ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ମୟୁରଭଞ୍ଜ ଗାନ୍ଧୀ ଶରତ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ 

ବାରିପଦା : ମୟୂରଭଞ୍ଜ ପ୍ରଜା ମଣ୍ଡଳ ଆନ୍ଦୋଳନର ମୁଖ୍ୟ ତଥା ଭାରତ ସ୍ୱାଧୀନତା ପରେ ସ୍ୱାଧୀନ ମୟୁରଭଞ୍ଜ ରାଜ୍ୟର ପ୍ରଧାନମନ୍ତ୍ରୀ ମୟୁରଭଞ୍ଜ ଗାନ୍ଧୀ ବୋଲାଉଥିବା ସ୍ବର୍ଗତ ଶରତ ଚନ୍ଦ୍ର ଦାସଙ୍କ ସ୍ମୃତିରକ୍ଷା ଉଦେଶ୍ୟରେ ତାଙ୍କର ଏକ  ପ୍ରତିମୂର୍ତ୍ତି ସ୍ଥାପନା ସହ ତାଙ୍କ ଦ୍ୱାରା ନିର୍ମିତ ମୟୁରଭଞ୍ଜ ସ୍ଵରାଜ ଆଶ୍ରମର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରାଯିବା ନିମନ୍ତେ ପାଣ୍ଠି ଯୋଗାଇ ଦେବାପାଇଁ ଆଜି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ଦାବୀ କରାଯାଇଅଛି l ଆଜି ଓଡ଼ିଆ ଜାଗରଣ ମଞ୍ଚ […]

Read More Text.

ଲାଞ୍ଚ ମାମଲାରେ ତତ୍କାଳୀନ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ନିର୍ଦ୍ଦୋଶରେ ଖଲାସ

ବାରିପଦା : ଆଜି ବାରିପଦା ଭିଜିଲାନ୍ସ କୋର୍ଟ  ର  ସ୍ୱତନ୍ତ୍ର ବିଚାରପତି ପୁର୍ଣିମା ଜେନା 2020 ମସିହାରେ ରୁଜୁ ହୋଇଥିବା ଏକ ଲାଞ୍ଚ ମାମଲା ର ବିଚାର କରି ଆବଶ୍ୟକ ପ୍ରମାଣ ପତ୍ର ଅଭାବରୁ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ତତ୍କାଳୀନ  କନିଷ୍ଠ ଯନ୍ତ୍ରୀ ଅଶ୍ୱନୀ କୁମାର ଦାସ ଅଧିକାରୀ ଙ୍କୁ ନିର୍ଦ୍ଧଶ ରେ ଖଲାସ କରିଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ କପ୍ତିପଦା ବିଦ୍ୟୁତ କାର୍ଯ୍ୟାଳୟରେ ଶିଶିର କୁମାର ନାୟକ ଙ୍କ […]

Read More Text.

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ !

ଭୁବନେଶ୍ଵର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ସମ୍ଭାବନା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଚଳିତ ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବା ଆଶା। ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆସିବା ସମ୍ଭାବନା। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଶ୍ରୀଲଙ୍କା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା […]

Read More Text.

ଟଙ୍କା ନଦେବାରୁ ବେଙ୍ଗାଳୁରୁରେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା

ଭଦ୍ରକ : ଟଙ୍କା ନଦେବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ।  ସାଙ୍ଗମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ।  ବେଙ୍ଗାଳୁରୁ ହ୍ୱାଇଟ ଫିଲଡ ଅଞ୍ଚଳରେ ଘଟିଛି ଘଟଣା ।  ମୃତକ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ନାରାୟଣ ମଲ୍ଲିକଙ୍କ ପୁଅ ନିରାକାର ମଲ୍ଲିକ  ।  ବେଙ୍ଗାଳୁରୁରେ ଜଣେ ପ୍ରବାସୀ ଶ୍ରମିକ ଭାବେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ ।  ସେ ବାହାରେ ଖାଇ କେବଳ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିବା ରୁମରେ ରହୁଥିଲେ […]

Read More Text.

ଜମି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା

ବାଲେଶ୍ଵର: ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମରେ ଘର ଛାତ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର କୋଦାଳ ଆକ୍ରମଣରେ ମହିଳା କମଳା ସେଠୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଅବସ୍ଥା ଗୁରୁତର ହୋଇପଡିଥିଲେ । ପରିବାର ଲୋକ ତାକୁ ଖଇରା ମେଡିକାଲ ଆଣିଥିଲେ । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା […]

Read More Text.

