କାହିଁକି ହ୍ରାସ ହେଲା ଉଜ୍ଜ୍ୱଳା ଯୋଜନା LPG କୋଟା? ଜବାବ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ରେ ବାର୍ଷିକ ସବସିଡି ଏଲପିଜି ସିଲିଣ୍ଡର ସଂଖ୍ୟା ୯ରୁ ହ୍ରାସ କରି ୪ କରିବା ଲାଗି ସରକାରଙ୍କ ନିଷ୍ପତ୍ତିର ସମାଲୋଚନା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର ସ୍ପଷ୍ଟିକରଣ ରଖିଛନ୍ତି। ସେ କହିଛନ୍ତି ଯେ କିଛି ହିତାଧୀକାରୀ ଯୋଜନାର ଭୁଲ ଉପଯୋଗ କରିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି। ପୁରୀ କହିଛନ୍ତି ଯେ ଏହି ନିଷ୍ପତ୍ତି ସେହି ପ୍ରମାଣ ଆଧାରରେ ଗ୍ରହଣ କରାଯାଇଛି ଯେ […]

Read More Text.

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମେଲୋନି

ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ଼ କରିଛନ୍ତି। ମେଲୋନି ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ର ଏକ ପୋଷ୍ଟରେ ଶୁଭେଚ୍ଛା ଜଣାଇଛନ୍ତି, ସେ ଲେଖିଛନ୍ତି ଯେ, “ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ, ଯିଏ ଆଜି ଭାରତର ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି।” ସେ ମୋଦୀଙ୍କ ରୋମ ଗସ୍ତକୁ ମନେ ପକାଇ କହିଛନ୍ତି, […]

Read More Text.

ଟିଏମସି : ବିଦ୍ରୋହୀ ‌ଗୋଷ୍ଠୀରେ ଯୋଗ ଦେଲେ ୧୯ ଟିଏମ୍‌ସି ସାଂସଦ: ତାଲିକାରେ ୟୁସୁଫ ପଠାନ, ସାୟୋନି ଘୋଷ, ଶତ୍ରୁଘ୍ନ ସିହ୍ନା

କୋଲକାତା: ତୃଣମୂଳ କଂଗ୍ରେସ ଦଳରେ ରାଜନୈତିକ ସଙ୍କଟ ଏବେ ଅତି ଗମ୍ଭୀର ରୂପ ନେଇଛି ଏବଂ ଏହା ଏବେ ସଂସଦରେ ପହଞ୍ଚିଛି। ୟୁସୁଫ ପଠାନ, ସାୟୋନି ଘୋଷ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପରି ବରିଷ୍ଠ ନେତା ମଧ୍ୟ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ କରିବା ସହ ବିଦ୍ରୋହୀ ‌ଗୋ‌ଷ୍ଠୀରେ ସାମିଲ ହୋଇଛନ୍ତି। ସେମାନେ ବିଦ୍ରୋହ ତାଲିକାରେ ସ୍ବାକ୍ଷର କରିଛନ୍ତି। ତାଲିକାରେ ମୋଟ୍‌ ୧୯ ବିଦ୍ରୋହୀ ନେତା ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପାର୍ଥ ଭୌମିକ, କାକଳି ଘୋଷ […]

Read More Text.

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ନେଇ ବଡ ନିଷ୍ପତ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଅବିବାହିତ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କକୁ ” ନୈତିକ ପତନ” (କଳଙ୍କ) ବୋଲି ବିବେଚନା କରାଯାଇପାରିବ ନାହିଁ ଏବଂ ଏହାକୁ ଜଣେ ବ୍ୟକ୍ତିଙ୍କ ଚରିତ୍ର ବିଷୟରେ ନକାରାତ୍ମକ ନିଷ୍କର୍ଷ ବାହାର କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଦୁଇଜଣ ଅବିବାହିତ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କକୁ […]

Read More Text.

