ସେନା ଗାଡ଼ିକୁ ଆତଙ୍କବାଦୀଙ୍କ ଗୁଳିମାଡ଼

ଜାମ୍ମୁ-କାଶ୍ମୀରର ରଜୌରୀ ଅନ୍ତର୍ଗତ ସୁନ୍ଦରବନି ଅଞ୍ଚଳରେ ବୁଧବାର ସେନା ଗାଡ଼ି ଉପରେ ଆକ୍ରମଣ ହୋଇଛି। ସୁନ୍ଦରବନିର ଫଲ ଗ୍ରାମ ନିକଟ ନେଇ ଯବାନମାନେ ଗାଡ଼ିରେ ଯାଉଥିବାବେଳେ ଆତଙ୍କବାଦୀମାନେ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏହି ଘଟଣା​‌ରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ସୂଚନା ଅନୁସାରେ, ଆତଙ୍କବାଦୀମାନେ ନିକଟ ଜଙ୍ଗଲରେ ଲୁଚି ରହିଥିଲେ। ସେହିବାଟ ଦେଇ ଯବାନଙ୍କ ଗାଡ଼ି ଯିବା ସମୟରେ ଗୁଳିମାଡ଼ କରିଥିଲେ। ଫଳରେ ଯବାନମାନଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ଉପରକୁ ପାଟଲା ଗୁଳିମାଡ଼ କରାଯାଇଥିଲା। […]

Read More Text.

ନୀତିଶ ସରକାରରେ ବଢ଼ିଲା ବିଜେପିର ଦବଦବା, ମନ୍ତ୍ରୀ ଭାବେ ଶପଥ ନେଲେ ୭ ବିଧାୟକ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଗୋଟିଏ ପରେ ଗୋଟିଏ ଅନେକ ରାଜ୍ୟ ଜିତିବା ପରେ, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଏବେ ବିହାରରେ ସକ୍ରିୟ ହୋଇ ଉଠିଛି। ଏହି ସମୟରେ, ଆଜି ନୀତିଶ କ୍ୟାବିନେଟର ବିସ୍ତାର ହୋଇଛି | ବିଜେପି କୋଟାରୁ କେବଳ ୭ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି କାରଣରୁ ବିହାରର ନୀତିଶ ସରକାରରେ ବିଜେପିର ପ୍ରାଧାନ୍ୟ ଆହୁରି ବୃଦ୍ଧି ପାଇଛି। ବିହାର […]

Read More Text.

ହିନ୍ଦୀ ବିବାଦ: ‘ଭାଷା’ ଯୁଦ୍ଧରୁ ପଛକୁ ହଟିଲେ ଷ୍ଟାଲିନ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ଦ୍ରାବିଡ ମୁନେତ୍ର କାଝଗମ (ଡିଏମକେ) ସଭାପତି ଏମ୍.କେ. ଷ୍ଟାଲିନ୍ ବୁଧବାର କହିଛନ୍ତି ଯେ, ଯଦି ତାମିଲନାଡୁ ଏବଂ ତାମିଲମାନଙ୍କ ସ୍ୱାଭିମାନ ସହିତ ଖେଳ ନ ଖେଳି ହିନ୍ଦୀ ଭାଷାକୁ ବଳପୂର୍ବକ ସେମାନଙ୍କ ଉପରେ ଲଦି ଦିଆ ନଯାଏ, ତେବେ ଆମଦଳ ଏହି ଭାଷାକୁ ବିରୋଧ କରିବ ନାହିଁ। ହିନ୍ଦୀ ଭାଷା ଲାଗୁ କରାଯିବା ପ୍ରସଙ୍ଗରେ ଦଳୀୟ କର୍ମୀମାନଙ୍କୁ ଲେଖିଥିବା ଚିଠିରେ ଷ୍ଟାଲିନ କହିଛନ୍ତି ଯେ, ଆତ୍ମସମ୍ମାନ ହେଉଛି ତାମିଲମାନଙ୍କର ବିଶେଷତ୍ୱ। […]

Read More Text.

