ମହିଳା କଂଗ୍ରେସ କର୍ମୀଙ୍କୁ ହତ୍ୟା, ସୁଟ୍‌କେସ ଭିତରୁ ମିଳିଲା ମୃତଦେହ

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ନଜର ଆସିଥିବା ୨୨ ବର୍ଷୀୟା ମହିଳା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କୁ ହତ୍ୟା କରାଯାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦିନକ ପୂର୍ବରୁ ହିମାନୀଙ୍କୁ ହତ୍ୟା କରାଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହରିୟାଣାର ରୋହତକସ୍ଥିତ ଏକ ବସଷ୍ଟାଣ୍ଡ ପରିସରରେ ପଡ଼ିଥିବା ସୁଟକେସ ଭିତରୁ ହିମାନୀଙ୍କ ମୃତଦେହକୁ ଶନିବାର ଜବତ କରାଯାଇଛି। ଏହି ଘଟଣା ପରେ ହିମାନୀଙ୍କ ମା’ ସବିତା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବାବେଳେ ଝିଅର ଶତ୍ରୁ ନିଜ ଦଳ […]

Read More Text.

ପୋକ୍ସୋ ମାମଲାରେ ଚାର୍ଜଶିଟ୍ ଦାଖଲ ପରେ ୟେଦିୟୁରପ୍ପାଙ୍କୁ ସମନ କଲେ କୋର୍ଟ

ନୂଆଦିଲ୍ଲୀ: ପୋକ୍ସୋ ମାମଲାରେ ସିଆଇଡିର ନୂଆ ଚାର୍ଜସିଟ୍‌ ପରେ ୟେଦିୟୁରପ୍ପାଙ୍କୁ କୋର୍ଟଙ୍କ ସମନ। ଗୁରୁବାର କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ ଏନେଇ ସମନ କରିଛି। ପୂର୍ବରୁ ମଧ୍ୟ ୟେଦିୟୁରପ୍ପାଙ୍କ ବିରୋଧରେ ଏନେଇ ମାମଲା ବିଚାରାଧୀନ ଥିଲା। ହେଲେ ଏବେ କୋର୍ଟଙ୍କ ନୂଆ ସମନ ପରେ ମାମଲା ଆହୁରି ଗମ୍ଭୀର ହୋଇଛି। ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ହାଜର ହେବାକୁ କୋର୍ଟ ୟେଦିୟୁରପ୍ପାଙ୍କୁ ସମନରେ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ, […]

Read More Text.

ମହାକୁମ୍ଭ ଯୋଗୁଁ ବଢିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି : ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷେତ୍ରରୁ ଭାରତ ପାଇଁ ସନ୍ତୋଷଜନକ ଖବର । ୨୦୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୨%କୁ ବୃଦ୍ଧି ପାଇଛି। ପୂର୍ବ ତ୍ରୈମାସରେ ଏହା ୫.୪% ଥିଲା। ଭଲ ମୌସୁମୀ ପରେ ଅର୍ଥନୀତିକୁ ଦୃଢ଼ ଗ୍ରାମୀଣ ବ୍ୟବହାର ଏବଂ ସରକାରୀ ଖର୍ଚ୍ଚ ବୃଦ୍ଧିରୁ ସମର୍ଥନ ମିଳିଥିଲା । ଶୁକ୍ରବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ତ୍ରୈମାସିକ ଭିତ୍ତିରେ ଅଭିବୃ୍ଦ୍ଧି ବୃଦ୍ଧି ପାଇଥିଲେ ବି ବର୍ଷତମାମ […]

Read More Text.

ଉତ୍ତରାଖଣ୍ଡରେ ହିମସ୍ଖଳନ: ଫସିଛନ୍ତି ୪୭ ଶ୍ରମିକ

ଡେରାଡୁନ: ଉତ୍ତରାଖଣ୍ଡ ଚାମୋଲିରେ ଘଟିଛି ବଡ଼ ଦୁର୍ଘଟଣା । ହିମସ୍ଖଳନ କାରଣରୁ ବଡ ଅଘଟଣ ଘଟିଛି । ମାଣା ଗାଁ ଗ୍ଲେସିୟର ତରଳିବା ଦ୍ୱାରା ୪୭ ଜଣ ଶ୍ରମିକ ବରଫ ତଳେ ପୋତି ହୋଇଯାଇଛନ୍ତି । ଏଥିସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ବରଫ ତଳେ ୫୭ ଶ୍ରମିକ ଦବି ଯାଇଥିବା ବେଳେ ୧୦ ଜଣଙ୍କ ଉଦ୍ଧାର କରାଯାଇଛି । ତେବେ ଘଟଣା ନେଇ ଟ୍ବିଟ୍ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଘଟଣାରେ ଦୁଃଖ ପ୍ରକାଶ […]

Read More Text.

୩୦ ବର୍ଷର ରେକର୍ଡ ଭାଙ୍ଗିଲା ଶେୟାର ବଜାର, କ୍ଷତି ହେଲାଣି ୯୨ ଲକ୍ଷ କୋଟି

ଭାରତୀୟ ଶେୟାର ବଜାରରେ ଶୁକ୍ରବାର ବଡ଼ ଧରଣର ହ୍ରାସ ଘଟିଛି। ଯାହାଫଳରେ ଶେୟାର ବଜାର ପ୍ରାୟ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ନିବେଶକମାନଙ୍କ ମଧ୍ୟ​‌ରେ ଆହୁରି ଭୟ ବୃଦ୍ଧି ପାଇଲାଣି। ଆଗକୁ କ’ଣ ହେବ ତାହା କହିବା ମୁସ୍କିଲ ହୋଇପଡ଼ିଛି। ୨୦୨୪ ଅକ୍ଟୋବର ମାସରୁ ନିଫ୍ଟି ପ୍ରତିମାସରେ ଖସିବାରେ ଲାଗିଛି। ୫ ମାସ ମଧ୍ୟରେ ନିଫ୍ଟି ୧୨ ପ୍ରତିଶତ ହ୍ରାସ ପାଇଛି। ୧୯୯୬ ପରଠାରୁ ନିଫ୍ଟି ପ୍ରଥମ ଥର ଲାଗି ଲଗାତାର ୫ମ ମାସ ପାଇଁ ନିମ୍ନମୁଖୀ […]

Read More Text.

