ଭୋଗି ଉତ୍ସବ ବେଳେ ବାଣ ଫୁଟି ୪ ଗୁରୁତର

ରାୟଗଡ଼ା: ରାୟଗଡ଼ା ୟେଦୁ ସାହିରେ ବାଣ ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଛନ୍ତି। ମକର ସଂକ୍ରାନ୍ତି ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଗତକାଲି ରାତିରେ ଭୋଗି ଉତ୍ସବ ପାଳନ ବେଳେ ନିଆଁରେ ବାଣ ପକାଇବାରୁ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏଥିରେ ବି.ବରନି, ଭି. ଯୋଗୀ, କିଶୋର ଦୋରା ଓ ବାବଲି ରେଡ୍ଡୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର […]

Read More Text.

କଟକରୁ ଉଦ୍ଧାର ହେଲା ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟା

ଭଣ୍ଡାରିପୋଖରୀ : ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ। ଗତକାଲି ଏ ନେଇ ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗାଁର ୫୫ ବର୍ଷୀୟା ସାବିତ୍ରୀ ଦାସ ତାଙ୍କ ନାତୁଣୀ(୧ମାସ)ର ଉଦ୍ଧାର ପାଇଁ ପୁଲିସର ହସ୍ତକ୍ଷେପ ଲୋଡ଼ିଥିଲେ। ସାବିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ସିପୁ ଓ ବୋହୂ ରୀନା ଗତ ୧୨ ତାରିଖ ପୂର୍ବାହ୍ନ ସମୟରେ ମାସକର ଝିଅ ସହ ଡାକ୍ତରଖାନା ଯାଉଥିବା କହି ଘରୁ ବାହାରି ଯାଇଥିଲେ। ରାତି ପ୍ରାୟ ୮ଟାରେ […]

Read More Text.

ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପାଟଣା: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ପୁଣ୍ୟତୋୟା ବୈତରଣୀରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଜିଲ୍ଲା ପାଟଣାରେ ଥିବା ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ବୁଡ଼ ପକାଇଛନ୍ତି। ପରେ ପରମେଶ୍ଵର ବନ୍ଦିର ଏବଂ ଆନନ୍ଦେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଗତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈତରଣୀ ନଦୀର ଅନସୂୟା ତୀର୍ଥ ଘାଟରେ ବୁଡ଼ […]

Read More Text.

ଚୁଲିରେ ପଡି ଦୁଇ ମାସର ଶିଶୁ ଗୁରୁତର

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପଡି ଏକ ଦୁଇ ମାସର ଶିଶୁ ଗୁରୁତର ହୋଇଛି। ସୂଚନା ଅନୁସାରେ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜଳେଶ୍ୱର ଥାନା ମହମ୍ମଦ ନଗର ପାଟଣା ପଞ୍ଚାୟତ ଚାଲନ୍ତି ଗାଁର ତାରନ ହେମ୍ବ୍ରମଙ୍କ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟା ସମୟରେ ବସି ଅଗଣାରେ ଥିବା ଚୁଲିରେ ନିଆଁ ଲଗାଇ ନିଆଁ ପାଖରେ ବସିଥିଲେ। ତାରନଙ୍କ ସ୍ତ୍ରୀ ମଧ୍ୟ ଛୁଆକୁ ଧରି […]

Read More Text.

ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ, ବଢ଼ିବ ଇନସ୍ୟୁରାନ୍ସ ଖର୍ଚ୍ଚ

ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ । ରଦ୍ଦ ହେବ ଲାଇସେନସ । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । ତେଣୁ ଏଣିକି କେବଳ ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣରେ […]

Read More Text.

