ଆସାମରେ ୨୩,୫୫୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆସାମର ସିଲଚରରେ ୨୩,୫୫୦ କୋଟି ଟଙ୍କାର ଅନେକ ବିକାଶମୂଳକ ପରିଯୋଜନାର ମୂଳଦୁଆ ପକାଇବା ସହ ନିର୍ମାଣ ହେବାକୁ ଥିବା ଏକ୍ସପ୍ରେସୱେର ଭୂମି ପୂଜନ କରିଛନ୍ତି। ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ପ୍ରଶାସନ ଏହି କ୍ଷେତ୍ରର ଉଦ୍ୟୋଗ ପ୍ରତିଷ୍ଠାକୁ ପୁନଃ ସ୍ଥାପନ ପାଇଁ କାମ କରୁଛି। ୧୬୬ ଦୈର୍ଘ୍ୟ କିଲୋମିଟର ଓ ୪ ଲେନ୍ ବିଶିଷ୍ଟ ଏହି ହାଇ ସ୍ପିଡ୍ କରିଡର ନିର୍ମାଣ ହେବା ଫଳରେ ଗୌହାଟୀ ଏବଂ […]

Read More Text.

୪ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ

ନୂଆଦିଲ୍ଲୀ:ଭାରତୀୟ ନିର୍ବାଚନ କମିସନ ପକ୍ଷରୁ  ରବିବାର ୪ଟି ରାଜ୍ୟ ସହ ୧ କେନ୍ଦ୍ରଶାସିତ ଅଞ୍ଚଳରେ  ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ଭାରତୀୟ ନିର୍ବାଚନ କମିସନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ […]

Read More Text.

PNG ଗ୍ୟାସ୍ ଥିଲେ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ : ଆମେରିକା-ଇରାନ୍ ଯୁଦ୍ଧ ଯୋଗୁଁ ଭାରତ ମଧ୍ୟ LPG ସଙ୍କଟର ସାମ୍ନା କରୁଛି । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା  ଉତ୍ତେଜନା ମଧ୍ୟରେ ସରକାର ଏବେ ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଏପରି ପରିସ୍ଥିତିରେ PNG ଗ୍ୟାସ୍ ଥିବା ଗ୍ରାହକମାନେ ଘରୋଇ LPG ସିଲିଣ୍ଡର ରଖିପାରିବେ ନାହିଁ ବୋଲି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତୈଳ ଏବଂ ଗ୍ୟାସ୍ ବଣ୍ଟନ କମ୍ପାନୀଗୁଡ଼ିକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁଯାୟୀ, LPG ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ଖବର ପ୍ରକାଶ […]

Read More Text.

ଗ୍ୟାସ୍ ସଙ୍କଟରୁ ମିଳିବ ମୁକ୍ତି, ଭାରତକୁ ଆସୁଛି ୨ ଟି LPG ଟ୍ୟାଙ୍କର

ନୂଆଦିଲ୍ଲୀ : ଭାରତରେ ଏଲପିଜି ସଙ୍କଟ ବଢୁଥିବା ମଧ୍ୟରେ ଏକ ବଡ଼ ଆଶ୍ବସ୍ତି ଖବର ସାମ୍ନାକୁ ଆସିଛି । ଏହି ସଙ୍କଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ଯାହା ପରେ ଇରାନ ୨ଟି ଭାରତୀୟ ଏଲପିଜି ଜାହାଜକୁ ହର୍ମୁଜ ଦେଇ ଆସିବାକୁ ଅନୁମତି ଦେଇଛି । ଏହି ପଦକ୍ଷେପ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାହିଁକିନା ଗତ କିଛି ଦିନ ତଳେ […]

Read More Text.

ମହଙ୍ଗା ହେଲା ବିମାନ ଭଡ଼ା, ଯାତ୍ରୀଙ୍କଠାରୁ ଫୁଏଲ ସରଚାର୍ଜ ଆଦାୟ କରିବ ଆକାସା ଏୟାର

ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀ ଆକାସା ଏୟାର୍ ବିମାନର ଟିକେଟ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଛି । ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ପ୍ରତ୍ୟେକ ସିଟ୍ ପାଇଁ ଯାତ୍ରୀଙ୍କଠାରୁ ୧୯୯ଟଙ୍କାରୁ ୧୩୦୦ଟଙ୍କା ପର୍ଯ୍ୟନ୍ତ ଫୁଏଲ ସରଚାର୍ଜ ଆଦାୟ କରିବ ବୋଲି ଆକାସା ଏୟାର୍ କହିଛି । ଏୟାରଲାଇନ୍ସ କମ୍ପାନୀ କହିଛି ଯେ, ୧୫ ମାର୍ଚ୍ଚ ୧୨.୦୧ରୁ ବୁକିଂ ହୋଇଥିବା ସମସ୍ତ ବିମାନ ଟିକେଟରୁ ଫୁଏଲ ସରଚାର୍ଜ ନିଆଯିବ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ମଧ୍ୟପୂର୍ବରେ […]

Read More Text.

