ରାମ ମନ୍ଦିର ଦାନଅର୍ଥ ଚୋରି ମାମଲା: ଇସ୍ତଫା ଦେଲେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରା

ଅଯୋଧ୍ୟା : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଦାନଅର୍ଥ ଚୋରି ମାମଲାକୁ ନେଇ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ପଡୁଥିଲା । କେବଳ ଚମ୍ପତ ରାୟ ନୁହେଁ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରା ମଧ୍ୟ ଇସ୍ତଫା ଦେଇଛନ୍ତି । ରାମ ଜନ୍ମଭୂମି ଟ୍ରଷ୍ଟର ଦୁଇ ଜଣ ସଦସ୍ୟ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଇସ୍ତଫା ଦେଇଛନ୍ତି । ଏସଆଇଟିର ତଦନ୍ତ ରିପୋର୍ଟ […]

Read More Text.

ୟୁରୋପରେ ଭୀଷଣ ଗ୍ରୀଷ୍ମପ୍ରବାହ, ୭୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ୟୁରୋପ ଏବେ ଏକ ଐତିହାସିକ ଗ୍ରୀଷ୍ମଲହରିର ସମ୍ମୁଖୀନ ହେଉଛି। ଭୀଷଣ ଗ୍ରୀଷ୍ମପ୍ରବାହରେ ୟୁରୋପରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫ୍ରାନ୍ସ ଓ ବ୍ରିଟେନ ସହିତ ଅନେକ ଦେଶରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର ପ୍ରଭାବ ଜନଜୀବନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି କ୍ଷେତ୍ର ଉପରେ ପଡ଼ିଛି। ବୈଜ୍ଞାନିକମାନେ କହୁଛନ୍ତି, ଜଳବାୟୁ ପରିବର୍ତ୍ତନ ଏହି ଗ୍ରୀଷ୍ମଲହରିକୁ ଅଧିକ ତୀବ୍ର ଓ ଅଧିକ ବାରମ୍ବାର କରୁଛି। ଫ୍ରାନ୍ସରେ ତାପମାତ୍ରା ୪୪.୩ ଡିଗ୍ରି […]

Read More Text.

ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଏକ ଦସ୍ତାବିଜ୍, ନାଗରିକତ୍ବର ପ୍ରମାଣପତ୍ର ନୁହେଁ

ନୂଆଦିଲ୍ଲୀ : ପାସପୋର୍ଟ ଯାତ୍ରା ପାଇଁ ଏକ ଦସ୍ତାବିଜ୍, ନାଗରିକତ୍ୱର ପ୍ରମାଣ ନୁହେଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାସପୋର୍ଟ ହେଉଛି ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ଦସ୍ତାବିଜ୍ । ଏହା ନାଗରିକତ୍ୱର ପ୍ରମାଣ ପତ୍ର ନୁହେଁ । ୧୪ତମ ପାସପୋର୍ଟ ସେବା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ କୁହାଯାଇଛି । ପାସପୋର୍ଟ କେବଳ ଭାରତୀୟ ନାଗରିକଙ୍କୁ ଦିଆଯାଏ । ଜନ୍ମ ପ୍ରମାଣପତ୍ର ଆଦି ଦସ୍ତାବିଜ୍ ଯାଞ୍ଚ କରି ସରକାର […]

Read More Text.

ଭେନେଜୁଏଲାରେ ତାଣ୍ଡବ ରଚିଲା ଭୂମିକମ୍ପ, ୧୬୪ ମୃତ

ଭେନେଜୁଏଲା: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଛନ୍ତି । ଧ୍ୱଂସାବଶେଷ ତଳେ ବହୁ ଲୋକ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ବିପନ୍ନଙ୍କୁ ଉଦ୍ଧାର ପାଇଁ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ […]

Read More Text.

ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ୬ ଶ୍ରମିକ ମୃତ

କଲକାତା : କଲକାତା ତାରାତାଲା ଅଞ୍ଚଳରେ ବଡ ଅଘଟଣ।ବୁଧବାର ଏକ ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ପଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ଏନ୍‌ଡିଆରଏଫ, ଏସ୍‌ଡିଆରଏଫ, ପୁଲିସ୍ ଓ ଅଗ୍ନିଶମ ବାହିନୀ ସହିତ ସେନାର ଯବାନମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଉଦ୍ଧାର ହୋଇଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମ ମହଲା […]

Read More Text.
Murder case 1 300x169

ଟଙ୍କା ପାଇଁ ପ୍ରେମିକ ସହ ମିଶି ବାପା-ମା’ ଓ ସାନ ଭଉଣୀଙ୍କୁ ହତ୍ୟା

ବେଙ୍ଗାଲୁରୁ : ଜଣେ ମହିଳା ତା’ର ପ୍ରେମିକ ସହ ମିଶି ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାର ଶିକାର ବ୍ୟକ୍ତି ବିଶେଷ ହେଲେ ବେଙ୍ଗାଲୁରୁର ଆରକେ ପୁରମ୍‌ ଅଞ୍ଚଳର ସୋମାସୁନ୍ଦର (୫୫), ମୁଟ୍ଟୁଲକ୍ଷ୍ମୀ (୪୮) ଓ ତାଙ୍କ ସାନଝିଅ ସୁପ୍ରିୟା (୨୦)। ସୋମାସୁନ୍ଦର ଓ ମୁଟ୍ଟୁଲକ୍ଷ୍ମୀଙ୍କ ବଡ ଝିଅ ଶ୍ବେତା ଓ ତାଙ୍କ ପ୍ରେମିକ କେନେଥ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଶ୍ବେତା ଓ କେନେଥ ବିଭିନ୍ନ ବ୍ୟାଙ୍କରୁ ବିପୁଳ ଋଣ କରିଥିଲେ। […]

Read More Text.

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ, ସରିଲା ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଓହରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଜର୍ଜ କୁରିଆନଙ୍କ ରାଜ୍ୟସଭା ସଦସ୍ୟତା ଗତ ୨୧ ତାରିଖରେ ଶେଷ ହୋଇଥିଲା । ଜୁନ୍ […]

Read More Text.

୬୫ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ। ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର। ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ, ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ବଲିଉଡ୍ କଣ୍ଠଶିଳ୍ପୀ ଅଲ୍‌କା ୟାଗନିକଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ସେହିପରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ […]

Read More Text.
Qatar lng

କତାର LNG ଫ୍ୟାକ୍ଟ୍ରିବିସ୍ଫୋରଣରେ ୧୨ ଭାରତୀୟଙ୍କ ସମେତ ୧୩ ମୃତ

ନୂଆଦିଲ୍ଲୀ : କତାରରେ ଭୟାବହ ବିସ୍ଫୋରଣ । ୧୨ ଭାରତୀୟଙ୍କ ସମେତ ୧୩ ମୃତ୍ୟୁ ହୋଇଥିବା ବେଳେ ୬୬ ଆହତ ହୋଇଛନ୍ତି । ବୃହତ୍ତମ ଏଲଏନଜି ହବ୍ ‘ରସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି’ରେ ଥିବା ବାରଜାନ ସ୍ଥାନୀୟ ଗ୍ୟାସ ଯୋଗାଣ ପ୍ରତିଷ୍ଠାନରେ ଏକ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାକୁ ନେଇ ଭାରତୀୟ ଦୂତାବାସ ଚିନ୍ତା ପ୍ରକଟ କରିଛି । ରବିବାର ରାତି ପ୍ରାୟ ୧୦ଟା୩୦ରେ ଘଟିଥିବା ଏହି ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଇଥିବା […]

Read More Text.
Telegram

ସ୍ୱାଭାବିକ ହେଲା ଟେଲିଗ୍ରାମ୍ ସେବା, VPN ବିନା ଚାଲିବ ଆପ୍

ନୂଆଦିଲ୍ଲୀ : ଭାରତର କୋଟି କୋଟି ଟେଲିଗ୍ରାମ୍ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ୍ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି। ଆଜି ଠାରୁ ବ୍ୟବହାରକାରୀମାନେ କୌଣସି VPN ବିନା ଆପ୍ କୁ ସହଜରେ ବ୍ୟବହାର କରିପାରୁଛନ୍ତି। NEET-UG ୨୦୨୬ ପୁନଃ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଆଶଙ୍କା ଓ ସୁରକ୍ଷା କାରଣରୁ ଗତ ଜୁନ୍ ୧୬ରୁ ଜୁନ୍ ୨୨ ପର୍ଯ୍ୟନ୍ତ ସରକାର ଏହା ଉପରେ ସାମୟିକ ନିଷେଧାଦେଶ ଜାରି କରିଥିଲେ। ଯାହାର […]

Read More Text.