Neet 750x430

ପ୍ରକାଶ ପାଇଲା NEET UG 2026 ଫଳ : ଦେଶରେ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ସଫଳ, ପୁଅଙ୍କୁ ପଛରେ ଛାଡିଲେ ଝିଅ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର NEET UG 2026 ପୁନଃପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଗ୍ୟ ପ୍ରାର୍ଥୀମାନେ MBBS, BDS, AYUSH ଏବଂ ଅନ୍ୟାନ୍ୟ ସ୍ନାତକସ୍ତରୀୟ ମେଡିକାଲ କୋର୍ସରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ। ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଜ ରେଜଲ୍ଟ ଡାଉନଲୋଡ୍ କରିପାରିବେ। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ଜୁନ୍ ୨୧ ତାରିଖରେ ହୋଇଥିବା […]

Read More Text.
4890 e1784215759624 300x163

ଇରାନକୁ ଟ୍ରମ୍ପଙ୍କ ଧମକ ; ଶାନ୍ତି କଥାବାର୍ତ୍ତା ନହେଲେ ଆମେରିକା କରିବ ବଡ଼ ଆକ୍ରମଣ

ୱାଶିଂଟନ : ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ ଆଗାମୀ ତିନି ଦିନ ମଧ୍ୟରେ ଇରାନ ଶାନ୍ତି କଥାବାର୍ତ୍ତା ପାଇଁ ଆଗକୁ ନ ଆସିଲେ ଏହା ଉପରେ ବଡ ଆକ୍ରମଣ ହେବ। ବୁଧବାର ଟ୍ରମ୍ପ ଇରାନ ବିରୋଧୀ ଯୁଦ୍ଧ ପ୍ରସଙ୍ଗରେ ହ୍ବାଇଟ୍ ହାଉସ୍‌ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ଯଦି ଶାନ୍ତି ଆଲୋଚନା […]

Read More Text.

ମିଆଁମାର ଉପକୂଳ ନିକଟରେ ଅଘଟଣ: ବଙ୍ଗୋପସାଗରରେ ଦୁଇ ଡଙ୍ଗା ବୁଡ଼ି ୫୦୦ରୁ ଅଧିକ ଯାତ୍ରୀ ନିଖୋଜ

କୋଲକତା : ବଙ୍ଗୋପସାଗରରେ ମିଆଁମାର ଉପକୂଳ ନିକଟରେ ବଡ ଅଘଟଣ । ମଝି ସମୁଦ୍ରରେ ବୁଡିଗଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା । ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଘଟଣାକୁ ନେଇ ଜାତିସଂଘର ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍ ଓ ୟୁଏନଏଚସିଆର୍ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଖବର ମୁତାବକ, ଜୁନ ଶେଷ ସପ୍ତାହରେ ମିଆଁମାରର ସଂଘର୍ଷପ୍ରବଣ ରାଖାଇନ୍ ରାଜ୍ୟରୁ ଦୁଇଟି ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା […]

Read More Text.

ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ବିଦ୍ୟୁତ ତାର ; ଚାଲିଗଲା ୪ ଜୀବନ, ଜଣେ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀ ନୋଏଡ଼ାରେ ଭୟାବହ ଦୁର୍ଘଟଣା । ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଲୋକେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ହଠାତ୍ ଛିଡ଼ି ପଡ଼ିଲା ୧୧ କେଭି ତାର । ଏହି ଅଘଟଣରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ପୋଡ଼ିଯାଇଛନ୍ତି । କରେଣ୍ଟ ଆଘାତରେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି […]

Read More Text.

ଆମେରିକାର ବଡ଼ ଚେତାବନୀ! ରୁଷଠାରୁ ତେଲ କିଣିଲେ ୧୦୦% ଟାରିଫ୍ ଦେବ

ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣୁଥିବା ଦେଶମାନଙ୍କ ବିରୋଧରେ ଆମେରିକା ନେଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। କାରଣ ଆମେରିକୀୟ ସିନେଟରେ ଏକ ସଂଶୋଧିତ ବିଲ୍ ଉପସ୍ଥାପନ ହୋଇଛି, ଏଥିରେ ରୁଷରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଆଉ ଋଷ ଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ତାଲିକାରେ ଭାରତ, ଚୀନ, ହଙ୍ଗେରୀ, ସ୍ଲୋଭାକିଆ ଓ ଆଜରବୈଜାନ ଭଲି ଦେଶ ରହିଛନ୍ତି। ତେବେ କଣ ରହିଛି ଏହି ବିଲରେ? […]

Read More Text.