ଭିସା ପାଇଁ ବିଦେଶୀ ନାଗରିକଙ୍କୁ ଆଉ ଦେବାକୁ ପଡିବନି ଜୋରିମାନା

ନୂଆଦିଲ୍ଲୀ  : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତ ଗତକାଲି ପ୍ରଭାବିତ ବିଦେଶୀ ନାଗରିକଙ୍କ ଭିସାକୁ ୩୦ ଦିନ ପାଇଁ ବୃଦ୍ଧି କରିଛି । ଏଥିସହିତ ବିଦେଶୀ ନାଗରିକ ଅଧିକ ସମୟ ରହିବା ପାଇଁ ଜୋରିମାନା ଛାଡ଼ ଘୋଷଣା କରାଯାଇଛି । ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁବାଇ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତବାସ Xରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛି । ନିୟମିତ ଭିସା ଏବଂ ଇ-ଭିସା ପାଇଁ ଏହି ଛାଡ ନିୟମ ଲାଗୁ […]

Read More Text.

ମାସିକ ଧର୍ମ ବେଳେ ମହିଳାଙ୍କ ଛୁଟି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାସିକ ଧର୍ମ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଏହି ମାମଲାକୁ ବିଚାର କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, “ମହିଳାମାନଙ୍କୁ ଏତେ ଦୁର୍ବଳ ଭାବନ୍ତୁ ନାହିଁ ।” ଯଦି ପେଡ୍ ପିରିୟଡ଼୍ ଲିଭକୁ ବାଧ୍ୟତାମୂଳକ କରାଯାଏ, ତେବେ କେହି ସେମାନଙ୍କୁ ନିଯୁକ୍ତି ଦେବାକୁ ଇଚ୍ଛୁକ ହେବେ ନାହିଁ । ଏମିତି ହେଲେ ଆଗକୁ ମହିଳାମାନଙ୍କୁ ଚାକିରି ମିଳିବାରେ ସମସ୍ୟା ଦେଖାଦେବ । […]

Read More Text.

ଭୟରେ ଅଧିକ ଗ୍ୟାସ୍‌ କିଣୁଛନ୍ତି ଗ୍ରାହକ: ଦୈନିକ ୭୫.୭ ଲକ୍ଷ ବୁକିଂ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଘରୋଇ ଏଲ୍‌ପିଜି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସରକାର ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ଏଭଳି ସମୟରେ ସରକାର ଆଜି କହିଛନ୍ତି ଯୁଦ୍ଧ କାରଣରୁ ଏଲ୍‌ପିଜି ନପାଇବା ଆଶଙ୍କା ଗ୍ରାହକଙ୍କ ମନରେ ଦେଖାଦେଇଛି। ଏଥିପାଇଁ ସେମାନେ ଅଧିକ ସଂଖ୍ୟାରେ ଏଲ୍‌ପିଜି ବୁକିଂ କରୁଛନ୍ତି। ଭୟରେ ଏଲ୍‌ପିଜି ବୁକିଂ ନକରିବା ପାଇଁ ଲୋକଙ୍କୁ ସରକାର କହିଛନ୍ତି। ଆବଶ୍ୟକତା ଥିଲେ ବୁକିଂ କରିବା […]

Read More Text.

ତେହେରାନରେ ଏୟାରଷ୍ଟ୍ରାଇକ, ୧୦ ଇରାନ ସୁରକ୍ଷାକର୍ମୀ ମୃତ

ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ବଡ଼ ଧରଣର ଏୟାରଷ୍ଟ୍ରାଇକରେ ଥରହର ତେହେରାନ । ଇରାନର ସବୁ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଲା ଆମେରିକା । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ରାଜଧାନୀ ତେହେରାନ ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏଥିରେ ସୁରକ୍ଷା ବାହିନୀର ଅତିକମରେ ୧୦ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଇରାନର ଶକ୍ତିଶାଳୀ ସେନା ‘IRGC’ ର ଗୁପ୍ତଚର ବିଭାଗ ଏବଂ କୁର୍ଦ୍ଦିସ୍ତାନ ଅଞ୍ଚଳରେ ଥିବା […]

Read More Text.

ଏପ୍ରିଲରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା, ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ

ନୂଆଦିଲ୍ଲୀ : ୨୦୨୬ ଏପ୍ରିଲ ୧୯ ତାରିଖରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବ। ତୀର୍ଥଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିଲା । ସରକାର ତୀର୍ଥଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ସରକାର ପୂର୍ବରୁ ଚାରିଧାମ ମନ୍ଦିରରେ ମୋବାଇଲ୍ ଫୋନ୍ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଏହି ସମୟରେ, ବଦ୍ରିନାଥ-କେଦାର ମନ୍ଦିର କମିଟି ଅଣହିନ୍ଦୁମାନଙ୍କୁ ମନ୍ଦିର […]

Read More Text.