କୁଡୁମୀ ଅଧିକାର ମହାରାଲି

ବାରିପଦା : କୁଡୁମୀ ମାନଙ୍କ ବିରୋଧ ରେ  ୭୫ ବର୍ଷ ପୂର୍ବ ରୁ ହେଇଥିବା ଅନ୍ୟାୟ ବିରୋଧରେ  ଶୀତଲ ଆହେଦାରଙ୍କ ନେତୃତ୍ୱରେ ରାଞ୍ଚିର ପ୍ରଭାତ ତାରା ମୈଦାନରେ ଲକ୍ଷାଧିକ ଲୋକଙ୍କ ମହାସମାଗମ ରେ କୁଡୁମୀ ଅଧିକାର ମହାରାଲି ଅନୁଷ୍ଠିତ ହେଇଯାଇଛି | ଏହି ରାଲି ରେ ଓଡିଶା, ବେଙ୍ଗଲ, ବିହାର ରୁ ସବୁ କୁଡୁମୀ ସମ୍ପ୍ରଦାୟ ର ଲୋକ ଯୋଗ ଦାନ କରିଥିଲେ | ଓଡିଶା ରୁ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନୀ କୁମାର ମହାନ୍ତ […]

Read More Text.

ଚୈତ୍ର ପର୍ବ-୨୦୨୬ ପ୍ରାଥମିକ ପ୍ରସ୍ତୁତି ବୈଠକ 

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଐତିହାସିକ  ଚୈତ୍ର ପର୍ବ-୨୦୨୬କୁ ଶାନ୍ତିପୂର୍ଣ୍ଣ, ଆଡମ୍ବରପୂର୍ଣ୍ଣ ତଥା ଯୋଜନାବଦ୍ଧ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବିସ୍ତୃତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଉପ-ଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡ଼ା, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର […]

Read More Text.

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣି ଶିବିର 

ମୋଟ ୧୮୦ଟି ଅଭିଯୋଗର ହେଲା ଶୁଣାଣି  ବାରିପଦା: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ବରୁଣ ଗୁଣ୍ଠୁପାଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଓ  ଶ୍ରୀ ଇଶ୍ୱର ଚନ୍ଦ୍ର ନାୟକ, ଉପ-ଜିଲ୍ଲାପାଳ ଡ଼. […]

Read More Text.

ସ୍ୱର୍ଗତା ଶାନ୍ତିଲତା ପଟ୍ଟନାୟକଙ୍କ ବିୟୋଗରେ ସ୍ମୃତିସଭା ଅନୁଷ୍ଠିତ

କଟକ, ୦୨।୦୩  : ବିଶିଷ୍ଟ ଧର୍ମପରାୟଣା ମହିଳା ତଥା ସାମ୍ବାଦିକ ନିରଞ୍ଜନ ପଟ୍ଟନାୟକଙ୍କ ମାତୃ ବିୟୋଗରେ ସ୍ଥାନୀୟ ଓଏମପି ସ୍ଥିତ ଡାକ ବଙ୍ଗଳା ପରିସରରେ ଆଜି (ସୋମବାର) ସନ୍ଧ୍ୟାରେ ଏକ ଶୋକାକୁଳ ପରିବେଶରେ ସ୍ମୃତିସଭା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବହୁ ସଂଖ୍ୟାରେ ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗ ଦେଇ ସ୍ୱର୍ଗତା ଶାନ୍ତିଲତା ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପସ୍ଥିତ ଅତିଥିମାନେ ସ୍ୱର୍ଗତା ପଟ୍ଟନାୟକଙ୍କର ସରଳ […]

Read More Text.
IMG 20260301 WA0191

 ପୁର୍ଣ୍ଣଚନ୍ଦ୍ର ପବ୍ଲିକ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ

ବାରିପଦା : ସ୍ଥାନୀୟ   ରଘୁନାଥପୁର ସ୍ଥିତ ପୁର୍ଣ୍ଣଚନ୍ଦ୍ର ପବ୍ଲିକ ସ୍କୁଲରେ  ବାରିପଦା ବ୍ଲକ୍ ର ସମସ୍ତ  ବିଦ୍ୟାଳୟମାନଙ୍କ ମଧ୍ୟରେ ଜୁନିୟର୍ ଓ  ସବ୍ ଜୁନିୟର୍ ଗ୍ରୁପ୍ ର ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଶିକ୍ଷାବିଦ୍ ଡ଼ଃ ସମୀର ରଞ୍ଜନ ପ୍ରଧାନ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୁର୍ଣ୍ଣଚନ୍ଦ୍ର ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଟ୍ୟୁସନ୍‌ର […]

Read More Text.

