ଦେଶରେ ଇନ୍ଧନର ଅଭାବ ନାହିଁ, ଗଚ୍ଛିତ ଅଛି ପର୍ଯ୍ୟାପ୍ତ ଅଶୋଧିତ ତୈଳ: ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦେଖା ଦେଇଥିବା ଏଲପିଜି ସଙ୍କଟ ମଧ୍ୟରେ ବଡ ଆଶ୍ୱସନା ଦେଇଛନ୍ତି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରି। ଗୁରୁବାର ମନ୍ତ୍ରୀ କହିଛନ୍ତି ଯେ ଦେଶରେ କୌଣସି ଇନ୍ଧନ ଅଭାବ ନାହିଁ। ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି। ଭାରତର ଅଶୋଧିତ ଯୋଗାଣ ସ୍ଥିତି ସୁରକ୍ଷିତ ବୋଲି ଦାବି କରି ମନ୍ତ୍ରୀ ଲୋକଙ୍କୁ ଗୁଜବ ପ୍ରଚାର ନକରିବା ଏବଂ ମିଥ୍ୟା କାହାଣୀ ସୃଷ୍ଟି କରିବାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ […]

Read More Text.

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ମହଙ୍ଗା ହେବ ଅତ୍ୟାବଶ୍ୟକ ଔଷଧ !

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ତେଲ ଏବଂ ଗ୍ୟାସ ସଙ୍କଟର ସମ୍ମୁଖୀନ ହେଉଛି। ସମ୍ପ୍ରତି, ଔଷଧ ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ଘଟିଛି। ଗତ କିଛି ସପ୍ତାହ ମଧ୍ୟରେ ମୂଲ୍ୟ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଭାରତର ଔଷଧ ଶିଳ୍ପ ଉପରେ ପ୍ରବଳ ଚାପ ସୃଷ୍ଟି କରିଛି। ଇରାନ ଯୁଦ୍ଧ ପରେ ଦେଖାଦେଇଥିବା ପରିବହନ ସଙ୍କଟକୁ ଏହାର ମୂଲ୍ୟ ବୃଦ୍ଧିର ମୁଖ୍ୟ […]

Read More Text.

ମଧ୍ୟପ୍ରାଚ୍ୟ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଦୁଇ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଚାଲିଥିବା ସଂଘର୍ଷ ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବୁଧବାର ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାସିୱାଲ।ରଣଧୀର କହିଛନ୍ତି ଯେ, ଭାରତୀୟ ନାଗରିକମାନେ  ମର୍ଚ୍ଚାଣ୍ଟ ଜାହାଜରେ ଯାଉଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଏହି ଆକ୍ରମଣରେ ଦୁଇ ଭାରତୀୟଙ୍କୁ ହରାଇଛୁ ଏବଂ ଆଉ କିଛି ଭାରତୀୟ କ୍ରିଉ ମେମ୍ବର ମଧ୍ୟ ଆହତ ହୋଇଛନ୍ତି। ତାହା ସହ  ଇସ୍ରାଏଲରେ […]

Read More Text.

ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ଦରମା ୨୫% ହ୍ରାସ

ନୂଆଦିଲ୍ଲୀ: ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ବଡ ବିପର୍ଯ୍ୟୟ ପାଲଟିଛି।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି । ତେଲ ଏବଂ ଗ୍ୟାସ୍ ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିବା ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି । ତେଲ […]

Read More Text.

କୋଭିଡ ୧୯ ଭ୍ୟାକସିନ ଯୋଗୁଁ ମୃତ୍ୟୁ ହୋଇଥିଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ କୋଭିଡ ଭ୍ୟାକସିନ ଯୋଗୁଁ ହୋଇଥିବା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା କ୍ଷତି ପାଇଁ କ୍ଷତିପୂରଣ ନୀତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଭ୍ୟାକସିନ୍ର କୁପ୍ରଭାବ ସମସ୍ତଙ୍କ ଉପରେ ପଡିଛି । ତେଣୁ ଏହାର ସଂଖ୍ୟା ବେଳେ ବେଳେ ସାର୍ବଜନିତ ହେବା ଜରୁରୀ । କୋର୍ଟ ଭିନ୍ନ ବିଶେଷଜ୍ଞ କମିଟି ଗଠନ କରିବା ଦାବିକୁ ମାନିନଥିଲେ । କୋଭିଡ ୧୯ ଭ୍ୟାକସିନର କୁପ୍ରଭାବ ଯୋଗୁଁ ହୋଇଥିବା ପ୍ରାଣହାନୀ ମାମଲାର ଯାଚିକା ଶୁଣାଣି […]

Read More Text.

