ଅଙ୍ଗନବାଡ଼ି କର୍ମଚାରୀଙ୍କ ଠାରୁ ୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର

କୋରାପୁଟ: ନୂଆ କରି ଅଙ୍ଗନବାଡ଼ିରେ ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଆଙ୍ଗନବାଡ଼ି ସୁପରଭାଇଜର ରେଣୁକା ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୋରାପୁଟ ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମହିଳା ସୁପରଭାଇଜର ରେଣୁକା ପଟ୍ଟନାୟକ ଲକ୍ଷ୍ମୀପୁର ବ୍ଲକରେ ନୂଆ କରି ଅଙ୍ଗନବାଡ଼ିରେ ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯଦି ଟଙ୍କା ନ ଦିଅନ୍ତି ତାଙ୍କୁ […]

Read More Text.

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସାତଟି କଲ୍ୟାଣକାରୀ ସୁବିଧା ପ୍ରଦାନ କରିଛନ୍ତି। ଯେଉଁଥିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ, ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟରେ ଇଲେକ୍ଟ୍ରୋନିକ୍ ମିଡିଆ, ପ୍ରିଣ୍ଟ ମିଡିଆ ଏବଂ ସୋସିଆଲ ମିଡିଆରେ କାର୍ଯ୍ୟରତ […]

Read More Text.

ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି

ଭୁବନେଶ୍ଵର: ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି। ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବା ଅଭିଯୋଗ କରି ଗଙ୍ଗା ଜଳ ସିଞ୍ଚନ କରି ଅଭିନବ ପ୍ରତିବାଦ କରିଛି ବିଜୁ ଜନତା ଦଳ। ବିଧାନସଭାକୁ ପୁଲିସ ପଶିବା ଘଟଣାର ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରି ବିଧାନସଭା ପରିସରରେ ଗଙ୍ଗା ଜଳ ସିଞ୍ଚନ କରି ପରିକ୍ରମା କରିଛନ୍ତି ବିଜେଡି ବିଧାୟକ। ଏଥିସହ ରାଜ୍ୟ ସରକାର ଗଣତନ୍ତ୍ରର ସ୍ବରକୁ ଚପାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ତୀବ୍ର ସମାଲୋଚନା କରିିଛି […]

Read More Text.

ଆଗାମୀ ୩ ଦିନ ତାତି, ଏପ୍ରିଲ ୨ରୁ ବର୍ଷା

ଭୁବନେଶ୍ବର: କାଳବୈଶାଖୀ ବର୍ଷା ଯୋଗୁଁ ମାର୍ଚ୍ଚ ମାସରେ ଏଯାଏଁ ତାପମାତ୍ରା ଏକପ୍ରକାର ସାଧାରଣ ଥିବା ବେଳେ ରାଜ୍ୟରେ ପୁଣି ଥରେ ଗରମ ବଢ଼ିଛି। ଆଗାମୀ ୩ ଦିନରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବ। ଏନେଇ ସତର୍କ ସୂଚନା ଜାରି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି ହୋଇଥିବା ସତର୍କବାଣୀ ଅନୁଯାୟୀ ମାର୍ଚ୍ଚ ୨୮ରୁ ପୁଣି ତାତି ବଢ଼ିବ। କିନ୍ତୁ ଅପ୍ରେଲ ୨ ତାରିଖ ବେଳକୁ ବର୍ଷା ହୋଇପାରେ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା […]

Read More Text.

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ

ଭୁବନେଶ୍ୱର,୨୭ା୩ :  ରାଜଧାନୀ ରାଜରାସ୍ତାରେ ଉଗ୍ର ରୂପ ଧାରଣ କରିଛି କଂଗ୍ରେସ। ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ବିଧାନସଭା ଘେରାଉ ପାଇଁ ପଦଯାତ୍ରା କରିଛନ୍ତି। କଂଗ୍ରେସର ବିଧାନସଭା ଘେରାଉବେଳେ ଲୋୟର ପିଏମଜି ପାଲଟିଛି ରଣକ୍ଷେତ୍ର। କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବା ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ କର୍ମୀଙ୍କୁ ରୋକିବାକୁ […]

Read More Text.

ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର : ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଖର୍ଚ୍ଚ ହେବ । ଖାଲି ସେତିକି ନୁହେଁ, ପିଲାଙ୍କୁ ସ୍କୁଲରେ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମଧ୍ୟ ମିଳିବ । ସୋମବାର, ବୁଧବାର, ଶୁକ୍ରବାର […]

Read More Text.

ବର୍ଷ ଶେଷ ସୁଦ୍ଧା ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟ୍ ଟ୍ରାକ୍ ସାରିବା ପାଇଁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟବ୍ୟାପୀ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟ୍ ଟ୍ରାକ୍ ନିର୍ମାଣ କାର୍ଯ୍ୟ ସାରିବା ପାଇଁ କାର୍ଯ୍ୟ କରୁଛନ୍ତି` ବିଭିନ୍ନ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଚାଲିଛି ବୋଲି ଗୁରୁବାର ରାଜ୍ୟ ବିଧାନସଭାରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ନୟାଗଡ ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ର ନିୟମ ୧୪ […]

Read More Text.

ଯୁବ ଉଦ୍ୟୋଗୀମାନଙ୍କୁ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ବାରିପଦା : ଜନଜାତି ମାନଙ୍କ ଆର୍ଥିକ ସ୍ବାଲମ୍ବନଶୀଳ ପାଇଁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ବହୁବିଧ ଯୋଜନା ରାଜ୍ୟ ଓ କେନ୍ଦ୍ର ସରକାର ହାତକୁ ନେଇଛନ୍ତି । ଜନଜାତି ମାନଙ୍କ ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ,ଜୀବିକା,ପିଇବା ପାଣି, ଦକ୍ଷତା ବିକାଶ ପାଇଁ ସରକାର ସଦା ସର୍ବଦା ଚେଷ୍ଟିତ । ଜନଜାତି ମାନଙ୍କୁ ସ୍ବଲମ୍ବନଶୀଳ କରାଇ ଜାତୀୟ ସ୍ରୋତରେ ମିଶାଇବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ଏଥିପାଇଁ ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାଇରଙ୍ଗପୁର ଆନୁକୁଲ୍ୟରେ […]

Read More Text.

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ‘ ମୁଁ ବି ବିଦ୍ୟାଳୟ ଯିବି’ ସଚେତନତା ରଥ ଶୁଭାରମ୍ଭ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଗୋଷ୍ଠୀ ଶିକ୍ଷାଧୀକାରୀ ଯଜ୍ଞେଶ୍ଵର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଦିନ ପୂର୍ବାହ୍ନ ୯ ଘଟିକାରେ ‘ ମୁଁ ବି ବିଦ୍ୟାଳୟ ଯିବି’ଏକ ସଚେତନତା ରଥ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମ୍ମାନିତ ଅତିଥି ସହକାରୀ ଜିଲ୍ଲାପାଳ ବାସନ୍ତୀ ଲାକ୍ରା , ଅନ୍ୟତମ ଅତିଥି ରାଇରଙ୍ଗପୁର ଡେପୁଟୀ […]

Read More Text.

କଂଗ୍ରେସ ନେତାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ବାରିପଦା -ଗତ କିଛି ମାସ ଧରି ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ବିଧାନସଭାରେ ସ୍ୱର ଉତ୍ତୋଳନ କରୁଥିବା କଂଗ୍ରେସ ବିଧାୟକମାନଙ୍କ ଅଗଣତାନ୍ତ୍ରିକ ନିଲମ୍ବନ ତଥା ପିସିସି ସଭାପତି ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ ବାରିପଦା ସ୍ଥିତ ଟ୍ରାଫିକ ଛକ ଠାରେ ସଂନ୍ଧ୍ୟା 7ଘଟିକା ସମୟରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଛି | ଉକ୍ତ କାର୍ଯ୍ୟକ୍ରମକୁ ପିସିସି ସଭ୍ୟ ଅରବିନ୍ଦ ଦାସ ସଭାପତିତ୍ୱ କରି […]

Read More Text.