Sundargada v

ମୁଖାପିନ୍ଧି ଲୁଟିନେଲେ ଦେଢ଼ କୋଟି ଟଙ୍କାର ଜିନିଷ

ସୁନ୍ଦରଗଡ଼: ମୁଖାପିନ୍ଧି ଆସିଲେ, ଲୁଟିନେଲେ । ସୁନ୍ଦରଗଡ଼ ଜିଲ୍ଲାରେ ଏବେ ବିଦ୍ୟୁତ୍ କମ୍ପାନୀରୁ ଲୁଟ୍ କରୁଥିବା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି । ଗତକାଲି ରାତିରେ ଲହୁଣିପଡ଼ା ଥାନା ଦର୍ଜିଂ ଠାରେ ଏକ ବିଦ୍ୟୁତ୍ ନିର୍ମାଣ କମ୍ପାନୀର କ୍ୟାମ୍ପରେ ପ୍ରାୟ ଦେଢ଼ କୋଟି ଟଙ୍କାର କପର ଲୁଟିନେଇଛନ୍ତି ଲୁଟେରା । ଗତ ରାତିରେ ପ୍ରାୟ ୨୦ରୁ ୨୨ ଜଣ ଡକାୟତ ଆସି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗାର୍ଡ ଓ ଲେବରଙ୍କୁ ପିଟି ଘରେ ପୁରାଇ ବାନ୍ଧି ଦେଇଥିଲେ । ଟ୍ରାନ୍ସଫର […]

Read More Text.
Polic

ନକଲି ଡିଏସପିକୁ ମାଡି ବସିଲା ଅସଲି ପୋଲିସ, ନିଜକୁ ଝାଡ଼ଖଣ୍ଡ ଓ ଆସାମ ପୋଲିସ କହି ହୋଟେଲରେ ରହୁଥିଲା

ଭଦ୍ରକ  : ହୋଟେଲ ରୁମରେ ଏକଦମ୍ ଷ୍ଟାଇଲ ମାରି ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । ହଠାତ୍ କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା ହଠାତ୍ ଚଢ଼ାଉ କରିଥିଲା ପୋଲିସ । ସିଧା ଯାଇ ଶୋଇଥିବା ଅବସ୍ଥାରେ ହିଁ ଥାନାରେ ହାଜର କରିଦେଲେ ପୋଲିସ । ନିଜକୁ ଝାଡ଼ଖଣ୍ଡ ଏବଂ […]

Read More Text.
Wp v

ଆମ ସାଥି’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଲୋକାର୍ପିତ, ଏଣିକି ହାତ ପାହାନ୍ତରେ ମିଳିବ ସରକାରୀ ସୁବିଧା

ଭୁବନେଶ୍ୱର : ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମ ମୃତ୍ୟୁ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ, ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ ଆଦି ବହୁ ସୁବିଧା ହ୍ୱାଟସଆପ ଜରିଆରେ ମିଳିପାରିବ । ଲୋକଙ୍କ ହାତ ପାହାନ୍ତାରେ ସେବା ପହଞ୍ଚାଇବାକୁ ଆରମ୍ଭ ହେଲା ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ । ଏଥିପାଇଁ ୯୪୩୭୨୯୨୦୦୦ ହ୍ୱାଟସଆପ ନମ୍ବରରେ ଆବେଦନ କରି ପାରିବେ । ଆବେଦନ ପରେ ସାର୍ଟିଫିକେଟ ଏହି ନମ୍ୱର୍ ଜରିଆରେ […]

Read More Text.
୨

ବାଲିଯାତ୍ରା ପାଇଁ ଷ୍ଟଲ ବୁକିଂ ଆରମ୍ଭ, ଏକାଧିକ ଆବେଦନ ଥିଲେ ହେବ ନିଲାମ

କଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆଜିଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ। ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା। ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି। ଚଳିତ ବର୍ଷ କେବଳ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ଆୟୋଜନ […]

Read More Text.

ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା। ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ। କମିଶନରେଟ୍ ପୋଲିସ ଗୁରୁବାର ଦିନ ଭୁବନେଶ୍ୱରରେ ଦୁର୍ଗାପୂଜା ଉତ୍ସବ ପାଳନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି। ଟ୍ରାଫିକ୍ କଟକଣା ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ। “ଭୁବନେଶ୍ୱରରେ ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ […]

Read More Text.
1

ଗଜଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା ଗଡଚଣ୍ଡୀ

କଟକ : ଗତ ଗୁରୁବାର ଦିନ ମାଆ ଗଡ଼ଚଣ୍ଡୀଙ୍କର ଗଜଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଯାଇଛି | ବର୍ତ୍ତମାନ ପାର୍ବଣ ଚାଲିଥିବାରୁ ବିଭିନ୍ନ ଦିବସରେ ମାଆ ବିଭିନ୍ନ ବେଶରେ ସଜ୍ଜିତ ହେଉଛନ୍ତି | ଏହି ଅବସରରେ ମାଆଙ୍କ ନିକଟରେ ଚଣ୍ଡୀପାଠ ଓ ଷୋଡଶ ଉପଚାର ପୂଜା ଆଦି ଅନୁଷ୍ଠିତ ହୋଇଥିଲା | ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତ ମାଆଙ୍କ ଦର୍ଶନ କରି ବିମୋହିତ ହୋଇଥିଲେ |

Read More Text.

