‘ୟୁପିର ସମସ୍ତ ସ୍କୁଲରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ କରାଯିବ’

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ରାଜ୍ୟର ସ୍କୁଲଗୁଡ଼ିକରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋରଖପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ । ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍”କୁ ଜାତୀୟ ସଙ୍ଗୀତ ଭାବରେ ବାଧ୍ୟତାମୂଳକ କରାଯିବ । ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଆଜିଠାରୁ […]

Read More Text.
Accident 1

ରାସ୍ତାକଡ଼ରେ ଠିଆ ହୋଇଥିବା ଲୋକଙ୍କୁ ଦଳି ଦେଲା ସ୍କର୍ପିଓ, ୪ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରିୱା ଜିଲ୍ଲାର ଗଢ ଥାନା ସ୍ଥିତ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଯୋଗୁଁ ଏକ ସ୍କର୍ପିଓ କାର୍ ରାସ୍ତାକଡ଼ରେ ଛିଡା ହୋଇଥିବା ଅନେକ ଲୋକଙ୍କୁ ଧକ୍କା ଦେବା ପରେ ବିଜୁଳି ଖୁଣ୍ଟରେ ଧକ୍କା ହୋଇଥିଲା । ଘଟଣା ପରେ ସ୍କର୍ପିଓରେ ଥିବା ଡ୍ରାଇଭର ସହିତ ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡିଛି । ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର […]

Read More Text.
Rdx1

ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ, ୨ ଡାକ୍ତର ଗିରଫ  

ନୂଆଦିଲ୍ଲୀ: ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ। ଜାମ୍ମୁକାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଭାବେ ଏଠାରେ ଚଢ଼ଉ କରି ୩୦୦ କେଜି RDX ସାଙ୍ଗକୁ ୨ଟି ଏକେ-୪୭ ବନ୍ଧୁକ ଓ ବିପୁଳ ଗୁଳିଗୋଳା ଜବତ କରିଛନ୍ତି। ମାମଲାରେ ଜଣେ କାଶ୍ମୀର ଡାକ୍ତରଙ୍କୁ ଗିରଫ କରାଯାଇଛି। ଗିରଫ ଡାକ୍ତର ଜଣକ ଡାକ୍ତର ଆଦିଲ ଅହମ୍ମଦ ରାଥର ବୋଲି ଜଣାପଡ଼ିଛି। ଆଦିଲଙ୍କ ସୂଚନା ଆଧାରରେ ଫରିଦାବାଦରେ ଚଢ଼ଉ କରାଯାଇଥିଲା । ତେବେ ପୂର୍ବରୁ, ପୋଲିସ କାଶ୍ମୀର ଭ୍ୟାଲିରେ […]

Read More Text.
Patna

ଘର ଛାତ ଭୁଶୁଡ଼ି, ୫ ମୃତ

ପାଟନା : ବିହାର ରାଜଧାନୀ ପାଟନାରେ ବଡ଼ ଅଘଟଣ । ପାଟନାରେ ଏକ ବିଲିଡିଂର ଛାତ ଭୁଶୁଡିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଛାତ ଗଳିପଡିଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ରହିଥିଲେ । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ଖବର ମୁତାବକ, ରବିବାର ରାତିରେ ମାଲା ପାଟନାର ଦାନାପୁର ଅଞ୍ଚଳରେ ମାନସ ଗାଁରେ ହୋଇଛି । ଗତ ରାତିରେ ଏକ ଘରେ ପରିବାରର ଲୋକ […]

Read More Text.

ଆରଏସ୍‌ଏସ୍‌ର ଆଇନଗତ ବୈଧତା ରହିଛି: ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆରଏସ୍‌ଏସ୍‌) ଏକ ପଞ୍ଜିକୃତ ସଂଗଠନ ନୁହେଁ। କାରଣ ଏହା ସରକାରଙ୍କ କୌଣସି ଆଇନ ଅନୁଯାୟୀ ପଞ୍ଜୀକରଣ ହୋଇ ନାହିଁ। ପଞ୍ଜୀକରଣ ହୋଇ ନଥିବା ସତ୍ତ୍ବେ ଏହାର ଆଇନଗତ ବୈଧତା ରହିଛି ବୋଲି ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ସଂଘର ପଞ୍ଜୀକରଣ ସ୍ଥିତିକୁ ନେଇ ହେଉଥିବା ସମାଲୋଚନା ଉପରେ ଉତ୍ତର ଦେଇ ଶ୍ରୀ ଭାଗବତ କହିଛନ୍ତି ଯେ ଆରଏସଏସ୍‌ ୧୯୨୫ରେ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ଇଂରେଜମାନେ ଦେଶ ଶାସନ କରୁଥିଲେ। ଇଂରେଜ […]

