ମହିଳାଙ୍କ ଉପରେ ଚଢିଗଲା ହାଇୱା; ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦ୍ରାପଡା: ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ। ସୋମବାର ପୂର୍ବାହ୍ନରେ ତିନିମୁହାଣି ଛକରେ ସଡ଼କ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଶ୍ରଦ୍ଧାଞ୍ଜଳି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନାନୁସାରେ, ସ୍କୁଟିରେ ମାଆ, ପୁଅ ଓ ସ୍ୱାମୀ ଯାଉଥିବା ବେଳେ ହାଇୱାଟି ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମହିଳାଙ୍କ ସ୍ୱାମୀ ଓ ପୁଅ […]

Read More Text.

୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଉଛି । ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୪ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେପରି କୌଣସି ଖାସ୍ ପରିବର୍ତ୍ତନ ହେବନି ।  

Read More Text.

ମାର୍ଚ୍ଚ ନୁହେଁ, ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସରକାର ଦେଇଥିବା କଣ୍ଟରେ ରତ୍ନଭଣ୍ଡାର ଗଣତି ସରିବନି । ଡେଡଲାଇନରୁ ବିଳମ୍ବିତ ହେଉଛି, କାରଣ ମରାମତି କାମ ସରିନାହିଁ । ଯେତିକି ଆକଳନ କରାଯାଇଥିଲା ତାହାଠୁ ଅଧିକ ମରାମତି […]

Read More Text.

ପ୍ରେମରେ ବିଫଳ ପ୍ରେମିକ ନେଲା ଭୟଙ୍କର ପ୍ରତିଶୋଧ, ଘରେ ପଶି ମାରିଦେଲା ଯୁବତୀଙ୍କୁ

ସୋର : ସୋର ଲିଙ୍ଗାପଡା ଗ୍ରାମରେ ଘଟିଛି ଛାତିଥରା ଘଟଣା ।  ପ୍ରେମରେ ବିଫଳ ହୋଇ ଅତି ଜଘନ୍ୟ କାଣ୍ଡ ଘଟାଇଲା ପ୍ରେମିକ । ଯାହା ଖବର ମିଳିଛି କି, ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋର୍ତିମୟୀ ରଣା । ଯିଏକି ବିଏ ପାସ୍ ପରେ ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ ।  ସେଠାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଭୈରବପୁର ଗ୍ରାମର ବିଶ୍ୱନାଥ ପୁହାଣ ନାମକ ଯୁବକ ସହିତ ୫ ବର୍ଷ ତଳୁ, […]

Read More Text.

ନନ୍ଦନକାନନକୁ ଆସିଲା ନୂଆ ଅତିଥି

ଭୁବନେଶ୍ଵର: ନନ୍ଦନକାନନରେ ନୂଆ ଅତିଥି । ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ଆଗକୁ ଆଉ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ  ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା ନେଇ ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର । ସୂଚନାଯୋଗ୍ୟ, ୨୦୧୨ ଜାନୁଆରୀ […]

Read More Text.

ମାଉଜର ଦେଖାଇ ଦଶ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ, ଅଳ୍ପକେ ବର୍ତ୍ତିଲେ ମ୍ୟାନେଜର

ଅନୁଗୋଳ :  ମାଉଜର ଦେଖାଇ ଲୁଟିନେଲେ ଦଶ ଲକ୍ଷ ଟଙ୍କା | ଏଭଳି ଅଘଟଣ ଘଟିଛି ଅନୁଗୁଳରେ | ସାକୋଶିଙ୍ଗାର ଶୁଭମ କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ ସାହୁ ଓ କର୍ମଚାରୀ ଚନ୍ଦନ ଗଡ଼ନାୟକ ଟଙ୍କା ନେଇ ଅନୁଗୋଳ ଗାନ୍ଧୀମାର୍ଗ SBI ଶାଖାକୁ ଯାଉଥିଲେ | ଏହି ସମୟରେ ସରସ୍ବତୀ ଶିଶୁ ମନ୍ଦିର ନିକଟରୁ ମାଉଜର ଓ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ଦଶ ଲକ୍ଷ ଟଙ୍କା ଲୁଟିନେଇ ଥିବା ନେଇ ଅଭିଯୋଗ ହୋଇଛି […]

Read More Text.

ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡିଲା ହେଲିକପ୍ଟର

ଅନୁଗୋଳ: ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ ଆସି ସାତକୋଶିଆ ଦେଇ ମହାନଦୀର ତଳ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି। ତେବେ କିଏ ଓ କାହାଠାରୁ ଅନୁମତି ନେଇ ଏଭଳି ଭଳି ବାରମ୍ବାର ନିଷିଦ୍ଧାଞ୍ଚଳର ଆକାଶ […]

Read More Text.

ତିରିଂ ଓ ବହଳଦା ବ୍ଲକ ପକ୍ଷରୁ ବିଜ୍ଞାନ ପରିଦର୍ଶକ ନଳିନୀ ଚୌଧୁରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ବହଳଦା ବ୍ଲକ ସେକେଣ୍ଡାରୀ ଶିକ୍ଷକ ମାନଙ୍କ ପକ୍ଷରୁ ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନଳିନୀ କୁମାର ଚୌଧୁରୀଙ୍କୁ ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଡକ୍ଟର ରାଧାକାନ୍ତ ମହାରଣାଙ୍କ ସଭାପତିତ୍ୱରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛିI ଏଥିରେ ମୁଖ୍ୟ ଅତିଥି ଭାବେ ତିରିଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଜ୍ଞ୍ନେ ଶ୍ୱର ଜେନା ଯୋଗ ଦେଇ ଜିଲ୍ଲାରେ କାର୍ଯ୍ୟ କରିଥିବା […]

Read More Text.

ସ୍ଵର୍ଗତ ଇଂ ନିର୍ମଳକାନ୍ତି କବିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ 

ବାରିପଦା: ମୟୂରଭଞ୍ଜ ଜିଲ୍ଲା  କୁଚେଇବୁଢି ଗ୍ରାମର  ସୁଯୋଗ୍ୟ ସନ୍ତାନ ସ୍ଵର୍ଗତ ଇଂ ନିର୍ମଳ କାନ୍ତି ଙ୍କୁ  ‘ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇନ୍’ ସମ୍ମିଳନୀ କକ୍ଷରେ   ମୟୂରଭଞ୍ଜ ଜିଲ୍ଲା ର  ଅନେକ  ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ରାଜନୈତିକ ନେତୃବୃନ୍ଦ,ସାରସ୍ଵତ ସାଧକ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମ,ଜ୍ଞାତି ପରିଜନ, ଆତ୍ମୀୟ  ସ୍ବଜନ,ଶୁଭେଛୁ, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଇଂ ନିର୍ମଳ କାନ୍ତି କବିଙ୍କ ଫଟୋଚିତ୍ର ରେ  ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି ।ତଦସହ ସ୍ମୃତି ଚାରଣ ସମୟରେ […]

Read More Text.

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗ୍ରୁପ ବି ର ୯ମ ମ୍ୟାଚରେ ବି ଜେ ଏମ ସି ସି ବିଜୟୀ  ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବି ର ୯ମ ମ୍ୟାଚରେ ବି ଜେ ଏମ ସି ସି କ୍ଲବ ଜେ କେ ସି ସି କ୍ଲବ କୁ ୪୪ ରନରେ ରେ ପରାସ୍ତ […]

Read More Text.