କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଧକ୍କା, ମୁଡା ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ଏମୟୁଡିଏ (ମୁଡା) ଜମି ଆବଣ୍ଟନ ମାମଲାର ତଦନ୍ତ ଜାରି ରଖିବାକୁ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜଡିତ ଥିବା ଅଭିଯୋଗ ହୋଇଛି। ମୁଡା ମାମଲାରେ ଲୋକାୟୁକ୍ତ ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ବି-ରିପୋର୍ଟ ଉପରେ ପ୍ରଶ୍ନ ଉଠାଇ ସୂଚନା ଅଧିକାର କର୍ମୀ ସ୍ନେହମୟୀ କୃଷ୍ଣଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ କୋର୍ଟ ଏହି ଆଦେଶକୁ ସ୍ଥଗିତ ରଖିଛନ୍ତି। କୋର୍ଟ କହିଛନ୍ତି ଯେ […]

Read More Text.

ୱାକଫ୍ ବିଲ୍ ପରେ ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର

ନୂଆଦିଲ୍ଲୀ,୧୫।୪: ୱାକଫ୍ ସଂଶୋଧନ ବିଲ୍‌ରେ ସଂସଦରେ ସମର୍ଥନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ପ୍ରଣୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଏହା ସରକାରଙ୍କ ପ୍ରାଥମିକତା ତାଲିକାରେ ରହିଛି ଏବଂ ୨୩ତମ ନିୟମ କମିଶନକୁ ଏହାର ଖସଡ଼ା ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇଛି। ୟୁସିସି ହେଉଛି ଏକ ଏଭଳି ଆଇନ୍, ଯାହା ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ବିବାହ, ବିଚ୍ଛେଦ, ଉତ୍ତରାଧିକାର […]

Read More Text.

ସଲମାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇଦେବାକୁ ଧମକ, ପରିବହନ ବିଭାଗ ହ୍ୱାଟ୍ସଆପ୍‌କୁ ଆସିଲା ମେସେଜ୍

ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ମୁମ୍ବଇର ୱର୍ଲିସ୍ଥିତ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ ଜରିଆରେ ହତ୍ୟା ଧମକ ଆସିଛି। ଧମକପୂର୍ଣ୍ଣ ମେସେଜରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ଏଥିସହ ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଛି। ଏହି ଘଟଣା ପରେ ୱର୍ଲି ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଧିକାରୀମାନେ ଏବେ ଧମକର […]

Read More Text.

ମୁର୍ଶିଦାବାଦ ଦଙ୍ଗା : ସିଏଏ ବିରୋଧୀ ଦଙ୍ଗା ପରି ରଣନୀତି ଅନୁସରଣ କରାଯାଉଛି : ଗୁଇନ୍ଦା ରିପୋର୍ଟ

କୋଲକାତା : ଓ୍ବାକଫ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ଘଟଣା ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଗୁଇନ୍ଦା ଏଜେନ୍ସି। ଇସ୍ଲାମିକ ମୌଳବାଦୀମାନେ ୨୦୧୯ ସିଏଏ ବିରୋଧୀ ଦଙ୍ଗା ସମୟରେ ବ୍ୟବହାର କରିଥିବା ରଣନୀତି ଭଳି ରଣନୀତି ବ୍ୟବହାର କରୁଛନ୍ତି ବୋଲି ଏଜେନ୍ସିମାନେ କହିଛନ୍ତି । ଗୁଇନ୍ଦା ସୁତ୍ର ଅନୁସାରେ, ‘ବାଂଲାଦେଶ ସୀମା ହେଉଛି ମୌଳବାଦର ପ୍ରବେଶ ପଥ।’ ସେମାନେ ମୁର୍ଶିଦାବାଦ ଏବଂ ମାଲଦାରେ ପୁନଃସଂଗଠିତ ହେଉଛନ୍ତି। ଏହାସହିତ ସେମାନେ ୨୦୧୯ ସିଏଏ ବିରୋଧୀ ଦଙ୍ଗା […]

Read More Text.

ୱାକ୍‌ଫ ବିଲ୍ ପାସ୍‌ ହେବାପରେ ମଧ୍ୟପ୍ରଦେଶରେ ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ; ୨୦ ବର୍ଷର ମଦ୍ରାସା ଉପରେ ଚାଲିଲା ବୁଲଡୋଜର

ଭୋପାଳ: ଦେଶରେ ୱାକ୍‌ଫ ଆଇନ କାର୍ଯ୍ୟକାରୀ ହେବାପରେ ମଧ୍ୟପ୍ରଦେଶରେ ପ୍ରଥମ ଥର ପାଇଁ କୌଣସି ବେଆଇନ ମଦ୍ରାସା ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିକଟରେ ବିଜେପି ରାଜ୍ୟ ସଭାପତି ବିଷ୍ଣୁ ଦତ୍ତ ଶର୍ମା ଅଭିଯୋଗ କରିଥିଲେ ଯେ, ସରକାରୀ ଜମିରେ ଏକ ବେଆଇନ ମଦ୍ରାସା ନିର୍ମାଣ କରି ବେଆଇନ କାର୍ଯ୍ୟକଳାପ କରାଯାଉଛି। ଏହି ଅଭିଯୋଗ ଆଧାରରେ ପ୍ରଶାସନ ମଦ୍ରାସାକୁ ଏକ ନୋଟିସ ପଠାଇଥିଲା ଏବଂ ରବିବାର ସକାଳେ ଏହାକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୁହାଯାଉଛି […]

Read More Text.

