କାନପୁରରେ ରାମ ନବମୀ: ଶୋଭାଯାତ୍ରାରେ ପଥର ମାଡ଼ ଅଭିଯୋଗ, ପୁଲିସ କହିଲା ‘ଗୁଜବ’

କାନପୁର: ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ଼ ହୋଇଥିବା ଅଭିଯୋଗକୁ ନେଇ ନାଇ ସଡକ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ତଥାପି ପୁଲିସ ଏହାକୁ ଏକ ଗୁଜବ ବୋଲି କହି ପରିସ୍ଥିତି ନିୟନ୍ତ୍ରଣରେ ରଖିଥିବା ଦାବି କରିଛି। ଉପ-ପୋଲିସ କମିଶନର (ପୂର୍ବ) ଶ୍ରବଣ କୁମାର ସିଂହ କହିଛନ୍ତି ଯେ କାନପୁରରେ ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ଼ କରାଯାଇଛି ବୋଲି ‘ଶୋଭା ଯାତ୍ରା’ର ଆୟୋଜକମାନଙ୍କଠାରୁ ଏକ ଲିଖିତ ଅଭିଯୋଗ ମିଳିଛି । ଶୋଭାଯାତ୍ରା ଫେରୁଥିବା ସମୟରେ ଚନ୍ଦ୍ରେଶ୍ୱର […]

Read More Text.

ବିହାରରେ କଂଗ୍ରେସର ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନ: ‘ଧଳା ଟି-ଶାର୍ଟ’ ପଦଯାତ୍ରାରେ ସାମିଲ ହେଲେ ରାହୁଲ

ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରରେ ‘ଧଳା ଟି-ଶାର୍ଟ’ ପଦଯାତ୍ରା ଆରମ୍ଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବେଗୁସରାଇ ଜିଲାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସମୟରେ ରାହୁଲ ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନର ସଫଳତା ପାଇଁ ରାଜ୍ୟର ଯୁବବର୍ଗଙ୍କ ସହଯୋଗ ଲୋଡ଼ିଛନ୍ତି। ଏନଏସୟୁଆଇ ନେତା କହ୍ନେୟା କୁମାର ମଧ୍ୟ ରାହୁଲଙ୍କ ସହିତ ପଦଯାତ୍ରାରେ ସାମିଲ ହୋଇଛନ୍ତି। ରାହୁଲ […]

Read More Text.

ଲୋକଙ୍କର କ୍ଷତି କରିବାରେ ଟ୍ରମ୍ପ ଓ ମୋଦୀ ସିଦ୍ଧହସ୍ତ : କଂଗ୍ରେସ

ନୂଆଦିଲ୍ଲୀ : ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଘୋଷଣା କରିଥିଲେ ଯାହା ପରେ ଭାରତୀୟ ଷ୍ଟକ୍ ବଜାର ସମେତ ସମଗ୍ର ବିଶ୍ବର ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗରେ, କଂଗ୍ରେସ ସୋମବାର (୦୭ ଏପ୍ରିଲ, ୨୦୨୫) ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରିଛି । ଦଳ କହିଛି ଯେ ଉଭୟ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟ ସେମାନଙ୍କ ଦେଶର […]

Read More Text.

ଭାରତ ସମେତ ୧୪ ଦେଶର ଯାତ୍ରୀଙ୍କ ପାଇଁ ଭିସା ଅଟକାଇଲା ସାଉଦି ଆରବ

ରିୟାଦ: ସାଉଦି ଆରବ ଯାଉଥିବା ଭାରତୀୟମାନଙ୍କ ପାଇଁ ଏକ ଖରାପ ଖବର । ଆଗାମୀ ହଜ୍ ଋତୁ ପୂର୍ବରୁ ସାଉଦି ଆରବ ୧୪ଟି ଦେଶର ନାଗରିକଙ୍କ ପାଇଁ ଉମରା, ବ୍ୟବସାୟ ଏବଂ ପରିବାର ଭିସା ଉପରେ ସାମୟିକଭାବେ କଟକଣା ଲଗାଇଛି । କେବଳ ଭାରତ ନୁହେଁ ବରଂ ମୋଟ ୧୪ଟି ଦେଶର ନାମ ପ୍ରତିବନ୍ଧକ ତାଲିକାରେ ଅଛି। ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ କୂଟନୈତିକ ସୂତ୍ରଗୁଡ଼ିକୁ ଉଦ୍ଧାର କରି କହିଛି ଯେ ଏହି କଟକଣା ଜୁନ୍ ମଧ୍ୟଭାଗ […]

Read More Text.

ଏମଏ ବେବୀ ହେଲେ ସିପିଆଇଏମ୍‌ର ନୂଆ ମହାସଚିବ

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ସିପିଆଇଏମ୍‌ର ନୂଆ ମହାସଚିବ ହେଲେ ମରିୟମ ଆଲେକଜାଣ୍ଡାର ବେବୀ । କେରଳ ସରକାରରେ ମନ୍ତ୍ରୀ ରହିସାରିଥିବା ୭୧ ବର୍ଷୀୟ ରାଜନେତାଙ୍କୁ ଦଳ ରବିବାର ନୂଆ ମହାସଚିବ ଭାବରେ ନିଯୁକ୍ତ କରିଛି। ଏମଏମ ବେବୀ, ସୀତାରାମ ୟେଚୁରୀଙ୍କ ସ୍ଥାନ ନେଇଛନ୍ତି । ୨୦୨୪ ସେପ୍ଟେମ୍ବରରେ ସୀତାରାମ ୟେଚୁୀରିଙ୍କ ପରଲୋକ ହୋଇଥିଲା। ଏମଏ ବେବୀ ପୋଲିତବ୍ୟୁରୋର ଜଣେ ସଦସ୍ୟ । ପୂର୍ବରୁ ସେ କେରଳର ଶିକ୍ଷା ମନ୍ତ୍ରୀ ଭାବରେ କାମ କରିସାରିଛନ୍ତି । […]

Read More Text.

