ପିଏମ୍ ମୋଦୀଙ୍କୁ ଭେଟିଲେ ବେଲଜିୟମ ପ୍ରଧାନମନ୍ତ୍ରୀ ୱେଭର; ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା

ନୂଆଦିଲ୍ଲୀ : ଭାରତ ୟୁରୋପୀୟ ସଂଘ ଏବଂ ୟୁରୋପ ସହିତ ତାର ସମ୍ପର୍କକୁ ମଜବୁତ କରୁଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କୁ ଭେଟିଛନ୍ତି। ରାଜଧାନୀର ହାଇଦ୍ରାବାଦ ହାଉସରେ ଦୁଇ ନେତା ସାକ୍ଷାତ କରିଛନ୍ତି। ପୂର୍ବରୁ, ପ୍ରଧାନମନ୍ତ୍ରୀ ଡି ୱେଭର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବେଲଜିୟମ ପ୍ରଧାନମନ୍ତ୍ରୀ ରାଜଘାଟରେ ପରିଦର୍ଶକ ପୁସ୍ତକରେ ମଧ୍ୟ ସ୍ୱାକ୍ଷର କରିଥିଲେ। ଏହି ସମୟରେ […]

Read More Text.

ପଙ୍କ କାଦୁଅ ତଳୁ ଉଦ୍ଧାର ହେଲାଣି ୧୨୨୨ ମୃତଦେହ, ପ୍ରାୟ ୫ ହଜାର ନିଖୋଜ

କାଠମାଣ୍ଡୁ : ନେପାଳରେ ଆସିଥିବା ଜଳପ୍ରଳୟ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ ୧୨୨୨ ମୃତଦେହ ଜବତ କରାଯାଇଥିବା ବେଳେ ୪୮୭୫ ନିଖୋଜ ରହିଛନ୍ତି । ନିଖୋଜ ଥିବାଙ୍କ ମଧ୍ୟରେ ୬୦୧ ଜଣ ବିଦେଶୀ ନାଗରିକ ସାମିଲ ରହିଛନ୍ତି । ଏଯାଏଁ ୬.୦୦୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ମୋଟ ୭୮୯୨ ପୋଲିସ କର୍ମୀ ନିୟୋଜିତ ରହିଥିଲେ । ସେମାନଙ୍କ […]

Read More Text.

STP ଦୁର୍ନୀତି ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ଜଳ ବୋର୍ଡର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ପ୍ରକଳ୍ପରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଆଇନଜୀବୀ ଏନ୍. ହରିହରନ୍ କୋର୍ଟରେ ଯୁକ୍ତି ରଖି କହିଥିଲେ […]

Read More Text.

ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ରାମ ମନ୍ଦିର ନୂଆ ସିଇଓ ମନୋନୀତ

ଉତ୍ତରପ୍ରଦେଶ: ଶ୍ରୀ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମିଳିଛନ୍ତି । ସୂତ୍ର ଅନୁସାରେ, ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରଙ୍କ ନାମରେ ମୋହର ଲାଗିଛି । ଟ୍ରଷ୍ଟର ପ୍ରେସ୍ ସମ୍ମଳନୀରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ତାଙ୍କ ନିଯୁକ୍ତି ତାରିଖରୁ ତିନି ବର୍ଷ ପର୍ଯ୍ୟନ୍ତ CEO ପଦବୀରେ ରହିବେ । ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାରେ ୩୮ ବର୍ଷ ଧରି […]

Read More Text.
02bbs 48 02092026 112 2026 09 02 19 43

ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ : ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ତଦନ୍ତରେ ମୁମ୍ବାଇ ପୋଲିସ ଅବହେଳା କରିଥିବା ଅଭିଯୋଗ ଆଣିଥିଲେ  ଦିଶାଙ୍କ ବାପା ।  ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ  ଜଣେ ବରିଷ୍ଠ ସିବିଆଇ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯଇବାକୁ ମୁମ୍ୱାଇ ସିବିଆଇର  ଜଏଣ୍ଟ ଡାଇରେକ୍ଟରଙ୍କୁ  ନିର୍ଦ୍ଦେଶ ଦିଆଯାଇଛି  ଏବଂ ପ୍ରମାଣ […]

Read More Text.

