ୟୁନୁସଙ୍କୁ ହଟାଇବ ବାଂଲାଦେଶର ସେନା ?

ଢାକା : ବାଂଲାଦେଶରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ହେବାର ଆଶଙ୍କା ରହିଛି କି ? ସେନାମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ନିଜ ବୟାନ ମାଧ୍ୟମରେ ଏପରି କିଛି ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପ୍ରତି ସମ୍ଭାବ୍ୟ ବିପଦ ମୁଁ ଦେଖିପାରୁଛି। ମୋର ଅନ୍ୟ କୌଣସି ଆକାଂକ୍ଷା ନାହିଁ, କିନ୍ତୁ ମୁଁ ଦେଶକୁ ସୁରକ୍ଷିତ ହାତରେ ଦେଖିବାକୁ ଚାହୁଁଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ‘ମୁଁ ଗତ ୭-୮ […]

Read More Text.

୧୪୪ ବର୍ଷ ପରେ ବାଲିରେ ହେବ ମହାକୁମ୍ଭ !

ନୂଆଦିଲ୍ଲୀ: ଆମେରିକା ଗସ୍ତରୁ ଫେରିଥିବା ଜଳବାୟୁ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଭାରତ ଆଗେଇ ଆସିବା ଉଚିତ। ସେ କହିଛନ୍ତି ଯେ ଗଙ୍ଗା ନଦୀ ଶୁଖିଯିବାର ଆଶଙ୍କା ଥିବାରୁ ଆସନ୍ତା ମହାକୁମ୍ଭ ବୋଧହୁଏ ବାଲିରେ କରିବାକୁ ପଡ଼ିପାରେ । ହିମାଳୟର ସ୍ଥିତିର ଗମ୍ଭୀରତା ଉପରେ ଆଲୋକପାତ କରି ୱାଙ୍ଗଚୁକ୍ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି […]

Read More Text.

ଇସ୍ରାଏଲ-ଆମେରିକା ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର

ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି । ଇସ୍ରାଏଲ ଓ ଆମେରିକାର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଇରାନ ତା’ର ପରମାଣୁ ଘାଟି ଚାରିପଟେ ସୁରକ୍ଷା ବଢ଼ାଇଛି। ଏଥିସହିତ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ମୁତୟନ କରାଯାଇଛି। ବ୍ରିଟେନର ଦ ଟେଲିଗ୍ରାଫ ଖବରକାଗଜ ଏହି ସୂଚନା […]

Read More Text.

୯୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ଲୁଚି ରହିଛି ବିପଜ୍ଜନକ ଭାଇରସ୍ : ୫୬ ପ୍ରତିଶତ ଏନେଇ ଅଜଣା

ନୂଆଦିଲ୍ଲୀ: ଆମ ମଧ୍ୟରୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ଆମ ଶରୀରରେ ଏକ ଭାଇରସ ଲୁଚି ରହିଛି, ଯାହା ବୟସ ବୃଦ୍ଧି ସହିତ ଏକ ବିପଜ୍ଜନକ ରୂପ ନେଇପାରେ। ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ଏହି ଭାଇରସ ୫୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ୯୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ୫୬.୬ ପ୍ରତିଶତ ଲୋକଙ୍କ ପାଖରେ ଏହା ବିଷୟରେ କୌଣସି ସୂଚନା ନାହିଁ। ଏହି ଭାଇରସ୍ […]

Read More Text.

ଗଙ୍ଗା ଜଳରେ ଅଛନ୍ତି ଜୀବାଣୁ, ଲୋକଙ୍କୁ ଭୁଆଁ ବୁଲାଯାଉଛି: ଶିବପାଲ ଯାଦବ

ଲକ୍ଷ୍ନୌ,୨୫।୨: ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ମଙ୍ଗଳବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ଉପରେ ଉଠାଯାଉଥିବା ପ୍ରଶ୍ନ ଉପରେ ଆପତ୍ତି ଉଠାଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ କହିଥିଲେ ଯେ ଏବେ ସିପିସିବି ରିପୋର୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। ଏହା କରି, ଏହି ଲୋକମାନେ କେନ୍ଦ୍ର ସରକାରଙ୍କୁ ହିଁ ଚ୍ୟାଲେଞ୍ଜ କରୁଛନ୍ତି। ଏହା ପରେ ସେ ଗଙ୍ଗା ସଫା ନକରିବା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଏହି […]

Read More Text.

