Cm majhi

ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ ମିଳିବ ସର୍ବୋତ୍ତମ ଚିକିତ୍ସା

ରାଉରକେଲା: ରାଉରକେଲାରେ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ସୋସିଆଲ ମିଡିଆ X ରେ ସୂଚନା ଦେଇଛନ୍ତି । ସେ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More Text.
Murder case 300x169

ଗୁଣି ସନ୍ଦେହରେ ହତ୍ୟା, ୩ ଗିରଫ

ରାଇକିଆ : କନ୍ଧମାଳ ଟିକାବାଲି ଥାନା ଚୂନାପଡ଼ା ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ମାମଲାର ତଦନ୍ତ କରି ୩ ଅଭଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଡ଼ା ଥାନା ଖଲିବେର୍ଣ୍ଣାର ପ୍ରକାଶ ହଂସ, ମୁକେଶ ହଂସ ଓ ଟିକାବାଲି ଥାନା ନାଗିରିଗୁଡାରିର ଜିତେନ୍ଦ୍ର ଗୁରୁ। ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ । ସୂଚନା ଅନୁସାରେ ଗତ ୭ ମାସ ତଳେ ଅଭିଯୁକ୍ତ ପ୍ରକାଶ ହଂସଙ୍କ […]

Read More Text.
Accident

ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ମାଫିଆ ସମେତ ୩ ମୃତ

ରେଢ଼ାଖୋଲ:  ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଗୋରୁ ମାଫିଆ ସମେତ ୩ ମୃତ । କଣ୍ଟେନରରୁ ୩୨ ଗୋରୁଙ୍କ ମୃତ୍ୟୁ ହୋଇଛି । କଣ୍ଟେନରଟି ବୌଦ୍ଧରୁ ରେଢ଼ାଖୋଲ ଆଡ଼କୁ ଆସୁଥିଲା । ରେଢ଼ାଖୋଲ-ବୌଦ୍ଧ ରାସ୍ତାର ପନ୍ଥେଇ ନିକଟ ବୁଲାଣିରେ ଭାରସାମ୍ୟ ହରାଇ କଣ୍ଟେନରଟି ଖସିପଡ଼ିଥିଲା । ଗାଡ଼ିରେ ୫ ଜଣ ଥିବା ବେଳେ ୫୦ରୁ ଅଧିକ ଗୋରୁ ଥିଲେ । ଘଟଣାସ୍ଥଳରେ ଏବେବି ଅନୁଗୋଳ କିଆକଟା ପୁଲିସ ଓ ବୌଦ୍ଧର […]

Read More Text.

ଚାଷୀଙ୍କ ଜମାଖାତାରୁ କୋଟିଏ ଟଙ୍କା ହଡପ, ବ୍ୟାଙ୍କ ଆଗରେ ଆନ୍ଦୋଳନ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଳିରେ ଚାଷୀଙ୍କ ଜମାଖାତାରୁ କୋଟିଏ ଟଙ୍କା ହଡପ ଅଭିଯୋଗ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଗରେ ଶତାଧିକ ଚାଷୀଙ୍କ ଆନ୍ଦୋଳନ । ଆଳି ଥାନାରେ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଦେଲେ ଏତଲା । ଆଳି ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଥିବା ଶତାଧିକ ଚାଷୀଙ୍କ ଜମାଖାତାରୁ ସେମାନଙ୍କ ଅଜାଣତରେ ୧ କୋଟିରୁ ଅଧିକ ଟଙ୍କା ଉଠାଯାଇ ଥିବା ଅଭିଯୋଗ ହୋଇଛି । ଗତ ୧୯ତାରିଖ ଦିନ ଗୋବିନ୍ଦପୁର ପ୍ରାଥମିକ କୃଷି ସମବାୟ […]

Read More Text.

