Zzz

ଯାଇପାରିଲାନି ଗାଡ଼ି, ରୋଗୀଙ୍କୁ ୧କିମି ବୋହିଲେ ପରିବାର ଲୋକେ

ନୂଆପଡ଼ା: ପୁଣି ଥରେ ଖଟିଆରେ ରୋଗୀ ବୁହାଯିବା ଘଟଣା ସାମ୍ନାକୁ ଆସିଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ଜାମପାଣି ଗ୍ରାମ ମହୁଲପଡ଼ାରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁର ଗଦାଧର ନାଏକଙ୍କ ଗୋଡ଼ ଭାଙ୍ଗି ଯିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ହସପିଟାଲ ନେବାକୁ ଚାରି ଚକିଆ ଗାଡ଼ି ଡାକିଥିଲେ। କିନ୍ତୁ ରାସ୍ତା ସମସ୍ୟା ଯୋଗୁ ଗାଡ଼ି ଯାଇ ନପାରିବାରୁ ପରିବାର ଲୋକେ ୧କିଲୋମିଟର ଯାଏଁ ରୋଗୀକୁ ଖଟିଆରେ ବୋହିଥିଲେ। ଗଦାଧର ସ୍ଥାନୀୟ […]

Read More Text.
Bjd 2 750x430

ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ

ଭୁବନେଶ୍ଵର: ଓଡ଼ିଶାରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି। ଏହା ବିରୋଧରେ ବୁଧବାର ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବିଜେଡିର ଅଲ ଓଡ଼ିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟରେ ବଢି ଚାଲିଥିବା ମହିଳା ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଓ ଅନ୍ୟ ଅପରାଧ ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ […]

Read More Text.
Whatsapp imag 2025 06 25 20 08 51

ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ‘ଉଚ୍ଚସ୍ତରୀୟ କମିଟି’

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବୈଠକରେ ରାଉରକେଲା ଉସ୍ପାତ୍ କାରଖାନାର ସମ୍ପ୍ରସାରଣ ନେଇ ଥିବା ପ୍ରତିବନ୍ଧକ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। କାରଖାନାର ସମ୍ପ୍ରସାରଣ ନେଇ ଥିବା […]

Read More Text.
111

କଟକରେ ବର୍ଷା: ଭୁଶୁଡ଼ିଲା ଶିଶୁଭବନ କାନ୍ଥ, ସିଡିଏରେ ଦବିଲା ୨୦ ଫୁଟ୍‌ ରାସ୍ତା

କଟକ/ବାରଙ୍ଗ: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଟକ ସହର ଏଥିରୁ ବାଦ୍‌ ପଡ଼ି ନାହିଁ। କଟକ ସହିତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଦିନତମାମ ବର୍ଷା ହୋଇଛି। ବର୍ଷା ଯୋଗୁଁ କିଛିସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ଦୃଷ୍ଟି ଗୋଚର ହୋଇଛି। ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର […]

Read More Text.

ଘୂର୍ଣ୍ଣିବଳୟ ସକ୍ରିୟ; ୩ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି […]

Read More Text.
Cong 1 750x430

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା-ଟମାଟୋ ମାଡ଼: କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ। ବୁଧବାର ଶହ ଶହ କଂଗ୍ରେସ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ଇସ୍ତାପ ଦାବି କରି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକାଇଥିଲା। ଫଳରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ […]

Read More Text.
Sbhfdr 2025 06 25 07 57 37

ଧାମରା ଚାନ୍ଦନୀପାଳରେ ହେବ ସି ବିଚ୍: ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଧାମରା ଗସ୍ତ