ମ୍ୟାଲେରିଆ ଔଷଧ ଖାଇ ଶିଶୁ ମୃତ: ୫୦ରୁ ଅଧିକ ଅସୁସ୍ଥ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ଅନ୍ତର୍ଗତ ଗୋଲ୍ଲାଗୁପ୍ପା ଗ୍ରାମରେ ମ୍ୟାଲେରିଆ ନିରୋଧକ ‘କ୍ଲୋରୋକ୍ୱିନ୍’ ବଟିକା ଖାଇବା ପରେ ଜଣେ ୭ ବର୍ଷୀୟ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ୪୦ରୁ ଅଧିକ ଛୋଟ ପିଲା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ପ୍ରତିଷେଧକ ଭାବେ ଗ୍ରାମବାସୀ ଓ ସ୍କୁଲ ପିଲାମାନଙ୍କୁ କ୍ଲୋରୋକ୍ୱିନ୍ ଔଷଧ ବଣ୍ଟାଯାଇଥିଲା। ଔଷଧ ସେବନର କିଛି ସମୟ ପରେ […]

Read More Text.

କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ସଭାପତି ଚିରାଗ ପାଶୱାନଙ୍କୁ ହତ୍ୟା ଧମକ ମିଳିଛି । ଡାକ ଯୋଗେ କେହି ଜଣେ ଚିଠି ଲେଖି ଏହି ହତ୍ୟା ଧମକ ଦେଇଛି । ଏହି ବେନାମୀ ଚିଠିରେ ସିଧା ସଳଖ ଉଲ୍ଲେଖ ରହିଛି, ‘ତୁମକୁ ଖୁବ୍ ଶୀଘ୍ର ହାର୍ଡକୋର ଆତଙ୍କବାଦୀମାନେ ହତ୍ୟା କରିବେ ।’ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଏପରି ଧମକକୁ ଗୁରୁତ୍ୱର ସହ ନେଇଛି ତାଙ୍କ କାର୍ଯ୍ୟାଳୟ । ଶ୍ରୀ ପାଶୱାନଙ୍କ ଅଫିସ […]

Read More Text.

୧୦୦୦ ପାର୍‌ ହେଲା ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ:ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଚୀନ୍‌ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ହଜାର ୩ ଜଣରେ ପହଞ୍ଚିଛି। ନେପାଳ ବିପର୍ଯ୍ୟୟ ବିଭାଗର ସୂଚନା ଅନୁଯାୟୀ, ଏହି ବିପର୍ଯ୍ୟୟରେ ଏବେ ବି ୩୯୧୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ରହିଥିବା ଜଣାପଡ଼ିଛି। ବନ୍ୟା ଓ ଭୂସ୍ଖଳନ […]

Read More Text.

ଚିନି ଡିଲରଙ୍କ ପାଇଁ କଟକଣା: ୨ ହଜାର କ୍ୱିଣ୍ଟାଲରୁ ଅଧିକ ଷ୍ଟକ୍ ରଖିବା ମନା

ନୂଆଦିଲ୍ଲୀ: ଚିନିର କଳାବଜାରୀ ଓ ଅତ୍ୟଧିକ ମହଜୁଦକୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚିନି ଡିଲରମାନେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଚିନି ମହଜୁଦ ରଖିପାରିବେ ନାହିଁ। ସେପ୍ଟେମ୍ବର ୧୫ରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଡିଲରମାନଙ୍କୁ ସର୍ବାଧିକ ୪ ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚିନି ମହଜୁଦ ରଖିବାକୁ ଅନୁମତି ଥିଲା। ଏବେ ଏହି ସୀମାକୁ ଅଧା କରି ୨ ହଜାର କ୍ୱିଣ୍ଟାଲ କରାଯାଇଛି। ଚିନି ଯୋଗାଣ ଓ […]

Read More Text.

ସାମାଜିକ କର୍ମୀ ଆନ୍ନା ହଜାରେ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ପ୍ରଖ୍ୟାତ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ବମ୍ବେ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ସୂତ୍ର ଅନୁସାରେ, ୮୭ ବର୍ଷୀୟ ଆନ୍ନା ହଜାରେ ପ୍ରଥମେ ତାଙ୍କ ଜନ୍ମସ୍ଥାନ ରାଲେଗାନ ସିଦ୍ଧି ନିକଟସ୍ଥ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ। ପରେ ଗୁରୁତର ଭାଇରାଲ୍ ସଂକ୍ରମଣ, ଡିହାଇଡ୍ରେସନ୍ ଏବଂ କିଡନୀ ଜନିତ ଜଟିଳତା ଦେଖାଦେବା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ପଠାଯାଇଥିଲା। ସେ […]

Read More Text.