ପ୍ରତିଷ୍ଠାକୁ ୬୪ ବର୍ଷ ପରେବି ବଦଳୁନି ବନ୍ତ ବ୍ଲକର ଭାଗ୍ୟ

ଆଗରପଡ଼ା :ବିଭିନ୍ନ ଦୃଷ୍ଟି କୋଣରୁ ଭଦ୍ରକ ଜିଲ୍ଲାର ୭ଗୋଟି ବ୍ଲକ ମଧ୍ୟରୁ ବନ୍ତ ବ୍ଳକ ଅନ୍ୟତମ । ୧୯୬୧ ମସିହାରେ ପ୍ରତିଷ୍ଠିତ ଉକ୍ତ ବ୍ଲକ୨୦୬ ଗୋଟି ରାଜସ୍ୱ ଗ୍ରାମ ଓ ୨୫ଟି ପଂଚାୟତର ଏକ ଲକ୍ଷ ୭୫ ହଜାର ୬୩ ରୁ ଅଧିକ ଜନସଂଖ୍ୟା କୁ ନେଇ ଗଠିତ । ବ୍ଳକ ପ୍ରତିଷ୍ଠାକୁ ଇତି ମଧ୍ୟରେ ୬୪ବର୍ଷ ପୂରିଯାଇଥିଲେ ସୁଦ୍ଧା ଉକ୍ତ ବ୍ଲକକୁ ଆଜିବି ବିକାଶ ଛୁଇଁ ପାରିନାହିଁ । ବ୍ଲକ ବାସୀ ସେମାନଙ୍କ ମୌଳିକ ସୁବିଧାରୁ […]

Read More Text.

ବିଦ୍ୟାଳୟ ଉପରେ ୧୧କେଭି ବିଦ୍ୟୁତ୍ ତାର

ଅଭିଯୋଗର ଦୁଇବର୍ଷ ପରେବି ପଦକ୍ଷେପ ଶୂନ୍‌ ଆଗରପଡ଼ା :ବନ୍ତ ବ୍ଲକ ଓଡ଼ଙ୍ଗ କ୍ଲଷ୍ଟର ଅଧିନସ୍ଥ ୧୯୬୮ ମସିହାରେ ସ୍ଥାପିତ ସରକାରୀ ସଂଯୁକ୍ତ ମଙ୍ଗୁଲି ଉ.ପ୍ରା.ବିଦ୍ୟାଳୟ ପରିସର ଦେଇ ୧୧କେଭି ବିଦ୍ୟୁତ ତାର ଯାଇଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ଖେଳ କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ବିଭିନ୍ନ ସମୟରେ ଉଚ୍ଚପଦାଧିକାରୀ ମାନେ ଏହି ବିଦ୍ୟାଳୟକୁ ପରିଭ୍ରମଣରେ ଆସୁଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର […]

Read More Text.

ଚୋରା କାଠଗାଡ଼ି ଜବତ, ଜଣେ ଗିରଫ

ଆଗରପଡ଼ା :ଆଗରପଡ଼ା-କାଉପୁର ରାସ୍ତା କୁସୁନନଗର ଠାରେ କାଠଭର୍ତ୍ତି ଏକ ଚୋରା ମିନିଟ୍ରକ ଓ କାଠ ମାଫିଆଙ୍କ ବାଇକକୁ ବନବିଭାଗ ଜବତ୍ କରିବା ସହ କାଠମାଲିକଙ୍କୁ ଗିରଫ କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ;ଚୋରା କାଠଭର୍ତ୍ତି ଟ୍ରକ ଆସୁଥିବାର କୌଣସି ସୂତ୍ରରୁ ଖବର ପାଇ ରେଞ୍ଜର ପିତାମ୍ବର ନାୟକ, ଫରେଷ୍ଟର ବସନ୍ତ ମାଝୀ ପ୍ରମୁଖ କର୍ମଚାରୀ କୁସୁନନଗର ଠାରେ ଜଗି ରହିଥିଲେ । ଉକ୍ତ ଚୋରା କାଠଭର୍ତ୍ତି ଟ୍ରକକୁ ଅଟକାଇ ତନଖି କରିବା ସମୟରେ ଆବଶ୍ୟକୀୟ କାଗଜପତ୍ର ମାଲିକ […]

Read More Text.

