Ndrf 750x391

ବାତ୍ୟାର ମୁକାବିଲା: ଶ୍ରୀକାକୁଲମ ଓ ଭାଇଜାଗ୍ ଗଲା ଏନଡିଆରଏଫର ୩ଟି ଟିମ୍‌

ଭୁବନେଶ୍ବର: ବଙ୍ଗୋପସାଗରେ ଗଭୀର ଅବପାତ ରୂପ ନେଇଛି ବାତ୍ୟା ‘ମୋନ୍ଥା’ । ଘଣ୍ଟାପ୍ରତି ୧୫କିମି ବେଗରେ ମାଡି ଆସୁଛି ଏହି ସାମୁଦ୍ରିକ ଝଡ । ଗଞ୍ଜାମ ଓ ଗଜପତି ଜିଲାରେ ସକାଳୁ ପ୍ରବଳ ବର୍ଷା ହେଉଛି । ବାତ୍ୟା ମୋନ୍ଥା ପାଇଁ ୩ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁରେ ରେଡ୍ ଆଲର୍ଟ ଜାରି ହୋଇଛି । ତେବେ ଏହାର ପ୍ରଭାବ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ଅନୁଭବ ହେବ ବୋଲି ପୂର୍ବାନୁମାନ କରାଯାଇଛି । […]

Read More Text.
Img 20251026 wa0257

ଗୁଞ୍ଜାଇ ଟୁଡୁଙ୍କ ଅନ୍ତୋଦୟ ଗୃହ ଯୋଜନା ଅସମ୍ପୂନ୍ନ

ପ୍ରଶାସନ ର ଦ୍ୱାର କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଗୁଞ୍ଜାଇ ଟୁଡୁ ବାରିପଦା : ବନାଞ୍ଚଳ ପରିବେଷ୍ଟିତ ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ମାଣିକପୁର ଗ୍ରାମପଞ୍ଚାୟତର ବାନ୍ଧଗାଁ ଗ୍ରାମର ଗୁଞ୍ଜାଇ ଟୁଡୁଙ୍କ ନାମ ରେ ଆର୍ଥିକ ବର୍ଷ ୨୦୨୪-୨୦୨୫ରେ  ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ ବ୍ଲକ ତରଫରୁ  ମଞ୍ଜୁର ହୋଇଥିଲା l ପ୍ରଥମ କିସ୍ତି ୪୦,୦୦୦ ହଜାର ଟଙ୍କା ପାଇ ନିଜେ ଗୃହ ନିର୍ମାଣ  କରିଥିଲେ l ଦୁଃଖର ବିଷୟ ପ୍ରଥମ କିସ୍ତି […]

Read More Text.
Img 20251025 wa0165

ସଚ୍ଚିଦାନନ୍ଦ ଗୁରୁକୁଳରେ ରତ୍ନପ୍ରଭା ଦିଦିଙ୍କ ଉଦ୍ଦେଶ୍ୟ ରେ ଶୋକସଭା 

ସଚ୍ଚିଦାନନ୍ଦ ଗୁରୁକୁଳ ତରଫରୁ ରତ୍ନାପ୍ରଭା ଦିଦିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି  ଜଣେ ଶିକ୍ଷକଙ୍କ ସ୍ଥାନ ଅନ୍ୟ କେହି ନେଇ ପାରିବେ ନାହିଁ  ଜଣେ ଶିକ୍ଷକଙ୍କ ମୃତ୍ୟୁ ସମାଜ ପାଇଁ ଅପୂରଣୀୟ କ୍ଷତି  ବାରିପଦା: ଏକ ମର୍ମତୁନ୍ଦ   ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍ଥାନୀୟ ପୋଲିସ ଲାଇନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରତ୍ନପ୍ରଭା ଷଡ଼ଙ୍ଗୀ ଙ୍କୁ  ସଚ୍ଚିଦାନନ୍ଦ ଗୁରୁକୁଳ ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି l ସେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇ ପୋଲିସ୍ ଲାଇନ୍ ଉଚ୍ଚ […]

Read More Text.
Img 20251026 wa0231

ଜିଲ୍ଲାସ୍ତରୀୟ ରଗବୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ସ୍ତରାରୁ ଚୟନ ପ୍ରତିଯୋଗୀ ରାଜ୍ୟସ୍ତରୀୟ ରଗବୀ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବାରିପଦା: ସ୍ଥାନୀୟ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ଉଭୟ ବାଳକ ବାଳିକା ବିଭାଗର ରଗବୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମ୍ୟ ଦାଶଙ୍କ ପୌରହିତରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଯୋଗ ଦେଇ […]

Read More Text.
Img 20251026 wa0219

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ମା ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ୩୧ତମ ମେଳା ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଅଛି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, କୁଇଜ, ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି I ଆଜି ସ୍ଥାନୀୟ ଭଂଜପୁର ଦୁର୍ଗା ବିବାହ ମଣ୍ଡପରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I […]

