ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ…

ପୁରୀ: ପୁରୀର ଐତିହାସିକ ରାଜପ୍ରାସାଦ ଶ୍ରୀନଅରରେ ସୋମବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହା ପୌଷ ମାସର ଶୁଭ ପୁଷ୍ୟ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଗଜପତି ମହାରାଜାଙ୍କ ଏହି ଦିବ୍ୟ ଅଭିଷେକ ରୀତି ପାଳନ କରାଯାଇଥାଏ ଯାହାକି ତାଙ୍କର ସ୍ଥିତିକୁ ସୁଦୃଢ଼ କରିଥାଏ। ତେବେ ଏହା ଶହଶହ ବର୍ଷ ପୁରୁଣା ପରମ୍ପରା। ଯାହା ମହାରାଜାଙ୍କ ଭୂମିକାକୁ ଦେବତାଙ୍କ ଜୀବନ୍ତ ପ୍ରତିନିଧି ଭାବରେ ଉଜାଗର କରିଥାଏ ଓ “ଚଳନ୍ତି […]

Read More Text.

ଭୋଜି କରିବାକୁ ଯାଇ ନାବାଳକ ନିଖୋଜ, ୨ ସାଙ୍ଗ ଅଟକ

ବାଲୁଗାଁ : ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ନାବାଳକ ନିଖୋଜ । ଦୁଇ ସାଙ୍ଗ ଅଟକ । ବାଲୁଗାଁ ବାଇପାସ୍ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବେଲପଡା ପୋଖରୀ ନିକଟରୁ ମିଳିଛି ନାବାଳକଙ୍କ ଚପଲ ଓ ସାର୍ଟ । ଏନେଇ ନାବାଳକଙ୍କ ମାଆ ବାଣପୁର ଥାନାରେ ଏତଲା ଦେଇଛନ୍ତି । ନିଖୋଜ ନାବାଳକ ହେଲେ ବାଣପୁର ଥାନା ଝିଣ୍ଟିକାପଲି ଗାଁର ଚିନ୍ମୟ ପରିଡ଼ା । ବାଲୁଗାଁ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି […]

Read More Text.

ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ବୁଡ଼ି ଯୁବକ ମୃତ

ଗଜପତି: ଜଳପ୍ରପାତରେ ବୁଡ଼ିଗଲେ ଯୁବକ। ୧୮ ଘଣ୍ଟା ପରେ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ମାଙ୍କଡ଼ଡ଼ିଆଁ ଜଳପ୍ରପାତରେ ଅଘଟଣ ଘଟିଛି । ମୃତକ ହେଲେ ପାରଳାଖେମୁଣ୍ଡିର ସତୀଶ । ଗତକାଲି କିଛି ଯୁବକ ମିଶି ପିକନିକ୍ କରିବାକୁ ଆସିଥିଲେ । ସାଙ୍ଗମାନଙ୍କ ସହ ଜଳପ୍ରପାତରେ ଗାଧୋଇବାବେଳେ ବୁଡିଯାଇଥିଲେ ସତୀଶ । ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା।   ଆଜି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମବାହିନୀ।

Read More Text.

ଆକ୍ସନ ମୋଡରେ ପ୍ରଶାସନ; ଆମ ବସରେ ବସି ସ୍ଥିତି ପରଖିଲେ ପରିବହନ କମିଶନର

ଭୁବନେଶ୍ୱର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍‌ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ ପରିବହନ କମିଶନର ଅମିତାଭ ଠାକୁର। ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ […]

Read More Text.

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୩୦ ପଜିଟିଭ; ପହଞ୍ଚିଲେ ୱାଟକୋ ଓ ମେଡିକାଲ ଟିମ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (ଜେଏନଭି)ରେ ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେଇଛନ୍ତି। ସେହିପରି ଜ୍ୱରରେ ପୀଡିତ ଅନ୍ୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରିପୋର୍ଟ ଏଯାବତ୍ ଆସିନାହିଁ। ଯଦିଓ ସେମାନଙ୍କୁ ମଧ୍ୟ କର୍ତ୍ତୃପକ୍ଷ ଘରକୁ ପଠାଇ ଦେଇଛନ୍ତି। ଭାଇସ ପ୍ରିନ୍ସିପଲ୍ ଏନ […]

Read More Text.

