ମା’ ଆଦିଶକ୍ତି ଉଦ୍ୟୋଗର ଶୁଭ ଉଦ୍‌ଘାଟନ, ଉପକୃତ ହେବେ ୫୦୦ରୁ ଅଧିକ ମହିଳା

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳିଠାରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ‘ମା’ ଆଦିଶକ୍ତି ଉଦ୍ୟୋଗ ପରିସର’ର ଶୁଭ ଉଦ୍‌ଘାଟନ କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସହଭାଗିତାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଏହି ଉଦ୍ୟୋଗ ପରିସର ମାଧ୍ୟମରେ ୫୦୦ରୁ ଅଧିକ ମହିଳା ଉପକୃତ ହେବେ । ଏହି ଅବସରରେ […]

Read More Text.

ବିଳମ୍ବିତ ରାତିରେ ଟ୍ରାନ୍ସଫର୍ମର ଚୋରି 

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମରେ ବିଳମ୍ବିତ ରାତିରେ  ଗାଁ ମୁଣ୍ଡ ସ୍କୁଲ ପାଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଅସାମାଜିକ ତତ୍ତ୍ୱମାନେ ଚୋରି କରି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରର ବାହାର ଖୋଳପାକୁ ଛାଡ଼ି ଭିତରେ ଥିବା ଦାମୀ କଏଲ୍, ତମ୍ବା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ତାଡ଼ି ନେଇ ଚମ୍ପଟ ମାରିଛନ୍ତି। ଏ ସମ୍ପର୍କରେ ଖବର ପାଇ ବିଶୋଇ ଟାଟା ପାୱାର (TPNODL) ର ଅଧିକାରୀମାନେ ଘଟଣାସ୍ଥଳରେ […]

Read More Text.

 ସ୍କୁଲରେ ରୋଷେଇ କରୁଥିବାବେଳେ ଟଳି ପଡିଲେ ରୋଷେଇଆ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା  ବିଶୋଇ ବ୍ଳକର ତଳାପାତି ସରକାରୀ ସ୍କୁଲରେ ରୋଷେଇଆ ରବିବାର ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ଟଳି ପଡ଼ିଲେ  ।ସୂଚନାଯୋଗ୍ଯ ଜାମଵିଲା ଗ୍ରାମର ହରିହର ନାଏକ(୫୪) ଏବଂ ତାଙ୍କ ପୁଅ ସହ ମିଶି ରଵିବାର‌ ଦିନ  ତଳାପାତି ସରକାରୀ ସ୍କୁଲ ହଷ୍ଟେଲରେ ଖରାବେଳେ ରୋଷେଇ ସାରି ପିଲାମାନଙ୍କୁ ପରଷିବା ପରେ ହଠାତ୍ ଦେହହାତ ଥରିଵା ସହ ଝାଳନାଳ ହୋଇ ଗୁରୁତର ଅସୁସ୍ଥତା ଅନୁଭୋଗ କରିଥିଲେ । ଛଟପଟ ଅବସ୍ଥାରେ ତୁରନ୍ତ ତାଙ୍କୁ ନିକଟସ୍ଥ […]

Read More Text.

ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀର ଦ୍ୱିତୀୟ ଦିନରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ

’ତୃଣମୂଳ ସ୍ତରର ସମସ୍ୟାର ସମାଧାନକୁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା’ ବାରିପଦା : ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍.ଏସ୍.ସି.ବି.) ବିଶ୍ୱବିଦ୍ୟାଳୟ କନଭେନସନ୍ ହଲ୍‌ରେ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀର ଦ୍ୱିତୀୟ ଦିନ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ କହିଥିଲେ ଯେ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସମାଜର ଶେଷ ସ୍ତରର ଲୋକଙ୍କ ପାଖରେ ସରକାରଙ୍କ […]

Read More Text.
IMG 20260720 WA0053

ମୁଖ୍ୟମନ୍ତ୍ରୀ ବସ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ, ଗାଡ଼ି ଛାଡ଼ି ପଳାଇଲେ ଚାଳକ

ବଲାଙ୍ଗୀର: ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଏବେ ଅସୁରକ୍ଷିତ ହୋଇପଡ଼ିଛି। ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀ ବସ୍‌କୁ ଅଧା ରାସ୍ତାରେ ଅଟକାଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଛନ୍ତି। ବନ୍ଧୁକ ମୁନରେ ଜୀବନ ପ୍ରତି ବିପଦ ଥିବା ଦେଖି ବସ୍ ଷ୍ଟାଫ୍‌ମାନେ ଭୟରେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପ୍ରାପ୍ତ […]

Read More Text.
Charter flight from India lands at Karachi airport.

ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ , ୨୨ରୁ ଏୟାରପୋର୍ଟରେ ଟ୍ରାଏଲ ରନ୍

ମାଲକାନଗିରି: ଖୁବଶୀଘ୍ର ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ । ପୂରଣ ହେବାକୁ ଯାଉଛି ମାଲକାନଗିରିର ବହୁପ୍ରତିକ୍ଷିତ ଉଡ଼ାନ୍ ସ୍ବପ୍ନ । ଆସନ୍ତା ୨୨ ତାରିଖରୁ ଏୟାରପୋର୍ଟରେ ହେବ ଟ୍ରାଏଲ ରନ୍ । ଏଥିପାଇଁ ଆଜି ଏୟାରପୋର୍ଟର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ । ଭୁବନେଶ୍ବରରୁ ସୁରକ୍ଷା ବିଭାଗର ସହକାରୀ ନିର୍ଦେଶକ ମନୋଜ ଦାସ ଓ ଏରୋ ସେଫଗାର୍ଡର ସହକାରୀ ନିର୍ଦେଶକ ନୀରଜ ନାୟକ ମାଲକାନଗିରିରେ ପହଞ୍ଚିଛନ୍ତି । ପ୍ରଥମେ ମାଲକାନଗିରି ଏୟାରପୋର୍ଟ ପରିଦର୍ଶନ କରି ସେଠାର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି […]

Read More Text.

୨ ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ

କେନ୍ଦ୍ରାପଡା: ଟ୍ରକୁ ଧକ୍କାଦେଲା ଟ୍ରକ । ଦୁର୍ଘଟଣାରେ ୩ ମୃତ । କେନ୍ଦ୍ରାପଡା-କଟକ ଚାନ୍ଦବାଲି ରାସ୍ତା କୁସୁନପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଅଟକି ଥିବା ଟ୍ରକୁକୁ ଏକ ମାଛ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଚାନ୍ଦବାଲି ମୁଖ୍ୟ ସଡ଼କର କୁସୁନପୁର ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ […]

Read More Text.

ସାର ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ସାର (Fertilizer) ସଙ୍କଟ ଦୂର କରିବା ପାଇଁ ଓଡ଼ିଶା ସରକାର ଅନେକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଇବା ଏବଂ କଳାବଜାରୀ (Black marketing) ରୋକିବା। ଯିଏ କଳାବଜାରୀ କରିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ରାଜ୍ୟର ବିଭିନ୍ନ ସ୍ଥାନରେ ସାରା ଅଭାବ ନେଇ ଅଭିଯୋଗ ଆସିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ବଡ଼ […]

Read More Text.
IMG 20260719 WA0157

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁମାନଙ୍କର ମତ୍ସ୍ୟ- କୂର୍ମ ବେଶ

ବାରିପଦା : ଆଜି ପାଖରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଶ୍ରୀ ଗୁଣ୍ଡିଚା ମିନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁମାନେ ବିଭିନ୍ନ ବେଶରେ ସଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ l ଆଜି ରବିବାର ପ୍ରଥମ ଦିନ ସନ୍ଧ୍ୟାରେ ଆଡ଼ପ ମଣ୍ଡପରେ ତିନି ଠାକୁର ମତ୍ସ୍ୟ- କୂର୍ମ ବେଶରେ ସଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ଆଜି ମହାପ୍ରଭୁମାନଙ୍କର ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ […]

Read More Text.

ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ ଅନୁଷ୍ଠିତ

ମହିଳାଙ୍କ ବିକାଶ ନୁହେଁ ମହିଳା ନେବେ ବିକାଶର ନେତୃତ୍ବ : ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରିପଦା : ରାଜ୍ୟରେ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ, ସ୍ଵାବଲମ୍ବନ ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ’ ବାରିପଦାଠାରେ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ବ୍ଲକ୍ ସ୍ତରୀୟ ମହାସଂଘ (ବି.ଏଲ୍.ଏଫ୍)ର […]

Read More Text.