ମରାମତି ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

ଆଗରପଡ଼ା :ଗତ ଅଗଷ୍ଟରେ “ମରାମତି ମାଗିଲାଣି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ବିଭାଗ ତରଫରୁ କରାଯାଇଥିବା ଜଣାପଡ଼ିଛି । ରାସ୍ତା ନିର୍ମାଣ ପରେ ରାସ୍ତାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ ଦୃଷ୍ଟି ଦିଆଯାଉନଥିବାରୁ ଏହାର ନିର୍ମାଣ ମୁଲ୍ୟହୀନ ହୋଇପଡ଼ୁଥିବା ପରିଲକ୍ଷିତ ହୋଇଥିଲା । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର […]

Read More Text.

ପଳସା ବିଦ୍ୟାଳୟ ବାର୍ଷିକ ଉତ୍ସବ

ଆଗରପଡ଼ା : ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ପଳସା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ରାଜଶ୍ରୀ ନାୟକଙ୍କ ତତ୍ତ୍ୱାବଧାନରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଶକ୍ତିଧର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବନ୍ତ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ମୁଖ୍ୟବକ୍ତା ଶିକ୍ଷାବିତ୍ ଉପେନ୍ଦ୍ର କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢ଼ୀ, ଅଲେଖ ଚନ୍ଦ୍ର ନାୟକ,ସିଆରସିସି […]

Read More Text.

ସରିଲା ପଙ୍କୋଦ୍ଧାର, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

ପୁରୀ: ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି । ଏହି ଅବସରରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର ଓ କଦଳୀରେ ବୁଡି ରହୁଥିବା ଜଳବିହାରୀ ଲୋକନାଥଙ୍କ ଶ୍ରୀଲିଙ୍ଗରୁ ଉଦ୍ଧାର ହୁଏ ପାଦୁକ । ବର୍ଷକର ଏହି ଗୋଟିଏ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଲୋକନାଥଙ୍କ ସମ୍ପୁର୍ଣ୍ଣ ଶ୍ରୀଲିଙ୍ଗ ଦର୍ଶନ ପାଇଛନ୍ତି । ଶ୍ରୀକ୍ଷେତ୍ର ପରମ୍ପରା ଅନୁଯାୟୀ ପଙ୍କୋଦ୍ଧାର ଏକାଦଶୀ ଠାରୁ ଅର୍ଥାତ୍ […]

Read More Text.

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର

କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟରେ ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର । ଆବେଦନକାରୀ ନିଜର କୃତୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି । ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଲେ। ହେଲେ ପ୍ରତିପକ୍ଷ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ନାହାନ୍ତି। ହାଜର ହୋଇ ନିଜର କୃତୀ ଦର୍ଶାଇବା ପାଇଁ ସମୟ ନେଇଛନ୍ତି । ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ପୂର୍ବରୁ ପ୍ରତିପକ୍ଷ […]

Read More Text.

ଅଯୋଧ୍ୟାରେ ହେବ ଓଡିଶା ଭବନ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଅଯୋଧ୍ୟାରେ ହେବ ଓଡିଶା ଭବନ । ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର । ,ଥିପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ଘୋଷଣା କରିଚନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଗତକାଲି ପ୍ରୟାଗରାଜ ଯାଇ ବୁଡ […]

Read More Text.

ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଦୁର୍ଘଟଣା, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନା ପରିସରରେ ଦୁର୍ଘଟଣା ।  ଜଣେ ଶ୍ରମିକ ମୃତ ।  ମୃତକ ହେଲେ ଝାଡଖଣ୍ଡ ଜାମତାରା ଜିଲ୍ଲା ନାରାୟଣପୁର ଜିଲ୍ଲାର ଅବଦୁଲ ରାଉପ୍ ।  ସେ TSMର ହଟ୍ ଷ୍ଟ୍ରିପ୍ ମିଲରେ କାର୍ଯ୍ୟରତ ଥିଲେ। ୪୨ ବର୍ଷିୟ ଅବଦୁଲ ସବସିଡାରୀ କମ୍ପାନୀ ଟାଟାଷ୍ଟିଲ ଟେକ୍ନିକାଲ ସର୍ଭିସେସ୍ ଲିମିଟେଡର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳ ସମୟରେ କାର୍ଯ୍ୟରତ ଥିବାବେଳେ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ […]

Read More Text.

ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା

ଭୁବନେଶ୍ବର: ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ । ଏନେଇ ସେ କହିଛନ୍ତି, ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଟ୍ରାଫିକ ଖିଲାଫକାରୀ ସହ ଅପରାଧୀଙ୍କୁ ବି ଏହି ଉଚ୍ଚମାନର ଏଆଇ କ୍ୟାମେରା ଧରିବ । ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ପୋଲିସ ଗୁରୁତ୍ବ ଦେଉଥିବା […]

Read More Text.