ଆଗରପଡ଼ା ଯୁବ ମହୋତ୍ସବ ଉଦ୍‌ଘାଟିତ

ଆଗରପଡ଼ା: ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । କମିଟି ସଭାପତି ଇଂ ଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ମହାନ୍ତି, ଶିକ୍ଷାବିତ ଚିତରଞ୍ଜନ ସାମନ୍ତରାୟ, ମାନବାଧିକାର ସୂଚନା କମିଶନ ରାଜ୍ୟ ସମ୍ପାଦକ ନିରୋଜ ଆଇଚ,ଜିଲ୍ଲା ଶିକ୍ଷକ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଡ. କାର୍ତ୍ତିକେଶ୍ୱର ରାଉଳ, ମହତାବ ମଣ୍ଡଳ ବିଜେପି ସଭାପତି ଅମୂଲ୍ୟରତ୍ନ ନନ୍ଦ ପ୍ରମୁଖ […]

Read More Text.

ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ

ଆଗରପଡ଼ା: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଆଗରପଡ଼ା ଠାରେ ପାଳିତ ହୋଇଯାଇଅଛି । ସକାଳେ ସ୍ଥାନୀୟ ଡାଏଟ ନିକଟରେ ଥିବା ପ୍ରବାଦ ପୁରୁଷ ତଥା କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ବିଭିନ୍ନ ଶ୍ଳୋଗାନ ମାନ ଦିଆଯାଇଥିଲ ।ବିଜେଡି ଜିଲ୍ଲା ଉପସଭାପତି ତଥା ପୁରୁଷଣ୍ଢ ସେବା ସମବାୟ ସମିତିରେ ସଭାପତି ପ୍ରଶାନ୍ତ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା […]

Read More Text.

ବନ୍ତରେ ବିଜେଡିର ପ୍ରତିଷ୍ଠା ଦିବସ

ନବୀନଙ୍କ ଉପରେ ଆସ୍ଥା ରଖିବାକୁ ଆହ୍ୱାନ ଆଗରପଡ଼ା: ଶୁକ୍ରବାର ଅପରାହ୍ନରେ ବନ୍ତ ଡ଼ିଗିଆଡ଼ି ଠାରେ ବିଜୁ ଜନତା ଦଳ ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ବନ୍ତ ବ୍ଲକ୍ ବିଜେଡି କର୍ମୀ ଓ ନେତା ମାନେ ବନ୍ତରେ ଏକତ୍ରୀତ ହୋଇ ଏକ ବିରାଟ ପଟୁଆରରେ ବିଜୁ କଲ୍ୟାଣମଣ୍ଡପ ସ୍ଥିତ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ôଚ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଡ଼ିଗିଆଡ଼ି ଠାରେ ସାଧାରଣ ସଭାର ବନ୍ଦୋବସ୍ଥ କରା […]

Read More Text.

ଜାନୁୟାରୀ ୨୧ରେ ହେବ ଓଏସଏସଟିଇଟି-୨୦୨୫

ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୨୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ମଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି)। ଦୁଇଟି ସିଟିଂ​‌ରେ ଏହି ପରୀକ୍ଷା ହେବ। ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା ହେବ। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହେବ। ଜାନୁୟାରୀ ୧୦ରୁ ୱେବସାଇଟ(bseodisha.ac.in)ରୁ ଆଡମିଟ୍‌ କାର୍ଡ ଡାଉନଲୋଡ କରିହେବ।

Read More Text.

ଦ୍ବାଦଶ ଥର ଦୋଷୀ ସାବ୍ୟସ୍ତ ହେଲେ ବିନୋଦ କୁମାର

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆରଏଚଡିସି)ର ପୂର୍ବତନ ପରିଚାଳନା ନିର୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାର ପୁଣି ଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ମାମଲାରେ ସେ ଦ୍ବାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହିତ ଜରିମାନାରେ ଦଣ୍ଡିତ କରିଛନ୍ତି। ବିଦୋନଙ୍କ ସମେତ ୭ ଜଣଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ, ବିନୋଦ ଓଆରଏଚଡିସିର ପରିଚାଳନା ନିର୍ଦେଶକ […]

Read More Text.

୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀମୁକ୍ତ ହେବ ଓଡ଼ିଶା: ଏଡିଜି

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଓଡ଼ିଶା ମାଓବାଦୀମୁକ୍ତ ହେବ। କନ୍ଧମାଳ ଜିଲା ଫୁଲବାଣୀରେ ଶୁକ୍ରବାର ମାଓବାଦୀ ବିରୋଧୀ ଅପରେସନର ସମୀକ୍ଷା ସମୟରେ ଏହା କହିଛନ୍ତି ଏଡିଜି ସଞ୍ଜୀବ ପଣ୍ଡା। ସମୀକ୍ଷା ପରେ ଏଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରିଥିଲେ। ଏଡିଜି ସଞ୍ଜୀବ କନ୍ଧମାଳ ଏନକାଉଣ୍ଟରରେ ସାମିଲ ସୁରକ୍ଷାକର୍ମୀମାନଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏବେ ବି ଅପରେସନ ଜାରି ରହିଛି। ଅପରେସନରେ ଅଧିକ ଟିମ୍‌ ସାମିଲ କରାଯାଇଛି। ବିପୁଳ ପରିମାଣର ସମାଓବାଦୀ […]

Read More Text.
Gyanesh kumar

୨୭ରେ ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ

ଭୁବନେଶ୍ବର : ଶନିବାର ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର। ସେ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ପରେ ପୁରୀରୁ ସେ କୋଣାର୍କ ଯିବେ। ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ୨୮ ତାରିଖରେ ସେ ଐତିହ୍ୟ ଗ୍ରାମ ରଘୁରାଜପୁର ଯିବେ। ସେଠାରୁ ଫେରି ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ଵର ମନ୍ଦିର ବୁଲିବେ। ଶେଷ ଦିବସ ବା […]

Read More Text.

୮ ଦିନ ପରେ ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭବାନୀପାଟଣା: କର୍ଲାପାଟ ଥାନା ଅନ୍ତର୍ଗତ ସାଏସୂର୍ଣ୍ଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହେଇଛି। ମୃତକ ହେଉଛନ୍ତି ବିଭୀଷଣ ଗୌଡ (୪୩)। ସେ ସାଏସୂର୍ଣ୍ଣି ହାଇସ୍କୁଲରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଗତ ପ୍ରାୟ ୮ ଦିନ ହେଲା ସେ ନିଖୋଜ ଥିଲେ। ବିଭୀଷଣଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି। ଅଭିଯୋଗ […]

Read More Text.

ଶିଖରଚଣ୍ଡୀ ପାହାଡ଼ ନିକଟରେ ହାତୀ, ସତର୍କ କରାଇଲା ବନ ବିଭାଗ

ବାରଙ୍ଗ: ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼କୁ ପିକନିକ୍ କରିବାକୁ ଯାଉଛନ୍ତି କି ? ଯଦି ଯାଉଛନ୍ତି ଟିକେ ସାବଧାନତା ଅବଲମ୍ବନ କରନ୍ତୁ ।  କାରଣ ପାହାଡ଼ ନିକଟ ଜଙ୍ଗଲରେ ବୁଲୁଛନ୍ତି ହାତୀ ।  ଦୁଇ ବଡ଼ ଦନ୍ତାହାତୀ ଘୂରି ବୁଲୁଛନ୍ତି ପାହାଡ଼ ନିକଟରେ ।  ଆଜି ସକାଳୁ ଦୁଇଟି ଦନ୍ତା ଭରତପୁର ଜଙ୍ଗଲରୁ ଆସି ଶିଖରଚଣ୍ଡୀ ପାହାଡ଼ ନିକଟରେ ଲୁଚି ରହିଛନ୍ତି । ବନ ବିଭାଗ କର୍ମଚାରୀ ଦନ୍ତା ଦୁଇଟି ଉପରେ ନଜର ରଖିଛନ୍ତି । ଦନ୍ତା ଦୁଇଟି କିପରି ସୁରକ୍ଷିତ ଭାବେ ପୁଣି ଭରତପୁର ଜଙ୍ଗଲକୁ ଫେରିବେ ସେ ନେଇ ବନ ବିଭାଗ ଟିମ ଉଦ୍ୟମ କରୁଛି ।  ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ମାଇକ ଯୋଗେ ସତର୍କ କରିଛି ବନ ବିଭାଗ ।

Read More Text.

ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ସହରର ସ୍ବପ୍ନେଶ୍ବର ମନ୍ଦିର ନିକଟ ପାର୍କିଂରେ ଥିବା ଏକ ଘରୋଇ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।  ଏନେଇ ବସ୍ ମାଲିକ ଅନୟ ମଲ୍ଲିକ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଏହି ଘରୋଇ ବସ୍ କୌଣସି ବୈଷୟିକ ତ୍ରୁଟି କାରଣରୁ ନିଜ ଘର ନିକଟରେ ଥିବା ରାସ୍ତା ଉପରେ ପାର୍କିଂ କରିଥିଲା ।  […]

Read More Text.