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ପାଟନା: ବିଜେପି ରାଜ୍ୟସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଆଜି ଏ ନେଇ ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି। ଯାହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାକୁ ଉତ୍ତମ ଉପାୟରେ ପରିଚାଳନା କରାଯାଇପାରିବ। ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭିଙ୍କୁ ହରିୟାଣା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କରାଯାଇଛି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ତଦାରଖ କରିବା ପାଇଁ […]

Read More Text.

ପଶ୍ଚିମ ଏସିଆର ପରିସ୍ଥିତି ନେଇ ରାଜ୍ୟସଭାକୁ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏକ ହଙ୍ଗାମା ସହିତ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ପଶ୍ଚିମ ଏସିଆର ପରିସ୍ଥିତି ଏବଂ ସେଠାକାର ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ରାଜ୍ୟସଭାକୁ ସୂଚନା ଦେଇଥିଲେ। କହିଛନ୍ତି, “ଆମ ସରକାର ଫେବୃଆରୀ ୨୦ ରେ ଏକ ବିବୃତ୍ତି ଜାରି କରି ଗଭୀର ଚିନ୍ତା ପ୍ରକାଶ କରିଥିଲା । ​​ଏବଂ ସମସ୍ତ ପକ୍ଷଙ୍କୁ ଜଣାଇ ଦେଇଥିଲା। ଆମେ ବିଶ୍ୱାସ କରୁଛୁ ଯେ ଉତ୍ତେଜନା […]

Read More Text.

ଭାରତ ପୁଣି ଥରେ ଜିତିଲା ଟି-ଟ୍ବେଣ୍ଟି ବିଶ୍ବକପ୍, ସମଗ୍ର ଦେଶରେ ଖୁସିର ଲହର

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ ଗାଁଠାରୁ ସହର ପର୍ଯ୍ୟନ୍ତ ରହୁଥିବା ଲୋକେ ସେତିକି ଗର୍ବ ଅନୁଭବ କରିଛନ୍ତି। କ୍ରିକେଟ୍‌ପ୍ରେମୀମାନେ ରବିବାର ରାତିରେ ଭାରତୀୟ ଟିମ୍‌ର ବିଜୟକୁ ଦୀପାବଳି ଭଳି ପାଳନ କରିଛନ୍ତି। ଭାରତୀୟ ସହରଗୁଡ଼ିକରେ ବାଣ […]

Read More Text.
President 300x169

ବେଙ୍ଗଲରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ! ପ୍ରୋଟୋକଲ୍ ଉଲ୍ଲଂଘନ ନେଇ କ୍ଷୋଭ ପ୍ରକାଶ କଲେ ଦ୍ରୌପଦୀ ମୁର୍ମୁ

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଶନିବାର ଦିନ ଉତ୍ତର ବଙ୍ଗଳାରେ ନବମ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରୋଟୋକଲ୍ ଉଲ୍ଲଂଘନ ଏବଂ କାର୍ଯ୍ୟକ୍ରମ ସ୍ଥଳ ପରିବର୍ତ୍ତନକୁ ନେଇ ସେ ନିରାଶା ବ୍ୟକ୍ତ କରିଛନ୍ତି। ପ୍ରୋଟୋକଲ୍ ଉଲ୍ଲଂଘନ: ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନିୟମ ଅନୁଯାୟୀ ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବାକୁ ଉପସ୍ଥିତ ନଥିଲେ। ବିମାନବନ୍ଦରରେ […]

Read More Text.

ଜଳିଗଲା ରଙ୍ଗ ତିଆରି କାରଖାନା, ୫ ମହିଳା ମୃତ, ଅନେକ ଗୁରୁତର

ହରିୟାଣା : ହରିୟାଣାର ଜିନ୍ଦରେ ହୋଲି ରଙ୍ଗ ଏବଂ ଅବିର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ପାନିପତ ହସପିଟାଲକୁ ରେଫର କରାଯାଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି । ଜିନ୍ଦର ସଫିଦୋର ଭାଟ କଲୋନୀରେ ହୋଲି ରଙ୍ଗ ତିଆରି […]

Read More Text.