କାଲି ଠାରୁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ରୀ: ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ସୋମବାର ଠାରୁ ୪ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ୨୧ ତାରିଖ ସୋମବାର ପଇତାଲାଗି, ମଙ୍ଗଳବାର ରାମାଭିଷେକ, ବୁଧବାର ବନକଲାଗି ଏବଂ ଗୁରୁବାର ଗୁରୁତ୍ବପୂର୍ଣ୍ଣ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା କାରଣରୁ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ । ଏହି ଦିନ ବ୍ୟତୀତ […]

Read More Text.

କମ୍ୟୁନିଷ୍ଟ ନେତା ଦିବାକର ନାୟକଙ୍କ ପରଲୋକ, ପୈତୃକ ଗାଁରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: କମ୍ୟୁନିଷ୍ଟ ନେତା ଦିବାକର ନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଗତକାଲି ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନରେ ତାଙ୍କର ବିୟୋଗ ହୋଇଛି । ଲମ୍ବା ସମୟ ଧରି ସିପିଆଇର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ ଦିବାକର । ମୃତ୍ୟୁ ପୂର୍ବରୁ ସିପିଆଇର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଦିବାକର ନାୟକ । ଛାତ୍ର […]

Read More Text.

ପଡ଼ିରହିଛି ଏତୁଆ ଏକ୍କାଙ୍କ ଶବ, କ୍ଷତିପୂରଣ ଦାବିରେ ଧାରଣାରେ ବରକାନି ଗ୍ରାମବାସୀ

ରାଉରକେଲା: ପୂରଣ ହେଉନି ଦାବି l ୨୪ ଘଣ୍ଟା ଧରି ପଡି ରହିଛି ମୃତ ଏତୁଆ ଏକ୍କାଙ୍କ ଶବ l ଜମି ବଦଳରେ ଜମି, ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ କି ଶବ ନେବେ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ବରକାନି ଗ୍ରାମବାସୀ l ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ଜାରି ରହିଛି l ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ […]

Read More Text.

ସମସ୍ତ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର

ଭୁବନେଶ୍ବର: ୩୦ ଜିଲ୍ଲାର ସ୍କୁଲରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ଯେଉଁଠି ସେଣ୍ଟର ହୋଇଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ଯୋଜନାରେ ପ୍ରତ୍ୟେକ ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ ଆଭାଷୀ ମାଧ୍ୟମରେ କରାଯାଇଛି। ଏହି ସେଣ୍ଟରରେ କୋଚ୍ ରହିବେ ସେହି ସ୍ଥାନର ପୂର୍ବତନ ଚାମ୍ପିଅନ ଖେଳାଳି। ଫଳରେ ଖେଳାଳି କ୍ରୀଡ଼ାକୁ […]

Read More Text.

ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ, କିଛି ଦୂରରେ ଫୋପାଡ଼ି ଦେଇ ଚାଲିଗଲେ ଦୁର୍ବୃତ୍ତ

ହିନ୍ଦୋଳ :  ହିନ୍ଦୋଳରେ ଲଜ୍ଜା । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ।  ଦୁର୍ବୃତ୍ତମାନେ ଦୁଷ୍କର୍ମ କରିବା ପରେ ଗାଁଠାରୁ କିଛି ଦୂରରେ ବରଡ଼ାପତ୍ର ଘୋଡ଼ାଇ ଫେରାର ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣାର ଖବର ପାଇ ତଦନ୍ତ ଆରମ୍ଭ କରିଛି ହିନ୍ଦୋଳ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । […]

Read More Text.

ବେଆଇନ ସେବାଶ୍ରମ ଉପରେ ପୋଲିସର ଚଢ଼ାଉ

ଯାଜପୁର: ବେଆଇନ ବଳଦେବଜୀଉ ସେବାଶ୍ରମ ଉପରେ ପ୍ରଶାସନ ଓ ପୁଲିସ ଚଢ଼ାଉ କରିଛି। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡରେ ବିନା ପଞ୍ଜିକରଣରେ ବେଆଇନ ଭାବେ ଚାଲିଥିବା ବଳଦେବଜୀୟୁ ସେବା ଆଶ୍ରମରୁ ପିଲାଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏସଡିପିଓ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏହି ଆଶ୍ରମରେ ଦୀର୍ଘଦିନ ଧରି ପାଖାପାଖି ୩୪ଜଣ ପିଲାଙ୍କୁ ରଖାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ପିଲାଙ୍କ ସୁରକ୍ଷା ପାଇଁ […]

Read More Text.

