Accident

ଦୁଇ ବାଇକ୍ ମୁହାଁମୁହିଁ: ୨ ମୃତ

ମୁନିଗୁଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଦୁଇ ବାଇକ୍ ଆରୋହୀ ମୃତ। ମୁନିଗୁଡା-ବିଷମକଟକ ରାସ୍ତା ବୁରୁଜୁଗୁଡା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Read More Text.
1 22

ଓଡ଼ିଶାକୁ ବାତ୍ୟା ଭୟ ନାହିଁ, ଭୀଷଣ ବର୍ଷାରେ ପ୍ରଭାବିତ ହେବ ୧୫ ଜିଲ୍ଲା !

ଭୁବନେଶ୍ୱର  : ଓଡ଼ିଶାକୁ ବାତ୍ୟା ଭୟ ନାହିଁ ।  କିନ୍ତୁ ଭୀଷଣରୁ ଅତି ଭୀଷଣ ବର୍ଷା ହେବ ।  ପ୍ରଭାବିତ ହୋଇପାରେ ୧୫ ଜିଲ୍ଲା। ଦକ୍ଷିଣ ଓ ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେବା ଆଶଂକା। ଯଦି ବାତ୍ୟା ତାର ଗତିପଥ ବଦଳାଏ, ତେବେ ବି ସରକାର ମୁକାବିଲା ପାଇଁ ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ […]

Read More Text.
Cyclone1

ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’

ଭୁବନେଶ୍ୱର : ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’ ।  ଆଜି ସୁଦୃଶ୍ୟ ଲଘୁଚାପ ଅବପାତର ରୂପ ନେଇଛି ।  କାଲି ଗଭୀର ଅବପାତ ଓ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ ।  ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼େ ମୁହାଁଇବ ।  ୨୮ ତାରିଖ ବେଳକୁ ଭୀଷଣ ବାତ୍ୟାର ରୂପ ନେବ ‘ମୋନ୍ଥା’ । ମଚ୍ଛଲିପଟ୍ଟନମ-କଳିଙ୍ଗପଟ୍ଟନମ ଦେଇ ସ୍ଥଳଭାଗ ଅତିକ୍ରମ କରିବ ।  କାକିନାଡ଼ା ପାଖାପାଖି ୨୮ […]

Read More Text.
Bbsr t

ଏୟାରହୋଷ୍ଟ୍ରେସ୍‌ଙ୍କୁ ପ୍ରେମ ପରେ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

ଭୁବନେଶ୍ଵର: ଏୟାରହୋଷ୍ଟ୍ରେସ୍‌ ଙ୍କୁ ଲଭ୍‌ , ସେକ୍ସ, ଧୋକା ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଡିଜିଏମ୍ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି। ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏୟାରହୋଷ୍ଟ୍ରେସ୍‌ଙ୍କର ଗର୍ଭପାତ କରାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ବିବାହିତ ହୋଇ ବି ଏୟାରହୋଷ୍ଟ୍ରେସ୍‌ ଙ୍କ ସହ ଉମାକାନ୍ତ ସମ୍ପର୍କ ରଖିଥିଲେ। ଦୀପାବଳି ଦିନ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ ଏୟାରପୋର୍ଟ ଥାନାରେ […]

Read More Text.
Court n

ପରକିୟା ପ୍ରୀତି ସନ୍ଦେହରେ ମହିଳା ଓ ପୁରୁଷଙ୍କୁ ଜୋତା ମାଳ ପିନ୍ଧାଇବା ଅଭିଯୋଗରେ ୪ ଗିରଫ

ଆନନ୍ଦପୁର : ମହଙ୍ଗା ପଡ଼ିଲା କଙ୍ଗାରୁ କୋର୍ଟ । ପରକିୟା ପ୍ରୀତି ସନ୍ଦେହରେ ଜଣେ ମହିଳା ଓ ପୁରୁଷଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡ଼ିଲା ମହଙ୍ଗା । ଭିଡିଓ ଭାଇରାଲ ପରେ ୪ଜଣଙ୍କୁ ଗିରଫ କଲା ପୋଲିସ । ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗ୍ରାମର ଅଭାବନୀୟ ଘଟଣା । ଗାଁର ଶିଶିର ଶଙ୍ଖୁଆଳ ବିଲରୁ ଧାନ କାଟି ଫେରିବା ବେଳେ ଜଣେ ମହିଳାଙ୍କ ନିକଟକୁ ରସି ପିଇବା ପାଇଁ ଯାଇଥିଲେ । ସେହି ସମୟରେ […]