ଭଦ୍ରକ : ଭଦ୍ରକ ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଧାମରାଠାରେ ଥିବା ଚାନ୍ଦନୀପାଳଠାରେ ବିଶାଳ ସମୁଦ୍ର ବେଳା ଭୂମିର ବିକାଶ ହେବ। ଏଠାରେ ସି ବିଚ୍ ନିର୍ମାଣ କରାଯିବ। ଏହାର ସୌନ୍ଦର୍ଯ୍ୟ କାରଣ କରାଯିବା। ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ସୁଯୋଗ ଦିଆଯିବ। ଧାମରା ହେବା ପର୍ଯ୍ୟଟନର ହବା୍। ଏହି ଲକ୍ଷ୍ୟ ନେଇ ପୂର୍ବରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର କ୍ଷେତ୍ରୀୟ ତଦନ୍ତ ହୋଇଥିଲା। ଆଜି ପୁଣି ରାଜ୍ୟ […]

Read More Text.
Untitled 1 copy

ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମହିଳା ଟିମ୍: ଓଡ଼ିଶାରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି

ଭୁବନେଶ୍ବର: ରାଜ୍ୟର ପ୍ରତି ୫ କି.ମି ଦୂରତାରେ ଜଣେ ଶିଶୁ ଅତ୍ୟାଚାରର ଶିକାର। ପ୍ରତି ୧୦ କିମିରେ ଜଣେ ଶିଶୁ ନିଖୋଜ। ଲୋକେ ରାଜରାସ୍ତାକୁ ନ ଓହ୍ଲାଇଲେ ଦୁଷ୍କର୍ମ ମାମଲାରେ ଏତଲା ସୁଦ୍ଧା ଗ୍ରହଣ କରାଯାଉ ନାହିଁ। ଓଡ଼ିଶାରେ ମହିଳା ନିର୍ଯାତନାର ଏକ ଚିତ୍ର ବାଣ୍ଟିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲୁ। ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀ ସମୟ ନ ଦେବା ମହିଳାଙ୍କ ପ୍ରତି ତାଙ୍କର ସମ୍ବେଦନଶୂନ୍ୟତାକୁ ପ୍ରମାଣ କରୁଛି। ଗଣଦୁଷ୍କର୍ମ ମାମଲାର ତଥ୍ୟ ଅନୁଧ୍ୟାନ ପାଇଁ ଆସିଥିବା […]

Read More Text.
Dagadggdzvv 2025 06 25 02 21 45

ମହାନଦୀ ଗଣ୍ଡରେ ମଗରଙ୍କ ପାଇଁ ବିପଦରେ ଘଡ଼ିଆଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡରେ ଘଡ଼ିଆଳଙ୍କ ପାଇଁ ଏବେ ବିପଦ ସାଜିଛନ୍ତି ମଗର। ଏହି ଗଣ୍ଡରେ କ୍ରମାଗତ ଭାବରେ ମଗର ପ୍ରଜାତିର କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମଗରଙ୍କ ଆକ୍ରମଣରେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ପୂର୍ବରୁ ଘଡ଼ିଆଳ ଗବେଷକ ଯେଉଁ ଆଶଙ୍କା କରିଥିଲେ ତାହା ସତ ହେଉଛି। ଫଳରେ ଏହି ଗଣ୍ଡରେ ମଗର ସଂଖ୍ୟା କମାଇବା ଜରୁରି ହୋଇପଡ଼ିଛି। ସୂଚନା ମୁତାବକ, ସାତକୋଶିଆ ଗଣ୍ଡରେ ମଗରଙ୍କ ସଂଖ୍ୟା ବଢ଼ିବାରେ […]

Read More Text.
Images (1)

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି

ଭୁବନେଶ୍ବର: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି ଆଉ ନାହାନ୍ତି। ନେସନାଲ ସ୍କୁଲ୍ ଅଫ୍ ଡ୍ରାମାର କୃତୀ ଛାତ୍ର, ବିଖ୍ୟାତ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ନାରାୟଣ ପତିଙ୍କର ଆଜି ମସ୍ତିଷ୍କାଘାତ କାରଣରୁ ହଠାତ୍ ଆଜି ଆକସ୍ମିକ ପରଲୋକ ଘଟିଛି। ସେ ପ୍ରଥମେ ସଙ୍ଗୀତ ଲାଗି ଚର୍ଚ୍ଚିତ ଓଡ଼ିଆ ଛବି ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ। ତେବେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ […]

Read More Text.