୪୦ଟି ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ : ପେଟ୍ରୋଲିୟମ ସଂକଟ ଭିତରେ ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟି ଶିଳ୍ପକୁ ପ୍ରୋତ୍ସାହନ । ୪୦ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ଜୁନ ୩୦ ଯାଏ ସୀମା ଶୁଳ୍କ ଛାଡ଼ କରାଯାଇଛି । ​ମୋଟ ୪୦ଟି ପଦାର୍ଥ ଉପରୁ ଶୁଳ୍କ ହଟାଯାଇଛି । ଯେଉଁଥିରେ ରହିଛି ​ଆନହାଇଡ୍ରସ୍ ଆମୋନିଆ । ଯାହା ସାର ତିଆରିରେ ବ୍ୟବହୃତ ହୁଏ । ଏହାସହ […]

Read More Text.

ଏଥର ଜନଗଣନାରେ ବିବାହିତ ଲିଷ୍ଟରେ ସାମିଲ ହେବେ ଲିଭ୍ ଇନ୍ ଦମ୍ପତି

ନୂଆଦିଲ୍ଲୀ: ଭାରତରେ ଏବେ ଲିଭ୍ ଇନ୍ ରିଲେସନସିପ୍ ଭଳି ଆଧୁନିକ ସମ୍ପର୍କକୁ ମିଳିବ ସ୍ଵୀକୃତି। ଏଥର ଜନଗଣନାରେ ଲିଭ୍ ଇନ୍ କପୁଲଙ୍କୁ ନେଇ ନୂଆ ନିୟମ। ଲିଭ୍ ଇନ୍ ଦମ୍ପତ୍ତି ଏବେ ବିବାହିତ ଲିଷ୍ଟରେ ସାମିଲ ହେବେ। ସମାନ ପରିବାରରେ ଏକାଠି ରହୁଥିବା ଲିଭ୍ ଇନ୍ ଦମ୍ପତ୍ତି ମାନଙ୍କୁ ଏହି ଜନଗଣନାରେ ବିବାହିତ ବୋଲି ବିବେଚନା କରାଯିବ। ଜନଗଣନା ପୋର୍ଟାଲରେ ଏହା ସ୍ପଷ୍ଟ କରାଯାଇଛି। ସରକାରଙ୍କ ଅନୁଯାୟୀ ଯଦି ଲିଭ୍ ଇନରେ ରହୁଥିବା ପୁରୁଷ ଓ ମହିଳା […]

Read More Text.

ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ରୁଷ : କ୍ରିମିଆରେ ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଛି । TASS ବୁଧବାର ରିପୋର୍ଟ ଅନୁସାରେ, ବିମାନରେ ୨୩ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ । ରୁଷୀୟ ଆଣ୍ଟୋନୋଭ-୨୬ ସେନା ବିମାନ କ୍ରିମିଆ ଉପଦ୍ୱୀପ ଉପରେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା । ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଘଟଣା ସମ୍ପର୍କରେ କହିଛି ଯେ, ମାର୍ଚ୍ଚ ୩୧ […]

Read More Text.

କଲୋନୀରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ

ସୁରତ : ଗୁଜରାଟ ସୁରତ ଜିଲ୍ଲାରେ ଲିମ୍ବାୟତ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କଲୋନୀରେ ନିଆଁ ଲାଗିବା ଯୋଗୁଁ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଛନ୍ତି । ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ମୁତାବକ, ସୁରତ ଜିଲ୍ଲାର ଲିମ୍ବାୟତ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ କଲୋନୀରେ ଥିବା ଏକ ଘରେ […]

Read More Text.

ନାଳନ୍ଦା ଶୀତଳା ମନ୍ଦିରରେ ଦଳାଚକଟା: ୮ ମୃତ, ଅନେକ ଶ୍ରଦ୍ଧାଳୁ ଆହତ

ବିହାର : ବିହାର ନାଳନ୍ଦାରେ ଥିବା ଏକ ମନ୍ଦିରରେ ସକାଳୁ ସକାଳୁ ଦଳାଚକଟା ଯୋଗୁଁ ୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ଖବର ମୁତାବକ, ନାଳନ୍ଦାରେ ଥିବା ମଘଡା ଶୀତଳା ମନ୍ଦିରରେ ସକାଳୁ ସକାଳୁ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଦଳାଚକଟାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଉଦ୍ଧାର […]

Read More Text.