Read More Text.
Elephant 3 1

ଯୁବକଙ୍କୁ ଦଳି ମାରିଦେଲା ହାତୀ

ଭଞ୍ଜନଗର : ଯୁବକଙ୍କୁ ଦଳିଦେଲା ଦନ୍ତା । ଘରେ ଶୋଥିବା ବେଳେ ଘରୁ ଟାଣି ନେଇ ଯୁବକଙ୍କୁ ମାରିଦେଲା ବଣୁଆ ହାତୀ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁର ଘଟଣା । ଘର ପିଣ୍ଡାରେ ଶୋଇଥିବାବେଳେ ଭୋରରୁ ଆକ୍ରମଣ କରିଥିଲା ହାତୀ । ପରେ ପରେ ଗୋଡ଼ାଇ ଗୋଡ଼ାଇ ମାରି ପାଖ ବିଲରେ ପକାଇ ଦେଲା । ମୃତକ ହେଲେ ବିକ୍ରମ ନାୟକ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁ […]

Read More Text.
Murder case

ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା

ଜଗତସିଂହପୁର: ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା । ଜଗତସିଂହପୁର ସଦର ଥାନା ଯୋଗଧାରି ଠାରେ ନୃଶଂସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବଳରାମପୁର ପଞ୍ଚାୟତ ଗୋପ ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଂଜନ ପୋଥାଳ । ସେ ଯୋଗଧାରି ଛକରେ ନିଜ ପାନଦୋକାନ ବନ୍ଦ କରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଛି । ତାଙ୍କୁ କିଏ ଆଉ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି । […]

Read More Text.
Img 20251024 wa0230

ଜିଲ୍ଲାସ୍ତରୀୟ  ଲୋକନୃତ୍ୟ ପ୍ରତିଯୋଗିତା , ପ୍ରଥମ ସ୍ଥାନରେ ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା

ବାରିପଦା – ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦା ସହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଲୋକନୃତ୍ୟ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମଞ୍ଚାସୀନ ରହି ଲୋକନୃତ୍ୟର ଉପାଦେୟତା ଉପରେ ଆଲୋକପାତ କରିଥିଲେ l ଜିଲ୍ଲାରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l  ସମ୍ମାନିତ ଅତିଥି […]

Read More Text.
.g

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଇ ଡି ଵି ଆଇ ବ୍ୟାଙ୍କ ତରଫରୁ ପ୍ରଦତ୍ତ ଷ୍ଟ୍ରେଚର୍ ଓ ବ୍ୟାଟେରି ଚାଳିତ ଗାଡିର ଶୁଭ ଉଦ୍ଘାଟନ କଲେ ମାନ୍ୟବର ମନ୍ତ୍ରୀ 

ବାରିପଦା: ସମାଜ ସେବା ଓ ଜନସ୍ୱାସ୍ଥ୍ୟ ଉନ୍ନତିରେ ଏକ ଅଭିନଵ ପଦକ୍ଷେପ ସ୍ୱରୂପ  ଆଇଡିବିଆଇ ବ୍ୟାଙ୍କ ବାରିପଦା ଶାଖା ତାଙ୍କର କର୍ପୋରେଟ୍ ସୋସିଆଲ୍ ରେସ୍ପନସିବିଲିଟି (CSR) ଅଭିଯାନ ଅନ୍ତର୍ଗତ, ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ବ୍ୟାଙ୍କ ଦାନ କରିଛି ୧୧ଟି ଷ୍ଟ୍ରେଚର୍ ଓ ଏକ ବ୍ୟାଟେରି ଚାଳିତ ଗାଡି, ଯାହାକି ଏମ ଆର ଆଇ ସେଣ୍ଟର, ଏକ୍ସ-ରେ ବିଭାଗ ନିକଟକୁ ରୋଗୀମାନଙ୍କୁ ନେବା ଆଣିବା ଓ ଚିକିତ୍ସା ସେବାରେ ଅନେକ ସହାୟକ ହେବ। ଏହି […]

Read More Text.
Img 20251024 wa0209

ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା, ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ

ବାରିପଦା – ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାକୁ ନେଇ ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଟିଇ ଓ ଏସସିଇଆରଟି, ଓଡିଶା, ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ବାରିପଦାସ୍ଥିତ  ସହୀଦ ସ୍ମୃତି ଭବନ ପରିସରରେ ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l  ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ l ସମ୍ମାନିତ […]

Read More Text.