Drdo 1068x601

ଆଇଏଡିଡବ୍ଲ୍ୟୁଏସ ସଫଳ ପରୀକ୍ଷଣ କଲା ଡିଆରଡିଓ

ଭୁବେନଶ୍ବର: ଭାରତୀୟ ସେନାକୁ ମିଳିଲା ନୂଆ ଶକ୍ତି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ଓ୍ବିପନ ସିଷ୍ଟମ ବା ସମନ୍ବିତ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଆଇଏଡିଡବ୍ଲ୍ୟୁଏସ)ର ସଫଳ ପରୀକ୍ଷଣ କରାଯାଇଛି। ଶନିବାର ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ପରୀକ୍ଷଣ କରାଯାଇଥିବା ଡିଆରଡିଓ ସୂଚନା ଦେଇଛି। ଏହା ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା। ଏଥିରେ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ତୁରନ୍ତ ପ୍ରତିକ୍ରିୟାଶୀଳ ଭୂପୃଷ୍ଠରୁ ଆକାଶମାର୍ଗକୁ ଉଦକ୍ଷେପଣ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର […]

Read More Text.
Visiting newborn tips 1

ମହିଧରପଡ଼ା ମେଡିକାଲ୍‌ ପରିସରରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭୁବନେଶ୍ବର : ନଖରା ନିକଟସ୍ଥ ମହିଧରପଡ଼ା ମେଡିକାଲ୍‌ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ମେଡିକାଲ୍‌ ପରିସରରେ ଥିବା ଏକ ଗଛ ମୂଳରୁ ସ୍ଥାନୀୟ ଲୋକେ ଆଜି ଏହି ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି । କିଏ ଏହି ଶିଶୁକନ୍ୟାକୁ ଛାଡି ଦେଇଯାଇଥିବା ଅନୁମାନ କରାଯାଉଛି, ତେବେ ତାହା ସ୍ପଷ୍ଟ ହୋଇପାରିନି । ଉଦ୍ଧାର  ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର ପରେ ଶିଶୁଭବନ ସ୍ଥାନାନ୍ତର କରାଯାଇଛି ।

Read More Text.
Bike parking

ସବୁ ଥାନାରୁ ହଟିବ ଜବତ ଅଚଳ ଗାଡି

ଭୁବନେଶ୍ୱର : ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବା ସହ ରାଜସ୍ବ ବଢିବ ବୋଲି ସୁଲୋଚନା କହିଛନ୍ତି । ପୋଲିସ୍ କମିଶନରକୁ ଭୁବନେଶ୍ବର ମହାନଗର ନିଗମ ଏ ସମ୍ପର୍କରେ ଚିଠି କରିବ । କେବଳ ଥାନା […]

Read More Text.
Car b

ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ, ଡ୍ରାଇଭର ଅବସ୍ଥା ସଙ୍କଟାପନ୍ନ

ପୁରୀ : ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ । ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟି ଲେବଲ୍ ପାର୍କିଂରୁ ତଳକୁ ଖସି ପଡ଼ିଛି ବୋଲେରୋ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଛନ୍ତି । ଭାଗ୍ୟବଶତଃ ଗାଡ଼ିରେ କୌଣସି ଯାତ୍ରୀ ନଥିଲେ । ଉପରମହଲାରୁ ତଳକୁ ଖସି ପଡ଼ିଥିଲା ବୋଲେରୋ । ଆହତ ଡ୍ରାଇଭରଙ୍କୁ ପୁରୀ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିପରି ଗାଡ଼ିଟି ତଳକୁ ଖସି ପଡ଼ିଲା ଟାଉନ ଥାନା ପୋଲିସ ତଦନ୍ତ କରୁଛି ।

Read More Text.
Ambulance 2

ରାସ୍ତା ଅବସ୍ଥା ଖରାପ: ଚାଲି ଚାଲି ଆମ୍ଭୁଲାନ୍ସ ନିକଟକୁ ଗଲେ ଗର୍ଭବତୀ

ଘଟଗାଁ: ଗାଁକୁ ଭଲ ରାସ୍ତା ନଥିବାରୁ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ ମହିଳା । ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ବହୁ କଷ୍ଟରେ ଯାଉଛନ୍ତି । ସାଙ୍ଗରେ ଥିବା ସମ୍ପର୍କୀୟମାନେ ମହିଳାଙ୍କୁ ଧରି ନାଳ ପାର୍ ହେଉଥାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ପଞ୍ଚାୟତର ମେଣ୍ଢାମୁଣ୍ଡି ସାହିରେ। ଗାଁର ଜନାର୍ଦ୍ଦନ ମୁଣ୍ଡାଙ୍କ ପତ୍ନୀ ସାନ୍ତି ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ଭୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା […]

