ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକ ନିର୍ମାଣ ପାଇଁ ମୋର ଦାବି: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକରେ ଦେଖାଯିବା ଉଚିତ ଯେ ଅଲରାଉଣ୍ଡର ତାଙ୍କ ସଂଘର୍ଷମମୟ ଯାତ୍ରା‌ରେ କଠୋର ସମାଲୋଚନାର ସମ୍ମୁଖୀନ ହେବା ସତ୍ତ୍ୱେ କିପରି ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତ ଆଇପିଏଲ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ଏହା ପୂର୍ବରୁ ସେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଥିଲେ। […]

Read More Text.

ଚହଲ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାକୁ ନେଇ ଆସିଲା କୋର୍ଟ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର ୨୦୨୨ରେ ବିବାହ କରିଥିଲେ। ବିବାହର ପ୍ରାୟ ଚାରି ବର୍ଷ ପରେ ଦୁହେଁ ଆନୁଷ୍ଠାନିକ ଭାବରେ ଅଲଗା ହୋଇଯାଇଛନ୍ତି। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ର ମାମଲା ବାନ୍ଦ୍ରା ପରିବାର କୋର୍ଟରେ ଚାଲିଥିଲା। ଗୁରୁବାର ଅପରାହ୍ନରେ ସେମାନଙ୍କ ଛାଡପତ୍ରର ନିଷ୍ପତ୍ତି ଆସି ଯାଇଛି। ଚହଲ ଏବଂ ଧନଶ୍ରୀ ପାରସ୍ପରିକ ସହମତିରେ ଛାଡପତ୍ର ନେଇଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା। […]

Read More Text.

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ […]

Read More Text.

ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ‘ଏକ୍ସ’

ବେଙ୍ଗାଲୁରୁ: ଏଲୋନ ମସ୍କଙ୍କ କମ୍ପାନୀ ଏକ୍ସ କର୍ପୋରେସନ କର୍ଣ୍ଣାଟକ ହାଇକୋର୍ଟରେ ଭାରତ ସରକାରଙ୍କ ବିରୁଦ୍ଧରେ ଏକ ପିଟିସନ ଦାଖଲ କରିଛି। ସେ ଭାରତ ସରକାରଙ୍କ ଆଇଟି ଆଇନର ଧାରା ୭୯(୩)(ଖ) ଉପରେ ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀ କହିଛି ଯେ ଏହି ନିୟମ ଏକ ବେଆଇନ ଏବଂ ଅନିୟମିତ ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରେ, ଯାହା ଅଧୀନରେ ବିଷୟବସ୍ତୁକୁ ଅବରୋଧ କରିବା ଦ୍ୱାରା ଏକ୍ସର କାର୍ଯ୍ୟ ପ୍ରଭାବିତ ହେଉଛି। ସରକାରଙ୍କ ସୂଚନା ପ୍ରଯୁକ୍ତି ଆଇନର ଧାରା ୭୯(୩)(ଖ)ରେ ବର୍ଣ୍ଣନା […]

Read More Text.

ଦିଲ୍ଲୀର ୩ ମନ୍ଦିର ଉପରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ତିନିଟି ମନ୍ଦିର ଉପରେ ବୁଲଡୋଜର ଚଳାଇବା ବିରୋଧରେ ଆଗତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି। ବିଳମ୍ବିତ ରାତିରେ ଦାୟର କରାଯାଇଥିବା ଆବେଦନକୁ ଏକ ସ୍ୱତନ୍ତ୍ର ଅନୁରୋଧରେ ସକାଳେ ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ସମ୍ମୁଖରେ ତାଲିକାଭୁକ୍ତ କରାଯାଇଥିଲା। ଖଣ୍ଡପୀଠର ନେତୃତ୍ୱ ନେଉଥିବା ବିଚାରପତି ବିକ୍ରମ ନାଥ ପ୍ରଥମେ ଆବେଦନକାରୀଙ୍କ ଓକିଲ ବିଷ୍ଣୁ ଶଙ୍କର ଜୈନଙ୍କୁ କହିଥିଲେ ଯେ ଶୁଣାଣି ଅପରାହ୍ନ […]

Read More Text.