US ମିଣ୍ଟ ତିଆରିକରିବ ଡୋନାଲ୍ଡ ଟ୍ରମ୍ପଙ୍କ ଛବି ଥିବା ଡଲାରର ଖାସ ମୁଦ୍ରା, ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ହେବ ଜାରି

ୱାସିଂଟନ: ଆମେରିକା ଟ୍ରେଜରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ବୁଧବାର କହିଛନ୍ତି ଯେ ଆମରିକା ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ୟୁଏସ ମିଣ୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନୂଆ ଡଲାରର ମୁଦ୍ରା ତିଆରି ଆରମ୍ଭ କରିବ। ଏହି ମୁଦ୍ରାର ଗୋଟିଏ ପଟେ ଟ୍ରମ୍ପଙ୍କ ଛବି ରହିବ ଓ ଏହା ଏହା ଉପରେ ‘ଲିବର୍ଟି’ ଲେଖା ରହିବା ସହ ତଳେ ୧୭୭୬-୨୦୨୬ ଅଙ୍କିତ ହେବ। ଏହା ଛଡା ଟ୍ରମ୍ପଙ୍କ ଛବି ପାଖରେ ‘ଇନ୍ ଗଡ ବି ଟ୍ରଷ୍ଟ’ ଲେଖା ରହିବ। […]

Read More Text.

ପାରାଦୀପ – ହରିଦାସପୁର ଦୋହରିକରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । କେନ୍ଦ୍ର କ୍ୟାବିନେଟରେ ପାରାଦୀପ – ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାସହିତ ରାଜଖରସ୍ୱାନ ଓ ଡାଙ୍ଗୋପୋସିର ଚତୁର୍ଥ ଲେନ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଦୁଇ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୩,୯୦୭ କୋଟି ଟଙ୍କା । ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଜିଲ୍ଲାକୁ କଭର କରୁଥିବା ଦୁଇ ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱାର୍କକୁ ପ୍ରାୟ ୧୪୫ […]

Read More Text.
8WAvh0r3Z7ZAKB7FgMJ2

କୁଡ଼ନକୁଲମ ପରମାଣୁ ବିଦ୍ୟୁତ କେନ୍ଦ୍ରର ବ୍ଲୁ-ପ୍ରିଣ୍ଟ୍ ଲିକ, ଡାର୍କ ୱେବ୍‌ରେ ତଥ୍ୟ ସାର୍ବଜନୀନ କଲା ହ୍ୟାକର୍ ଗ୍ରୁପ୍‌

ବେଙ୍ଗାଲୁରୁ: ଭାରତର ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ତାମିଲନାଡୁର କୁଡ଼ନକୁଲମ ପରମାଣୁ ବିଦ୍ୟୁତ କେନ୍ଦ୍ର ସହ ଜଡ଼ିତ ଅତି ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଛି। ଏକ ଅନ୍ତର୍ଜାତୀୟ ରାନସମୱେର୍ (ସାଇବର ଲୁଟେରା) ଗ୍ରୁପ୍ ‘ୱାର୍ଲ୍ଡ ଲିକ୍ସ’ ଏହି ପ୍ଲାଣ୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଂଶର ବ୍ଲୁ-ପ୍ରିଣ୍ଟ୍ ଏବଂ ଯୋଗାଣକାରୀଙ୍କ ସମ୍ପର୍କିତ ତଥ୍ୟ ଡାର୍କ ୱେବ୍‌ରେ ପ୍ରକାଶ କରିଛି। ଏହି ତଥ୍ୟଗୁଡ଼ିକ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ଶିଳ୍ପପତି ଅନିଲ୍ ଅମ୍ବାନୀଙ୍କ ‘ରିଲାଏନ୍ସ ଗ୍ରୁପ୍‌’ର ସର୍ଭରରୁ ଚୋରି […]

Read More Text.

କେନ୍ଦ୍ର କ୍ୟାବିନେଟର ୭ଟି ବଡ଼ ନିଷ୍ପତ୍ତି: ସେମିକଣ୍ଡକ୍ଟର ମାନୁଫ୍ୟାକ୍ଚରିଂ, ବାରାଣସୀ କରିଡର ଓ ଅନ୍ୟ ପ୍ରକଳ୍ପକୁ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବୁଧବାର ଦିନ ଦେଶର ଭିତ୍ତିଭୂମି, ଉତ୍ପାଦନ ଏବଂ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମସ୍ତ ପ୍ରକଳ୍ପ ପାଇଁ ସମୁଦାୟ ୨,୧୯,୩୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଶ୍ୱସ୍ତରରେ ଭାରତକୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ହବ୍ […]

Read More Text.

ନୋଏଡାର ମାମୁରାରେ ଭୟଙ୍କର ଅଗ୍ନିକାଣ୍ଡ, ସଂକୀର୍ଣ୍ଣ ରାସ୍ତାରେ ସିଡ଼ି ବ୍ୟବହାର କରି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆର ସଂଲଗ୍ନ ନୋଏଡାର ସେକ୍ଟର ୬୬ ମାମୁରା ଗାଁରେ ଏକ ୫ ମହଲା ଆବାସିକ କୋଠାରେ ବୁଧବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁଃଖଦ ଦୁର୍ଘଟଣାରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହୋଇଛି। ଅଗ୍ନିଶମ ବିଭାଗ ଏବଂ ପୁଲିସ ତୁରନ୍ତ କାର୍ଯ୍ୟ କରି କୋଠାରେ ଫସି ରହିଥିବା ପ୍ରାୟ ୫୦ ପରିବାରର ୧୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ପ୍ରାଥମିକ […]

Read More Text.