Read More Text.
Img 20251026 wa0236

ମୟୂରୀ ଥିମ୍ ସଙ୍ଗ ଲୋକାର୍ପିତ, ଗୀତ ସଂଗୀତ ଓ ଗାୟନ ଶୈଳୀ ଉପସ୍ଥିତ ଦର୍ଶକ ଙ୍କ ପ୍ରଶଂସା

ବାରିପଦା  : ସ୍ଥାନୀୟ ଷ୍ଟାଡିୟମ କନଫରେନ୍ସ ହଲରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଥିମ୍ ସଙ୍ଗ ଭରପୁର ଦର୍ଶକ ଙ୍କ ଉପସ୍ଥିତିରେ  ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବ କମିଟି ଆନୁକୁଲ୍ୟ ରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ କମିଟି ର କାର୍ଯ୍ୟକାରୀ ସଭାପତି ତଥା ଏମପିସି ସ୍ଵୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଡଃ ବନଜା ମହାନ୍ତି ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଏମ୍ ଏସ ସି ବି ବିଶ୍ଵ ବିଦ୍ୟାଳୟ ର […]

Read More Text.
06073a75 45b0 4042 8fbd b8796191a526 1154x675 1 750x430 1

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ, ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ୱର: ମୁମ୍ବାଇରେ ଅକ୍ଟୋବର ୨୭ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ମେରିଟାଇମ୍ ସପ୍ତାହ ୨୦୨୫ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ମୁମ୍ବାଇ ଗସ୍ତ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ । ଏବଂ ପରେ ଅପରାହ୍ନରେ ଓଡ଼ିଶା ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବେ। ଯାହା ରାଜ୍ୟର ବନ୍ଦର-ନେତୃତ୍ୱାଧୀନ ନିବେଶ ସୁଯୋଗ ଏବଂ ଏହାର ବନ୍ଦର ମାଧ୍ୟମରେ […]

Read More Text.
Skin

ଚିତାବାଘ ଚମଡ଼ା ଜବତ, ୨ ଗିରଫ

ସୋନପୁର: ରବିବାର ଦିନ ସୋନପୁର ଜିଲ୍ଲାରେ ଏକ ଚିତାବାଘ ଚମଡ଼ା ଜବତ କରିବା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଦୁଇ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତିମାନେ ଟୁନିଖାମର ଗ୍ରାମର ପ୍ରକାଶ କନହର ଏବଂ ବୌଦ୍ଧ ଜିଲ୍ଲାର ବୁଡିଖାମର ଗ୍ରାମର ରଞ୍ଜିତ ଭୋକ୍ତା ବୋଲି  ଜଣାଯାଇଛି। ସୂଚନା ଆଧାରରେ, ବୌଦ୍ଧ ଜିଲ୍ଲାର ବନ୍ୟପ୍ରାଣୀ ଅପରାଧୀମାନଙ୍କ ଦ୍ୱାରା ଚିତାବାଘ ଚମଡ଼ାର ବେଆଇନ କାରବାର ବିରୁଦ୍ଧରେ ଆଜି ସକାଳେ ସୋନପୁର ଥାନା ଅଧୀନସ୍ଥ ଅର୍ଜୁନପୁର ଛକ (NH-126A) ନିକଟରେ […]

Read More Text.
4b455ffa c114 4bc8 9c07 3b8d07804b50

ଆଧ୍ୟାତ୍ମିକତା ହେଉଛି ଶାନ୍ତି ଓ ସୁସ୍ଥ ସମାଜ ଗଠନର ମାର୍ଗ

ଭୁବନେଶ୍ୱର : ‘ଗ୍ଲୋବାଲ ସ୍ପିରିଚୁଆଲ ମିଶନ’ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭିଆଇପି କଲୋନୀରେ ଥିବା ରାମକୃଷ୍ଣ ମଠ ସଭାଗୃହରେ ଏକ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରାକ୍ତନ ଅଧିକାରୀମାନଙ୍କ ଦ୍ୱାରା ଗଠିତ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମରେ ଡାକ୍ତର ସୁଶୀଲ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ସୁସାହିତ୍ୟିକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର ଯୋଗଦାନ […]

Read More Text.
0033

ମହିଳାଙ୍କୁ ଧମକାଇ ଲୁଟିନେଲେ ସୁନାଗହଣା

ସୋର : ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନୀ ଭଳି ଅପରାଧିକ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଅନନ୍ତପୁର ପଞ୍ଚାୟତ ବେଲପୁରବସ୍ତିରେ ସେକ ଏଲାଉଦ୍ଦିନ ଘରେ ନ ଥିବାବେଳେ କିଛି ଡକାୟତ ତାଙ୍କ ଘରେ ପଶି ତାଙ୍କ ପତ୍ନୀ ଆମିନା ବିବିଙ୍କୁ ଭୁଜାଲି ​‌ଦେଖାଇ ଆକ୍ରମଣ କରିଥିଲେ। ଏବଂ ତାଙ୍କଠାରୁ ୩ଟି ସୁନାହାର, କାନଫୁଲ, କିଛି ରୂପା ଗହଣା ଏବଂ ନଗଦ ୬୫ ହଜାର ଟଙ୍କା ଲୁଟ କରି ଫେରାର […]

Read More Text.