ଅଲଗା ହେବେ ନାଗ ଦମ୍ପତି

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ନାଗ ଦମ୍ପତି । ଅଲଗା ହେବା ନେଇ ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ନାଗ ଦମ୍ପତି । ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ । ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ହନି ଟ୍ରାପ୍‌ ମାମଲାରେ ଅର୍ଚ୍ଚନା ନାଗ ଚର୍ଚ୍ଚିତ ଚେହେରା ପାଲଟିଛି । ରାଜଧାନୀର ଲେଡି ବ୍ଲାକମେଲର ଭାବେ […]

Read More Text.

ଶିମିଳିପାଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଙ୍କ ବକ୍ତବ୍ୟ ଏକ ପ୍ରକାର ଗୁଜବ – ଭଞ୍ଜସେନା 

ଶିମିଳିପାଳ ବଞ୍ଚାଓ ଅଭିଯାନ କୁ ଆହୁରି ସୁଦୁଢ କରିବ ଭଞ୍ଜସେନା  ବାରିପଦା – ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଦୀର୍ଘ ଦିନର ଆନ୍ଦୋଳନ ଫଳସ୍ୱରୂପ ବର୍ତ୍ତମାନର ରାଜ୍ୟ ସରକାର, କାରିଗରିର ମାଟି ମୟୂରଭଞ୍ଜରେ ୧୦ଟି ଉଦ୍ୟୋଗ ସୃଷ୍ଟି ନିମନ୍ତେ ଖୋଦ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ ଯେଉଁ ଘୋଷଣା ତାହା ସ୍ବାଗତଯୋଗ୍ୟ ତାସହିତ ଜଙ୍ଗଲଜାତ ଦ୍ରବ୍ୟକୁ ବିନିଯୋଗ କରି  ଅନେକ କୁଟୀର ଶିଳ୍ପ ପ୍ରତିଷ୍ଠାର ଯୋଉ ଘୋଷଣା ମଧ୍ୟ କରିଛନ୍ତି […]

Read More Text.

ଡାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକର ବନପାହାଡ଼ ଘେରା ଅଧ୍ୟୁଷିତ ଅଞ୍ଚଳ ମାଣିକପୁର ପଂଚାୟତର ମାଣିକପୁର ଗାଁ  ଏବଂ ନୂଆଗାଁ ଗାଁ କୁ କଂକ୍ରିଟ ରାସ୍ତା  ର କାର୍ଯ୍ୟ 7 ଦିନ ଭିତରେ  ଆରମ୍ଭ ନ ହେଲେ ରାମଦୋଳି ଯୁବକ ସଂଘ ପକ୍ଷ ରୁ ବିଜାତଳା ବ୍ଲକ କୁ ଘେରାଉ କରାଯିବ ବୋଲି ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠା ସୁରେନ୍ଦ୍ର ମୁଣ୍ଡା, ଭୁବନ ମୁଣ୍ଡା ବୁଧୁରାମ ମୁଣ୍ଡା, କାରିଆ ମୁର୍ମୁ ଏବଂ ଛୋଟରାଇ […]

Read More Text.

ସାନମୌଦା-ରାଖାସାହି ଗ୍ରାମର ଗୁହାଳ ଘରେ ଚଡ଼କ ମାଡ଼ରେ ଚାଷୀ ସମେତ ବାଛୁରୀ ମୃତ

ବାରିପଦା: କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମୌଦା ଗ୍ରାମ ରାଖାସାହିରେ  ଜନୈକ ଗୁହାଳ  ଘରେ ଚଡ଼କ ପଡ଼ିବା ଫଳରେ ଜଣେ ଚାଷୀ ଙ୍କ  ସମେତ ଏକ ଵାଛୁରୀ ମୃତ ହୋଇଥିବା ଅଭାବନୀୟ ଦୁଃଖଦ ଘଟଣା ଘଟି ଯାଇଛି । ସୂଚନାଯୋଗ୍ୟ ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଆକାଶରେ କଳାହାଣ୍ଡିଆ ମେଘ ସମେତ ଘନ ଘନ ବିଜୁଳି ଘଡଘଡି ମାରୁଥିଲା ।ସାନମଉଦା ଗ୍ରାମର ସତ୍ଯ  ଗିରି (୫୮) ବର୍ଷା ଯୋଗୁଁ ଗୁହାଳ ଘରେ ଗୋରୁ ଗାଈମାନଙ୍କୁ ବାନ୍ଧୁ […]

Read More Text.