Election commission

ଆସନ୍ତାକାଲି ଠାରୁ ୧୨ ରାଜ୍ୟରେ SIR ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ: ନିର୍ବାଚନ କମିଶନ

ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ ଏସଆଇଆରର ସଫଳତା ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ SIR । ଜ୍ଞାନେଶ କୁମାର କହିଛନ୍ତି, ଭୋଟର ତାଲିକାରେ ଯୋଗ୍ୟ ଭୋଟରଙ୍କୁ ଯୋଡିବା ଏବଂ […]

Read More Text.
Cji 1

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଲାଗି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ କଲେ CJI ବିଆର ଗଭାଇ

ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ବିଆର ଗଭାଇ । ନଭେମ୍ବର ୨୪ରେ ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଭାବେ ଶପଥ ନେଇପାରନ୍ତି । ଆସନ୍ତା ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ବି.ଆର. ଗଭାଇ ଅବସର ନେଉଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ମୁଖ୍ୟ ବିଚାରପତି ହେବେ । ତାଙ୍କର କାର୍ଯ୍ୟକାଳ ପ୍ରାୟ ୧୪ ମାସ ରହିବ । […]

Read More Text.
Afghan 2025 10 27 20 07 21

ମୁମ୍ବାଇରୁ ଧରାପଡ଼ିଲେ ୬ ସଂଦିଗ୍ଧ ଆଫଗାନ ନାଗରିକ

ମୁମ୍ବାଇ: ମୁମ୍ବାଇ ପୁଲିସ ସୋମବାର ଛଅ ଜଣ ସଂଦିଗ୍ଧ ଆଫଗାନ ନାଗରିକଙ୍କୁ ଗିରଫ କରିଛି। ସେମାନେ ସମସ୍ତେ ଜାଲ କାଗଜପତ୍ର ଆଧାରରେ ମୁମ୍ବାଇରେ ରହୁଥିଲେ। ପଚରାଉଚରା ସମୟରେ ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ, ଯାହା ଫଳରେ ପୁଲିସ ସେମାନଙ୍କୁ ଗିରଫ କରିଛି ବୋଲି ମୁମ୍ବାଇ ପୁଲିସର ଜଣେ ଅଧିକାରୀ ସୋମବାର ଏହା ପ୍ରକାଶ କରିଛନ୍ତି। ସମସ୍ତ ଆଫଗାନ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ପୁଲିସ କହିଛି ଯେ ସେମାନଙ୍କୁ ଖୁବ୍ ଶୀଘ୍ର ଆଫଗାନୀସ୍ତାନକୁ ପଠାଇ […]

Read More Text.
Yogi adityanath 2025 10 19 18 46 04

ବଦଳିଲା ଉତ୍ତରପ୍ରଦେଶ ମୁସ୍ତାଫାବାଦର ନାଁ, ନୂଆ ନାମ ହେବ କବୀରଧାମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲଖିମପୁର-ଖିରି ଅନ୍ତର୍ଗତ ମୁସ୍ତାଫାବାଦ ଗ୍ରାମର ନାମ ପରିବର୍ତ୍ତନ କରାଯାଇଛି । ଏବେ ଏହି ଗାଁର ନୂଆ ନାମ ହେବ କବୀରଧାମ । ଏ ନେଇ ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, “ଯେତେବେଳେ ମୁଁ ଏଠାକୁ ଆସି ଗାଁ ବିଷୟରେ ପଚାରିଲି, ମୋତେ କୁହାଗଲା ଯେ ଏହାର ନାମ ମୁସ୍ତାଫାବାଦ। ମୁଁ ପଚାରିଲି ଯେ ସେଠାରେ କେତେ ମୁସଲମାନ ରହୁଥିଲେ। ମୁଁ ଜାଣିବାକୁ ପାଇଲି ଯେ ଏଠାରେ […]

Read More Text.
514pvgrpres. ac uf894,1000 ql80

ଦଳ ବିରୋଧୀ କାମ ପାଇଁ ୪ ନେତାଙ୍କୁ ବହିଷ୍କାର କଲା ବିଜେପି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ- ୨୦୨୫ ପୂର୍ବରୁ ବିଜେପି ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ୪ଜଣ ନେତାଙ୍କୁ ଛଅ ବର୍ଷ ପାଇଁ ବହିଷ୍କାର କରିଛି। ଏମାନଙ୍କ ମଧ୍ୟରେ କହଲଗାଓଁ ବିଧାନସଭା ଆସନରୁ ପବନ ଯାଦବ, ବାହାଦୁରଗଞ୍ଜ ଆସନରୁ ବରୁଣ ସିଂହ, ଗୋପାଳଗଞ୍ଜ ଆସନରୁ ଅନୁପ କୁମାର ଶ୍ରୀବାସ୍ତବ ଏବଂ ବରହରା ଆସନରୁ ସୂର୍ଯ୍ୟ ଭାନ ସିଂହ ଅନ୍ତର୍ଭୁକ୍ତ ଅଛନ୍ତି। ବିଜେପି ବିହାର ରାଜ୍ୟ ମୁଖ୍ୟାଳୟ ପ୍ରଭାରୀ ଅରବିନ୍ଦ ଶର୍ମା ଏକ ଅଧିକାରିକ ଚିଠି ମାଧ୍ୟମରେ କହିଛନ୍ତି, […]

Read More Text.

ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ, ବଢ଼ିଲେ ୩୦% ଶ୍ବାସରୋଗୀ

ନୂଆଦିଲ୍ଲୀ : ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ଶ୍ବାସରୋଗୀଙ୍କ ବ୍ୟତୀତ ଗର୍ଭବତୀଙ୍କୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଡାକ୍ତରଙ୍କ କହିବା ଅନୁଯାୟୀ ବାୟୁ ଓ ଶବ୍ଦ ପ୍ରଦୂଷଣର ମିଶ୍ରିତ ପ୍ରଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି। ଚଳିତ ଦୀପାବଳିରେ ଦିଲ୍ଲୀରେ କେବଳ ସବୁଜ ବାଣ ବ୍ୟବହାର କରାଯିବ ବୋଲି ସୁପ୍ରିମକୋର୍ଟ କଡା […]

Read More Text.
Uttarakhand

ଡିସେମ୍ବରରୁ ଉତ୍ତରାଖଣ୍ଡକୁ ଆସୁଥିବା ବାହାର ରାଜ୍ୟ ଗାଡ଼ିଠାରୁ ନିଆଯିବ ଗ୍ରୀନ ଟ୍ୟାକ୍ସ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସରକାର ପର୍ଯ୍ୟାବରଣ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପରିବହନ ବିଭାଗ ଅଧିକାରୀଙ୍କ ଅନୁସାରେ, ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି ଟ୍ୟାକ୍ସର ଉଦ୍ଦେଶ୍ୟ ରାଜ୍ୟର ସ୍ବଚ୍ଛତା, ପରିବେଶ ସନ୍ତୁଳନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ସୁନିଶ୍ଚିତ କରିବା ହେବ । ରାଜ୍ୟ ପରିବହନ ଅଧିକାରୀ […]

Read More Text.
Accident

ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ୫ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରତାପଗଢ, କୁଶୀନଗର ଏବଂ ଆଗ୍ରାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲିଯାଇଛି । ଏଥିରେ ଜଣେ ମହିଳା ଥାନା ଅଧିକାରୀ, ଦୁଇ ଭାଇ, ଦାଦ-ପୁତୁରା ଏବଂ ଜଣେ ପୋଲିସ କର୍ମୀ ରହିଛନ୍ତି । ଦୁର୍ଘଟଣା ଦ୍ରୁତ ଗତି, ଓଭରଲୋଡ ଗାଡି ଏବଂ ଅସାବଧାନତା ଯୋଗୁଁ ହୋଇଛି । ପ୍ରତାପଗଢରେ ଏକ ଅଜଣା ବାଇକ୍ ପୋଲିସ ଅଧିକାରୀଙ୍କ ବାଇକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା […]

Read More Text.

ଆଜିଠାରୁ ଭାରତ-ଚୀନ ମଧ୍ୟରେ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ : ଆଜିଠୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ବିମାନ ଉଡ଼ାଣ । ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା । ସପ୍ତାହକୁ ୩ ଦିନ ବୁଧବାର, ଶନିବାର ଓ ରବିବାର ବିମାନ ସେବା ଉପଲବ୍ଧ ହେବ । ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ […]

Read More Text.
War n

ଆଫଗାନିସ୍ତାନକୁ ପାକିସ୍ତାନର ଧମକ, ଶାନ୍ତି ଚୁକ୍ତି ବିଫଳ ହେଲେ ସିଧାସଳଖ ଯୁଦ୍ଧ

ଆଫଗାନିସ୍ତାନକୁ ପାକିସ୍ତାନର ଖୋଲା ଧମକ। ଇସ୍ତାନବୁଲ ଶାନ୍ତି ଚୁକ୍ତି ବିଫଳ ହେଲେ ଆଫଗାନିସ୍ତାନ ସହ ସିଧାସଳଖ ଯୁଦ୍ଧ । ତାଲିବାନ ସରକାରକୁ ଏଭଳି ଚେତାବନୀ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ଇସ୍ତାନବୁଲରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଆଜି ଶାନ୍ତି ଚୁକ୍ତି ହେବାର ଅଛି । ଯଦି ଏହି ଚୁକ୍ତି ବିଫଳ ହୁଏ, ତେବେ ଆମ ପାଖରେ ବିକଳ୍ପ ରାସ୍ତା ଅଛି । ଆଫଗାନିସ୍ତାନ ସହ ଆମେ ମୁହାଁମୁହିଁ ଯୁଦ୍ଧ କରିବାକୁ ପ୍ରସ୍ତୁତ […]

Read More Text.