ଭିଜିଲାନ୍ସ ରାୟ; ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପୂର୍ବତନ ସରକାରୀ କର୍ମଚାରୀ ଙ୍କୁ ଜେଲଦଣ୍ଡ ସମେତ ଜୋରିମାନା

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଆୟବହିର୍ଭୁତ ସମ୍ପତି ଠୁଳ ମାମଲାର ବିଚାର କରି ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ତଥା ମୟୁରଭଞ ଜିଲା ଜାମଶୋଳା ଚେକଗେଟ ର ପୂର୍ବତନ ଜୁନିଅର ଏମଭିଆଇ ବିଜୟ କୁମାର ପତି (୬୮) କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡପ୍ରଦାନ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ୨୦୧୦ ମସିହାରେ ବିଜୟ କୁମାର ପତି ଚାକିରୀରେ ଥିବା ସମୟରେ ଭିଜିଲାନ୍ସ […]

Read More Text.
Img 20250925 wa0186

ଏକ ଦିନ, ଏକ ଘଣ୍ଟା, ଏକ ସାଥ -“ସ୍ଵଛତା ହିଁ ସେବା” ଅଭିଯାନରେ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜର ଦୃଢ ପ୍ରତିଶୃତି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନସ୍ଥ କୁଚିଳାଘାଟି  ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଠାରେ “ସ୍ଵଛତା ହିଁ  ସେବା” ଅଭିଯାନର ଆଜି ଦିବସର ବିଷୟ ବସ୍ତୁ- ଏକ ଦିନ,ଏକ ଘଣ୍ଟା,ଏକ ସାଥ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ତା’ଙ୍କ ବକ୍ତବ୍ୟରେ  ସମସ୍ତ ସରକାରୀ ଅଧିକାରୀ, ପଂଚାୟତ କର୍ମୀ,ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ଓ ଜନସାଧରଣ ଙ୍କୁ ସ୍ୱଚ୍ଛ, […]

Read More Text.
Img 20250925 wa0180

କୁଳିଅଣା ବ୍ଲକ ଅଧିନସ୍ଥ କୁଚେଇ ଜିପିର ଅଙ୍ଗାରଗଡିଆ ଗ୍ରାମରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ

 ବାରିପଦା ବ୍ଲକର ବଡ଼ଯୋଡ ଗ୍ରାମରେ ଗ୍ରାମସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଓ ଆଦି ସେବା କେନ୍ଦ୍ରର ଉଦଘାଟନ ବାରିପଦା : ଆଜି କୁଳିଅଣା ବ୍ଲକ ଅଧିନସ୍ଥ କୁଚେଇ ଜି ପି ର ଅଙ୍ଗାରଗଡିଆ ଗ୍ରାମରେ ଆଦି କର୍ମଯୋଗୀ ଅଭିଯାନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଯୋଗ ଦେଇ ଗ୍ରାମବାସୀଙ୍କ ସାହିତ ବାର୍ତ୍ତାଳାପ ମାଧ୍ୟମରେ ସେମାନଙ୍କ ଅସୁବିଧା ତଥା ଆବଶ୍ୟକତା ବିଷୟରେ ପଚାରି ବୁଝିବା ସହିତ ଏହି ଅଭିଯାନ ଦ୍ୱାରା ସେମାନଙ୍କର […]

Read More Text.
Img 20250925 wa0176

ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ହିନ୍ଦୀ ପକ୍ଷ” ପାଳିତ

ବାରିପଦା: ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ  ରାଷ୍ଟ୍ର ଭାଷା ହିନ୍ଦୀ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଏହାର ବ୍ୟବହାର ସମ୍ପର୍କରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ହିନ୍ଦୀ ପକ୍ଷ ପାଳିତ  ହୋଇଯାଇଛି l ଏହି ଅବସରରେ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହିନ୍ଦୀ ପ୍ରବନ୍ଧ ଲିଖନ ଓ ବକୃତା ପ୍ରତିଯୋଗୀତାରେ ବିଭିନ୍ନ ବର୍ଗର ଡ଼ାକ କର୍ମଚାରୀ ମାନେ ଭାଗ ନେଇଥିଲେ।  ମୟୂରଭଞ୍ଜ ଡ଼ାକ ମଣ୍ଡଳର  ଅଧିକ୍ଷକ ଜଗଦୀଶ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ଡାକ […]

Read More Text.