ପ୍ରେମିକାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲେ ନେଭି ଅଫିସର

ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ମୁଣ୍ଡ ମିଳିନି । INS ଦେଗାରେ ନୌସେନା ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଅଭିଯୁକ୍ତ ଚିନ୍ତାଡା ରବୀନ୍ଦ୍ର ବିଶାଖାପାଟଣାର ଏଲ.ଭି. ନଗରସ୍ଥିତ ବାସଭବନରେ ରହୁଥିଲେ । ରବୀନ୍ଦ୍ରଙ୍କ ପତ୍ନୀ ନିଜ ବାପଘରକୁ […]

Read More Text.

ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୨ ଦିନିଆ ଲକ୍ ଡାଉନ୍ ଘୋଷଣା

ପାକିସ୍ତାନ : ପାକିସ୍ତାନରେ ବଢୁଥିବା ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ୨ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।  ଶନିବାର ଏବଂ ରବିବାର ଲକଡାଉନ୍ ନିଷ୍ପତ୍ତି ନେଇଛନ୍ତି ସରକାର ।  ଏହି ଲକଡାଉନ ସମୟରେ ସମୟରେ ବଜାର, କାରଖାନା ଏବଂ ରାସ୍ତା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ହସ୍ପିଟାଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସେବା କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ରହିବ । ସୂଚନାନୁଯାୟୀ, ଲକଡାଉନ୍ ଶନିବାର ଦିନ ୧୨ଟାରୁ ରବିବାର ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ […]

Read More Text.

ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଦ୍ରୋହ

ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଶାଳ ବିଦ୍ରୋହ ।  ଆମେରିକାର ସମସ୍ତ ୫୦ ରାଜ୍ୟରେ ଟ୍ରମ୍ପ ସରକାରଙ୍କ ବିରୋଧରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। “ନୋ କିଙ୍ଗସ୍” ଶୀର୍ଷକ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ୮୦ ରୁ ୯୦ ଲକ୍ଷ ଲୋକ ସାମିଲ ହୋଇଥିଲେ। ସାନ୍-ଫ୍ରାନ୍ସିସ୍କୋର ସମୁଦ୍ର କୂଳରେ ହଜାର ହଜାର ଲୋକ ଏକାଠି ହୋଇ ବାଲି ଉପରେ ଟ୍ରମ୍ପ ଏବେ ବିଦା ହୁଅନ୍ତୁ ଲେଖି ନିଜ ଆକ୍ରୋଶ ପ୍ରକାଶ କରିଛନ୍ତି। ଇରାନ ବିରୁଦ୍ଧରେ […]

Read More Text.

ଉତ୍ତରପ୍ରଦେଶରେ ଜେୱାର ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ସେ ବିମାନବନ୍ଦରରେ MRO ସୁବିଧାର ଶିଳାନ୍ୟାସ ମଧ୍ୟ କରିଛନ୍ତି । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବା ସହ ଉତ୍ତର ପ୍ରଦେଶକୁ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର ମିଳିଛି । ଏହି ବିମାନବନ୍ଦର […]

Read More Text.

ଲଦାଖରେ ହିମସ୍ଖଳନ: ୭ ମୃତ, ୫ ଗୁରୁତର

ଲଦାଖ: ଲଦାଖରେ ବଡ ଧରଣର ହିମସ୍ଖଳନ। ଶ୍ରୀନଗର -ଲେହ ଜାତୀୟ ରାଜପଥରେ ଏକ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେ ବି ବରଫ ଭିତରେ ବହୁ ଗାଡି ଫସି ରହିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ଶ୍ରୀନଗର-ଲେହ ଜାତୀୟ ରାଜପଥର ଜୋଜିଲା ପାସ୍ ନିକଟରେ ଏହି ଅଘଟଣ ଘଟିଛି […]

Read More Text.