ସାଳନ୍ଦୀ ଫୁଲୁଛି, ଗତିପଥ ବଦଳିବାନେଇ ଗ୍ରାମବାସୀ ଚିନ୍ତାରେ

ଆଗରପଡ଼ା :ଗତ କିଛି ଦିନ ହେଲା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେବାରୁ ନଦୀପାଣି କ୍ରମଶଃ ଫୁଲି ଗ୍ରାମାଭିମୁଖି ହେଉଥିବାରୁ ନଦୀ କୁଳିଆ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । ସାଳନ୍ଦୀ ନଦୀ ବନ୍ତ ବ୍ଲକର ଆଗରପଡା ଦେଇ ବହି ଯାଇଥିବା ବେଳେ ଏହାର ଶାଖା ପ୍ରଶାଖା ନଦୀ ଗୁଡ଼ିକ ଭଦ୍ରକ,ବାଲେଶ୍ୱର,କେନ୍ଦୁଝର ଜିଲ୍ଲାକୁ ପ୍ରବାହିତ ହୋଇଛି । ଏହି ନଦୀର ଜଳକୁ କୃଷିକ୍ଷେତ୍ରରେ ବିନିଯୋଗ କରିବା ପାଇଁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ସେହି ସମୟରେ ପାଶ୍ୱର୍ବର୍ତ୍ତି କେନ୍ଦୁଝର […]

Read More Text.

ବିଜେପି ମଣ୍ଡଳ ସ୍ତରୀୟ ସମାବେଶ

ଆଗରପଡ଼ା :ଭାରତୀୟ ଜନତା ପାର୍ଟି ନେତୃତ୍ୱରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷ ଏବଂ ଓଡିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଭାରତର ଅମୃତ କାଳ, ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଯୋଜନାରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ଦଳୀୟ କର୍ମୀ ମାନେ ଆଗଭର ହୋଇ ଘରେ ଘରେ ସଚେତନତାର ବାର୍ତ୍ତର୍ା ପହଞ୍ଚେଇବାକୁ ବନ୍ତ ବ୍ଲକ ଡ.ମହତାବ ମଣ୍ଡଳ ସ୍ତରୀୟ କର୍ମୀ ସମାବେଶରେ ଭଦ୍ରକ ବିଧାୟକ ସୀତାଶୁଂ […]

Read More Text.

ସ୍କୁଲ ଛାତରୁ ଗଳିଲା ପ୍ଲାଷ୍ଟର, ସୁନିଶ୍ଚିତ ବିପଦରୁ ବର୍ତ୍ତିଲେ ଛାତ୍ରଛାତ୍ରୀ

ଆଗରପଡ଼ା :ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁନଥିବା ବନ୍ତ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ପାରିପାଶ୍ୱିର୍କ ଅବସ୍ଥାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟ ଠାରେ । ସୂଚନା […]

Read More Text.

ଯୁଗ୍ମ ନିର୍ଦେଶକଙ୍କ ଘରେ ଚଢ଼ାଉ, ୬୩ ଏକର ଜମି ସହ ବିପୁଳ ସମ୍ପତ୍ତି ଠାବ

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଦୟାନିଧିଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଛନ୍ତି। ୬୩ ଏକର ଜମି, ୫୫ ଲକ୍ଷର ଜମାରାଶି ସାଙ୍ଗକୁ ବିଭିନ୍ନ ସହରରେ କୋଠା ରହିଥିବା ଜଣାପଡ଼ିଛି। ଦୟାନିଧିଙ୍କର ୮ଟି ଠିକଣାରେ ସୋମବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ଵର, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଥିବା ଘରେ ଚଢ଼ାଉ […]

Read More Text.

ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼, ଦୁର୍ବୃତ୍ତଙ୍କ ଗିରଫ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ  ମାଡ଼  ।  ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ମାଡ଼ ମରା ପ୍ରତିବାଦରେ ବିଏମ୍ସି ଅଧିକାରୀ ଓ କର୍ମଚାରୀ ଧାରଣାରେ ବସିଛନ୍ତି । […]

Read More Text.