OSSC ଆଗରେ ସାରା ରାତି ଧାରଣାରେ ବସିଲେ ଜେଇ ପରୀକ୍ଷାର୍ଥୀ

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଶୀତ । ରାଜଧାନୀର ଶୀତୁଆ ରାତିରେ ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି ଜେଇ ପରୀକ୍ଷର୍ଥୀ। CTSRE–2024 କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ଅଟକି ରହିଛି । OSSC ଦ୍ୱାରା ଜେଇ ପ୍ରିଲିମିନାରୀ ପରୀକ୍ଷା ମେ ମାସରେ ଏବଂ ମେନ ପରୀକ୍ଷା ସେପ୍ଟେମ୍ବର ମାସରେ ସମାପ୍ତ ହୋଇଥିଲେ ମଧ୍ୟ ମେନ୍ ପରୀକ୍ଷାର ଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇନି। ରେଜଲ୍ଟ ନ ଆସିବାରୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ମଧ୍ୟ ଆଗେଇ ପାରୁନଥିବା […]

Read More Text.
Screenshot 2026 01 10

ସମ୍ବଲପୁରରେ ଅତ୍ୟାଧୁନିକ ବସ ଟର୍ମିନାଲ ସହ ୨୫ ଇ-ବସ୍‌ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍‌ର  ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ। ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଇ-ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ […]

Read More Text.
Screenshot 2026 01 10

ଜରୁରୀ ଅବତରଣ ବେଳେ ବିମାନ ଦୁର୍ଘଟଣା: ପାଇଲଟଙ୍କ ସହ ୬ ଆହତ

ରାଉରକେଲା:ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ବିମାନ । ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ସହ ୬ ଆହତ ହୋଇଛନ୍ତି । ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ସଦସ୍ୟ ଥିଲେ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୁଲିସ ପହଞ୍ଚିଛି। ୪ […]

Read More Text.
Screenshot 2026 01 10 080433 750x420

ରାସ୍ତା ମଝିରେ ଜଳିଗଲା ‘ଆମ ବସ୍‌’

ଭୁବନେଶ୍ବର: ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି। କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍‌‌ରୁ ହଠାତ୍‌ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତୁହୁତୁ ହୋଇ ମଝି ରାସ୍ତାରେ ଜଳିଯାଇଛି। ଘଟଣା ସର୍ମ୍ପକରେ ଖବରପାଇ ଅଗ୍ନିଶମ ବାହିନୀ […]

Read More Text.
750 1767939048067

ପ୍ରଭାସଙ୍କ ଫିଲ୍ମ ଚାଲିଥିବାବେଳେ ରାୟଗଡ଼ା ସିନେମା ହଲରେ ନିଆଁ, ଫ୍ୟାନ୍ସ କରୁଥିଲେ ଆଳତି

ଭୁବନେଶ୍ବର: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଦି ରାଜା ସାବ” ଜାନୁଆରୀ ୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ​​ଏବଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତାଙ୍କ ଅନେକ ପ୍ରଶଂସକ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ । ଫିଲ୍ମ ସହିତ ଜଡିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ବହୁତ ଆଶ୍ଚର୍ଯ୍ୟଜନକ । ପ୍ରକୃତରେ, ପ୍ରଭାସଙ୍କ ଫ୍ୟାନ୍ ଫଲୋଇଂ ତାଙ୍କ ଫିଲ୍ମ ଦେଖିବାକୁ ବହୁତ ଭଲ ପାଆନ୍ତି । […]

Read More Text.
IMG 20260109 WA0154

ଏକାଦଶ ବାର୍ଷିକୀ ରୟାଲସ ପ୍ରିମିୟର ଲିଗର ୭ମ ଦିନରେ ୪ଟି ମ୍ୟଚ 

ବାରିପଦା : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା  ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୭ମ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୁବ ନେତା ତଥା ସମାଜସେବା ଦେବବ୍ରତ ସାମଲ ଓ ସମ୍ମାନିତ ଅତିଥି ଭାବେ ଭଞ୍ଜସେନା ସଂଯୋଜକ ରାକେଶ ବେହେରା ଯୋଗଦେଇ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ […]

Read More Text.