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ଦଳର ବିପର୍ଯ୍ୟସ୍ଥ ଅବସ୍ଥା ସମୟରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ମଙ୍ଗଳବାର ଦିଲ୍ଲୀରେ ସୋନିଆଙ୍କ ବାସଭବନରେ ହୋଇଥିବା ବୈଠକରେ, ଦୁଇ ନେତ୍ରୀ ଇଣ୍ଡି ମେଣ୍ଟ ବୈଠକ ପରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସମନ୍ୱୟ ରକ୍ଷା କରି ରଣନୀତି ଅନୁସାରେ ଆଗକୁ ବଢ଼ିବା ଏବଂ ସମ୍ପ୍ରତି ବଙ୍ଗ ନିର୍ବାଚନରେ ​​ବିଜେପିଠାରୁ ଟିଏମସିର ପରାଜୟ ପରେ ତୃଣମୂଳ ସଦସ୍ୟ ଦଳ ଛାଡ଼ିବା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି। […]

Read More Text.

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ବ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି। ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତି ଦେଶ ଭିତରେ ଛବି ଖରାପ କରୁଥିବା ବେଳେ ଏବେ ବିଦେଶରେ ମଧ୍ୟ ଏହା ପହଞ୍ଚିଗଲାଣି। ଭାରତରୁ ରପ୍ତାନୀ ହେଉଥିବା ଉତ୍ପାଦନ ଉପରେ ସନ୍ଦେହ ପ୍ରକାଶ କଲେଣି ଆମଦାନୀ କରୁଥିବା ରାଷ୍ଟ୍ର। ନିକଟରେ ଜାପାନ ଭାରତରୁ କିଣୁଥିବା ଆମ୍ଭ […]

Read More Text.
Z1

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ କୁଏତ ଆମୀରଙ୍କ ସହ ଫୋନ୍‌ରେ କଥା ହେଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମ ଏସିଆ (West Asia)ରେ ଜାରି ସଙ୍କଟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କୁଏତର ଆମୀର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ ସବାହଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତା କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି ଏବଂ ବଦଳୁଥିବା ଭୂ-ରାଜନୀତି ଉପରେ ଚର୍ଚ୍ଚା କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ବଢ଼ୁଥିବା ସାମରିକ ଉତ୍ତେଜନାକୁ ନେଇ […]

Read More Text.

ଦୁର୍ଘଟଣା ଘଟି ବସରେ ଲାଗିଲା ନିଆଁ ; ଜଳିଗଲେ ୨୧ ଯାତ୍ରୀ

ବାଗଦାଦ : ଦକ୍ଷିଣ ଇରାକର ନାସିରିଆ ସହର ନିକଟରେ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ପରେ ନିଆଁ ଲାଗି ଯିବାରୁ ପ୍ରାୟ ୨୧ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଅତି ଦ୍ରୁତ ଗତିରେ ଯାଉଥିବା ବସଟି ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ଓଲଟି ପଡ଼ିବା ପରେ ନିଆଁ […]

Read More Text.
Steel

ବିଶାଖା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ତ : ୯ ଶ୍ରମିକ ଜୀବନ୍ତ ଦଗ୍ଧ, ଅନେକ ଆହତ

ବିଶାଖାପଟ୍ଟଣମ : ବିଶାଖାପଟ୍ଟଣମ ସ୍ଥିତ ବିଶାଖା ଷ୍ଟିଲ୍ ପ୍ଲାଣ୍ଟର SMS-2 (Steel Melting Shop-2) ବିଭାଗରେ ସୋମବାର ଏକ ଭୟାବହ ଔଦ୍ୟୋଗିକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଅନ୍ୟ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଶିଳ୍ପାଞ୍ଚଳରେ ଶୋକ ଓ ଚିନ୍ତାର ପରିବେଶ ସୃଷ୍ଟି କରିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଲ୍ୟାଡଲ୍ (Ladle) ମାଧ୍ୟମରେ ପରିବହନ କରାଯାଉଥିବା ଅତ୍ୟଧିକ ଉତ୍ତପ୍ତ ଦ୍ରବୀଭୂତ ଧାତୁ […]

Read More Text.
Indianairforce

NEET-UG ପରୀକ୍ଷା ପ୍ରଶ୍ନପତ୍ର ନେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG 2026 ପୁନଃ-ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର ସହାୟତା ନିଆଯିବ । ଦେଶର କୌଣସି ଜାତୀୟ ପ୍ରବେଶିକା ପରୀକ୍ଷାର ପରିଚାଳନା ପାଇଁ ଭାରତୀୟ ସେନାକୁ ସାମିଲ କରାଯିବା ଇତିହାସରେ ଏହା ପ୍ରଥମ ଘଟଣା । ଗତ ମେ ୩ […]

Read More Text.