ରନୱେରୁ ବାହାରକୁ ଚାଲିଗଲା କାର୍ଗୋ ବିମାନ : ୫ ମୃତ, ୫ ଆହତ

ନୂଆଦିଲ୍ଲୀ: ରନୱେରୁ ବାହାରିଗଲା କାର୍ଗୋ ବିମାନ । ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରକୁ ଚାଲିଗଲା । ଫଳରେ ୫ ଜଣଙ୍କ ମୃତ୍ୟୁ ଏବଂ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ 21 Air Flight 7598 ନାମକ ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ ବିମାନ ସାମିଲ ଥିଲା । ବିମାନଟି ଲୁଇସ୍ ମୁନୋଜ୍ ମାରିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ରନୱେ ୩୦ରେ ଅବତରଣ […]

Read More Text.
Delhi building

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଲା, ୧୨ ଉଦ୍ଧାର

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । NDRF, ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣା ପରେ ଦିଲ୍ଲୀ ପୋଲିସ କୋଠା ମାଲିକ ହରି ରାମଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି । ପୋଲିସ ତାଙ୍କୁ ଖୋଜିବା ସହ ଘଟଣା ପାଇଁ ଦାୟୀ ଅନ୍ୟ ବ୍ୟକ୍ତିଙ୍କ […]

Read More Text.

ଦିଲ୍ଲୀରେ ଭୁଶୁଡିଲା ୫ ମହଲା କୋଠା, ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ପିଲାଙ୍କ ହଷ୍ଟେଲ ବୋଲି ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଭୁଶୁଡ଼ି ପଡ଼ିଥିବା କୋଠାଟି ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଥିଲା । ଆଜି ଅପରାହ୍ଣ ପ୍ରାୟ ୧ଟା ୩୦ […]

Read More Text.

ବିବାହ ଭୋଜିରେ ଭୟାବହ ଅଗ୍ନିକାଣ୍ଡ, ୨୨ ମୃତ, ଅନେକ ଆହତ

କଙ୍ଗୋ: ମଧ୍ୟ ଆଫ୍ରିକାର କଙ୍ଗୋ ଦେଶର ରାଜଧାନୀ କିଂଶାସାରେ ଚାଲିଥିବା ବିବାହ ଉତ୍ସବ ଶୋକରେ ପରିଣତ ହୋଇଛି । ଶୁକ୍ରବାର ରାତିରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଏହି ଘଟଣାଟି ଉତ୍ତର କିନଶାସାର ଲିଙ୍ଗୱାଲା ଅଞ୍ଚଳରେ ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ଏକ ବିବାହ ଭୋଜିରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଶନିବାର […]

Read More Text.

କାଶ୍ମୀର ସୁରକ୍ଷା ବାହିନୀ ଗୁଳିରେ ପାକିସ୍ତାନୀ ଏଲଇଟି କମାଣ୍ଡର ନିହତ

ଜମ୍ମୁ କାଶ୍ମୀର : ଆଜି ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଲସ୍କର-ଏ-ତୈବା (ଏଲଇଟି)ର ଜଣେ ପାକିସ୍ତାନୀ କମାଣ୍ଡର ନିହତ ହୋଇଛି । ଏହି ଏନକାଉଣ୍ଟର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସ୍ପେଶାଲ ଫୋର୍ସ ଏବଂ ୫୩ ରାଷ୍ଟ୍ରୀୟ ରାଇଫଲ୍ସକୁ ନେଇ ଗଠିତ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସୂଚନାନୁଯାୟୀ, ୟାସିର ପୂର୍ବରୁ […]

Read More Text.

ଝିଅଙ୍କ ପାଠପଢ଼ା ଲାଗି ୩ ହଜାର ଟଙ୍କାର ପୁରସ୍କାର ଜିତିବାକୁ ଖାଲି ପାଦରେ ଦୌଡ଼ିଲେ ମା’, ସହାୟତାର ହାତ ବଢ଼ାଇଲା ସାରା ଦେଶ