ରାଜ୍ୟରେ ପ୍ରତିଷ୍ଠା ହେବ ପ୍ରଥମ ହ୍ୟାଣ୍ଡବଲ ସ୍ପୋର୍ଟ୍ସ ହଷ୍ଟେଲ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଓଡ଼ିଶାର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ ହ୍ୟାଣ୍ଡବଲ ସ୍ପୋର୍ଟ୍ସ ହଷ୍ଟେଲର ପ୍ରତିଷ୍ଠା ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । କେନ୍ଦୁଝର ଜିଲ୍ଲାରେ ରାଜ୍ୟର ପ୍ରଥମ ହ୍ୟାଣ୍ଡବଲ ସ୍ପୋର୍ଟସ ହଷ୍ଟେଲ ପ୍ରତିଷ୍ଠା କରାଯିବ । ୯.୩୭ କୋଟି ଟଙ୍କା ବ୍ୟୟରେ ଏହି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ହେବ ନିର୍ମାଣ । ଏଥିରେ ୫୦ ଜଣ ପୁଅ ଓ ୫୦ […]

Read More Text.
Screenshot 2026 01 14 093037 750x430

ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ

ଭୁବନେଶ୍ୱର: ତୁଟିଲାନି ନବାଙ୍କ ବେଢ଼ା କ୍ଷୀର ଆଉଟା ସେବା ଅଧିକାର ବିବାଦ। ବନ୍ଦ ରହିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି। ମଙ୍ଗଳବାର ସନ୍ଧ୍ୟାଧୂପଠାରୁ ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ମନ୍ଦିରରେ ନୀତିକାନ୍ତି ସବୁ ବନ୍ଦ ରହିଛି। ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର। ଆଜି ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଆଜି ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ଅଛନ୍ତି ଲିଙ୍ଗରାଜ । ଉଭୟ […]

Read More Text.

ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ, ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ଵର: ଓଡ଼ିଆ ଭାଷାରେ ହେବ ସରକାରୀ କାମ। ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି। ବ୍ଲକରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ହେବ ସରକାରୀ କାମ। ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆରେ ହେବ। ଏଥିରେ ଖିଲାପ କଲେ ତାଗିଦ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି। ସୂଚନାନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟମାନଙ୍କରେ ତଥା ବ୍ଳକ, […]

Read More Text.

ରାଜ୍ୟରେ ଆଉ ଏକ ପୋଲିସ ଜିଲ୍ଲା ଗଠିତ

ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା। ନୂଆ ରାଇରଙ୍ଗପୁର ପୋଲିସ ଜିଲ୍ଲା ଗଠନ କଲେ ସରକାର। ମୟୂରଭଞ୍ଜ ପୋଲିସ ଜିଲ୍ଲା ଭାଗ ହୋଇ ଗଠନ ହେଲା ନୂଆ ପୋଲିସ ଜିଲ୍ଲା । ରାଇରଙ୍ଗପୁରରେ ରହିବ ଏହାର ମୁଖ୍ୟାଳୟ। ନୂଆ ପୋଲିସ ଜିଲ୍ଲାରେ ରହିବ ୧୪ଟି ଥାନା। ଏଥିରେ ୫ ଆଉଟ୍ ପୋଷ୍ଟ ଓ ୨ଟି ବିଟ୍‌ ହାଉସ୍ ମଧ୍ୟ ରହିବ।

Read More Text.

ଚାରିଦିନିଆ ଚିତ୍ର ମହୋତ୍ସବ ଉଦଯାପିତ

ପ୍ରକୃତି ହିଁ ଚିତ୍ରଶିଳ୍ପୀକୁ ପ୍ରେରଣା ଯୋଗାଏ ବାରିପଦା: ସୃଷ୍ଟି ର ସଂରଚନା କରିଥିବା ଭଗବାନ ସବୁଠୁ ବଡ଼ ଚିତ୍ର କର ହୋଇଥିବା ବେଳେ ପ୍ରକୃତି ହିଁ ଚିତ୍ର ଶିଳ୍ପୀକୁ ପ୍ରେରଣା ଯୋଗାଇ ଥାଏ ବୋଲି ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି l ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର 36 ତମ ବାର୍ଷିକୋତ୍ସବ ଅବସରରେ ଆୟୋଜିତ  ଚାରି ଦିନିଆ ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ  ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ସଭାପତିତ୍ୱ କରିଥିଲେ […]

Read More Text.