Iran

ତୀବ୍ର ପ୍ରତିବାଦ ଯୋଗୁଁ ଇରାନରେ ଇଣ୍ଟରନେଟ୍ ସେବା ଠପ୍, ବିମାନ ବାତିଲ

ନୂଆଦିଲ୍ଲୀ : ଇରାନରେ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦ ମଧ୍ୟରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ କଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିରୋଧ ଆନ୍ଦୋଳନ ହେବା ପରଠାରୁ ଏଥିରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ସରକାରୀ ବିରୋଧୀ ପ୍ରତିବାଦ ପାଇଁ ଆମେରିକା ଏବଂ ଇସ୍ରାଏଲର ଆତଙ୍କବାଦୀ ଏଜେଣ୍ଟମାନଙ୍କୁ ଦାୟୀ କରାଯାଇଛି । ନେତା  ଆୟାତୋଲ୍ଲା ଅଲି ଖାମେନି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଇରାନରେ ୨୮ ଡିସେମ୍ବର […]

Read More Text.
Fire breaks out

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୩ ଜୀବନ୍ତ ଦଗ୍ଧ

ମୁମ୍ବାଇ : ଗୋରଗାଓଁ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ପ୍ରାୟ ଭୋର ୩ଟା ସମୟରେ ଘଟିଥିବା ଜଣାପଡିଛି । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ନିଆଁ ନିୟନ୍ତ୍ରଣ କରାଯାଇଥିଲା । ଦୀର୍ଘ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ସୂଚନାନୁଯାୟୀ, ପ୍ଲସ-ୱାନ ମହଲା […]

Read More Text.
Accident

ଖାଇକୁ ଖସିଲା ବସ୍ : ୧୩ ମୃତ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା । ବସ୍ ଦୁର୍ଘଟଣା ଘଟି ୧୩ଜଣଙ୍କ ମୃତ୍ୟୁ । ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା । ସିରମୋର ଜିଲ୍ଲା ହରିପୁରଧାରରେ ଖାଇକୁ ଖସିଲା ବସ୍ । ସିମଲା ରୁ କୁପଭି ୟିବ ସମୟରେ ୫୦୦ଫୁଟ ଖାଇକୁ ଖସିଛି ବସ୍ । ଦୁର୍ଘଟଣାରେ ୩୩ଜଣ ଯାତ୍ରୀ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷର ଅନୁକମ୍ପା ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ ।

Read More Text.
Images

କଲକାତା ହାଇକୋର୍ଟରେ ହଙ୍ଗାମା: ଘୁଞ୍ଚିଲା ଇଡି ଶୁଣାଣି

କଲକାତା: ଆଇ-ପାକ୍‌ କାର୍ଯ୍ୟାଳୟରେ ଇଡି ଚଢାଉ ନେଇ ଶୁଣାଣି ବେଳେ କଲକାତା ହାଇକୋର୍ଟରେ ପ୍ରବଳ ହଙ୍ଗାମା ହୋଇଛି । ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଅନ୍ୟ ଏକ ବେଞ୍ଚରେ ଜରୁରୀ ଶୁଣାଣି ପାଇଁ ଇଡି ଆବେଦନ କରିଛି । ଗତକାଲି ଇଡି ଚଢାଉକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଶାଳ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ […]

Read More Text.
Indore

କାର୍ ଦୁର୍ଘଟଣାରେ ପୂର୍ବ ଗୃହମନ୍ତ୍ରୀଙ୍କ ଝିଅ ସମେତ ୩ ମୃତ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରରେ ତେଜାଜୀ ନଗର ଥାନା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଏକ କାର୍ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା, ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ଘଟଣାରେ ଜଣେ ଯୁବତୀ ଗୁରୁତର ଆହ ହୋଇଛନ୍ତି । ଘଟଣାରେ ପୂର୍ବ ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଝିଅ ପ୍ରେରଣ ବଚ୍ଚନ, ପ୍ରଦେଶ କଂଗ୍ରେସ ପ୍ରବକ୍ତା ଆନନ୍ଦ କାସଲିବାଲଙ୍କୁ ପୁଅ […]

