Nuapada 1068x601

ସରିଲା ନୂଆପଡ଼ା ଭୋଟ: ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ

ନୂଆପଡ଼ା : ସରିଲା ନୂଆପଡ଼ା ଭୋଟ। ଇଭିଏମରେ ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ଉତ୍ସାହର ସହ ୩୫୮ ବୁଥରେ ହୋଇଛି ଭୋଟିଂ ।  ସୁରୁଖୁରୁରେ ମତଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।  ସକାଳୁ ସକାଳୁ ବୁଥ୍ ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।  ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ ହୋଇଛି । କାଁ ଭାଁ ବୁଥ୍ କୁ ଛାଡିଲେ ଧାଡିରେ ଛିଡା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି […]

Read More Text.
High alert

ଦିଲ୍ଲୀ ବିସ୍ଫୋରଣ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଇଆଲର୍ଟ

ଭୁବନେଶ୍ବର: ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି । ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି । ପୁରୀର ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଟକ ବାଲିଯାତ୍ରାରେ ବି ହାଇଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂକୁ ଜୋରଦାର କରିଛି […]

Read More Text.
Vote 1

ସୁନାବେଡ଼ାର ୮ଟି ଅତି ସମ୍ବେଦନଶୀଳ ବୁଥରେ ୭୫% ମତଦାନ

ନୂଆପଡ଼ା: ସରିଲା ନୂଆପଡ଼ା ଉପନିର୍ବାଚନ| ସୁନାବେଡ଼ା ଅଞ୍ଚଳରେ ଥିବା ସମ୍ବେଦନଶୀଳ ବୁଥଗୁଡ଼ିକରେ ମତଦାନ ଆଗୁଆ ଶେଷ ହୋଇଛି। ଏଠାରେ ୭୫% ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସୁନାବେଡ଼ାର ୮ଟି ବୁଥ ଅତି ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ ହୋଇଥିଲା। ତେଣୁ ସେଠାରେ ଅପରାହ୍ନ ୪ଟା ସୁଦ୍ଧା ମତଦାନ ସାରିବାକୁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ୪ଟା ସୁଦ୍ଧା ଭୋଟଗ୍ରହଣ ଶେଷ ହୋଇଥିଲା। ଏହା ପରେ ପୋଲିଂ ପାର୍ଟ ସେଠାରୁ ଅପରାହ୍ନ ସା​‌ଢ଼େ ୪ଟା ସୁଦ୍ଧା ହେଲିକପ୍ଟର ଜରିଆରେ […]

Read More Text.

ନୂଆପଡ଼ା ଉପନିର୍ବାଚନ: କୁଳିଆବନ୍ଧ ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ଭୁବନେଶ୍ଵର: ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ। ଭୋଟ୍‌ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ। ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସିଇଓ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହ ଭୋଟିଂ  ହୋଇଛି| ସିସିଟିଭିରେ ମନିଟର କରାଯାଇଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା| ୮ଟି ବୁଥ୍‌ରେ ଅପରାହ୍ନ ୪ଟାରେ ଭୋଟିଂ ସରିବ। ବାକି ସ୍ଥାନରେ ଅପରାହ୍ନ ୫ଟା ଯାଏଁ ଭୋଟିଂ ଚାଲିଥିଲା| ତେବେ […]

Read More Text.
Img 20251110 wa0225

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୮ମ ସନ୍ଧ୍ୟା, ଆଦିବାସୀ ନୃତ୍ୟ ଗୀତରେ ଦୁଲୁକିଲା ପଡିଆ

ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୮ମ ସନ୍ଧ୍ୟାରେ ନଂ – ୧ ଡ୍ୟାନ୍ସ ଗ୍ରୁପ ପ୍ରଥମ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ପରେ ପରେ ଇସ୍ପାୟାର ଡ୍ୟାନ୍ସ ଗ୍ରୁପ ଏବଂ ରୟାଲ କିଙ୍ଗଡ଼ମ ଗ୍ରୁପର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I  ବିଦ୍ୟାଳୟ ସ୍ତରୀୟ ଜୁନିୟର କୁଇଜ ପ୍ରତିଯୋଗିତାରେ ସତ୍ୟଜିତ ସିଂହ ଓ଼ ସିନିୟର ଗ୍ରୁପରେ ଏମ ସାଇ ପ୍ରୀତି, ବକ୍ତୃତା ଜୁନିୟର ଗ୍ରୁପରେ ବିଶ୍ୱମ୍ବର ଘଡେଇ, ସିନିୟରରେ […]

