ଷ୍ଟକବଜାର ପାଇଁ କଳା ଶୁକ୍ରବାର, ୧୧ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ : ଟ୍ରମ୍ପଙ୍କ ନୂତନ ଟାରିଫ୍ ନୀତି ପରେ ଗୁରୁବାର ଆମେରିକୀୟ ବଜାରରେ ହୋଇଥିବା ପ୍ରବଳ ହ୍ରାସର ସିଧାସଳଖ ପ୍ରଭାବ ଆଜି ଭାରତୀୟ ଷ୍ଟକ ବଜାର ସମେତ ସମଗ୍ର ଅନ୍ତର୍ଜାତୀୟ ଷ୍ଟକ ବଜାର ଉପରେ ପଡ଼ିଛି। ଆଜି ସପ୍ତାହର ଶେଷ ବ୍ୟବସାୟ ଦିବସରେ ବାଣିଜ୍ୟ ଆରମ୍ଭରୁ ଭାରତୀୟ ଷ୍ଟକ୍ ବଜାରରେ ପ୍ରବଳ ବିକ୍ରୟ ଦେଖିବାକୁ ମିଳିଥିଲା। ସେନସେକ୍ସ ପ୍ରାୟ ୯୩୦.୬୭ ପଏଣ୍ଟ ହ୍ରାସ ପାଇ ୭୫,୩୬୪ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର […]

Read More Text.

ୱାକଫ ବିଧେୟକକୁ ନେଇ ଜେଡିୟୁରେ ଫାଟ, ଦଳ ଛାଡ଼ିଲେ ଆଉ ୩ ନେତା

ୱାକଫ(ସଂଶୋଧନ) ବିଧେୟକକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଜେଡିୟୁ ମଧ୍ୟରେ ଫାଟ ଦେଖିବାକୁ ମିଳିଛି। ସଂସଦରେ ଜେଡିୟୁ ବିଧେୟକକୁ ସମର୍ଥନ କରିବା ପରେ ଦଳ ଭିତରେ ରହିଥିବା ମୁସଲମାନ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଦିନ ମଧ୍ୟରେ ୫ ଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ୩ ଜଣ ନେତା ଦଳ ଛାଡ଼ିଛନ୍ତି। ଏହି ନେତାମାନେ ହେଲେ ନଦୀମ ଅଖତାର, ରାଜୁ ନାୟାର ଏବଂ ତବରେଜ ସିଦ୍ଦିକି ଆଲିଗ ଦଳ ଛାଡ଼ିଛନ୍ତି। […]

Read More Text.

‘ଓ୍ବାକଫ ବିଲକୁ ଜବରଦସ୍ତି ଗୃହୀତ କରାଯାଇଛି !’, ସୋନିଆଙ୍କ ମନ୍ତବ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନାମ ନ ନେଇ କହିଛନ୍ତି ଯେ ୱାକଫ୍ (ସଂଶୋଧନ) ବିଲ୍ ଉପରେ ତାଙ୍କର ମନ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ସଂସଦୀୟ ଶୈଳୀର ଅନୁରୂପ ନୁହେଁ। ରାଜ୍ୟସଭା ସଦସ୍ୟା ସୋନିଆ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ୱାକଫ (ସଂଶୋଧନ) ବିଲ୍, ୨୦୨୫ ବଳପୂର୍ବକ ଗୃହୀତ କରାଯାଇଥିଲା। ଏହି ବିଲ୍ ସମ୍ବିଧାନ ଉପରେ ଏକ ସ୍ପଷ୍ଟ ଆକ୍ରମଣ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ […]

Read More Text.

ଶେଷ ହେଲା ବଜେଟ୍ ଅଧିବେଶନ: ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା

ନୂଆଦିଲ୍ଲୀ: ସଂସଦ ଉଭୟ ଗୃହରେ ଶେଷ ହେଲା ବଜେଟ୍ ଅଧିବେଶନ । ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା । ୩୧ ଜାନୁୟାରୀରେ ଆରମ୍ଭ ହୋଇଥିଲା ସଂସଦର ବଜେଟ ଅଧିବେଶନ । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର । ତେବେ ବଜେଟ ଅଧିବେଶନ ଚର୍ଚ୍ଚାରେ ସଦସ୍ୟମାନେ ଭାଗ ନେଇ ଆଲୋଚନା କରିଥିଲେ । ଏଥିରେ […]

Read More Text.

ୱାକଫ୍‌ ବିଲ୍‌: ବିବେକ ଅନୁସାରେ ଭୋଟ୍‌ ଦେବାକୁ ନିଷ୍ପତ୍ତି ନେଲା ବିଜେଡି

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନର ଆଉ ଦୁଇ ଦିନ ବାକି ଥିବା ବେଳେ ଗୁରୁବାର ରାଜ୍ୟସଭାରେ ଓ୍ୱାକଫ୍‌ (ସଂଶୋଧନ) ବିଲ୍‌ ଉପସ୍ଥାପନ ହୋଇଛି। ଏହାପୂର୍ବ ଦିନ ଲୋକସଭାରେ ୧୨ ଘଣ୍ଟାର ଜୋରଦାର ଆଲୋଚନା ପରେ ପାସ ହୋଇଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ ନିର୍ଣ୍ଣୟ ହେବ।  ଏହି ସମୟରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ବିଜେଡି ସାଂସଦଙ୍କ ଟୁଇଟ୍ ମଧ୍ୟ ଚକିତ କରିଛି । ବିଜେଡି ଏହି ବିଲ୍‌ ଉପରେ ନିଜ ସାଂସଦଙ୍କୁ […]

Read More Text.

ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ହେଲା ଦେୟମୁକ୍ତ

ନୂଆଦିଲ୍ଲୀ: ଏଣିକି ଆଉ ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପାଇଁ ଚାର୍ଜ ଦେବାକୁ ପଡିବ ନାହିଁ । ଆର୍ଥିକ ସଂସ୍ଥାଗୁଡ଼ିକ ଏନେଇ ଯେଉଁ ଚାର୍ଜ ଲଗାଉଥିଲେ, ତାହା ଏବେ ଆଉ ଲଗାଯିବ ନାହିଁ । ଏଣିକି ଦେୟମୁକ୍ତ ହେବ ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପ୍ରକ୍ରିୟା । ଏନେଇ ଏକ୍ସରେ ସୂଚନା ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏନେଇ କେନ୍ଦ୍ର ସରକାର ଗତ ୨ ତାରଖରେ ନିୟମ ପରିବର୍ତ୍ତନ କରିଛନ୍ତି । ପିପିଏଫ […]

Read More Text.

ରାଜ୍ୟସଭାରେ ୱକଫ୍ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ

ନୂଆଦିଲ୍ଲୀ/ଭୁବନେଶ୍ବର: ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡି ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ସାଂସଦ ମୁନା ଖାନ୍ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ୱକଫ୍ ସମ୍ପତ୍ତି ସୁରକ୍ଷିତ ରହିବା ନେଇ ପ୍ରଥମେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ରାଜ୍ୟସଭା ସାଂସଦ ମୁନା ଖାନ୍ କହିଛନ୍ତି, ଏହି ବିଲ୍‌କୁ ବିଜେଡି ତରଫରୁ ବିରୋଧ କରୁଛି। ପୂର୍ବରୁ ଯେଉଁମାନଙ୍କ ପାଖରେ ବହୁତ ଜମି ଥିଲା, ସେମାନେ ଏହାକୁ ଦାନସୂତ୍ରରେ ଦେଇଥିଲେ। ଏହି ଜମିରେ କିଛି ଭଲ […]

Read More Text.

ନିଯୁକ୍ତି ରଦ୍ଦ ହେବା ପରେ ମମତାଙ୍କ ବୟାନ ; ଅଦାଲତକୁ ସମ୍ମାନ କରୁଛୁ, କିନ୍ତୁ ଏହି ନିଷ୍ପତ୍ତିକୁ ଅସ୍ୱୀକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରାୟ ୨୬୦୦୦ ଶିକ୍ଷକ ଓ ଷ୍ଟାଫଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ରାଜନୀତି ଜୋର ହୋଇଛି । ଏହି ମାମଲାରେ ବିରୋଧୀ ଦଳ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ଅନ୍ୟପଟେ ସିପିଏମ୍ କହିଛି ଯେ ସରକାର ଖାଲି ଥିବା ପଦକୁ ତୁରନ୍ତ ଭର୍ତ୍ତି କରନ୍ତୁ । ଏହାରି ଭିତରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି […]

Read More Text.

ରାଜ୍ୟ ସଭାରେ ୱାକଫ ବିଧେୟକ ଆଗତ

ରାଜ୍ୟ ସଭାରେ ଆଗତ ହୋଇଛି ୱାକଫ (ସଂଶୋଧନ) ବିଧେୟକ। ଗତ ବୁଧବାର ଏହି ବିଧେୟକ ଲୋକସଭାରେ ପାରିତ ହେବା ପରେ ଗୁରୁବାର ରାଜ୍ୟ ସଭାରେ ଆଗତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଲ ଆଗତ କରି କହିଥିଲେ, ୱାକଫରେ କୌଣସି ଅଣମୁସଲମାନଙ୍କ ହସ୍ତକ୍ଷେପ ରହିବ ନାହିଁ। ରିଜିଜୁ କହିଥିଲେ ଯେ, ଗୃହରେ କୁହାଯାଉଛି ଯେ, ଆମେ ଯେଉଁ ପଦକ୍ଷେପ ନେଉଛୁ ସେଥିରେ ମୁସଲମାନଙ୍କର କ୍ଷତି ହେବ। ଏହି ସଂଶୋଧନ ବେଆଇନ ଏବଂ ଅସାମ୍ବିଧାନିକ। […]

Read More Text.

ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସିଜେଆଇଙ୍କ ସମେତ ୩୦ ବିଚାରପତି

ସୁପ୍ରିମକୋର୍ଟର ସମସ୍ତ ବିଚାରପତି ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ଏଣିକି ପ୍ରଧାନ ବିଚାରପତିଙ୍କୁ ବି ନିଜର ସମ୍ପତ୍ତି ତାଲିକା ଘୋଷଣା କରିବାକୁ ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିଚାରପତିମାନେ ପଦବୀ ସମ୍ଭାଳିବା ମାତ୍ରେ ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବା ଉଚିତ। ପ୍ରଧାନ ବିଚାରପତି ଏବଂ ବିଚାରପତି ନିଜ ସମ୍ପତ୍ତି ତାଲିକା ସ୍ବଇଚ୍ଛାରେ ସୁପ୍ରିମକୋର୍ଟ ୱେବସାଇଟରେ ସାର୍ବଜନୀନ କରିବେ। ବର୍ତ୍ତମାନ ସମୟରେ ସିଜେଆଇଙ୍କ ସମେତ ସୁପ୍ରିମକୋର୍ଟଙ୍କ ମୋଟ ୩୦ ବିଚାରପତି […]

Read More Text.