ଋଷିଆ-ୟୁକ୍ରେନ୍ ଯୁଦ୍ଧ: ଟ୍ରମ୍ପଙ୍କ ହସ୍ତକ୍ଷେପ, ୩ ବର୍ଷ ପରେ ଯୁଦ୍ଧ ନେଉଛି ନୂଆ ମୋଡ଼

ମସ୍କୋ: ଦୀର୍ଘ ୩ ବର୍ଷ ହେବ ଚାଲିଆସିଥିବା ଯୁଦ୍ଧ ନୂଆ ମୋଡ ନେବାରେ ଲାଗିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଯୁଦ୍ଧ ବନ୍ଦ ହେବା ନେଇ ଆଶଂକା ଯେତିକି ବଢିଛି, ସ୍ଥିତି ସେତେକି ଜଟିଳ ହେବାରେ ବି ଲାଗିଛି । ଗତ ୨୪ ଫେବୃଆରୀ ଦିନ ଜାତିସଂଘ ସାଧାରଣ ସଭାରେ ୟୁକ୍ରେନରୁ ଋଷ ସୈନ୍ୟଙ୍କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଛି । ଯୁଦ୍ଧର ଶାନ୍ତିପୂର୍ଣ୍ଣ […]

Read More Text.

ସିଏଜି ରିପୋର୍ଟଠାରୁ ସିବିଆଇ ଓ ଇଡି ଅଧିକ ତଥ୍ୟ ଦେଇଥିଲେ: ସନ୍ଦୀପ ଦୀକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଗତକାଲି ସିଏଜି ରିପୋର୍ଟ ଉପସ୍ଥାନ କରାଯାଇଥିଲା | ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ପୂର୍ବତନ ଆପ୍‌ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ ‌କ୍ଷତି ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗତକାଲି ଦିଲ୍ଲୀ ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରିଥିଲେ। ଲାଇସେନ୍ସ ଦେବା ପ୍ରକ୍ରିୟାରେ ବି ନିୟମର ଉଲ୍ଲଂଘନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା । ଏଥିସହ ରଦ୍ଦ ହୋଇ ସାରିଥିବା ଅବକାରୀ […]

Read More Text.

ସୁଟଆଉଟରେ ନେଦରଲ୍ୟାଣ୍ଡକୁ ପରାସ୍ତ କଲା ଭାରତ

ଭୁବନେଶ୍ୱର: ମଙ୍ଗଳବାର ଦିନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇଏଚ୍ ହକି ପ୍ରୋ ଲିଗ୍ (ମହିଳା) ଖେଳରେ ୨-୨ ଗୋଲରେ ଏକ ରୋମାଞ୍ଚକର ଡ୍ର ପରେ, ଭାରତ ନେଦରଲ୍ୟାଣ୍ଡକୁ ସୁଟଆଉଟରେ ୨-୧ ଗୋଲରେ ପରାସ୍ତ କରି ବୋନସ୍ ପଏଣ୍ଟ ହାସଲ କରିଛି। ଦୁଇ ଗୋଲ ପଛରେ ରହିବା ସତ୍ତ୍ୱେ, ଭାରତ ତୃତୀୟ କ୍ୱାର୍ଟରରେ ଦୀପିକା ଏବଂ ବଲଜିତ କୌର ଗୋଲ ଦ୍ବାରା ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ନେଦରଲ୍ୟାଣ୍ଡ ପାଇଁ ଅଧିନାୟକ ପିଏନ୍ ସାଣ୍ଡର୍ସ ଏବଂ ଫେ […]

Read More Text.