Read More Text.
Img 20251110 wa0202

ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା “ପ୍ରଗତି” ଅନୁଷ୍ଠିତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ, ରରୁଆଁରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିମନ୍ତେ  ୧ମ ପର୍ଯ୍ୟାୟ ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି”  ଅନୁଷ୍ଠିତ ହୋଇଯାଇଛି I ଏଥିରେ ରରୁଆଁ ବ୍ଲକର ୫୫ ଜଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ | ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜର ଶିକ୍ଷକ-ପ୍ରଶିକ୍ଷକ ତଥା ଡାଏଟ-ସିଆରସି ସଂଯୋଗ ସହ-ସଂଯୋଜକ, ରରୁଆଁ ସଂଜୀବ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ […]

Read More Text.
Img 20251110 wa0200

ଡିଭାଇନ ଗ୍ରୁପର ବାର୍ଷିକ ଉତ୍ସବ “ୟୁଫୋନି- ୨୦୨୫” ପାଳିତ

ବାରିପଦା: ବାରିପଦା ସହରର ଉପକଣ୍ଠରେ ଅବସ୍ଥିତ ଉତ୍ତର ଓଡିଶାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଡିଭାଇନ୍ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ ରେ ଡିଭାଇନ୍ ଡିପ୍ଲୋମା ଇଞ୍ଜିନିୟରିଂ, ଡିଭାଇନ୍ ନର୍ସିଙ୍ଗ୍ ଏବଂ ଡିଭାଇନ ଯୁକ୍ତ୨ ବିଜ୍ଞାନର ଚଳିତ ନଭେମ୍ବର ୮ଓ୯ ତାରିଖରେ ତାର ୧୭ତମ ବାର୍ଷିକ ଉତ୍ସବ “ୟୁଫୋନି ୨୦୨୫ “ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ପୋଲିସ ଅଧିକ୍ଷକ ଦୀପକ କୁମାର ଗଚ୍ଚାୟତ,ମୟୂରଭଞ୍ଜ, ମୁଖ୍ୟ ବକ୍ତା ଭାବେ ବାରିପଦାର […]

Read More Text.
Arrested 1 1536x864

ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ଵର : ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ। ଭୁବନେଶ୍ଵର ଉପକଣ୍ଠ ସରକନ୍ତରାରେ ଏମ୍ସ କର୍ମଚାରୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ସଦାଶିବ ପ୍ରଧାନ (ଶିବା)କୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ଖଣ୍ଡଗିରି ପୁଲିସ୍‌। ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଅକ୍ଟୋବର ୧୩ ତାରିଖରେ ହତ୍ୟା କରାଯାଇଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା। ପୂର୍ବରୁ […]

Read More Text.
Captu

ଅନ୍ୟ କୌଣସି ଜିଲାରୁ ଆସିନାହିଁ ଇଭିଏମ୍‌: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଇଭିଏମ୍‌ ଚୋରି ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟ କୌଣସି ସ୍ଥାନରୁ ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡା ଉପନିର୍ବାଚନରେ ମତଦାନ ପାଇଁ ଅନ୍ୟ କୌଣସି ଜିଲାରୁ ଇଭିଏମ୍‌ ଆସିନାହିଁ । ଗତକାଲି ବିଜେଡି ପକ୍ଷରୁ ଇଭିଏମ ଚୋରିର ଅଭିଯୋଗ ଆସିଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ କହିଛନ୍ତି ରାଜ୍ୟର ୩୦ଟି ଜିଲାରେ ଇଭିଏମ୍‌ ଷ୍ଟ୍ରଙ୍ଗରୁମରେ ରହିଛି । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ୩ମାସରେ ଥରେ […]

Read More Text.
Jhansi car accident

ଟ୍ରକ୍ ଚକା ତଳେ ଚାପି ହୋଇଗଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଭୁବନେଶ୍ୱର: ପାହାଳ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିରେ ସ୍ଵାମୀ ସ୍ତ୍ରୀ କଟକରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ବେଳେ ପାହାଳ ଓଭରବ୍ରିଜ ଉପରେ ବସ ସାଇଡ୍ ମାରିବାରୁ ଉଭୟ ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପାହାଳ ଥାନା ପୁଲିସ ଓ ଅଗ୍ନିଶମକର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ କରିବା ସହ ଟ୍ରକ୍ କୁ […]

Read More Text.