ଟ୍ରେନ ଇଂଜିନରେ ଧକ୍କା ହେଲା ଟ୍ରାକ୍ଟର, ଟଳିଲା ବଡ଼ ଦୁର୍ଘଟଣା

ବିହାର : ବିହାର ଭୋଜପୁର ଜିଲ୍ଲାରେ ଅଳ୍ପକେ ଟଳିଲା ବଡ଼ ରେଳ ଦୁର୍ଘଟଣା । ଆରାରୁ ସସାରାମ ଯାଉଥିବା ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ଟ୍ରାକରେ ଟ୍ରାକ୍ଟର ସହିତ ଜୋରଦାର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟରର ଇଂଜିନ ଫସିଯାଇଥିଲା, ତେଣୁ ଟ୍ରେନ ପାଖାପାଖି ୫୦୦ ମିଟର ଘୋଷାଡି ହୋଇଯାଇଥିଲା । ଖବର ମୁତାବକ, ଆଜି ସକାଳେ ଆରାରୁ ସାସାରାମ ଯାଉଥିବା ପାସେଞ୍ଜର ଟ୍ରେନ ୬୩୩୬୯ ଯାଉଥିବା ବେଳେ ପାଟନା-ମୁଗଲସରାୟ ରେଳଖଣ୍ଡ ନିକଟରେ […]

Read More Text.

ଲଣ୍ଡନ-ହାଇଦ୍ରାବାଦ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ ମିଳିଛି । ବିମାନଟି ଅବତରଣ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରୋଟୋକଲ ଅନୁଯାୟୀ ବିମାନକୁ ପୃଥକୀକରଣ କରିବା ସହ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଯାଞ୍ଚ କରିଥିଲେ । ସନ୍ଧାନୀ କୁକୁର ସାହାଯ୍ୟରେ ଯାଞ୍ଚ ହୋଇଥିଲା । ସୂଚନା ଅନୁସାରେ ଲଣ୍ଡନ ହିଥ୍ରୋରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିଏ-୨୭୭ (BA-277) ଇମେଲ୍ ମାଧ୍ୟମରେ ବୋମା ଧମକ […]

Read More Text.

ବାଂଲାଦେଶ ହିଂସା : ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ପ୍ରତିବାଦ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଘଟଣାରେ ଦିଲ୍ଲୀରେ ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ବାହାରେ ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା କାରଣରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବାଂଲାଦେଶରେ ହିନ୍ଦୁ ଯୁବକ ଦିପୁ ଚନ୍ଦ୍ର ଦାସଙ୍କୁ ନୁସଂଶ ଭାବେ ହତ୍ୟା କରି ଜାଳିବା ଏବଂ ହିନ୍ଦୁ ମାନଙ୍କ ଧାର୍ମିକ ସ୍ଥଳରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରି ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । […]

Read More Text.

ଅଡୁଆରେ କାର୍ତ୍ତି ଚିଦାମ୍ବରମ: ଦିଲ୍ଲୀ କୋର୍ଟରେ ଚାର୍ଜ ଫ୍ରେମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଚୀନ୍‌ ଭିସା ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଫଇସଲା କରିଛନ୍ତି। ରାଉଜ୍‌ ଆଭେନ୍ୟୁ କୋର୍ଟ ଏହି ମାମଲାରେ ସାଂସଦ ଚିଦାମ୍ବରମ୍‌ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ରର ଅଭିଯୋଗ ଫଇସଲା କରିଛନ୍ତି। କୋର୍ଟ ଏହି ମାମଲାରେ ଭାସ୍କର ରମଣଙ୍‌କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରିଛନ୍ତି । ସିବିଆଇ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୬ରେ ହେବ । କୋର୍ଟଙ୍କ ନିଷ୍ପତ୍ତି ପରେ […]

Read More Text.

ଇଣ୍ଡୋନେସିଆରେ ସଡ଼କ ଦୁର୍ଘଟଣା, ୧୬ ମୃତ

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସେଣ୍ଟ୍ରାଲ ଜାବା ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତକାଲି ସକାଳେ ସେମାରାଙ୍ଗ ସହରରେ ଏକ ଦ୍ରୁତଗାମୀ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, କ୍ରାପ୍ୟାକ୍ ଟୋଲ୍ ଏକ୍ସିଷ୍ଟ ଛକରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଦ୍ରୁତଗତିରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ […]

Read More Text.

