ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଭଦ୍ରକ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର । ଚରମ୍ପା ମାଲ୍‌ ଗୋଦାମ ପାଖରେ ପୋଲିସ ଏନ୍‌କାଉଣ୍ଟର କରିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର ହୋଇଥିବା ଭଦ୍ରକ ଏସପି ମନୋଜ ରାଉତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅପରାଧୀ ବୁଦ୍ଧିଆ ଗୁରୁତର ହୋଇଛି । ପୋଲିସ ଏନ୍‌କାଉଣ୍ଟର ସ୍ଥଳରୁ ବୁଦ୍ଧିଆ ଗୁଳି କରିଥିବା ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି । ବୁଦ୍ଧିଆ ନାଁରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଅପରାଧିକ […]

Read More Text.

ଆଜି ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିବ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି।  ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ରାତ୍ର ୨ଟାରୁ ଦ୍ୱାର ଫିଟା ହେବା ସହ ୫ଟା ୩୦ରୁ ୬ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲିଭୋଗ ଲାଗି ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ […]

Read More Text.

ନାବାଳିକାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ରାଜ୍ୟ ରାଜଧାନୀ: ନବୀନ

ଭୁବନେଶ୍ବର : ଭୁବନେଶ୍ବରର ଧଉଳିରେ ଗତକାଲି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିଲା|  ଧଉଳି ନିକଟ ଦୟା ନଦୀ ପଠାରେ ଗଣଦୁଷ୍କର୍ମ ଅଭିଯୋଗ । ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ଧଉଳି ଥାନା ପୋଲିସ ଘଟଣାର ତନାଘନା ତଦନ୍ତ କରୁଛି ।  ତିନି ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।  ଅଭିଯୋଗ ହୋଇଛି ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ବୁଲିବାକୁ ଯାଇଥିଲେ […]

Read More Text.

୨୦୨୬ ପାଇଁ ପ୍ରକାଶ ପାଇଲା ସ୍କୁଲ ଛୁଟି ତାଲିକା

ଭୁବନେଶ୍ବର:ପ୍ରକାଶ ପାଇଲା ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି। ଆସନ୍ତା ବର୍ଷ ରବିବାର ବ୍ୟତୀତ ୮୨ ଦିନ ଛୁଟି ରହିବ। ତେବେ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯିବ। ତେଣୁ ଏହି ଦିନ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିବ। ସେହିପରି […]

Read More Text.

୨୧ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ !

ଭୁବନେଶ୍ବର:ଆସନ୍ତା ୨୧ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଗସ୍ତରେ ଆସିପାରନ୍ତି। ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ସେହି କାର୍ଯ୍ୟକ୍ରମରେ ସେ ​‌ଯୋଗଦେବା ସମ୍ଭାବନା ରହିଛି। ହେଲେ ଏନେଇ ଶାହାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ଚୂଡାନ୍ତ ସୂଚନା ଦିଆଯାଇ ନାହିଁ। ପୂର୍ବରୁ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଶାହା ଆସିବାକୁ ଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଶେଷ ମୁହୂର୍ତ୍ତରେ ସେସବୁ ବାତିଲ […]

Read More Text.

ଆସନ୍ତା କାଲି ଅପରାହ୍ନ ୨ଟାରୁ ୪.୩୦ ପରିବର୍ତ୍ତେ ୧.୩୦ରୁ ୪ଟା ଯାଏଁ ହେବ OTET ପରୀକ୍ଷା

ଭୁବନେଶ୍ବର: ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ହୋଇଥିବା ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, OTETର ପେପର-୨ ପରୀକ୍ଷା ସମୟରେ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟାରୁ ୪.୩୦ ପରିବର୍ତ୍ତେ ବର୍ତ୍ତମାନ ଏହି ପରୀକ୍ଷା ଅପରାହ୍ନ ୧.୩୦ରୁ ୪ଟା ଯାଏଁ ଅନୁଷ୍ଠିତ ହେବ। ତେବେ […]

Read More Text.
Img 20251215 wa0226

ରାଜ୍ୟସ୍ତରୀୟ ଶିଶୁ ନାଟକ ପ୍ରତିଯୋଗିତାରେ ଶ୍ରେଷ୍ଠ ନାଟକ ପ୍ରଦର୍ଶନ କରି ୮ ପୁରସ୍କାର ହାତେଇଲା ପିସିପୁର ସ୍କୁଲ