ଜର୍ମାନୀରେ ଦକ୍ଷିଣପନ୍ଥୀ ସରକାର, ଫ୍ରେଡରିକ ମର୍ଜ ହେବେ ନୂଆ ଚାନସେଲର

ୟୁରୋପୀୟ ଦେଶ ଜର୍ମାନୀରେ ଶେଷ ହୋଇଥିବା ନିର୍ବାଚନରେ ଦକ୍ଷିଣପନ୍ଥୀ ଦଳ ବିଜୟୀ ହୋଇଛି। ଫ୍ରେଡରିକ ମାର୍ଟିନ ଜୋଶେଫ ମର୍ଜଙ୍କ ନେତୃତ୍ଵାଧୀନ କ୍ରିଷ୍ଟିୟନ ଡେମୋକ୍ରାଟିକ ୟୁନିଅନ(ସିଡିୟୁ) ପାର୍ଟି ବିପୁଳ ଭୋଟରେ ବିଜୟ ଲାଭ କରିବା ସହିତ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ସିଡିୟୁ ନେତା ଫ୍ରେଡରିକ ମର୍ଜ ଦେଶର ନୂଆ ଚାନସେଲର ହେବାକୁ ଯାଉଛନ୍ତି। ରବିବାର ହୋଇଥିବା ନିର୍ବାଚନରେ ଓଲାଫ ଶୋଲ୍‌ଜଙ୍କ ସୋସିଆଲ ଡେମୋକ୍ରାଟିକ ପାର୍ଟି(ଏସଡିପି)କୁ ପରାଜୟ ବରଣ କରିବାକୁ ପଡ଼ିଛି। ଆମେରିକା ଏବଂ ୟୁରୋପୀୟ ସଂଘ […]

Read More Text.

ମଦ୍ରାସାରେ ପ୍ରାର୍ଥନା ସମୟରେ ବିସ୍ଫୋରଣ, ୫ ମୃତ

ପାକିସ୍ତାନର ଏକ ମଦ୍ରାସାରେ ଶୁକ୍ରବାର ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖାଇବରପଖତୁନଖ୍ବା ପ୍ରଦେଶର ଅକ୍କୋରା ଖଟ୍ଟକ ଜିଲା ଅନ୍ତର୍ଗତ ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଜିଲା ପୁଲିସ ମୁଖ୍ୟ ଅବଦୁଲ […]

Read More Text.

ଶେଷ ହେଲା ମହାକୁମ୍ଭ: ଶିବରାତ୍ରି ପାଇଁ ଦିନକରେ ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ସରିଲା ମହାକୁମ୍ଭ । ଗଙ୍ଗା ନଦୀ କୂଳରେ ଶେଷ ହେଲା ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ମେଳା । ଯେଉଁଠି ଲାଗିଥିଲା ସାଧୁସନ୍ଥ ଓ ଭକ୍ତଙ୍କ ମିଳନ । ମହାଶିବରାତ୍ରିରେ ଶେଷ ହୋଇଛି ମହାକୁମ୍ଭ । ଅନ୍ତିମ ଅମୃତ ସ୍ନାନ ସହ ମହାକୁମ୍ଭର ମଧ୍ୟ ସରିଛି । ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ଼ ପକାଇଛନ୍ତି । ତେବେ […]

Read More Text.

ପାକିସ୍ତାନର ନୂଆ ଡ୍ରାମା, ଚାମ୍ପିଅନ୍ସ ଟ୍ରଫି ଡ୍ୟୁଟି କରିବାକୁ ମନା କରିବାରୁ ୧୦୦ ପୋଲିସକର୍ମୀ ବହିଷ୍କୃତ

ପାକିସ୍ତାନ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରୁଛି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିବାଦରେ ରହିଛି । ଏବେ ପୁଣି ଚାମ୍ପିଅନ୍ସ ଟ୍ରଫି ସହିତ ଜଡିତ ନୂଆ ବିବାଦ ସାମ୍ନାକୁ ଆସିଛି । ପାକିସ୍ତାନର ପଞ୍ଜାବ ପ୍ରାନ୍ତରୁ ୧୦୦ରୁ ଅଧିକ ପୋଲିସକର୍ମୀଙ୍କୁ ବହିଷ୍କୃତକରାଯାଇଛି । ଏମାନେ ଚାମ୍ପିଅନ୍ସ ଟ୍ରଫି ଡିଟ୍ୟୁ କରିବାକୁ ମନା କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ପଞ୍ଜାବ ପୋଲିସ ଅଧିକାରୀଙ୍କ ମୁତାବକ, ବହିଷ୍କୃତ ପୋଲିସକର୍ମୀଙ୍କୁ ବାରମ୍ବାର ଡ୍ୟୁଟିରୁ […]

Read More Text.

ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ

ଖୋଲିବ ବାବା କେଦାରନାଥଙ୍କ ଧାମ । ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ ଓ ସମୟ । ମହାଦେବ ବାବା କେଦାରନାଥଙ୍କ କପାଟ ଖୋଲିବାର ଦିନ ଓ ମୁହୂର୍ତ୍ତର ସ୍ଥିର ହୋଇଛି । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ […]

Read More Text.