ଆଇନଜୀବୀ ଅରବିନ୍ଦ ଦାସଙ୍କ ପରଲୋକ

ବାରିପଦା : ବାରିପଦା ର ଜଣେ ଜଣାଶୁଣା ପରିଚିତ ବ୍ୟକ୍ତି ଆଇନଜୀବୀ ଅରବିନ୍ଦ ଦାସ ଓରଫ ଗାନ୍ଧୀ ବାବୁଙ୍କ ଆଜି ଅପରାହ୍ନରେ ଅମ୍ବିକା ମନ୍ଦିର ସାହିରେ ଥିବା ନିଜ ବାସଭଵନ ରେ ପରଲୋକ ଘଟିଅଛି l ସ୍ୱର୍ଗତ ଗାନ୍ଧୀବାବୁ ଜଣେ ଆଇନଜୀବୀ ସାଙ୍ଗକୁ 2005 -2009 ପର୍ଯ୍ୟନ୍ତ ମୟୁରଭଞ୍ଜ ଆଥଲେଟିକ ଏସୋସିଏସନ ର ସମ୍ପାଦକ ଥିଲେ l ଏଥି ସହିତ ବାରିପଦା ମହାବିଦ୍ୟାଳୟ ର ପ୍ରତିଷ୍ଟାତା ସଭାପତି ଏବଂ କଂଗ୍ରେସ ଦଳର ଏଆଇସିସି ସଦସ୍ୟ ଥିଲେ l […]

Read More Text.
Elephant

ଦୁର୍ଗାପୁର ଅଞ୍ଚଳରେ ହାତୀ ଆତଙ୍କ; ଭାଙ୍ଗିଲେ ଘର ଖାଇଲେ ଧାନ ଚାଉଳ

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଦେଖାଦେଇଛି ହାତୀ ଆତଙ୍କ l ଭାଙ୍ଗିଲେ ଘର ଖାଇଲେ ଧାନ ଚାଉଳ l ଏହିପରି ଘଟଣା ଆଜି ଦେଖିବାକୁ ମିଳିଅଛି ମୋରଡା ବ୍ଲକ ର ବେତନଟୀ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ଅଞ୍ଚଳରେ l ଗତ କିଛିଦିନ ହେଲା ଜିଲ୍ଲାର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜ ଅଞ୍ଚଳରେ ଏକ କୋଡିଏ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଆସି ଉପଦ୍ରବ ଚଳାଇଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଭିତରେ ଆତଙ୍କ ଦେଖାଦେଇଅଛି l […]

Read More Text.

ଏକାଦଶ ବାର୍ଷିକୀ ରୟାଲସ ପ୍ରିମିୟର ଲିଗର ୨ୟ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ

ବାରିପଦା : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା  ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୨ୟ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ସମ୍ମାନିତ ଅତିଥି ଭାବେ ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି […]

Read More Text.

“ରୂପାନ୍ତର”ର ବାର୍ଷିକ ବନ୍ଧୁମିଳନ

ବାରିପଦା : ସ୍ଥାନୀୟ ମୁନିସିପାଲିଟି ଅତିଥି ଭବନ ପରିସରରେ ବାରିପଦାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ  ମଞ୍ଚନାଟକର ଉତ୍ଥାନ କ୍ଷେତ୍ରରେ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ I ତତସହିତ ହିଡେନ ଟ୍ରେଜର କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ଥିବା କଳାର ବିକାଶ କ୍ଷେତ୍ରରେ ମଧ୍ୟ ନେଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି […]

Read More Text.

ସର୍ବଭାରତୀୟ କାରାଟେ ଚମ୍ପିୟାନସିପ; ବ୍ରୋଞ୍ଜ ପଦକ ହାସଲ କଲେ ବାରିପଦାର ଦୀପକ 

ବାରିପଦା : “ତୁଳସୀ ଦୁଇ ପତ୍ରରୁ ବାସେ” – ଏହା ପ୍ରମାଣିତ କରିଛନ୍ତି ବାରିପଦାର ଦୀପକ କୁଁଅର I ୨୦୧୯ ମସିହାରେ ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଅନ୍ୟମାନଙ୍କର କାରାଟେ ଅଭ୍ୟାସ କରୁଥିବାର ଦେଖି ୭ ବର୍ଷର ଦୀପକ କାରାଟେ ପ୍ରତି ଆକୃଷ୍ଟ ହୋଇଥିଲେ I ଦିବ୍ୟାଙ୍ଗ ପିତା ରଙ୍ଗକାମ କରି ପରିବାର ପାଳୁଥିଲେହେଁ ପୁଅର ଜିଦ ଆଗରେ ହାରମାନି କାରାଟେ ସ୍କୁଲରେ ନାମ ଲେଖେଇଦେଇଥିଲେ I ଗୁରୁ ସୁଶାନ୍ତ ବାରିକଙ୍କ ଠାରୁ ଉପଯୁକ୍ତ ପ୍ରଶିକ୍ଷଣ ପାଇ […]

Read More Text.