 ସାନ୍ତାଳୀ ସମ୍ପ୍ରଦାୟର ବାହାବଙ୍ଗା ଉତ୍ସବ ପାଳିତ

ବାରିପଦା : କୁଳିଅଣା ଦିସମ ଜାହେର ଶୁଖୁଆପୋଡାଠାରେ ଦିସମ ଜାହେର ପାଳନ କମିଟି ପକ୍ଷରୁ ସାନ୍ତାଳୀ ସମ୍ପ୍ରଦାୟର ପବିତ୍ର ବାହାବଙ୍ଗା ଉତ୍ସବ ଭକ୍ତିମୟ ପରିବେଶ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ କୁଳିଅଣା ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାନ୍ତାଳୀ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଶୁକ୍ରବାର ସକାଳେ “ଜାହେର ସାଳିମ ଦାଲବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ରାତିରେ ଜାଗରଣ ଓ ବିନତି କାର୍ଯ୍ୟ ସମାପନ କରାଯାଇଥିଲା। ଶନିବାର ସକାଳେ ଦିସମ ଜାହେରର ନାୟକେ ବାବା ସୁଧିର […]

Read More Text.

ଉତ୍ତରସାହୀ ଛଉ ନୃତ୍ୟ ପ୍ରତିଷ୍ଠାନର ଐତିହାସିକ କାୟାକଲ୍ପ ବୈଠକ 

ବାରିପଦା : ମୟୂରଭଞ୍ଜ ଶୈଳୀ  ଛଉ ନୃତ୍ୟର ପ୍ରଥମ ଓ ପ୍ରମୁଖ ସଂସ୍ଥା ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନର “କୟାକଳ୍ପ” ବୈଠକ ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ପ୍ରଥମେ ପ୍ରତିଷ୍ଠାନର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଦିଲ୍ଲୀପ କୁମାର ମିଶ୍ର – ସଭାପତି, ଆଇନଜୀବି ସୁଜାତା ମିଶ୍ର ଓ ବ୍ୟବସାୟୀ ସନ୍ଦୀପ କୁମାର ବିଶୋଇ – ଉପ ସଭାପତି, ଛଉ ନୃତ୍ୟ ଗବେଷକ ସୁଧୀର […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ  ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ନିଜ ବକ୍ତବ୍ୟରେ ଏହି ବର୍ଷର ଜାତୀୟ ବିଜ୍ଞାନ ଦିବସର ଥିମ୍‌ “ବିଜ୍ଞାନରେ ମହିଳା: ବିକଶିତ ଭାରତର ପ୍ରେରଣା” ଉପରେ ଆଲୋଚନା କରିବା ସହିତ ବିଜ୍ଞାନର ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଭୂମିକା ସଂପର୍କରେ ସଚେତନ କରାଇଥିଲେ । […]

Read More Text.

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଦାନୀ – ୧୧

ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧ମ ସେମିଫାଇନାଲ ମ୍ୟାଚରେ ଦାନୀ ଏକାଦଶ ପ୍ଲେ ବେକ ଚାଲେଞ୍ଜରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି I ପ୍ରଥମେ ବ୍ୟାଟିଂ କରି ଦାନୀ ଦଳ ୧୨ ଓଭରରେ ୫ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସରୋଜ ପରମାଣିକ ୧୦ଟି […]

Read More Text.

ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ବାରିପଦା : ବାରିପଦା ସହର ଅନ୍ତର୍ଗତ ତକତପୁର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟେରିୟମ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳନ ଉପଲକ୍ଷେ ବକ୍ତୃତା ଏବଂ କୁଇଜ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଅଂଶ  ଗ୍ରହଣ କରିଥିଲେ l ନବମ ରୁ ଦ୍ୱାଦଶ […]

Read More Text.