Read More Text.
Untitled 2025 11 07t070146 1762650299

ସରିଲା ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର: ମଙ୍ଗଳବାର ଭୋଟ

ପାଟନା: ବିହାରର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ୨୦ଟି ଜିଲାର ୧୨୨ଟି ଆସନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ହେବ। ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ନଭେମ୍ବର ୧୪ରେ ଭୋଟ ଗଣତି ହେବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ଦିନରେ ମହାମେଣ୍ଟ ଓ ଏନଡିଏ ପକ୍ଷରୁ ପ୍ରଚାର ଜୋରଦାର […]

Read More Text.
1x 1 1068x712

ମୁନିର ପାକିସ୍ତାନ ସୈନ୍ୟ ବାହିନୀରେ ହେବେ ପ୍ରଥମ ସିଡିଏଫ୍‌

ଇସଲାମାବାଦ: ପାକିସ୍ତାନ ସରକାର ପାର୍ଲାମେଣ୍ଟରେ ୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଶନିବାର ପାର୍ଲାମେଣ୍ଟରେ ଆଗତ ହୋଇଥିବା ଏହି ବିଲ୍‌ ଦ୍ବାରା ପାକିସ୍ତାନ ସମ୍ବିଧାନର ଧାରା ୨୪୩ରେ ପରିବର୍ତ୍ତନ କରାଯିବ। ଧାରା ୨୪୩ରେ ପାକିସ୍ତାନ ସୈନ୍ୟ ବାହିନୀର ଗଠନ ପ୍ରକ୍ରିୟା ଓ ଏ ସମ୍ପର୍କିତ ଅନ୍ୟାନ୍ୟ ନିୟମ ରହିଛି। ୨୭ତମ ସମ୍ବିଧାନ ସଂଶୋଧନ ଦ୍ବାରା ପାକିସ୍ତାନ ସୈନ୍ୟ ବାହିନୀରେ ସର୍ବୋଚ୍ଚ କ୍ଷମତାଧାରୀ ପଦ ଚିଫ୍‌ ଅଫ୍ ଡିଫେନ୍ସ ଫୋର୍ସେସ୍ (ସିଡିଏଫ୍‌) ସୃଷ୍ଟି କରାଯିବ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ […]

Read More Text.
12

ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ, ୧୦ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି| ଏକ କାରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦିଲ୍ଲୀ ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ବିସ୍ଫୋରଣ ଭୟଙ୍କର ଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ଦମକଳବାହିନୀର ୭ଟି ଗାଡ଼ି ପହଞ୍ଚି ନିଆଁ ଲିଭାଇବା ପାଇଁ […]

Read More Text.
Ats india spkaistan 2025111579835

ଡାକ୍ତରରୁ ଆତଙ୍କବାଦୀ, ରାସାୟନିକ ଆକ୍ରମଣ ଲାଗି ଷଡ଼ଯନ୍ତ୍ର

ଗୁଜୁରାଟ: ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ATS) ଏକ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ କରିଛି ଯାହା ସାରା ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରିଦେଇଛି। ଚୀନରୁ MBBS କରିଥିବା ଏବଂ ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରଦେଶ (ISKP) ସହିତ ସମ୍ପର୍କରେ ଥିବା ହାଇଦ୍ରାବାଦର ବାସିନ୍ଦା ଡକ୍ଟର ଅହମ୍ମଦ ମୋହିଉଦ୍ଦିନ ସୟଦ ସମେତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କର ଲକ୍ଷ୍ୟ ଥିଲା ବିଷାକ୍ତ ଅସ୍ତ୍ର ସହିତ ଅହମ୍ମଦାବାଦ, ଲକ୍ଷ୍ନୌ ଏବଂ ଦିଲ୍ଲୀରେ ବିନାଶ ଘଟାଇବା। ଗୁଜରାଟ […]

Read More Text.
Pakistan 2025 11 09 19 10 40

ପାକିସ୍ତାନରେ ସର୍ବେସର୍ବା ସେନା ହେବ କି ?

ଇସ୍ଲାମାବାଦ : ପାକିସ୍ତାନରେ ସେନା ସର୍ବେସର୍ବା ହେବାକୁ ଯାଉଛି କି ? ବର୍ତ୍ତମାନର ପରିସ୍ଥିତି ଏହା ସୂଚାଇ ଦେଉଛି। ଗୋଟିଏ ପଟେ, ସରକାର ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିବା ପାଇଁ ଏକ ନୂତନ ବିଲ୍ ଆଗତ କରିବାକୁ ଯାଉଛନ୍ତି, ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆତ୍ମସମର୍ପଣ କରିବାପରି ଲାଗୁଛି। ଶାହବାଜ ସରିଫ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “କିଛି ଲୋକ ଚାହାଁନ୍ତି ଯେ ମୋ ପାଖରେ ଅଧିକ କ୍ଷମତା ରହୁ, କିନ୍ତୁ ମୁଁ […]

Read More Text.