ଆରାବଳୀ ପର୍ବତମାଳାରେ ନୂଆ ଖଣି ଲିଜ୍‌କୁ ନିଷିଦ୍ଧ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍‌କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ ପାଇଁ କୌଣସି ଲିଜ୍ ଦିଆଯାଇପାରିବ ନାହିଁ। ତେବେ ଯେଉଁସବୁ ଖଣିକୁ ପୂର୍ବରୁ ଲିଜ୍‌ ଦିଆଯାଇଛି ସେଗୁଡିକ ଖନନ କାର୍ଯ୍ୟ ଜାରି ରଖିବେ। ଜଙ୍ଗଲ ଓ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସୁପ୍ରିମକୋର୍ଟ ଏପରି ନିର୍ଦେଶ ଦେଇଛନ୍ତି। […]

Read More Text.

ସୋମବାର ଶପଥ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ୫୩ତମ ସିଜେଆଇ। ୨୦୧୯ରୁ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ। ଅନ୍ୟପଟେ ବର୍ତ୍ତମାନର ସିଜେଆଇ ଭୂଷଣ ରାମକୃଷ୍ଣ ଗବଇଙ୍କର ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ଥିଲା। ତାଙ୍କର ଅବସରଗ୍ରହଣ ତାରିଖ ନଭେମ୍ବର ୨୩ […]

Read More Text.

ଧାରାଭିରେ ଅଗ୍ନିକାଣ୍ଡ: ଜଳିଗଲା ଅନେକ କୁଡ଼ିଆ, ହାର୍ବର ଲାଇନ ଲୋକାଲ ଟ୍ରେନ୍ ସେବା ପ୍ରଭାବିତ

ମୁମ୍ବାଇ : ଶନିବାର ଅର୍ଥାତ୍ ଆଜି ଅପରାହ୍ନରେ ମୁମ୍ବାଇର ଧାରାଭି ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ବ୍ୟାପକ ଆତଙ୍କ ସୃଷ୍ଟି କରିଛି । ରେଳ କ୍ରସିଂ ଏବଂ ନୁର ରେଷ୍ଟୁରାଣ୍ଟ ନିକଟରେ ଥିବା ପ୍ଲଟ୍ ନମ୍ବର ୧ର ନଭରଙ୍ଗ କମ୍ପାଉଣ୍ଡରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ଅନେକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା […]

Read More Text.
Trains in india

୫ ଘଣ୍ଟା ବନ୍ଦ ରହିବ ଭାରତୀୟ ରେଳ ସେବା

ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର ପେସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତାକାଲି ଭୋର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ୫ ଘଣ୍ଟାରେ ଦିଲ୍ଲୀର ପେସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ। ଏହି […]

Read More Text.
Images (4)

କଲକାତା ଓ ଝାଡଖଣ୍ଡର ୪୦ରୁ ଅଧିକ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଏକା ସମୟରେ ଚଢାଉ କରିଛନ୍ତି । କୋଇଲା ଚୋରି ଏବଂ ଅବୈଧ ଖଣି ଖନନ ଅଭିଯୋଗରେ ଅଭିଯୁକ୍ତ ନେଟୱାର୍କ ଗୁଡ଼ିକୁ ଟାର୍ଗେଟ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ ପ୍ରମୁଖ କୋଇଲା ଚୋରି ନେଟୱାର୍କ ଗୁଡ଼ିକୁ ଟାର୍ଗେଟ କରି ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରିଛି । ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଏକ ସମୟରେ ସନ୍ଧାନ ସହିତ […]

Read More Text.
Images (3)

୨୦ ବର୍ଷ ପରେ ବଦଳିଲେ ବିହାର ଗୃହବିଭାଗ ମନ୍ତ୍ରୀ, ନୀତିଶଙ୍କଠାରୁ ଦାୟିତ୍ୱ ନେଲେ ସମ୍ରାଟ

ପାଟଣା: ନୀତଶ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରାଯାଇଛି। ୨୦ ବର୍ଷ ପରେ ନୀତିଶ କୁମାର ଗୃହ ବିଭାଗ ଛାଡ଼ିଛନ୍ତି। ଏହି ବିଭାଗ ବିଜେପି ପାଖକୁ ଚାଲିଯାଇଛି । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ । ଏବେ ଅର୍ଥ ବିଭାଗ ଜେ଼ଡିୟୁ ହାତରେ । ବିଜେନ୍ଦ୍ର ଯାଦବ ଶକ୍ତି ସହିତ ଅର୍ଥ ବିଭାଗର ଦାୟିତ୍ୱ ନେଇଛନ୍ତି । ଏହା ସହିତ ମଙ୍ଗଳ ପାଣ୍ଡେଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି । ପ୍ରଥମ […]

