Img 20251012 wa0130

ଥାଲାସେମିଆ ଓ ସିକିଲସେଲ ରୋଗୀଙ୍କ ଉଦ୍ଦେଶ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବାରିପଦା : ସାଧାରଣତଃ ଥାଲାସେମିଆ ଓ ସିକିଲସେଲ ରୋଗୀମାନଙ୍କ ଶରୀରରେ ରକ୍ତ କଣିକା ତିଆରି ହୋଇପାରେ ନାହିଁ I ଫଳରେ ମାସକୁ ଥରେ ବା ଦୁଇଥର ସେମାନଙ୍କର ରକ୍ତର ଆବଶ୍ୟକତା ଦେଖାଯାଇ ଥାଏ I ଏହାକୁ ଆଖି ଆଗରେ ରଖି ରେଡ ଗ୍ରୀନ ଫାଉଣ୍ଡେସନ ନିୟମିତ ବ୍ୟବଧାନରେ ରକ୍ତଦାନ ଶିବିରର ଆୟୋଜନ କରିଥାଏ I ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଚିତ୍ତରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଓଡିଶା ରକ୍ତ ଭଣ୍ଡାର, ବାରିପଦାରେ ଆୟୋଜିତ ଆଜିର ରକ୍ତଦାନ ଶିବିରରେ ମୋଟ […]

Read More Text.
Img 20251010 wa0192

ଅକ୍ଟୋବର 15 ରେ ଯୁବ କଳାକାର ମାନଙ୍କ ଦ୍ୱାରା ପରିବେଶଣ ହେବ କର୍ମଶାଳା ଭିତ୍ତିକ ନାଟକ “ଇତି ଯେବେ ହସେ”  

ବାରିପଦା: ଦୀର୍ଘ ବର୍ଷ ପରେ ବାରିପଦାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଯୁବ କଳାକାରଙ୍କୁ ନେଇ ଏକ ନାଟ୍ୟ କର୍ମଶାଳା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଯାଇଛି I ୧୪ ଦିନର ପ୍ରଶିକ୍ଷଣ ପରେ ଯୁବ କଳାକାର ମାନେ ୧୫ ତାରିଖ ଦିନ ସନ୍ଧ୍ୟା ୭ଟା ରେ କର୍ମଶାଳା ଭିତ୍ତିକ ନାଟକ […]

Read More Text.
0f76d80c 02e1 46da b980 42797a5d71d0

ଶବ୍ଦ ପ୍ରଦୂଷଣକୁ ବାଏ ବାଏ: ବଡବେତରା ଯୁବକଙ୍କ ନିଆରା ଗଜଲକ୍ଷ୍ମୀ ଭସାଣି, ସୃଷ୍ଟି କଲା ନୂଆ ପରମ୍ପରା

କେନ୍ଦ୍ରାପଡା (ବିକାଶ ବେହେରା)  :  ଆଜିର  ଆଧୁନିକ ଯୁଗରେ ପାର୍ବଣ ଉତ୍ସବଗୁଡ଼ିକ କେବଳ ପୂଜାପାଠରେ ସୀମିତ ନ ରହି ଧୀରେ ଧୀରେ ପ୍ରଦୂଷଣ ଓ କୋଳାହଳର କେନ୍ଦ୍ର ପାଲଟୁଛି। ବିଶେଷ କରି ଡିଜେ ବାଜାର ଅସହ୍ୟ ଶବ୍ଦ ପ୍ରଦୂଷଣ ପୂଜାପାଠର ଆଧ୍ୟାତ୍ମିକତାକୁ ନଷ୍ଟ କରିବା ସହିତ ପରିବେଶ ଓ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରୁଛି। ଯେଉଁଠାରେ ସବୁଆଡେ ଡିଜେ ବାଜାର ତାଳେ ତାଳେ ଠାକୁର ଭସାଣି କାର୍ଯ୍ୟକ୍ରମରେ ଉତ୍ତେଜନା ଓ କୋଳାହଳ ଦେଖିବାକୁ […]

Read More Text.
Mamata abvp 1068x601

ଏବିଭିପିର ମମତାଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଦୃଢ଼ ପ୍ରତିବାଦ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏବିଭିପିର ଭୁବନେଶ୍ୱର ଶାଖା ତରଫରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମବଙ୍ଗରେ ନାରୀ ଅସୁରକ୍ଷିତ। ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣବଳାତ୍କାର ହେବା ପରେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଘଟଣାକୁ ଚପେଇ ଦେବା ପାଇଁ ଯେଉଁ ଷଡଯନ୍ତ୍ର କରୁଛନ୍ତି ଏହା ବିରୋଧରେ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

Read More Text.
Accident

ବାଇକ୍କୁ ଧକ୍କା ଦେଲା କାର୍, ୨ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାରେ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଦ୍ରୁତଗାମୀ କାର୍ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ କାର୍ ଚାଳକଙ୍କୁ ଖୋଜିବା ଆରମ୍ଭ କରିଛି । ଏଥିସହ ପୋଲିସ ମୃତଦେହକୁ ପୋଷ୍ଯମର୍ଟମ ପାଇଁ ପଠାଇଛି । ସୂଚନାନୁଯାୟୀ, ଏକ ଦ୍ରୁତଗାମୀ କାର ଧକ୍କା ଦେବାରୁ ଦୁଇଜଣ ମୋଟରସାଇକେଲ […]

Read More Text.

