Ewrq

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିି ଚାଲିଗଲା ମାଆ ଓ ପୁଅର ଜୀବନ, ଶାଶୁ ଗୁରୁତର

ବାଂଶପାଳ :  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିି ଚାଲିଗଲା ମାଆ ଓ ପୁଅର ଜୀବନ।  ମାଆ ଲୁଗା ଶୁଖାଉଥିବା ବେଳେ ଅଘଟଣ ।  ବୋହୂ ଓ ନାତିକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ।  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗାଁର ଅଭାବନୀୟ ଘଟଣା। ମୃତକ ହେଲେ ଗାଁର ସୌମ୍ୟରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ ଏବଂ ୨ବର୍ଷର ପୁଅ ଶୁଭ୍ରଜିତ ବେହେରା । ସୂଚନା ଅନୁଯାୟୀ, କଳ୍ପନା ନିଜ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ […]

Read More Text.
Wer

ସୁରକ୍ଷା ଦାବିରେ ରାଜଧାନୀରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ରାଜଧାନୀରେ ଆମ ବସ୍ ସେବା ଠପ୍। ମାଷ୍ଟରକ୍ୟାଣ୍ଟିନରେ ବସ୍ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର୍ ଓ କଣ୍ଡକ୍ଟର୍। ସୁରକ୍ଷା ଦାବିରେ ସେମାନେ ଆନ୍ଦୋଳନ କରୁଥିବା ଜଣାଯାଇଛି। ବିନା କାରଣରେ ଆମ ବସ୍ ର ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଆନ୍ଦୋଳନରତ କର୍ମଚାରୀମାନେ ମାଡ଼ ମାରିଥିବା ଲୋକକୁ ଗିରଫ କରିବା ଦାବିରେ ଅଟଳ ଅଛନ୍ତି। ସରକାର ସୁରକ୍ଷା ଯୋଗାଇଦେଲେ […]

Read More Text.
Cri

ବିଭିନ୍ନ ଥାନା ଅଞ୍ଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ଗଞ୍ଜାମ : ଆକ୍ସନ ମୋଡରେ ଗଞ୍ଜାମ ପୋଲିସ ।  ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ଜିଲ୍ଲାରେ ଚାଲିଛି ସ୍ୱତନ୍ତ୍ର ଡ୍ରାଇଭ ।  ପୋଲସରା, ଆସ୍କା, ହିଞ୍ଜିଳିକାଟୁ ଓ କୋଟିନଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରି ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୮ଟି ବନ୍ଧୁକ, ୨୩ଟି ମୋବାଇଲ, ୩୧ ଟି ଗୁଳି, ୧୨ଟି ଖୋଖା ଜବତ କରାଯାଇଛି ।  ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନା ଅଞ୍ଚଳରେ ଅନେକ ମାମଲା ରହିଥିବା […]

Read More Text.
Hc

କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା

କଟକ: କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ବାରା ସବୁ ଦିଗରୁ ବିଚାର କରିବାକୁ ଆବେଦନକାରୀ ପ୍ରତାପ ମହାନ୍ତି ଆବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ‘କିଟ୍‌’ ବିଶ୍ବବିଦ୍ୟାଳୟରେ ନେପାଳର ବିଟେକ୍‌ ଦ୍ବିତୀୟ ବର୍ଷ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ବିଚାରାଧୀନ ରହିଛି। ଏହାର ପ୍ରାୟ ଅଢ଼େଇ ମାସ ପରେ ଉକ୍ତ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର […]

Read More Text.
Whatsapp image 2025 05 12 at 19.23.02 750x430

୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ବଞ୍ଚିଲା ଦୁଇ ଜୀବନ

ଭୁବନେଶ୍ୱର : ମୃତ୍ୟୁ ପରେ ଆଉ ଦୁଇଟି ଜୀବନ ବଂଚାଇବାରେ ସଫଳ ହୋଇପାରିଛି ଛଅ ବର୍ଷର ଏକ ଶିଶୁପୁତ୍ର । ବାରିପଦା ମୂର୍ଗାବାଡି ଅଚଂଳର ଏହି ଶିଶୁଟିର ଆକସ୍ମିକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସ୍ଥାନୀୟ ସମ୍‌ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଥିଲା । ମାତ୍ର ଶିଶୁଟି ବ୍ରେନ୍‌ ଡେଡ ଘୋଷିତ ହେବା ପରେ ତାର ପିତା-ମାତା ତାର ଅଙ୍ଗଦାନ କରିବା ନିମନ୍ତେ ମନସ୍ଥ କରିଥିଲେ । ଶିଶୁଟିର ଦୁଇ କିଡ଼ନୀ ଆଉ ଦୁଇଟି ରୋଗୀଙ୍କର […]

Read More Text.
00011

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ

କଟକ: ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ ଶପଥ ନେଇଛନ୍ତି। ଜଷ୍ଟିସ୍‌ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଗତ ମାସ ୧୫ ଓ ୧୯ରେ ଅନୁଷ୍ଠିତ କଲେଜିୟମ ବୈଠକରେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତଙ୍କ ସହ ମୋଟ ୭ ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ୍‌ କରାଯାଇଥିଲା। ଏହି ସୁପାରିସକୁ କେନ୍ଦ୍ର ସରକାର ଗତ ୨ ତାରିଖରେ ଅନୁମୋଦନ କରିଥିଲେ। ଜଷ୍ଟିସ୍‌ […]

Read More Text.

ଓଡ଼ିଶାରେ ମୋହନ ଭଗୱତ, ଆରଏସଏସ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସରସଂଘଚାଳକ ମୋହନ ଭାଗୱତ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭାଗବତ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜଣାପଡ଼ିଛି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧା କଟକ ଯାଇଥିଲେ। କଟକରେ ଆରଏସଏସ ପ୍ରଶିକ୍ଷଣ ଶବିରରେ ଯୋଗଦେବେ ବୋଲି ସୂଚନା ମିଳିଛି।

Read More Text.

କଲବଲ କରୁଛି ଗୁଳୁଗୁଳି: ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବାବେଳେ ଖରା ଓ ଗୁଳୁଗୁଳି କଲବଲ କରୁଛି। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ମଧ୍ୟ ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିଲା। ୪୩.୨ ଡିଗ୍ରୀ ସେଲସିୟସ୍‌ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ, […]

Read More Text.

ଜାଲ୍‌ ନୋଟ୍‌ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଭଦ୍ରକ : ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି l ଗ୍ରାମାଞ୍ଚଳ ଥାନା ଆନନ୍ଦବଜାରର ଏକ ଷ୍ଟେସନାରୀ ଦୋକାନରେ ଜଣେ ଯୁବକ ଶନିବାର ସାମଗ୍ରୀ କିଣି ଏକ ୨୦୦ ଟଙ୍କା ନୋଟ ଦେଇଥିଲେ l ଉକ୍ତ ନୋଟ୍‌ ଜାଲ ଥିବା ଜାଣିପାରି ପାଖ ଦୋକାନୀଙ୍କ […]

Read More Text.
Z

ସାନ୍ତାଳୀ ଭାଷାର ବିକାଶ ପାଇଁ ବ‌ର୍ଷ ସାରା କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ମହୁଲଡିହାରେ ଅଲଚିକି ଲିପିର ଶତବାର୍ଷିକୀ ଏବଂ ଏହାର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଓଡ଼ିଶା ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାନ୍ତାଳୀ ଭାଷା ଏବଂ ସଂସ୍କୃତିକୁ ସଂରକ୍ଷଣ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଘୋଷଣାଗୁଡ଼ିକର ଏକ କ୍ରମରେ, […]

Read More Text.