Read More Text.
Images (2)

G20 ସମ୍ମିଳନୀରେ ଯୋଗ ଦେବା ଲାଗି ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପ୍ରଥମ G20 ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି। ଯିବା ପୂର୍ବରୁ ସେ କହିଥିଲେ, ଆମର ଦୃଷ୍ଟିକୋଣ ସହିତ G20 ସମ୍ମିଳନୀରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ ହେବ । ଏହା ଏକ ବିଶେଷ ସ୍ୱତନ୍ତ୍ର ସମ୍ମିଳନୀ । ୨୦୨୩ରେ ଭାରତର G20 ସଭାପତିତ୍ୱ ସମୟରେ, ଆଫ୍ରିକୀୟ […]

Read More Text.
୪

ସାରା ଦେଶରେ ୪ ନୂଆ ଲେବର କୋଡ ଲାଗୁ କଲେ ମୋଦୀ ସରକାର

ନୂଆଦିଲ୍ଲୀ : ମୋଦୀ ସରକାର ୨୧ ନଭେମ୍ବରରୁ ସାରା ଦେଶରେ ଚାରୋଟି ନୂଆ ଲେବର୍‌ କୋଡ୍‌ ଲାଗୁ କରିଛନ୍ତି । ଏଥିରେ ସର୍ବନିମ୍ନ ଦରମା, ନିଯୁକ୍ତ ପତ୍ର, ସମାନ କାମକୁ ସମାନ ଦରମା,ସାମାଜିକ ସୁରକ୍ଷା , ଓଭର୍‌ଟାଇମ୍‌କଲେ ଦୁଇ ଗୁଣା ଦରମା,ଫିକ୍ସ ଟର୍ମ ଗ୍ରାଚୁଟି ଏବଂ ଅସୁରିକ୍ଷିତ ସ୍ଥାନରେ ୧୦୦ ପ୍ରତିଶତ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ଦେଶର ଶ୍ରମିକମାନଙ୍କ ସୁରକ୍ଷା ପାଇଁ ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯାଇଛି । ସାମାଜିକ […]

Read More Text.
Images

ବାଂଲାଦେଶରେ ତୀବ୍ରତା ୫.୭ ଭୂମିକମ୍ପ, ୩ ମୃତ

ବାଂଲାଦେଶ: ଆଜି ସକାଳ ୧୦:୧୦ରେ ବାଂଲାଦେଶର ବିଭିନ୍ନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା । ଯାହା ଫଳରେ ପ୍ରାୟ ୧୭ ସେକେଣ୍ଡ ପାଇଁ ଭୂମି ଥରି ଉଠିଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପ ଯୋଗୁଁ ବାଂଲାଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସର ସୂଚନା […]

Read More Text.
Tejas

ଦୁବାଇ ଏୟାର ସୋରେ ଦୁର୍ଘଟଣା: ଖସିପଡିଲା ତେଜସ, ପାଇଲଟ ମୃତ

ଦୁବାଇ : ଦୁବାଇରେ ଏୟାର ସୋ’ରେ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁବାଇ ଏୟାର ସୋ’ରେ ଏକ ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ମୃତ୍ୟୁ ହୋଇଛି । ଭିଡିଓରେ ଦେଖାଯାଉଛି ଯେ, ତେଜସ୍ ଜେଟ୍ ହଠାତ୍ ତଳକୁ ଖସିପଡ଼ିବା ପରେ ବିସ୍ଫୋରଣ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି । ଏହି ବିସ୍ଫୋରଣ ସମୟ ପ୍ରାୟ ଅପରାହ୍ନ ୨.୧୦ ସମୟରେ ଘଟିଛି । ହଜାର ହଜାର ଦର୍ଶକ […]

Read More Text.