟ ଦିନ ତମାମ ଶୀତ ଲହରୀ ଜାରି ରହୁଛି। ଚଳିତବର୍ଷ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ […]

Read More Text.

ଟ୍ରେନ ଲାଇନ୍ ସଂଯୋଗୀକରଣ ପାଇଁ ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ ଯୋରନ୍ଦା ରୋଡ୍ ମଧ୍ୟରେ ତୃତୀୟ/ଚତୁର୍ଥ ଲାଇନର କାର୍ଯ୍ୟକ୍ଷମତା ସହିତ ରାଜ ଆଠଗଡ଼ ଷ୍ଟେସନରେ ରେଳ ଲାଇନ୍ ସଂଯୋଗୀକରଣ କାର୍ଯ୍ୟ ପାଇଁ କିଛି ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ କରାଯାଇଛି। ଭୁବନେଶ୍ବର-ପଲାସା ମେମୁ, ଖଡ଼ଗପୁର-ଖୋର୍ଦ୍ଧାରୋଡ଼ ଏକ୍ସପ୍ରେସ ଏବଂ କଟକ-ଭଦ୍ରକ ମେମୁ ରେଳ କାର୍ଯ୍ୟକୁ ଦୃଷ୍ଟିରେ ରଖି ଚଳିତ ମାସରେ କିଛିଦିନ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୧୨ରୁ ୧୯ […]

Read More Text.

କଙ୍ଗାରୁ କୋର୍ଟ: ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ

କଳାହାଣ୍ଡି : ବାଦଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଦଲି ଗାଁରେ ଜଣେ ବୃଦ୍ଧ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟରେ ନିଷ୍ପତ୍ତି କ୍ରମେ ବୃଦ୍ଧଙ୍କୁ ପ୍ରଥମେ ଲଣ୍ଡା କରାଯିବା ସହ ଚପଲ ମାଳ ପିନ୍ଧାଇ ଗାଁରେ ବୁଲେଇ ଥିଲେ  l ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । […]

Read More Text.

ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଆୟୋଜିତ ହେଉଛି ଓଟିଇଟି ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ପେପର ୧ ରେ ୪୭ ହଜାର ୭୨୦ ଜଣ ଓ ପେପର ୨ ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି […]

Read More Text.

ବସ୍-ବାଇକ ମୁହାଁମୁହିଁ, ୨ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଛାତ୍ରଙ୍କର ଜୀବନ ଚାଲିଯାଇଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଗୁଡାରୀରୁ ବାଡ଼ିସୋଲାକୁ କଲେଜ ଆସୁଥିଲେ। ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ଲାଞ୍ଜିଗଡ଼ରୁ ବ୍ରହ୍ମପୁରକୁ ଯାଉଥିବା ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣାସ୍ଥଳରେ ଉଭୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ରାମନଗୁଡ଼ା ପୁଲିସ ପହଞ୍ଚି ତଦନ୍ତ […]

Read More Text.

ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଚାନ୍ଦବାଲି : ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା । ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଚାନ୍ଦବାଲି ବିଇଓ । ନିଲମ୍ବିତ ଶିକ୍ଷକ ହେଲେ ଭଦ୍ରକ କିସମତ ସ୍କୁଲର ପ୍ରଧାନଶିକ୍ଷକ ବ୍ରଜକିଶୋର ଦାସ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବ୍ରଜକିଶୋରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ବ୍ଲକ ଶିକ୍ଷାଧିକାରୀ ଘଟଣାର […]

Read More Text.