ଦିଲ୍ଲୀ ଅବକାରୀ ନୀତି ଯୋଗୁଁ ୨୦୦୦ କୋଟି କ୍ଷତି : ସିଏଜି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ଆଗତ ସିଏଜି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ତତକାଳୀନ କେଜ୍ରିଓ୍ବାଲ ସରକାର ଆଣିଥିବା ଅବକାରୀ ନୀତି ଯୋଗୁଁ ଦିଲ୍ଲୀ ସରକାରଙ୍କ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ହୋଇଥିଲା । ବିଧାନସଭାରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ୨୦୨୧-୨୦୨୨ ର ଆଇନ ଯୋଗୁଁ ଦିଲ୍ଲୀ ସରକାର ୨ ହଜାର କୋଟିରୁ ଅଧିକ କ୍ଷତି ସହିଛନ୍ତି। ଏହି ଦୁର୍ନୀତି ଯୋଗୁଁ ହିଁ ଦିଲ୍ଲୀର ପୂର୍ବତନ […]

Read More Text.

ପାକିସ୍ତାନରେ ତ୍ରିରଙ୍ଗା ଉଡ଼ାଇ ଯୁବକ ଗିରଫ

ଲାହୋର: ପାକିସ୍ତାନ ଏବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି। ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡି ଭଳି ତିନୋଟି ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି। ନିକଟରେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ ଗିରଫ ହୋଇଛି । ସୁରକ୍ଷାକର୍ମୀମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପାଖକୁ ଆସି ତ୍ରିରଙ୍ଗା ଜବତ କରିଥିଲେ। ଖାଲି ସେତିକି ନୁହେଁ, ଯୁବକଙ୍କୁ କଲର ଧରି ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା। ପରେ ପୁଲିସ ତାଙ୍କୁ […]

Read More Text.

ଦିଲ୍ଲୀ ଶିଖ୍ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ଫେବୃଆରୀ ୧୨ ତାରଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଆଜି ଦଣ୍ଡାଦେଶ ହୋଇଛି। ୧୯୮୪ ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ସରସ୍ୱତୀ ବିହାର ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ନଭେମ୍ବର ୧ ତାରିଖ ୧୯୮୪ […]

Read More Text.

ମହାକୁମ୍ଭରେ ବୁଡ଼ ପକାଇଲେ ଅକ୍ଷୟ କୁମାର, ଯୋଗୀ ଆଦିତ୍ୟନାଥଙ୍କୁ କଲେ ପ୍ରଶଂସା

ବଲିଉଡ ଅଭିନେତା ଅକ୍ଷୟ କୁମାର ମହାକୁମ୍ଭରେ ବଡ଼ ପକାଇଛନ୍ତି । ସଙ୍ଗମରେ ବୁଡ଼ ପକାଇଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର ସଙ୍ଗମରେ ବୁଡ଼ ପକାଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଆଉ ଅକ୍ଷୟ କୁମାର ବୁଡ଼ ପକାଇବା ପରେ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି । ଏନେଇ ଅକ୍ଷୟ କହିଛନ୍ତି, ମୁଁ ବହୁତ ମଜା କରିଥିଲି । ଏଠିକାର ବ୍ୟବସ୍ଥା ବହୁତ ଭଲ । ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଭାବରେ […]

Read More Text.

ତେଲେଙ୍ଗାନା ଟନେଲରେ ଫଶିଥିବା ଲୋକଙ୍କ ଜୀବିତ ଉଦ୍ଧାର ସମ୍ଭାବନା କମ: ମନ୍ତ୍ରୀ

ନଗରକୁରନୁଲ : ତେଲେଙ୍ଗାନାର ନଗରକୁରନୁଲ ଟନେଲରେ ଫଶିଥିବା ଇଞ୍ଜିନିୟର ଓ ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ରେସକ୍ୟୁ ଅପରେସନ ଜାରି ରହିଛି। ଉଦ୍ଧାର ନିମନ୍ତେ ବୈଷୟିକ ସହାୟତା ମଧ୍ୟ ନିଆଯାଉଛି। ତେବେ ପାଣି ଓ କାଦୁଅ ଯୋଗୁ ଉଦ୍ଧାର ଅଭିଯାନରେ ବାଧା ଆସୁଛି। ସୂତ୍ର ଅନୁସାରେ ଉଦ୍ଧାର ଅଭିଯାନରେ ଏନଡିଆରଏଫ ସନ୍ଧାନୀ କୁକୁରଙ୍କର ମଧ୍ୟ ସହାୟତା ନେଇଛନ୍ତି। ଏଥି ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ ଜେ. ରାଓ କୃଷ୍ଣ ସୋମବାର କହିଛନ୍ତି ଯେ ଟନେଲରେ ଫଶିଥିବା ଲୋକେ ଜୀବିତ ଥିବାର […]

Read More Text.