ଗଳାକାଟି ହତ୍ୟା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ

ରେଙ୍ଗାଲିକ୍ୟାମ୍ପ: ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚକୁଳି ଫାର୍ମ ସତୀଜୋର ନୂନେଇଗୁଡ଼ି ନିକଟ ୫୩ ନମ୍ବର ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ରାସ୍ତାକଡ଼ରୁ ଗଳାକଟା ମୃତଦେହକୁ ଜବତ କରିଛି ପୁଲିସ। ହତ୍ୟାର ଶିକାର ହୋଇଛନ୍ତି ବରଗଡ଼ ଜିଲ୍ଲା ବରାହ ଗୋଡା ଗ୍ରାମାଞ୍ଚଳ ଥାନା ବରାହ ଗୋଡା ଗୌରାଙ୍ଗ ଟିକ୍ରା ଗ୍ରାମର ୫୫ ବର୍ଷୀୟ ମହାଦେବ […]

Read More Text.
Bhakta das

ନୂଆପଡାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି: ଭକ୍ତ

ନୂଆପଡ଼ା: ନୂଆପଡ଼ାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି।  ଏଥର ତ୍ରିକୋଣୀୟ ଲଢ଼େଇ ହେବ ନାହିଁ। କଂଗ୍ରେସ ହାତକୁ ଏହି ଆସନ ଯିବ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ନୂଆପଡ଼ାରେ କଂଗ୍ରେସ ପାର୍ଥୀ ଘାସିରାମ ମାଝୀ ଜଣେ ସାଲିସ ବିହୀନ ସଂଗ୍ରାମୀ। ସେ ସୁଖଦୁଃଖରେ ଲୋକଙ୍କ ସହ ରହିଛନ୍ତି। ପୂର୍ବ ନିର୍ବାଚନରେ ଆମେ ତାଙ୍କୁ ଟିକେଟ ଦେଇପାରି ନ ଥିଲେ। ଏବେ ଆମେ ଭୁଲ […]

Read More Text.
Anugul 1068x601

ଡାକ୍ତରଖାନାରୁ ଜୋର ଜବରଦସ୍ତି ନେଇଗଲେ ମୃତଦେହ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜୋର ଜବରଦସ୍ତି ନେଇଗଲେ ମୃତଦେହ। ହିଙ୍ଗୁଳା ଖଣି ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସମ୍ପର୍କୀମାନେ ମୃତଦେହ ଧରି ପଳାଇଥିଲେ। ମୃତକ ହେଲେ ସାକସିଙ୍ଗା ଗାଁର ରଜତ ନାୟକ(୨୭) । ସୂଚନା ଅନୁସାରେ, ସାକସିଙ୍ଗା ଗ୍ରାମର ରଜତ ନିଜେ ଗାଡ଼ି ମାଲିକ ଥିବାବେଳେ ନିଜ ଗାଡି ନିଜେ ଚଳାନ୍ତି । ଆଜି […]

Read More Text.
River

କାଠଯୋଡ଼ିରେ ବୁଡ଼ିଗଲେ ୨ ନାବାଳକ

କଟକ : କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। କୂଳସରିଚୁଆଁ ନିକଟ କାଠଯୋଡ଼ି ନଦୀରେ ରବିବାର ଏହି ଅଘଟଣ ଘଟିଛି। ନାବାଳକ ଦ୍ଵୟ ନଦୀରେ ଗାଧୋଇବା ସମୟରେ ଭାସିଯାଇଥିଲେ। ଉଭୟଙ୍କ ଘର ସ୍ଥାନୀୟ ବସ୍ତକୁଣ୍ଡଳ ଗ୍ରାମରେ। ଅଗ୍ନିଶମ ବାହିନୀ ନାବାଳକମାନଙ୍କୁ ଉଦ୍ଧାର କରିବା ଲାଗି ନଦୀରେ ଖୋଜାଖୋଜି ଜାରି ରଖିଛି।

Read More Text.
Aparajita

ନବୀନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଅପରାଜିତା

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ଅପରାଜିତା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଅପରାଜିତା କହିଛନ୍ତି, ନବୀନଙ୍କୁ ଭେଟି ବହୁତ ଖୁସି ଲାଗିଲା । ସେ ଅତୀତର ଅନେକ ଘଟଣାକୁ ଅତି ଆଗ୍ରହର ସହ ମନେପକାଉଥିଲେ । ଉଭୟ ଅନେକ କଥା ହେବା ସହ ଅନେକ ହସିଥିଲେ । ଏହା ଏକ ସୁନ୍ଦର ଭେଟଘାଟ […]

Read More Text.