ନୂଆଦିଲ୍ଲୀ: ଦେଶର ହୃଦୟ ଜିତିଲା ରମାବାଇଙ୍କ ସଂଘର୍ଷ । ଝିଅଙ୍କ ପାଠପଢ଼ା ପାଇଁ ଖାଲି ପାଦରେ ଦୌଡ଼ିଲେ ରମାବାଇ । ସହାୟତାର ହାତ ବଢ଼ାଇଲା ସାରା ଦେଶ । ଶାଢ଼ି ପିନ୍ଧି ଖାଲି ପାଦରେ ଦୌଡ଼ିଥିବା ଜଣେ ୪୭ ବର୍ଷୀୟା ବିଧବା ମହିଳାଙ୍କ ସଂଘର୍ଷ ଏବେ ସାରା ଦେଶର ହୃଦୟ ଜିଣିଛି । ଝିଅମାନଙ୍କ ପାଠପଢ଼ା ସାମଗ୍ରୀ କିଣିବା ପାଇଁ ୩ ହଜାର ଟଙ୍କାର ପୁରସ୍କାର ଜିତିବାକୁ ଦୌଡ଼ିଥିବା ରମାବାଇ ରଣବୀରଙ୍କ ଜୀବନ ମାତ୍ର ସପ୍ତାହକ ମଧ୍ୟରେ ବଦଳିଯାଇଛି […]

Read More Text.
CAE v

କାରକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୮ ଛାତ୍ରଙ୍କ ଜୀବନ

ତ୍ରିସୁର : କେରଳମରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୮ ଜଣଙ୍କର ମୃତ୍ୟ ହୋଇଛି । କେରଳମର ଥ୍ରିସୁର ଜିଲ୍ଲା ପନାମବିକୁନୁରେ ଏକ କାର ସହ ଟ୍ରକର ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଛାତ୍ର ବୋଲି କୁହାଯାଉଛି । ତ୍ରିସୁର ନିକଟବର୍ତ୍ତୀ କାଇପାମଙ୍ଗଲମର ପାନାମ୍ବିକକୁନୁରେ ଶୁକ୍ରବାର ରାତି ପ୍ରାୟ ୧୧.୪୦ ସମୟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ କହିବା ଅନୁଯାୟୀ, ଯୁବକମାନଙ୍କୁ ନେଇ ଯାଉଥିବା କାରଟି ରାଜପଥରେ ପାର୍କିଂ […]

Read More Text.

ବ୍ରିକ୍ସ ସମ୍ମିଳନୀ ପାଇଁ ୧୧ରେ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ଛୁଟି

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀ ନିମନ୍ତେ ସେପ୍ଟେମ୍ବର ୧୧ ତାରିଖକୁ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏ ସମ୍ପର୍କରେ ଗୁରୁବାର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ବ୍ରିକ୍ସ ସମ୍ମିଳନୀ ନିମନ୍ତେ ବିଭିନ୍ନ ବିଦେଶୀ ନେତାଙ୍କ ଆଗମନ ହେବାକୁ ଥିବାରୁ ସେମାନଙ୍କ ପାଇଁ ଆବଶ୍ୟକ ଯିବା ଆସିବା ବ୍ୟବସ୍ଥା କରାଯିବ। ଏଥିପାଇଁ ସାଧାରଣ ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ସରକାରୀ […]

Read More Text.

ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ

ନୂଆଦିଲ୍ଲୀ: ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେ ଅଘଟଣ ।  ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ ।  ନାଇଜେରିଆର ରିଭର୍ସ ଷ୍ଟେସ୍ ସ୍ଥିତ ଓକାରି ଜେଟି ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ।  ରିପୋର୍ଟ ଅନୁଯାୟୀ, କିଛି ଲୋକ ପୋର୍ଟ ହାରକୋର୍ଟ ରିଫାଇନେରୀ ଦେଇ ଯାଇଥିବା ଏକ ହାଇ-ପ୍ରେସର ଅଶୋଧିତ ତେଲ ପାଇପଲାଇନକୁ କାଟି ତେଲ ଚୋରି କରିବାକୁ ଉଦ୍ୟମ କରୁଥିଲେ । ତେଲ ଚୋରି କରି ନିଜ ବୋଟରେ ତେଲ ଭରୁଥିବା ସମୟରେ […]

Read More Text.

ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଇମେଜିଂ ସାଟେଲାଇଟ୍ EOS-05

ନୂଆଦିଲ୍ଲୀ: ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ । ମହାକାଶ କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା । ଶୁକ୍ରବାର ଭୋର ୨ଟା ୫୫ ମିନିଟ୍ ରେ ଇସ୍ରୋର GSLV-F17 ରକେଟ୍ ମହାକାଶକୁ ସଫଳତାର ସହ ଉଡ଼ାଣ ଭରିଛି । ଏହି ରକେଟ୍ ରେ ପଠାଯାଇଥିବା EOS-05 ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହ ପହଞ୍ଚାଇ ଦିଆଯାଇଛି । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଉତକ୍ଷେପଣ ସ୍ଥଳରୁ ହାଲୁକା […]

Read More Text.