ବିଦେଶୀ ନାଗରିକଙ୍କ ପାଇଁ ନୂଆ ନିୟମ ଲାଗୁ କଲେ ଟ୍ରମ୍ପ ସରକାର

ନୂଆଦିଲ୍ଲୀ: ଟ୍ରମ୍ପ ସରକାର ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ୩୦ ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ନିଜକୁ ପଞ୍ଜୀକରଣ କରିବାକୁ ପଡିବ। ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଜରିମାନା ହୋଇପାରେ କିମ୍ବା ଜେଲ ମଧ୍ୟ ଯିବାକୁ ପଡ଼ିପାରେ। ଏହା ସହିତ, ସେମାନଙ୍କୁ ଦେଶରୁ ନିର୍ବାସିତ ମଧ୍ୟ କରାଯାଇପାରିବ। ଗୃହ ସୁରକ୍ଷା ବିଭାଗ ଏକ ନୂତନ […]

Read More Text.

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି: ୨୧ ମୃତ, ୮୩ ଆହତ

ଗୋଟିଏ ପଟେ ଯୁଦ୍ଧ ବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସହିତ ଆଲୋଚନା ଜାରି ରଖିଥିବାବେଳେ ଅନ୍ୟପଟେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି। ରବିବାର ରୁଷ ପକ୍ଷରୁ ୟୁକ୍ରେନର ସୁମି ସହର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଯାହାଫଳରେ ୨୧ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଆକ୍ରମଣରେ ଅନ୍ୟ ୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆକ୍ରମଣ ସମୟର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମରେ […]

Read More Text.

ଅମୃତ ଭାରତ ଯୋଜନା ଅଧୀନରେ ସରକାର ସାରା ଦେଶରେ ୧୦୪ଟି ରେଳ ଷ୍ଟେସନର ପୁନଃବିକାଶ କଲେଣି

ନୂଆଦିଲ୍ଲୀ: ଅମୃତ ଭାରତ ଯୋଜନା ଅଧୀନରେ ସରକାର ଏପର୍ଯ୍ୟନ୍ତ ସାରା ଦେଶରେ ୧୦୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସମାପ୍ତ କରିସାରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ଏହି ଯୋଜନା ଅଧୀନରେ, ସାରା ଦେଶରେ ୧୩୦୦ ରେଳ ଷ୍ଟେସନର ପୁନଃବିକଶିତ କରାଯିବାକୁ ରହିଛି। ପିଟିଆଇ ଖବର ଅନୁଯାୟୀ, ଅମୃତ ଭାରତ ଯୋଜନା ଅଧୀନରେ, ସମଗ୍ର ରେଳ ନେଟୱାର୍କରେ ଷ୍ଟେସନଗୁଡ଼ିକୁ ଉନ୍ନତ ଏବଂ ଆଧୁନିକୀକରଣ କରିବା ଏବଂ ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା […]

Read More Text.

ଇରାନ ପରମାଣୁ ବୋମା ତିଆରି କରିବାଠାରୁ ପାଦେ ଦୂରରେ

ରିୟାଦ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପଶ୍ଚିମ ଏସିଆରେ ଭୟଙ୍କର ଯୁଦ୍ଧ ହେବାର ସମ୍ଭାବନା ରହିଛି। ଆମେରିକା ଇରାନ ସଂଲଗ୍ନ ଅଞ୍ଚଳରେ ହଜାର ହଜାର ସୈନିକ, ପରମାଣୁ ବିମାନ ବାହକ ଏବଂ ଡଜନ ଡଜନ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପରମାଣୁ ଚୁକ୍ତିରେ ରାଜି ହେବାକୁ ପଡିବ ନଚେତ୍ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଇସ୍ରାଏଲ ଏହି ଆକ୍ରମଣ ଆରମ୍ଭ […]

Read More Text.

ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ଜିନପିଙ୍ଗ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ପାରସ୍ପରିକ ଶୁଳ୍କ ୧୪୫%କୁ ବୃଦ୍ଧି କରିବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଘନେଇବାରେ ଲାଗିଛି। ଚୀନ ଆମେରିକା ଉତ୍ପାଦ ଉପରେ ୧୨୫% ଶୁଳ୍କ ଲାଗୁ କରିବା ପରେ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି। ତେବେ ଟ୍ରମ୍ପଙ୍କ ଏପରି ଆଚରଣକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ଜିନପିଙ୍ଗ କହିଛନ୍ତି, ଆମେରିକାର ଏହି ପଦକ୍ଷେପରେ ଚୀନ ଭୟଭୀତ ହେଉନାହିଁ। ଅନ୍ୟପଟେ […]

Read More Text.