୧୩୧ ଦିନ ପରେ ଆମରଣ ଅନଶନରୁ ଓହରିଲେ କୃଷକ ନେତା ଜଗଜିତ ସିଂ ଡଲେଓ୍ଵାଲ

ନୂଆଦିଲ୍ଲୀ: ୧୩୧ ଦିନ ଧରି ଆମରଣ ଅନଶନରୁ ଓହରିଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଜଗଜିତ ସିଂ ଡଲେଓ୍ଵାଲ।  ଏପ୍ରିଲ ୬ ତାରିଖ ନିଜର ଅନଶନ ସମାପ୍ତ କରିଛନ୍ତି। ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷକଙ୍କ ଅନ୍ୟ ଦାବିରେ ସେ ଆମରଣ ଚଳାଇଥିଲେ। ଫତେହଗଡ଼ ସାହିବର ସରହିନ୍ଦ ଶସ୍ୟ ମଣ୍ଡିରେ କୃଷକ ମହାପଞ୍ଚାୟତରେ ଡଲେଓ୍ଵାଲ ଏହାର ଘୋଷଣା କରିବା ସହ ପାଣି ପିଇଛନ୍ତି। ଡଲେଓ୍ଵାଲ କହିଛନ୍ତି, କୃଷକଙ୍କ ଅନୁରୋଧକ୍ରମେ ସେ ଆମରଣ ଅନଶନ ସମାପ୍ତ କରିଛି। […]

Read More Text.

ବ୍ରିଟେନରେ ସମ୍ମାନିତ ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ବ୍ରିଟେନରେ ସମ୍ମାନ୍ନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ପୁଣି ବିଦେଶରେ ନିଜର ଚମକ ଦେଖାଇଲେ । ତେବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତିନାମା ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ‘ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ଆଓ୍ବାର୍ଡ଼’ ପାଇଛନ୍ତି । ବ୍ରିଟେନ୍ ୱେମାଉଥ ସହରରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ତାଙ୍କର ଚମତ୍କାର କଳାକୃତି ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି […]

Read More Text.

ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ; ତାମିଲନାଡ଼ୁର ନେତା ତାମିଲରେ ହସ୍ତାକ୍ଷର କରନ୍ତି ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାମେଶ୍ୱରମରେ ନୂତନ ପମ୍ବନ ରେଳ ସେତୁର ଉଦଘାଟନ କରିଛନ୍ତି। ଏହା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଭାଷା ବିବାଦକୁ ଉଗ୍ର କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମକେକୁ ଟାର୍ଗେଟ କରିଥିଲେ। ଏମକେ ଷ୍ଟାଲିନଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ତାମିଲନାଡୁର ମନ୍ତ୍ରୀମାନେ ତାମିଲ ଭାଷା ବିଷୟରେ ଗର୍ବର ସହିତ କଥା ହୁଅନ୍ତି, କିନ୍ତୁ ମୋତେ […]

Read More Text.

ରାମନବମୀରେ ଖୋଲିଲା ନୂଆ ପମ୍ବନ ବ୍ରିଜ, ପ୍ରଥମ ଥର ଗଡିଲା ରାମେଶ୍ବରମ ତାମ୍ବରମ ଟ୍ରେନ

ଚେନ୍ନାଇ : ରବିବାର ରାମନବମୀ ଅବସରରେ ଉଦ୍‌ଘାଟିତ ହୋଇଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ। ତାମିଲନାଡୁ ଗସ୍ତ ଅବସରରେ ନୂଆ ପମ୍ବନ ବ୍ରିଜର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମେଶ୍ବରମ-ତାମ୍ବରମ ନୂଆ ଟ୍ରେନ ସେବାକୁ ପତକା ଦେଖାଇ ଶୁଭାରମ୍ଭ କରିବା ପରେ ପମ୍ବନରେ ଦୌଡିଛି ଟ୍ରେନ  । ଏଥି ସହ ୮ହଜାର ୩ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । […]

Read More Text.

ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମୋତ୍ସବ; ୪ ମିନିଟ୍ ଯାଏଁ ସୂର୍ଯ୍ୟ ତିଳକ ଦେଖିଲେ ଶ୍ରଦ୍ଧାଳୁ

ଅଯୋଧ୍ୟା: ପବିତ୍ର ରାମନବମୀ । ପୂରା ଦେଶରେ ଉତ୍ସବର ମାହୋଲ । ରାମ ରସରେ ଡୁବିଲା ରାମନଗରୀ । ପ୍ରଭୁ ରାମଲଲାଙ୍କ ଜନ୍ମଦିନରେ ଅଯୋଧ୍ୟାରେ ଆନନ୍ଦ ଉଲ୍ଲାସ । ପୂର୍ବ ନୀତିନିର୍ଘଣ୍ଟ ଅନୁଯାୟୀ, ସକାଳ ସାଢ଼େ ୯ଟାରେ ରାମଲଲାଙ୍କ ସ୍ବତନ୍ତ୍ର ଅଭିଷେକ ହୋଇଥିଲା । ଏହା ପରେ ପ୍ରଭୁ ରାମଙ୍କୁ ଭବ୍ୟ ସୁଙ୍ଗାର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଏକ ଘଣ୍ଟା ଧରି ଚାଲିଥିଲା । ମଧ୍ୟାହ୍ଣ ୧୨ଟାରେ ରାମଲାଲଙ୍କ ଭବ୍ୟ ସୂର୍ଯ୍ୟ ତିଳକ କରାଯାଇଛି । […]

Read More Text.