ବାଲିଅନ୍ତା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ: ବଦଳିଲେ ଆଇଆଇସି, ୪ ପୁଲିସ ନିଲମ୍ବିତ

ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି ହୋଇଛନ୍ତି। ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ ଦିଆଯାଇଛି। ସେହିପରି ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ଓଏପିଏଫ୍‌ ଙ୍କୁ ନିଲମ୍ବନ କରାଯାଇଛି। ଜଣେ […]

Read More Text.

ଯୁବକଙ୍କୁ ଅପହରଣ ପରେ ହତ୍ୟା!

ରାୟଗଡ଼ା: ରାୟଗଡାରେ ତୁମ୍ଭିଗୁଡା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ପରେ ମୃତଦେହ ମିଳିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କ ପରିବାର ଓ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ ପରିବାରଙ୍କ ସହ ସ୍ଥାନୀୟ ଲୋକେ। ଥାନା ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ। ଘଟଣା ପରେ ଥାନା ପରିସରରେ ବ୍ୟାପକ ପୋଲିସ ସହ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ ହୋଇଛନ୍ତି। ଉତ୍ୟକ୍ତ ଲୋକଙ୍କୁ ବୁଝାଇବା […]

Read More Text.

ପାଠାଗାର ହିଁ ମଣିଷ ଗଢ଼ିବାର ଅସଲ କେନ୍ଦ୍ର: କେନ୍ଦ୍ରାପଡ଼ାରେ କାର୍ତ୍ତିକ ନାୟକ ସ୍ମୃତି ପାଠାଗାରର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ‘ସାଉଁଟା ଫୁଲ’ ସାହିତ୍ୟ ପତ୍ରିକା ଓ ସାପ୍ତାହିକ ସମ୍ବାଦପତ୍ର ‘ଉଦ୍ଦେଶ୍ୟ’ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଅଢଙ୍ଗା-ଜଇପୁର ସ୍ଥିତ ‘ନିଗମଚରଣାଶ୍ରିତ କାର୍ତ୍ତିକ ନାୟକ ସ୍ମୃତି ପାଠାଗାର’ର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ କାର୍ତ୍ତିକ ନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଏହି ସାରସ୍ବତ ସମାରୋହରେ ଅନେକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇ ପାଠାଗାରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହି ସଭାକୁ ବିଶିଷ୍ଟ ସାରସ୍ବତ ସଂଗଠକ ତଥା […]

Read More Text.

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ

ବାରିପଦା : ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ  ମଣ୍ଡଳ ସ୍ତରୀୟ  ପ୍ରଶିକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ନବିନ ରାମ, ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ଜୁରିଲାଲ ମହାନ୍ତ ,ସାଂସଦ ପ୍ରତିନିଧି ମନୋଜ ଦାସ,ରାଜ୍ୟ ମହିଳା  ବିଜେପି ସଂପାଦିକା ମିଥିଳା ଟୁଡୁ , ଜିଲ୍ଲା ସଂପାଦକ ସରୋଜ ମହାନ୍ତ, ସୁନିଲ ମହାନ୍ତ,ରାଜ୍ୟ ଯୁବ ବିଜେଡ଼ି ସଂପାଦକ ଆଲୋକ ରଞ୍ଜନ […]

Read More Text.

ଅନ୍ତର୍ଜାତୀୟ ନର୍ସିଙ୍ଗ ଦିବସରେ ରକ୍ତଦାନ ଶିବିର, ୩୪ ୟୁନିଟ ରକ୍ତ ସଂଗୃହିତ 

ବାରିପଦା  :  ସ୍ଥାନୀୟ ଢିପାସାହି ସ୍ଥିତ ମହାରଣା ପ୍ରେମ କୁମାରୀ ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଙ୍ଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନର୍ସିଙ୍ଗ ଦିବସ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରତିଷ୍ଠାତା ଅବୋଧ କୁମାର ଧରମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡଃ ଶଶୀକାନ୍ତ ସେଠି ଓ ଓଡିଶା ରକ୍ତ କେନ୍ଦ୍ର, ବାରିପଦାର […]

Read More Text.