Read More Text.
Bridge 1

ଧୋଇଗଲା ସୁଡଙ୍ଗ ନଡ଼ସାହି ପୋଲ, ଲୋକେ ଜଳବନ୍ଦୀ

ବାଂଶପାଳ : ଧୋଇଗଲା ପୋଲ । ଅନ୍ୟ ଉପାୟ ନପାଇ ବାଇକ୍ କୁ ହାତରେ ଉଠାଇ ନାଳ ପାର୍ କଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୀମାନ୍ତ ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡଙ୍ଗ ନଡ଼ସାହି ରାସ୍ତାରେ । ଝିରିପାଣି ନାଳ ଉପର ପୋଲ ବନ୍ୟା ପାଣିରେ ଭାସିଯାଇଥିବାରୁ ଅନ୍ୟ ଉପାୟ ନପାଇ ଏକ ବାଇକ୍ ହାତରେ ଉଠାଇ ୫ ଜଣ ବୋହି ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୩ […]

Read More Text.
Nandankanan 1

ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ, ଜନ୍ମ ପରେ ଅଢ଼େଇ ମାସ ହେବ ଅସୁସ୍ଥ ଥିଲା

ବାରଙ୍ଗ :  ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି ।  ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ କୁ ହ୍ରାସ ପାଇଛି ।  ଧଳା ବାଘୁଣୀ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶ ସହ ମିଳନରୁ ଗତ ଜୁନ ୭ ତାରିଖରେ ଦୁଇଟି ଶାବକ ଜନ୍ମ ନେଇଥିଲେ ।  ୧୧ ଜୁନରେ ଏହି ଅଣ୍ଡିରା ଶାବକତି ଶାବକଟି କ୍ଷୀର ପାନ କରିପାରି ନଥିଲା ଏବଂ ଏହାକୁ ଚିଡ଼ିଆଖାନାର ପ୍ରାଣୀ ଶିଶୁ […]

Read More Text.
Kiit 8

ଦ୍ୱାଦଶ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‌ଯାପିତ, ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ

ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘ (ମୁନ୍‌)ର ଦ୍ୱାଦଶ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି  ।  ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି କହିଲେ, ଆଜିର ବିଶ୍ୱରେ ସ୍ଥିରତା ସଙ୍କଟ ଦେଖା ଦେଇଥିବା ବଳେ ନବସର୍ଜନା ଓ ସାମୂହିକ ପ୍ରୟାସ ଫଳରେ ସଙ୍କଟର ସମାଧାନ ହୋଇପାରିବ ।  ଏବେ ଆମେ ପରସ୍ପର ମଧ୍ୟରେ ସହଯୋଗ ସହ ବାସ କରୁଛୁ ।  ତେବେ ଜଳବାୟୁ ପରିବର୍ତନ, ଦାରିଦ୍ର‌୍ୟ, […]

Read More Text.
Shop

ଦୋକାନରେ ପଶିଗଲା ମିନିଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୋକାନୀ

 ଆଠଗଡ଼ : ଦ୍ରୁତଗତିରେ ଆସି ଦୋକାନରେ ପଶିଗଲା ମିନିଟ୍ରକ । ଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ମିନିଟ୍ରକ ଚାଳକ। ଆଠଗଡ଼ର ତିଗିରିଆ ଥାନା ବିନ୍ଧାଣୀମା ହାଟ ଛକରେ ଦୋକାନ ଭିତରେ ପଶିଗଲା ପିକ ଅପ ଭ୍ୟାନ। ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ ଅପ୍ ଭ୍ଯାନ ଚାଳକ ଭାରସ୍ୟାମ ହରାଇବାରୁ ରାସ୍ତା କଡ଼ରେ ଥିବା ଏକ ଷ୍ଟେସନାରୀ ଦୋକାନରେ ପଶି ଯାଇଥିଲା । ଭ୍ଯାନଟି ଏକ ବାଇକକୁ ଘୋଷାଡ଼ି ନେବାରୁ ବାଇକଟି ଭାଙ୍ଗିରୁଜି ଯାଇଛି ।  ଦୋକାନ ଘର […]

Read More Text.

ଜିଲ୍ଲାପାଳ ଙ୍କ ଫେସବୁକ ହ୍ୟାକ କଲେ ଦୁବୃତ୍ତ

ବାରିପଦା – ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫେସବୁକ୍ ହ୍ୟାଣ୍ଡଲ୍‌କୁ ଅଜଣା ଲୋକେ ହ୍ୟାକ୍ କରିଛନ୍ତି । ଏହି ହ୍ୟାକ୍ ହୋଇଥିବା ପୃଷ୍ଠାରୁ ସାଧାରଣ ଲୋକଙ୍କୁ ଟଙ୍କା ଦାବି କରାଯାଉଛି । ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ, ପ୍ରଶାସନ କିମ୍ବା କୌଣସି  ଅଧିକାରୀଙ୍କ ପକ୍ଷରୁ କେବେବି ଏପରି ଅନୁରୋଧ ହୋଇନି । ଜନସାଧାରଣଙ୍କୁ ଅନୁରୋଧ – ଏହି ପୃଷ୍ଠାରୁ ଯାଇଥିବା ମେସେଜ୍‌ରେ କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ କିମ୍ବା ଟଙ୍କା ପଠାନ୍ତୁ ନାହିଁ । ପ୍ରଶାସନ ଏହି ହ୍ୟାକିଂ […]

Read More Text.