୫.୩ ନିୟୁତ ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ

ୱାଶିଂଟନ: ଆମେରିକାର ପ୍ରବାସ ନୀତି ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ୪ ଦେଶର ନାଗରିକଙ୍କୁ ଏବେ ଆମରେିକା ଛାଡିବାକୁ ପଡ଼ିବ। କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ଆଦି ୪ ଦେଶର ୫.୩ ଲକ୍ଷ ପ୍ରବାସୀଙ୍କର ଆଇନଗତ ସୁରକ୍ଷା ଶେଷ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଏହି ପ୍ରବାସୀମାନଙ୍କୁ ଆଗାମୀ ଗୋଟିଏ ମାସ ମଧ୍ୟରେ ଆମେରିକା ଛାଡ଼ିବାକୁ ପଡ଼ିବ। ଗୃହ ସୁରକ୍ଷା ବିଭାଗ ଅନୁଯାୟୀ, ଏହି ଦେଶଗୁଡ଼ିକର […]

Read More Text.

ଖୁବଶୀଘ୍ର ନିଜର ଇଣ୍ଟରନେଟ ବ୍ରାଉଜର ଖୋଲିବ ଭାରତ

ନୂଆଦିଲ୍ଲୀ: ଖୁବଶୀଘ୍ର ନିଜର ବ୍ରାଉଜର ଲଞ୍ଚ କରିବ ଭାରତ । ଭାରତ ସ୍ୱଦେଶୀ ଭାବରେ ବ୍ରାଉଜର ବିକଶିତ କରିବା ନେଇ ଯୋଜନା କରୁଛି, ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି କହିଛନ୍ତି, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ୨୮୨ ବିଲିୟନ ଡଲାର ରାଜସ୍ୱ ସୃଷ୍ଟି କରୁଥିବା ଆଇଟି କ୍ଷେତ୍ରର ଧ୍ୟାନ ଏପର୍ଯ୍ୟନ୍ତ କେବଳ ସେବା ଉପରେ ରହିଥିଲା । […]

Read More Text.

ହନିଟ୍ରାପ୍‌ ପ୍ରସଂଗ‌କୁ ନେଇ କମ୍ପିଲା କର୍ଣ୍ଣାଟକ ବିଧାନସଭା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ହନଟ୍ରାପ ଦୁର୍ନୀତି ଅଭିଯୋଗ ଆସିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ୪୮ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ୍‌ ଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍‌ ରାଜନ୍ନ ଆଜି ବିଧାନସଭାରେ ବିସ୍ଫୋରକ ଦାବି କରିଛନ୍ତି । ତାଙ୍କ ଉପରେ ହନିଟ୍ରାପ୍‌ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି । ‌କେବଳ ସେ ନୁହନ୍ତି ରାଜ୍ୟର ଅନ୍ୟ ମନ୍ତ୍ରୀ ନେତାଙ୍କ ସମେତ କେନ୍ଦ୍ରୀୟ ନେତୃବୃନ୍ଦ […]

Read More Text.

ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଁ ୫୪ ହଜାର କୋଟି

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ବାହିନୀର ପରିଚାଳନା କ୍ଷମତାକୁ ବୃଦ୍ଧି କରିବା ପାଇଁ ୫୪ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୫୪ ହଜାର କୋଟିରୁ ଅଧିକ ମୂଲ୍ୟର ଆଠଟି ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରିଛି। ୨୦୨୫କୁ ‘ସଂସ୍କାର ବର୍ଷ’ ଭାବରେ ପାଳନ କରିବାର ଏକ ଅଂଶ ଭାବରେ ଡିଏସି ପୁଞ୍ଜି ଅଧିଗ୍ରହଣ ପ୍ରକ୍ରିୟାକୁ ଦ୍ରୁତ, ଅଧିକ ପ୍ରଭାବଶାଳୀ ଏବଂ ଦକ୍ଷ କରିବା […]

Read More Text.

ଜଜ୍‌ଙ୍କ ଘରୁ ବିପୁଳ ଟଙ୍କା: ଏହି କଥାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଜଗଦୀପ ଧନକର

ନୂଆଦିଲ୍ଲୀ: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କା ଉଦ୍ଧାର ହେବା ବିଷୟରେ ଏବେ ଚର୍ଚ୍ଚାର ପରିସର ଭିତରେ ରହଛି। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ତା’ପରେ ଏହି କଥା ଚାରିଆଡ଼େ ବ୍ୟାପି ଯାଇଥିଲା। ଏବେ ଏ ସଂପର୍କରେ ମତ ରଖିଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ଧନକର। ଏ ସବୁ ଭିତରେ ଯାହା ତାଙ୍କୁ ସବୁଠାରୁ ବିବ୍ରତ କରୁଛି, ତାହା ହେଲେ ଏହି […]

Read More Text.

ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। କୋର୍ଟ ବାହାରେ ଆଇନଜୀବୀ ନୀତିନ କୁମାର ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି, ଉଭୟ ପକ୍ଷ ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି। ଦୁହେଁ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ପହଞ୍ଚି ମାମଲାର ଶୁଣାଣିକୁ ଚୂଡ଼ାନ୍ତ ରୂପ ଦେଇଥିଲେ ଏବଂ କିଛି ଦିନ […]

Read More Text.

ରୁଷ୍‌ ଉପରେ ୟୁକ୍ରେନ୍‌ର ବଡ଼ ଧରଣର ଆକ୍ରମଣ

ନୂଆଦିଲ୍ଲୀ: ଥମୁନାହିଁ ରୁଷ-ୟୁକ୍ରେନ୍‌ ବିବାଦ। ଏହି ଦୁଇ ଦେଶ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧ ବନ୍ଦ୍‌ ହେବା ନେଇ କଥାବାର୍ତ୍ତା ଚାଲିଥିବା ବେଳେ ୟୁକ୍ରେନ୍ ରୁଷ ଉପରେ କରିଛି ଏବ ବଡ଼ ଧରଣର ଆକ୍ରମଣ। ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି । ରୁଷର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ କରିଛି । ଏହି ଘାଟିଟି ରୁଷ୍‌-ୟୁକ୍ରେନ୍‌ ସୀମାଠାରୁ ପ୍ରାୟ ୭୦୦ କିମି […]

Read More Text.

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ ହାଇକୋର୍ଟକୁ ବଦଳି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କ ଏହି ନିଷ୍ପତ୍ତି ହଇଚଇ ସୃଷ୍ଟି କରିଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏଭଳି ନିଷ୍ପତ୍ତି କାହିଁକି ନିଆଗଲା? ତେବେ ଏହାର କାରଣ ହେଉଛି ପୁଳା ପୁଳା […]

Read More Text.

୨୫ ସେଲିବ୍ରିଟିଙ୍କ ନାଁରେ ଏତଲା

ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଯେଉଁମାନଙ୍କ ବିରୋଧରେ ତେଲଙ୍ଗାନା ପୁଲିସ ଏତଲା ଦାୟର କରିଛି ସେମାନଙ୍କ ମଧ୍ୟରେ ୬ ଜଣ ଟଲିଉଡ ତାରକା ଅଛନ୍ତି। ମିୟାପୁର ଥାନାରେ ଏତଲା ଦାୟର ହୋଇଛି। କୁହାଯାଉଛି ଯେ, ୩୨ […]

Read More Text.

ଆସନ୍ତା ବର୍ଷ ଭାରତ ହେବ ନକ୍ସଲ ମୁକ୍ତ: ୨୬ ନକ୍ସଲ ଏନକାଉଣ୍ଟର ପରେ ଶାହାଙ୍କ ବଡ ବୟାନ

ନୂଆଦିଲ୍ଲୀ: ଏନକାଉଣ୍ଟରରେ ଥରିଛି ଛତିଶଗଡର ଛାତି । ଜଙ୍ଗଲରେ ଶୁଭିଛି ଗୁଳିର ଗର୍ଜନ । ଆଉ ଯବାନଙ୍କ ଗୁଳିରେ ଟଳିପଡିଛନ୍ତି ୨୬ ମାଓବାଦୀ । ଇଟାର ଜବାବ ପଥରରେ ଦେଇଛନ୍ତି ସୁରକ୍ଷା କର୍ମୀ । ଛତିଶଗଡର ୨ଟି ଅଲଗା ଅଲଗା ସ୍ଥାନରେ ଆଜି ମାଓବାଦୀଙ୍କ ଉପରେ ଗୁଳିବର୍ଷା କରିଛନ୍ତି ଯବାନ । ବିଜାପୁର ଏବଂ କାଙ୍କେରରେ ସୁରକ୍ଷାକର୍ମୀଙ୍କ ଅପରେସନରେ ନିପାତ ହୋଇଛନ୍ତି ୨୬ ନକ୍ସଲ । ଯାହା ନକ୍ସଲ ମୁକ୍ତ ଅଭିଯାନକୁ ଆହୁରି ବଳ ଦେଇଛି । […]

Read More Text.