Read More Text.
Iran

ତେହରାନରେ ପ୍ରତିବାଦର ନିଆଁ , ଖାମନେଇ ମୃତ୍ୟୁ ନାରା ପରେ ୨ ହଜାରରୁ ଅଧିକ ଗିରଫ

ନୂଆଦିଲ୍ଲୀ : ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମନେଇଙ୍କ ବିରୋଧରେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ରାଜଧାନୀ ତେହେରାନରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଉପରେ ଆକ୍ରମଣ ହେଉଛି । ବିଦ୍ରୋହୀମାନେ ସୈନିକମାନଙ୍କୁ ଘେରି ରହିବା ସହ ଛୁରାମାଡ କରୁଛନ୍ତି । ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି । ନିର୍ବାସିତ ଯୁବରାଜଙ୍କ ଡାକରାରେ ତେହେରାନ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରତିବାଦକାରୀ ପ୍ରତିବାଦରେ ଯୋଗ ଦେବା ପରେ ଗୁରୁବାର ରାତିରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ […]

Read More Text.
Massive fire

ଲୋକାଲ ଟ୍ରେନରେ ଅଗ୍ନିକାଣ୍ଡ, ରେଳ ସେବା ପ୍ରଭାବିତ

ମହାରାଷ୍ଟ୍ର : ମୁମ୍ବାଇର ଗୋଟିଏ ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାଟି ଗତକାଲି ରାତି ପ୍ରାୟ ୮.୩୦ଟା ସମୟରେ କୁର୍ଲା ଏବଂ ବିଦ୍ୟାବିହାର ଷ୍ଟେସନରେ ଘଟିଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବସତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହୋଇନାହିଁ । ସୂଚନାନୁଯାୟୀ, କୁର୍ଲା ଏବଂ ବିଦ୍ୟାବିହାର ରେଳ ଷ୍ଟେସନ ମଧ୍ୟରେ ଅଳିଆ ବୋଝେଇ ଏକ ଲୋକାଲ୍ ଟ୍ରେନର ଦ୍ୱିତୀୟ କୋଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ କେନ୍ଦ୍ରୀୟ […]

Read More Text.
G NrGSdbkAAWHjn

ଇଡି କାର୍ଯ୍ୟାନୁଷ୍ଠାନକୁ ବିରୋଧ: କଲକାତାରେ ମମତାଙ୍କ ରାଲି

କଲକାତା: କଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲି ଆରମ୍ଭ କରିଛନ୍ତି । ଇଡି ଚଢାଉକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ଟିଏମସି । ଟିଏମସିର ବରିଷ୍ଠ ନେତା ଓ ଶହ ଶହ କର୍ମୀ, ସମର୍ଥକମାନେ ଏକ ଶୋଭାଯାତ୍ରାରେ ବାହାରି ଇଡିର କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି । ଆଜି ସକାଳେ ଦିଲ୍ଲୀରେ ଟିଏମସି ସାଂସଦମାନେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଶାନ୍ତିପୂର୍ଣ୍ଣ ଧାରଣା ଓ ଇଡିର କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ । ଏହି […]

Read More Text.
Lalu prasad yadav convicted sixteen nine 1068x601

ଲାଲୁଙ୍କ ବିରୋଧରେ ସିବିଆଇ ହାତରେ ଦୃଢ ପ୍ରମାଣ, ୪୦ ଜଣଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ୍

ବିହାର: ଲ୍ୟାଣ୍ଡ ଫର୍ ଜବ୍ ମାମଲାରେ ଆଜି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ଼ ଝଟକା ଲାଗିଛି । କାରଣ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଲାଲୁଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛନ୍ତି। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ସମେତ ୪୦ ଜଣଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ୍ କରାଯାଇଛି। […]

Read More Text.
Tmc mp

ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଟିଏମସିର ସାଂସଦ: ୮ ଜଣଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପହଞ୍ଚିଲା ପଶ୍ଚିମବଙ୍ଗ ହାଇଡ୍ରାମା । ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ଆଗରେ ଟିଏମସିର ସାଂସଦମାନେ ବିକ୍ଷୋଭ କରିଛନ୍ତି । ଇଡି ଚଢାଉକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ଟିଏମସିର ସାଂସଦ । ଏହି ସମୟରେ ଦିଲ୍ଲୀ ପୁଲିସ ଓ ଟିଏମସି ସାଂସଦଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଫଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବା ସହ ୮ଜଣ ଟିଏମସି ସାଂସଦଙ୍କୁ ଉଠାଇ ନେଇଛି ପୁଲିସ । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ସମେତ […]

Read More Text.