ସମ୍ଭଲରେ ୪୬ ବର୍ଷ ପରେ ଖୋଲିଲା ଶିବ ମନ୍ଦିର, ଶିବରାତ୍ରିରେ କରାଯିବ ରୁଦ୍ରାଭିଷେକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ଭଲରେ ୪୬ ବର୍ଷ ଧରି ବନ୍ଦ ଥିବା ଶିବ ମନ୍ଦିର ଖୋଲାଯାଇଛି। ହିନ୍ଦୁ ସଂଗଠନର ଲୋକମାନେ ମନ୍ଦିରରେ ଜଳାଭିଷେକ କରିଛନ୍ତି । ଏହି ଶିବ ମନ୍ଦିରରେ ଦୀର୍ଘ ୪୬ ବର୍ଷ ଧରି ଜଳାଭିଷେକ କରାଯାଇନଥିଲା। ମନ୍ଦିର ବନ୍ଦ ଥିବାରୁ ଲୋକମାନେ ପୂଜା ମଧ୍ୟ କରିପାରୁନଥିଲେ। ହିନ୍ଦୁ ସଂଗଠନର ଲୋକମାନେ କହିଛନ୍ତି ଯେ ମହାଶିବରାତ୍ରିରେ ମନ୍ଦିରରେ ଜଳାଭିଷେକ କରିବା ପାଇଁ ବହୁ ସଂଖ୍ୟକ ଲୋକ ଦୂରଦୂରାନ୍ତ ଆସିବେ। ସମ୍ଭଲର ଖଗ୍ଗୁସରାଇର ପ୍ରାଚୀନ କାର୍ତ୍ତିକ ଶିବ ମନ୍ଦିର […]

Read More Text.

ୟୁନୁସଙ୍କୁ ହଟାଇବ ବାଂଲାଦେଶର ସେନା ?

ଢାକା : ବାଂଲାଦେଶରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ହେବାର ଆଶଙ୍କା ରହିଛି କି ? ସେନାମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ନିଜ ବୟାନ ମାଧ୍ୟମରେ ଏପରି କିଛି ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପ୍ରତି ସମ୍ଭାବ୍ୟ ବିପଦ ମୁଁ ଦେଖିପାରୁଛି। ମୋର ଅନ୍ୟ କୌଣସି ଆକାଂକ୍ଷା ନାହିଁ, କିନ୍ତୁ ମୁଁ ଦେଶକୁ ସୁରକ୍ଷିତ ହାତରେ ଦେଖିବାକୁ ଚାହୁଁଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ‘ମୁଁ ଗତ ୭-୮ […]

Read More Text.

୧୪୪ ବର୍ଷ ପରେ ବାଲିରେ ହେବ ମହାକୁମ୍ଭ !

ନୂଆଦିଲ୍ଲୀ: ଆମେରିକା ଗସ୍ତରୁ ଫେରିଥିବା ଜଳବାୟୁ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଭାରତ ଆଗେଇ ଆସିବା ଉଚିତ। ସେ କହିଛନ୍ତି ଯେ ଗଙ୍ଗା ନଦୀ ଶୁଖିଯିବାର ଆଶଙ୍କା ଥିବାରୁ ଆସନ୍ତା ମହାକୁମ୍ଭ ବୋଧହୁଏ ବାଲିରେ କରିବାକୁ ପଡ଼ିପାରେ । ହିମାଳୟର ସ୍ଥିତିର ଗମ୍ଭୀରତା ଉପରେ ଆଲୋକପାତ କରି ୱାଙ୍ଗଚୁକ୍ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି […]

Read More Text.

ଇସ୍ରାଏଲ-ଆମେରିକା ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର

ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି । ଇସ୍ରାଏଲ ଓ ଆମେରିକାର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଇରାନ ତା’ର ପରମାଣୁ ଘାଟି ଚାରିପଟେ ସୁରକ୍ଷା ବଢ଼ାଇଛି। ଏଥିସହିତ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ମୁତୟନ କରାଯାଇଛି। ବ୍ରିଟେନର ଦ ଟେଲିଗ୍ରାଫ ଖବରକାଗଜ ଏହି ସୂଚନା […]

Read More Text.