ସମସ୍ତଙ୍କର ଧାନ କିଣା ଯିବ, ଟୋକନ୍‌ ଲାପ୍ସ ଯିବନି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ସରକାର ୧୯ ଲକ୍ଷ ମେଟ୍ରିକ୍‌ ଟନ୍‌ ରବି ଧାନ କିଣି ସାରିଲେଣି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌ କିଣା ଯାଇଥିଲା । ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍‌ କରିବାକୁ ପଡ଼ିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । […]

Read More Text.

ନକଲି ସସ୍ କାରଖାନା ଠାବ, ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍‌ ଲଗାଇ ହେଉଥିଲା ବିକ୍ରି

ବ୍ରହ୍ମପୁର : ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢାଉ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ବିତୀୟ ଲାଇନରେ ଥିବା ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରାଯାଇଛି । ବେଆଇନ ଭାବେ ନକଲି ସସ୍ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ପରେ ଚଡାଉ କରିଛି ପୋଲିସ । ଗତକାଲି କାରଖାନର ମାଲିକ ନଥିବା ଯୋଗୁ କେବଳ ବାହାରପଟୁ କାରଖାନାକୁ ସିଲ୍ କରାଯାଇଥିଲା । ଆଜି ମାଲିକ ଫେରିବା ପରେ ଚଢାଉ କରି କାରଖାନାରେ ରହିଥିବା ସସ୍ […]

Read More Text.

ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ମାଓବାଦୀ ନିହତ

ବାଲିଗୁଡା : ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ମାଓବାଦୀ ନିହତ । ବାଲିଗୁଡା ଥାନା ଗୁମିକିଆ ପଂଚାୟତର ଇନ୍ଦ୍ରିସୁଗା ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଦୁଇ ମାଓବାଦୀ ନିହତ ଥିବା ସୂଚନା ମିଳିଛି । ବାଲିଗୁଡା ଥାନା ଗୁମିକିଆ ପଂଚାୟତର ଇନ୍ଦ୍ରିସୁଗା ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉକ୍ତ ଜଙ୍ଗଲ ରେ […]

Read More Text.

ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା: ଆଜି ଇ-କେୱାଇସି ଯାଞ୍ଚ କରିବାର ଶେଷ ତାରିଖ

ଭୁବନେଶ୍ୱର: ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ। ଯେଉଁମାନେ ଆଜି e-KYC ନକରିବେ ୩ ମାସ କାର୍ଡ ସସ୍‌ପେଣ୍ଡ୍‌ ହେବ। ୩ ମାସ ଭିତରେ e-KYC କଲେ କାର୍ଡ ପୁନଃ ସଚଳ ହେବ ନଚେତ୍‌ କଟିଯିବ ନାମ। ଏଯାବତ ୨୦ ଲକ୍ଷ ୫୮ ହଜାର e-KYC କରି ନଥିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ। ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ସେମାନଙ୍କୁ ମିଳିବନି ଚାଉଳ। ୩ […]

Read More Text.

ମାସେ ପୂର୍ବରୁ ଛାତ୍ରୀଙ୍କୁ କରିଥିଲେ ଅପହରଣ, ଏବେ ଘଞ୍ଚ ଜଙ୍ଗଲରୁ ମିଳିଲା ଖଣ୍ଡ ବିଖଣ୍ଡିତ କଙ୍କାଳ

ଗଞ୍ଜାମ: ଘଞ୍ଚ ଜଙ୍ଗଲରୁ ମିଳିଲା ଖଣ୍ଡ ବିଖଣ୍ଡିତ ମଣିଷ କଙ୍କାଳ । ପୂରା ଗାଁରେ ଚହଳ ପଡ଼ି଼ଗଲା । କାହାର ଏ କଙ୍କାଳ? କେବେ ଠାରୁ ଏଠାରେ ପଡ଼ି ରହିଛି ? ଘଞ୍ଚ ଜଙ୍ଗଲ ଭିତରେ କଙ୍କାଳ ପୁଣି ଗଛରେ ଲାଗିଛି ଏକ ଓଢଣୀ ? ଏ କଥା ଶୁଣିଲା ବେଳକୁ ହିଁ ଛାତି ଥରି ଉଠୁଛି । ଏଭଳି ଏକ ଖବର ଏବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯାହାପରେ ଘଟଣା ସ୍ଥଳରେ […]

Read More Text.