ଭାରତୀୟଙ୍କ ପାଇଁ ବାଂଲାଦେଶୀ ଭିସା ସେବା ବନ୍ଦ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ ।  ଭାରତର ଭିସା ସେବା ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି ।  ବାଂଲାଦେଶର ବିଚ୍ଛିନ୍ନତାବାଦୀ ନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜୁଛି ।  ଢାକା ଏବଂ ବାଂଲାଦେଶର ବିଭିନ୍ନ ହାଇକମିଶନର କାର୍ଯ୍ୟାଳୟ ଆଗରେ ବାଂଲାଦେଶ ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଥିଲା ।  ହିଂସାତ୍ମକ ପ୍ରଦର୍ଶନ ପରେ ବାଂଲାଦେଶରେ ଭିସା ସେବା କେନ୍ଦ୍ର ବନ୍ଦ […]

Read More Text.

ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ପୂର୍ବତନ ଆଇଜି

ପଞ୍ଜାବ: ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। କ’ଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଘଟଣାସ୍ଥଳରୁ ଏକ ହାତଲେଖା କପିକୁ ପୁଲିସ ଜବତ କରିଛି। ଚହଲ ଆର୍ଥିକ କ୍ଷେତ୍ରରେ ଗୁରୁତର ଭାବେ କ୍ଷତି ସହିଥିବା ଉକ୍ତ […]

Read More Text.

ବାଂଲାଦେଶରେ ହାଦୀ ପରେ ଆଉ ଜଣେ ନେତାଙ୍କୁ ଗୁଳି

ବାଂଲାଦେଶ: ବାଂଲାଦେଶରେ ଥମୁନି ହିଂସା। ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ ନେଇଥିବାବେଳେ ସୋମବାର ଆଉ ଜଣେ ନେତାଙ୍କୁ ଗୁଳି କରାଯାଇଛି। ସେହି ନେତା ଜଣକ ହେଉଛନ୍ତି ମହମ୍ମଦ ମୋତାଲେବ ସିକ୍‌ଦାର। ସେ ବାଂଲାଦେଶ ନେସନାଲ ସିଟିଜନେ ପାର୍ଟି(ବିଏନସିପି)ର ଖୁଲନା ଡିଭିଜନାଲ ମୁଖ୍ୟ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖୁଲନା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଂଲାଦେଶର ସୋନାଦଙ୍ଗା ଅଞ୍ଚଳର ଶେକପଡ଼ା […]

Read More Text.

ଲାଞ୍ଚ ନେଇ ବନ୍ଧା ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ  ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ​‌େ​‌ଡପୁଟେସନରେ ଆସିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ ଡେପୁଟି ପ୍ଲାନିଂ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ରପ୍ତାନୀ ଏବଂ ଅନ୍ୟ କାରବାରରେ ସଂପୃକ୍ତ ଘରୋଇ ଓ ବିଦେଶୀ କମ୍ପାନୀ ନିକଟରୁ ଦୀପକ ନିୟମିତ ଭାବେ ଲାଞ୍ଚ ଗ୍ରହଣ କରି […]

Read More Text.
Bomb threat 4

KLM ଫ୍ଲାଇଟକୁ ବୋମା ଧମକ

ହାଇଦ୍ରାବାଦ :  ଆମଷ୍ଟରଡାମରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସୁଥିବା KLM ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଧମକ ଆସିବା ପରେ ହଇଚଇ ସୃଷ୍ଟି କରିଛି । ବିଳମ୍ବିତ ରାତିରେ ମେଲ୍ ଆସିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ କରାଯାଇଛି । ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଆମଷ୍ଟରଡାମରୁ ଆସୁଥିବା KLM  ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଥିଲା । ବିପଦ ସମ୍ପର୍କରେ ସୂଚନା ପାଇବା ମାତ୍ରେ ବିମାନବନ୍ଦରର କର୍ତ୍ତୁପକ୍ଷ […]

Read More Text.