ବାରିପଦା : ଭବାନୀପାଟଣାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗମ” ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ନାଟକ ପ୍ରତିଯୋଗିତାରେ ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱାରା ପରିବେଷିତ ନାଟକ “କାନ୍ଦୁଛି ବନାନୀ” ଦର୍ଶକଙ୍କୁ ବିମୋହିତ କରିବା ସହ ୮ଟି ପୁରସ୍କାର ଲାଭକରି ବିଦ୍ୟାଳୟ, ତଥା ଜିଲ୍ଲା ପାଇଁ ସୁନାମ ଆଣିବାର ଗୌରବ ଅର୍ଜନ କରିପାରିଛି I ଶ୍ରେଷ୍ଠ ପ୍ରଯୋଜିତ ନାଟକ, ଶ୍ରେଷ୍ଠ ଆଲୋକ ସଜ୍ଜା, ଶ୍ରେଷ୍ଠ ବେସଭୁଷା ପାଇଁ ବିଦ୍ୟାଳୟ ପୁରସ୍କୃତ ହୋଇଥିବା ବେଳେ […]

Read More Text.
Img 20251215 wa0219

ବ୍ରହ୍ମ ମନ୍ଦିରର ଶତବାର୍ଷିକୀ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୦ ନଂ ୱାର୍ଡରେ ସ୍ଥିତ ଐତିହ୍ୟ ସମ୍ପନ୍ନ ବ୍ରହ୍ମ ମନ୍ଦିରର ଶତବାର୍ଷିକୀ ପାଳନ ଚଳିତ ମାସ ୨୦ ଓ ୨୧ ତାରିଖରେ ପାଳିତ ହେବାକୁ ଯାଉଅଛି I ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ସାରିଛି ବୋଲି ବ୍ରହ୍ମ ସମାଜ ଟ୍ରଷ୍ଟିର ଅଧ୍ୟକ୍ଷ ତଥା ଆବାହକ ରଞ୍ଜନ ବାନାର୍ଜୀ ଜଣାଇଛନ୍ତି I ବ୍ରାହ୍ମ ସମାଜର ମହାନ ଆଦର୍ଶ ଓ ମହନୀୟ ବାଣୀର ପ୍ରସାର ନିମନ୍ତେ ତତ୍କାଳୀନ ମୟୂରଭଂଜ ଷ୍ଟେଟର ପୁନ୍ୟଶ୍ଲୋକ […]

Read More Text.

ଦ୍ୱାରଶୁଣୀ ଘାଟି ରାସ୍ତାରେ କଟକଣା; ପ୍ରତି ଗୁରୁ ଓ ଶୁକ୍ରବାର ୩ ଘଣ୍ଟା ବନ୍ଦ ରହିବ 

ବାରିପଦା: ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ପାଇଁ ଲାଗିଛି କଟକଣା । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ପଥର ବିସ୍ଫୋରଣ କାର୍ଯ୍ୟ ପାଇଁ ସତର୍କତା ପଦକ୍ଷେପ ସ୍ଵରୁପ ଜିଲ୍ଳା ପ୍ରଶାସନ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି । ପ୍ରତ୍ୟେକ ସପ୍ତାହରେ କେବଳ ଗୁରୁବାର ଓ ଶୁକ୍ରବାର ଦିନ ୧ଟା ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଏହି ରାସ୍ତା ମଧ୍ୟ ଦେଇ ଯିବାଆସିବା ବନ୍ଦ […]

Read More Text.

 ନୂତନ ଯୋଗ୍ୟ ବିବେଚିତ ହିତାଧିକାରୀମାନଙ୍କୁ ନୂତନ ରାସନ କାର୍ଡ ପ୍ରଦାନର ଶୁଭାରମ୍ଭ 

ବାରିପଦା : ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ବାରିପଦା ସହରାଞ୍ଚଳ ଅନ୍ତର୍ଗତ ୨୮ଟି  ୱାର୍ଡରେ ଆଦ୍ୟାବଧି ଚିହ୍ନିତ ହୋଇଥିବା ନୂତନ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ  ନୂତନ ରାସନ କାର୍ଡ ବଣ୍ଟନ ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ […]

Read More Text.