ଭାରତ ଏଆଇ ମିଶନ – ବିଲ୍ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ହେବ ବୁଝାମଣା

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ଏଆଇ ମିଶନ ଓ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଖୁବ୍ ଶୀଘ୍ର ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ନୂଆଦିଲ୍ଲୀରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ମନ୍ତବ୍ୟ ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ବୈଷ୍ଣବ ଉନ୍ନତ ଫସଲ, ସୁଦୃଢ଼ ସ୍ୱାସ୍ଥ୍ୟସେବା, ସ୍ମାର୍ଟ […]

Read More Text.

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପୋଷ୍ଟର ଓ୍ବାର, ଭାଜପାକୁ ତାରି ଭାଷାରେ ଜବାବ ଦେଲା ଟିଏମସି

କୋଲକାତା,୧୯।୩: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ସରଗରମ ତୀବ୍ର ହୋଇଛି। ଏବେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି, ଯାହା ଯୋଗୁଁ ରାଜନୈତିକ ପରିବେଶ ଅଧିକ ଉଷ୍ମ ହୋଇଯାଇଛି। ଗତ କିଛି ଦିନ ମଧ୍ୟରେ, ଭାଜପା ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ପୋଷ୍ଟର ଲଗାଇଛି, ଯେଉଁଥିରେ ‘ହିନ୍ଦୁ ହିନ୍ଦୁ ଭାଇ-ଭାଇ, ୨୦୨୬ରେ ଭାଜପାି ଚାହିୟେ’ ଭଳି ସ୍ଲୋଗାନ ଲେଖାଯାଇଛି। ଏହି ପୋଷ୍ଟରଗୁଡ଼ିକ ବିଶେଷକରି ହୁଗଲିର ଚିନସୁରା […]

Read More Text.

ପୁଣି ମୋଦିଙ୍କ ପ୍ରଶଂସା କଲେ ଶଶି ଥରୁର

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତର ସ୍ଥିତିକୁ ବିରୋଧ କରିବାରେ ତାଙ୍କର ଭୁଲ ହୋଇଥିଲା ଏବଂ ସେ କହିଛନ୍ତି ଯେ ଗ୍ରହଣ କରାଯାଇଥିବା ନୀତି ଯୋଗୁଁ ଦେଶ ଏବେ ଏପରି ଏକ ସ୍ଥିତିରେ ଅଛି ଯେଉଁଠାରେ ଏହା ସ୍ଥାୟୀ ଶାନ୍ତି ପାଇଁ ପରିବର୍ତ୍ତନ ଆଣିପାରିବ। ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ସମୟରେ ଥରୁର ଭାରତର ସ୍ଥିତିକୁ ସମାଲୋଚନା କରିଥିଲେ ଏବଂ ଆକ୍ରମଣର ନିନ୍ଦା […]

Read More Text.

ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ

ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବି କରି ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ପ୍ରଦର୍ଶନ କରାଯିବା ପରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା, ଯେଉଁଥିରେ ୩୦ ରୁ ଅଧିକ ଲୋକେ ଆହତ ହୋଇଥିଲେ, […]

Read More Text.

୧୬ କୋଟି ଜରିମାନା ଛାଡ଼ ପାଇଁ ୭ କୋଟି ଲାଞ୍ଚ ଅଭିଯୋଗ, ପୂର୍ବତନ ମନ୍ତ୍ରୀଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟ(ଆପ୍‌)ର ବରିଷ୍ଠ ନେତା ସତ୍ୟେନ୍ଦର ଜୈନଙ୍କ ନାଁରେ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ଶାଖା(ଏସିବି)। ଆପ୍‌ ସରକାର ସମୟରେ ୫୧୭ କୋଟିର ସିସିଟିଭି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଏବଂ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ସତ୍ୟେନ୍ଦର ୭ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଆସିବା ପରେ ଏସିବି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଦୁର୍ନୀତିକୁ ନେଇ ଏବେ ରାଜନୈତିକ […]

Read More Text.